spot_img
Home Blog Page 5324

ଭାରତୀୟ ଷ୍ଟକ ମାର୍କେଟରେ ରେକର୍ଡ, ୫୫ ହଜାର ପାର୍ କଲା ସୂଚକାଙ୍କ

ମୁମ୍ବାଇ: ଆଜି ସେନସେକ୍ସ ଛୁଇଁଛି ୫୫ ହଜାର ଛୁଇଁଛି । ଯାହା ଫଳରେ ଷ୍ଟକ ମାର୍କେଟରେ ଉତ୍ସାହ ଦେଖିବାକୁ ମିଳିଛି। ସେପଟେ ନିଫ୍ଟି ବି ପାର୍ ହୋଇଛି ୧୬ ହଜାର ୪୦୦ ।

ବିଏସଇ ଓ ନିଫ୍ଟିରେ ଏହି ଉଲ୍ଲେଖନୀୟ ବୃଦ୍ଧି ଯୋଗୁ ନିବେଶକଙ୍କ ମଧ୍ୟରେ ଉତ୍ସାହ ଖେଳିଛି । ଆଜି ଷ୍ଟକମାର୍କେଟ ଖୋଲିବା ମାତ୍ରେ ବଡ ବଡ କମ୍ପାନୀଙ୍କ ସେୟାର କିଣାବିକା ଜୋର ଧରିଥିଲା । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ଜଗତ ଜୁନରେ ଖୁଚୁରା ମୁଦ୍ରାସ୍ଫୀତି ୬.୨୬ ପ୍ରତିଶତ ଥିବାବେଳେ ଜୁଲାଇରେ ଏହି ହାର ୫.୫୯ ପ୍ରତିଶତକୁ ଖସିଥିଲା ।

ଏହାର ଫଳସ୍ୱରୂପ ଷ୍ଟକ ବଜାରରେ ସୂଚକାଙ୍କ ବୃଦ୍ଧି ପରିଲକ୍ଷିତ ହୋଇଛି । କରୋନା ସଂକଟ ସତ୍ୱେ ଷ୍ଟକ ମାର୍କେଟର ଏହି ଅଭିବୃଦ୍ଧି ଅର୍ଥନୀତି ଲାଗି ଶୁଭ ସୂଚନା ପ୍ରଦାନ କରିଛି । ଆଜି ବିଭିନ୍ନ ବ୍ୟାଙ୍କ ସମେତ ଷ୍ଟିଲ, ମେଡିସିନ, ମୋବାଇଲ ସେବାପ୍ରଦାନକାରୀ କମ୍ପାନୀଙ୍କ ସେୟାର ଅଧିକ କିଣାବିକା ହୋଇଥିବା ସୂଚନା ମିଳିଛି ।

Plymouth Firing: ଗୁଳିମାଡ଼ରେ ଆକ୍ରମଣକାରୀ ସହ ୬ ମୃତ

ଲଣ୍ଡନ: ଇଂଲଣ୍ଡର ପୁଲୱାମାଉଥ ସହରରେ ହୋଇଥିବା ଗୁଳିମାଡ଼ରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବ୍ରିଟିଶ ଗୃହ ସଚିବଙ୍କ ସୂଚନା ଅନୁଯାୟୀ, ଦକ୍ଷିଣ ପଶ୍ଚିମ ଇଂଲଣ୍ଡର ପୁଲୱାମାଉଥରେ ଅଚାନକ ଗୁଳିମାଡ଼ ହୋଇଥିଲା, ଯେଉଁଥିରେ ଜଣେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କ ସମେତ ଦୁଇ ମହିଳା ଏବଂ ତିନି ଜଣଙ୍କର ମୃତ୍ୟୁ ଘଟିଛି।

ପୋଲିସର ସୂଚନାନୁସାରେ, ଦକ୍ଷିଣ-ପଶ୍ଚିମ ଇଂଲଣ୍ଡର ଏକ ଅଞ୍ଚଳରେ ଜଣେ ବ୍ୟକ୍ତି ଅଚାନକ ଗୁଳିଚାଳନା କରିଥିଲା। ଏହି ଘଟଣାର ଠିକ୍ ପରେ ପରେ ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିବାରେ ସଫଳ ହୋଇଥିଲା ।

ଏହି ଗୁଳି ମାଡ଼ ଘଟଣା ଆତଙ୍କବାଦୀଙ୍କ ସହ ଜଡିତ କି ନୁହେଁ, ସେନେଇ ତଦନ୍ତ କରାଯିବ। ଏହି ଗୁଳି ମାଡ଼ରେ ଆକ୍ରମଣକାରୀଙ୍କ ସମେତ ଦୁଇ ମହିଳା ଏବଂ ଦୁଇ ଜଣ ପୁରୁଷଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ । ତେବେ ଏହି ଘଟଣା ପଛର କାରଣ କ’ଣ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ବ୍ରିଟେନର ଗୃହ ସଚିବ ପ୍ରୀତି ପଟେଲ ଏହି ଘଟଣାକୁ ଆଶ୍ଚର୍ଯ୍ୟଜନକ ବୋଲି କହିଛନ୍ତି । ଏଥିସହିତ ସେ ପୀଡ଼ିତ ମାନଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

ଦେଶରେ ଦିନକରେ ୪୦ ହଜାର ୧୨୦ କରୋନା ସଂକ୍ରମିତ ଚିହ୍ନଟ, ୫୮୫ ମୃତ

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ କରୋନା ସଂକ୍ରଣ କମିବାରେ ଲାଗିଛି। ଦେଶରେ ଦିନକରେ ୪୦ ହଜାର ୧୨୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ଗତ ୨୪ ଘଣ୍ଟାରେ ୪୨ ହଜାର ୨୯୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୫୮୫ ଜଣଙ୍କ ଜୀବନ ନେଇଛି କିଲର କରୋନା। ଦେଶର ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୨୧ ଲକ୍ଷ ୧୭ ହଜାର ୮୨୬। ମୋଟ୍ ସୁସ୍ଥ ହେଲେଣି ୩ କୋଟି ୧୩ ଲକ୍ଷ ୦୨ ହଜାର ୩୪୫। ମୋଟ୍ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୦ ହଜାର ୨୫୪ ରହିଛି।

ତେବେ ଦେଶରେ କରୋନା ଆକ୍ଟିଭ କେସ୍ ୩ ଲକ୍ଷ ୮୫ ହଜାର ୨୨୭ ଜଣ ରହିଛନ୍ତି। ସେହିପରି ଦେଶରେ ମୋଟ୍ ଭ୍ୟାକ୍ସିନେସନ ୫୨ କୋଟି ୯୫ ଲକ୍ଷ ୮୨ ହଜାର ୯୫୬ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ୫୭ ଲକ୍ଷ ୩୧ ହଜାର ୫୭୪ ଜଣଙ୍କୁ ଟିକାକରଣ କରାଯାଇଛି।

ରାଜ୍ୟରେ ଆଉ ୧୧୯୩ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧ ହଜାର ୧୯୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୮ ଜିଲ୍ଲା ଓ ଷ୍ଟେଟପୁଲରୁ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କିଛି ଜିଲ୍ଲାରେ ୫ ତଳେ ରହିଛି ଦୈନିକ ସଂକ୍ରମଣ।

Corona Lambda Variant Is More Dangerous Than Delta Malaysia Warns

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କ୍ୱାରେଣ୍ଟାଇନ୍‌ରୁ ୬୯୫, ଲୋକାଲ କେସ୍ ୪୯୮ ଚିହ୍ନଟ ହୋଇଛି । ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧ ହଜାର ୧୭୭। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୨୫ ଜଣ ଥିବା ବେଳେ, କଟକରୁ ୧୬୧ ଓ ଷ୍ଟେଟ୍ ପୁଲରୁ ୯୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ବାଲେଶ୍ବରରୁ ୬୯ ଜଣ ଥିବା ବେଳେ, ଜଗତସିଂହପୁରରୁ ୫୬, ଯାଜପୁରରୁ ୫୦, ଅନୁଗୁଳରୁ ୪୯, ନୟାଗଡ଼ରୁ ୩୯, ପୁରୀରୁ ୩୪, ଢେଙ୍କାନାଳରୁ ୩୧, କେନ୍ଦ୍ରାପଡ଼ାରୁ ୨୯, ମୟୂରଭଞ୍ଜରୁ ୨୨, କେନ୍ଦୁଝରରୁ ୨୦, ଭଦ୍ରକରୁ ୧୫ ଜଣ ଆକ୍ରାନ୍ତ ଅଛନ୍ତି । ସେହିପରି ଗଞ୍ଜାମରୁ ୧୩ ଜଣ ଥିବା ବେଳେ, ସମ୍ବଲପୁରରୁ ୧୧, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ରୁ ୧୦ ଜଣ ଲେଖାଏଁ, ବଲାଙ୍ଗୀର ଓ ରାୟଗଡ଼ାରୁ ୯ ଜଣ ଲେଖାଏଁ, ଦେବଗଡ଼ରୁ ୫, କନ୍ଧମାଳ, କୋରାପୁଟରୁ ୪ ଜଣ ଲେଖାଏଁ, ମାଲକାନଗିରି ଓ ବୌଦ୍ଧରୁ ୩ ଜଣ ଲେଖାଏଁ, ଗଜପତି, ନବରଙ୍ଗପୁର ଓ ନୂଆପଡ଼ାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଏଯାବତ୍ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୯୨ ହଜାର ୩୭୫ରେ ପହଞ୍ଚିଛି । ସେହିପରି ଆକ୍ଟିଭ କେସ୍ ୧୦ ହଜାର ୮୦୯  ରହିଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୯ ଲକ୍ଷ ୭୪ ହଜାର ୭୫୬।

ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତିଙ୍କ ବୟାନ କୋର୍ଟରେ କାଏମ ରହିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏଣିକି ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତିଙ୍କ ବୟାନ ମଧ୍ୟ କୋର୍ଟରେ କାଏମ ରହିବ । ଏକ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

ସୂଚନା ଅନୁଯାୟୀ, ଉତ୍ତରାଖଣ୍ଡର ଜଣେ ମହିଳା ଦୁଷ୍କର୍ମ ଘଟଣାକୁ ନେଇ ବୟାନ ଦେଇଥିଲେ। ସେ ଅନେକ କଥା ଭୁଲି ଯାଇଥିବା ବେଳେ ସେ ୭୦ ପ୍ରତିଶତ ଭିନ୍ନକ୍ଷମ ଥିବା ଜଣାପଡିଥିଲା। ଏଭଳି ସ୍ଥଳେ ତାଙ୍କ ବୟାନକୁ ଗ୍ରହଣ କରାଯାଇପାରିବ ନାହିଁ ବୋଲି ପ୍ରତିପକ୍ଷ ଓକିଲ ଯୁକ୍ତି ବାଢିଥିବା ବେଳେ ସୁପ୍ରିମକୋର୍ଟ ଦେଇଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ରାୟ।

ଏଭଳି ଘଟଣାରେ ମାନସିକ ଭାରସାମ୍ୟ ହରାଇଥିବା ବ୍ୟକ୍ତିଙ୍କର ବୟାନ ବି କୋର୍ଟରେ ଗ୍ରହଣ କରାଯିବ ବୋଲି ବିଚାରପତି କହିଛନ୍ତି । ୨୦୧୫ ସେପ୍ଟେମ୍ବରରେ ପୀଡିତା ଦୁଷ୍କର୍ମର ଶୀକାର ହୋଇଥିଲେ । ଘଟଣାରେ ପୂର୍ବରୁ ଅଭିଯୁକ୍ତକୁ ୧୦ ବର୍ଷ ଜେଲଦଣ୍ଡ ହୋଇଥିବା ବେଳେ ରାୟକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ କୋର୍ଟରେ ଆବେଦନ କରିଥିଲେ ।

ତେବେ ଏହି ମାମଲାର ଶୁଣାଣି ବେଳେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଫଟୋ ଦେଖି ଚିହ୍ନିବା ପାଇଁ ପୀଡିତାଙ୍କ କୁହାଯାଇଥିଲା । ଯାହା ଫଳରେ  ତାଙ୍କର ମାନସିକ କ୍ଷମତାକୁ ପରୀକ୍ଷା କରାଯାଇଥିଲା ।

କାଲି ପ୍ରକାଶ ପାଇବ +୨ କଳା ରେଜଲ୍ଟ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ରେଜଲ୍ଟ। କଳା ସହିତ ଧନ୍ଦା ମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶିତ ହେବ ବୋଲି ଗଣଶିକ୍ଷା ବିଭାଗ ତରଫରୁ ସୂଚନା ମିଳିଛି । କଳା ଓ ଧନ୍ଦାମୂଳକ ବିଭାଗରେ ରାଜ୍ୟର ମୋଟ ୨ ଲକ୍ଷ ୨୧ ହଜାର ୮୬୭ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

ତେବେ ପୂର୍ବରୁ ଗତ ଜୁଲାଇ ୩୧ରେ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇଥିଲା। ଦୁଇ ସପ୍ତାହ ମଧ୍ୟରେ କଳା ଫଳ ପ୍ରକାଶ ହେବ ବୋଲି ବିଭାଗ ପକ୍ଷରୁ ଦର୍ଶାଯାଇଥିଲା । ଚଳିତ ବର୍ଷ ବିଜ୍ଞାନ ଓ ବାଣିଜ୍ୟରେ ରେକର୍ଡ ପାସ ହାର ହୋଇଛି ।

ସେହିପରି ବିଜ୍ଞାନରେ ୯୯.୮୮ ପ୍ରତିଶତ ପିଲା ପାସ କରିଥିବା ବେଳେ ବାଣିଜ୍ୟରେ ୯୯.୫୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଥିଲେ । କରୋନା ପାଇଁ ବିନା ପରୀକ୍ଷାରେ ଏଥର ରେଜଲ୍ଟ ପ୍ରକାଶ ପାଇଛି।

 

ଆଫଗାନିସ୍ତାନର ବଡ଼ ବଡ଼ ସହରକୁ କବଜା କଲା ତାଲିବାନ୍

ତାଲିବାନ: ଆଫଗାନିସ୍ତାନର ଅନ୍ୟତମ ବଡ଼ ବଡ଼ ସହର ହେରାତ ଓ କନ୍ଦାହାରକୁ କବ୍‌ଜା କରିଛି ତାଲିବାନ୍‌ । ପୂର୍ବରୁ ଗଜନୀ ସହରକୁ ନିଜ କବ୍‌ଜାକୁ ନେଇଥିଲା ତାଲିବାନ। ଆଫଗାନିସ୍ତାନର ଦ୍ୱିତୀୟ ବୃହତମ ସହର ହେଉଛି କନ୍ଦାହାର । ଆତଙ୍କବାଦୀମାନେ ସହରର ସହୀଦ ମଇଦାନଠାରେ ପହଞ୍ଚି ସାରିଛନ୍ତି । କନ୍ଦାହାର ସହର ପରେ ତାଲିବାନର ବଡ଼ ଟାର୍ଗେଟ ହେଉଛି କାବୁଲ ।

ସୂଚନା ଅନୁଯାୟୀ, ତାଲିବାନୀ ମାନେ କନ୍ଧାରର ଜେଲ ମଧ୍ୟ ଭାଙ୍ଗିଛନ୍ତି। ଜେଲ ଭାଙ୍ଗିବା ସହ ସେଠାରେ ଥିବା ସମସ୍ତ ରାଜନୈତିକ କଏଦୀଙ୍କୁ ନେଇ ପଳାଇଛନ୍ତି। ଏଭଳି ଭାବେ ଯଦି ତାଲିବାନର ବର୍ବରତା ଜାରି ରୁହେ, ତେବେ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ତାଲିବାନ ନିଜ ଅକ୍ତିଆରକୁ ନେଇଯିବ ବୋଲି ପୂର୍ବାନୁମାନ କରିଛି ଆମେରିକାର ଗୁଇନ୍ଦା ସଂସ୍ଥା । ଏବେ ସୁଦ୍ଧା ଆଫଗାନିସ୍ତାନର ଅଧାରୁ ଅଧିକ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇ କ୍ରୁର ଶାସନ ଆରମ୍ଭ କରିଛି ତାଲିବାନ ।

ଏପଟେ ପରିସ୍ଥିତିକୁ ନଜରରେ ରଖି ଆଫଗାନିସ୍ତାନ ନିଜର ସେନା ମୁଖ୍ୟ ପରିବର୍ତ୍ତନ କରିଛି । ଅନ୍ୟପଟେ ଆଫଗାନିସ୍ତାନକୁ ଭାରତ ଦେଇଥିବା ଯୁଦ୍ଧ ବିମାନ MI-24କୁ ନିଜ ଅକ୍ତିଆରକୁ ନେଇଛି ତାଲିବାନ । ୨୦୧୯ରେ ଭାରତ ଆଫଗାନିସ୍ତାନକୁ ଏହି ହେଲିକପ୍ଟର ଗିଫ୍ଟ ଦେଇଥିଲା ।

ଆଫଗାନିସ୍ତାନରେ ଏଭଳି ସଙ୍କଟ ଦେଖି ପଡୋଶୀ ଦେଶ ମଧ୍ୟ ଚିନ୍ତାରେ । ଆପୋଷ ଆଲୋଚନା ମଧ୍ୟରେ ବିବାଦର ସମାଧାନ ହେବା ଦରକାର ବୋଲି ବିରୋଧୀ କହିଛନ୍ତି । ଆମେରିକା ମଧ୍ୟ ଏଥିରେ କୌଣସି ପ୍ରକାର ହସ୍ତକ୍ଷେପ ନକରିବାକୁ ସିଧାସିଧା କହିଦେଇଛନ୍ତି। ଏପଟେ ଆଫଗାନ୍‌  ସରକାରୀ କ୍ଷମତାକୁ ତାଲିବାନ ସହ ବାଣ୍ଟିବା ପାଇଁ ଚିନ୍ତା କରୁଛନ୍ତି। ଦେଶରେ ଚାଲିଥିବା ହିଂସାକୁ ବନ୍ଦ କଲେ ତାଲିବାନ, ସରକାରରେ ମଧ୍ୟ କିଛି ମାତ୍ରାରେ କ୍ଷମତାରେ ରହିବ ବୋଲି ଆଫଗାନ୍‌ ସରକାର ପ୍ରସ୍ତାବ ରଖିଛନ୍ତି ।

ଓଡ଼ିଶାରେ ଚାକିରି କରିବାକୁ ଚାହୁଁଛନ୍ତି ଅଲିମ୍ପିଆନ ଦୀପଗ୍ରେସ ଏକ୍କା

ଭୁବନେଶ୍ୱର: ଓଡ଼ିଶାରେ ଚାକିରି କରିବାକୁ ଚାହୁଁଛନ୍ତି ଅଲିମ୍ପିଆନ ଦୀପଗ୍ରେସ ଏକ୍କା। ଭୁବନେଶ୍ୱରରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭାରେ ସମ୍ମାନୀତ ହେବା ଅବସରରେ ଏହା କହିଛନ୍ତି ଭାରତୀୟ ମହିଳା ହକି ଦଳର ଉପ ଅଧିନାୟକ। ଦୀପଗ୍ରେସ ବର୍ତ୍ତମାନ ମୁମ୍ବାଇ ରେଳବିଭାଗରେ କାର୍ଯ୍ୟରତ ଅଛନ୍ତି। ଓଡ଼ିଶାରେ ଚାକିରି ପାଇଁ ତାଙ୍କୁ ଅଫର ମିଳିଲେ ନିଶ୍ମୟ ଗ୍ରହଣ କରିବେ ବୋଲି କହିଛନ୍ତି ଦୀପଗ୍ରେସ। ୪ ଓଡ଼ିଆ ଖେଳାଳିଙ୍କୁ ଆଜି ସମ୍ବର୍ଦ୍ଧନା ଜଣାଇଥିଲା ହକି ଫ୍ୟାନ୍ସ ଏବଂ ୱେଲ ୱିସର ଅନୁଷ୍ଠାନ। ଭୁବନେଶ୍ୱର ସ୍ଥିତ ଏକ ହୋଟେଲରେ ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଭାରତୀୟ ହକିର ପୂର୍ବତନ କ୍ୟାପଟେନ ଦିଲ୍ଲୀପ ତିର୍କୀଙ୍କୁ ମଧ୍ୟ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ପୂର୍ବତନ କ୍ରୀଡା ପ୍ରଶାସକ ଅଶୋକ ମହାନ୍ତି ସମ୍ବର୍ଦ୍ଧନା ସଭାର ପରିଚାଳନା କରିଥିଲେ।

ପ୍ରଧାନମନ୍ତ୍ରୀ ଶ୍ରମ ପୁରସ୍କାର ଘୋଷଣା, ଓଡ଼ିଶାରୁ ମୋଟ ୧୫ ଜଣ ପାଇବେ ପୁରସ୍କାର

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ଶ୍ରମ ଆୱାର୍ଡରେ ସ୍ଥାନ ପାଇଥିବା ବ୍ୟକ୍ତିଙ୍କ ତଥ୍ୟ ଭାରତ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି। ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ୬୯ ଜଣ ବ୍ୟକ୍ତି। ସମୁଦାୟ ୫ଶହ ବ୍ୟକ୍ତିଙ୍କ ନାମକୁ ସୁପାରିସ୍‌ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ, ପବ୍ଲିକ୍‌ କମ୍ପାନୀ ଏବଂ ରାଜ୍ୟ ସରକାର ଓ ବେସରକାରୀ ଅନୁଷ୍ଠାନରେ କାମ କରୁଛନ୍ତି ଏହି ସମସ୍ତ ୫୦୦ ବ୍ୟକ୍ତି। ସେମାନଙ୍କର ଦକ୍ଷତା, କାର୍ଯ୍ୟ ଶୈଳୀକୁ ବିଚାରକୁ ନିଆଯାଇ ଏହି ତଥ୍ୟ ପ୍ରକାଶ କରାଯାଇଛି। ଏହା ତିନୋଟି କ୍ୟାଟେଗୋରୀରେ ମିଳିବ।

୫ଶହ ଜଙ୍କ ମଧ୍ୟରୁ ଓଡ଼ିଶାରୁ ମୋଟ ୧୫ ଜଣ ଏହି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ବେଳେ ୬ ଜଣ କେବଳ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ର କର୍ମଚାରୀ ହୋଇଥିବା ଜଣାପଡ଼ିଛି। ୬ ଜଣ ଶ୍ରମ ଭୂଷଣ ପାଇବାକୁ ଥିବା ବେଳେ ୬ ଜଣ ଶ୍ରମବୀର ଏବଂ ୩ ଜଣଙ୍କୁ ଶ୍ରମ ଶ୍ରୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି।

ଶ୍ରମ ଭୂଷଣ ଯେଉଁଥିରେ ୧ ଲକ୍ଷ ଟଙ୍କା ପୁରସ୍କାର ରହିଛି। ଶ୍ରମ ବୀର ପାଇଁ ୬୦ ହଜାର ଏବଂ ଶ୍ରମ ଶ୍ରୀ ପାଇଁ ୪୦ ହଜାର ଟଙ୍କା ପ୍ରଦାନ କରାଯିବ। ୨୦୧୮ ମସିହା ପାଇଁ ଶ୍ରମ ଭୂଷଣରେ ୪ ଜଣଙ୍କୁ ମନୋନୀତ କରାଯାଇଥିବା ବେଳେ ଶ୍ରମବୀର ପାଇଁ ୧୨ ଜଣ ଏବଂ ଶ୍ରମ ଶ୍ରୀ ପାଇଁ ୧୭ ଜଣଙ୍କୁ ଏହି ପୁରସ୍କାର ମିଳିବ। ସମୁଦାୟ ୩୩ ଜଣ ଆୱାର୍ଡ ପାଉଥିବା ବେଳେ ବଳକା ଟିମ୍‌ ବା ଅନୁଷ୍ଠାନରେ କାମ କରୁଥିବା ଜଣେରୁ ଅଧିକ ବ୍ୟକ୍ତିଙ୍କୁ ମିଳିବ ବୋଲି ଜଣାପଡ଼ିଛି।

 

ପ୍ରତିଶ୍ରୁତିକୁ ଭୁଲିଯାଇ ପ୍ରେମିକାକୁ ଧୋକା ଦେଇଥିଲେ, ଏବେ ଜେଲରେ ବାହା ହେଲେ

କଟକ: ପ୍ରଥମେ ଭଲ ପାଇଲେ ତାପରେ ବିବାହର ପ୍ରତଶ୍ରୁତି ଦେଲେ।  କିନ୍ତୁ ସମୟର ସହ ବଦଳି ଯାଇଥିଲା ସବୁକିଛି। ପ୍ରତିଶ୍ରୁତି ପାଣିର ଗାର ପାଲଟିଥିଲା। ପ୍ରତିଶ୍ରୁତିକୁ ଭୁଲିଯାଇ ଧୋକା ଦେଥିଲା ପ୍ରରେମିକ। ବାହା ହେବନି ବୋଲି ପ୍ରେମିକାକୁ କହିଥିଲା। ଯାହାପରେ ଅଭିଯୁକ୍ତ ସାଜି ଜେଲକୁ ଯାଇଥିଲା ପ୍ରେମିକ।

କିଛି ଦିନ ଜେଲରେ ରହିଲା ପରେ ନିଜ ଭୁଲକୁ ବୁଝିବା ସହ ଯୁବତୀଙ୍କୁ ବାହା ହେବାକୁ ମନବଳାଇଥିଲା। ଆଉ ଏବେ ଜେଲ ଭିତରେ ପ୍ରେମିକାର ମଥାରେ ସିନ୍ଦୁର ପିନ୍ଧାଇଛି ପ୍ରେମିକ। ସାତ ଜନମର ଜୀବନ ସାଥୀ ଭାବେ ଗ୍ରହଣ କରିଛି।

ଚୌଦ୍ୱାର ସର୍କଲ ଜେଲରେ ଅଭିଯୁକ୍ତ ବର ଓ ପୀଡିତା କନ୍ୟା ଙ୍କ ଶୁଭବିବାହ ଅନୁଷ୍ଠିତ ହୋଇଛି। ହିନ୍ଦୁ ଧର୍ମ ରୀତି ନୀତି ଅନୁଯାଇ ଶୁଭ ବିବାହ କାର୍ଯ୍ୟକ୍ରମ ଚୌଦ୍ୱାର ସର୍କଲ ଜେଲ ସଭା ଗୃହ ରେ ବ୍ରହ୍ମଣ ବେଦପାଠ ମଧ୍ୟ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବିବାହ ପାଈଁ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ ନିର୍ଦେଶ ଦେଇଥିଲେ।

ମଣ୍ଡଳ କାରାଗାର ଚୌଦ୍ୱାର ର ବରିଷ୍ଠ ଅଧିକ୍ଷକ, ଜେଲର, ୱେଲଫେୟାର ଅଫିସର, ଜେଲ କର୍ମଚାରୀ ଓ ସ୍ୱେଛାସେବୀ ସଂଗଠନ ର କର୍ମକର୍ତା ଙ୍କ ଉପସ୍ଥିତରେ ବିଚାରଧୀନ ବନ୍ଦୀ ଅଂଶୁମାନ ମଳିକ ଓ ପୀଡିତା ଚିନ୍ମୟୀ ସେଠୀଙ୍କ ମଧ୍ୟରେ ଶୁଭ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିବା ସୂଚନା ଦେଇଛନ୍ତି ଜେଲ ବିଭାଗର ବରିଷ୍ଠ ଅଧିକାରୀ।