IPL 2021: ସନରାଇଜର୍ସର ଜଣେ ଖେଳାଳି ପଜିଟିଭ୍, ଆଇସୋଲେସନରେ ୬ ସଦସ୍ୟ

1 min read
IPL 2021 Sunrisers Hyderabad Player Tests Positive

ଦୁବାଇ: ଦୀର୍ଘ ସମୟର ବ୍ୟବଧ୍ୟାନ ପରେ ୟୁଏଇରେ ଖେଳାଯାଉଛି ଆଇପିଏଲ୍ । ବଳକା ମ୍ୟାଚ ଆରମ୍ଭର ଚତୁର୍ଥ ଦିନରେ ଚିନ୍ତାଜନକ ଖବର ଆସିଛି । ସନରାଇଜର୍ସ ହାଇଦ୍ରାବାଦର ଜଣେ ଖେଳାଳିଙ୍କ ନମୁନା କୋଭିଡ୍ ପଜିଟିଭ୍ ଆସିଛି । ଯାହା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ୬ ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଛି ।

IPL 2021 Sunrisers Hyderabad Player Tests Positive

ଆଜି ସନ୍ଧ୍ୟାରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ମଧ୍ୟରେ ମୁକାବିଲା ହେବ । ଏହା ପୂର୍ବରୁ ଦଳର ପେସ୍ ବୋଲର ଟି. ନଟରାଜନ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ତେବେ ଆଜିର ମ୍ୟାଚ୍ ଏହାଦ୍ୱାର ପ୍ରଭାବିତ ହେବ ନାହିଁ । ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ ।

ମ୍ୟାଚ୍ ଆରମ୍ଭ ପୂର୍ବରୁ ହୋଇଥିବା ଆରଟି-ପିସିଆର୍ ଟେଷ୍ଟରେ ଟି.ନଟରାଜନ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ସେ କରୋନା ସଂକ୍ରମିତ ଜଣାପଡ଼ିବା ପରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତଙ୍କୁ ଆଇସୋଲେଟ୍ କରାଯାଇଛି ।

IPL 2021 Sunrisers Hyderabad Player Tests Positive

ଆଇସୋଲେସନରେ ଦଳରେ ଖେଳାଳି ବିଜୟ ଶଙ୍କର, ବିଜୟ କୁମାର (ଟିମ୍ ମ୍ୟାନେଜର), ଶ୍ୟାମ ସୁନ୍ଦର (ଫିଜିୟୋ), ଅଞ୍ଜନା ବନ୍ନନ (ଡକ୍ଟର), ତୁଷାର ଖେଡକର (ଲଜିଷ୍ଟିକ ମ୍ୟାନେଜର), ପିଏ. ଗଣେଶନ (ନେଟ୍ ବୋଲର) ଆଇସୋଲେସନରେ ଅଛନ୍ତି । ଟିମର ଅନ୍ୟ ସମସ୍ତ ସଦସ୍ୟଙ୍କ ନମୁନା କରୋନା ନେଗେଟିଭ୍ ଆସିଛି ।

Leave a Reply