ସ୍କୁଲରେ ପଶି ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ଶିକ୍ଷକ ସ୍ୱାମୀଙ୍କ ହତ୍ୟା ଉଦ୍ୟମ: ଥାନାରେ ଅଟକ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଦୁର୍ଗାପାଲି ଗାଁରେ ଅଭାବନୀୟ ଘଟଣା । ସ୍କୁଲ ଭିତରେ ପଶି ସ୍ତ୍ରୀକୁ ସ୍ୱାମୀର ହତ୍ୟା ଉଦ୍ୟମ । ଆକ୍ରମଣର ଶିକାର ସ୍ତ୍ରୀ ଜଣଙ୍କ ହେଉଛନ୍ତି ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟର ସଂସ୍ମୃତ ଶିକ୍ଷୟିତ୍ରୀ ସଞ୍ଜୁରାଣୀ ଦେବତା । ସ୍କୁଲରେ ଶିକ୍ଷକତା ସମୟରେ ଏଭଳି ଆକ୍ରମଣ କରିଛି ଶିକ୍ଷକ ସ୍ୱାମୀ । ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ଯୌତୁକ ନିର୍ଯାତନା ନେଇ ତାଙ୍କ ସ୍ୱାମୀ ଏଭଳି କାଣ୍ଡ ଭିଆଇଥିବା ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ସ୍ୱାମୀ ପ୍ରଦୀପ ପଣ୍ଡାକୁ ନିଜ ହେପାଜତକୁ ନେବା ସହ ପଚରାଉଚରା ଚଳାଇଛି ।

ସଞ୍ଜୁ ଦେବତା ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ବଣ୍ଡାବାହାଲର ପ୍ରଦୀପ ପଣ୍ଡାଙ୍କୁ ଗତ ଏକ ବର୍ଷ ତଳେ ବୈଦିକ ରୀତିନୀତି ଅନୁସାରେ ବିବାହ କରିଥିଲେ । ପ୍ରଦୀପ ଟିଟିଲାଗଡ଼ ସ୍ଥିତ ସିଲୁଆଁ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରନ୍ତି । ତେବେ ବିବାହ ସମୟରେ ଯୌତୁକ କମ୍ ଆଣିଥିବାରୁ ତାଙ୍କ ସ୍ୱାମୀ ବିବାହର ୫ ଦିନ ପରେ ତାଙ୍କୁ ଗାଲିଗୁଲଜ କରିବା ସହ ମାଡ଼ ମାରିବା ଆରମ୍ଭ କରିଥିଲେ। ଏକ ବର୍ଷା ମଧ୍ୟରେ ପ୍ରାୟ ୫ ଥର ଏଭଳି ଘଟଣା ଘଟିବାରୁ ସଞ୍ଜୁ ତାଙ୍କ ସ୍ୱାମୀଙ୍କୁ ଛାଡି ଅନ୍ୟତ୍ର ରହିବାକୁ ନିଷ୍ପତ୍ତି ନେଲେ । ସେ ନିଜର କାର୍ଯ୍ୟସ୍ଥଳ ଦୁର୍ଗାପାଲ୍ଲୀରେ ଭଡ଼ା ଘରେ ରହୁଥିଲେ । ଅନ୍ୟତ୍ର ରହିବା ଦିନ ଠାରୁ ପ୍ରଦୀପ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିବା ସେ କହିଥିଲେ। ତେବେ ବୁଧବାର ଦିନ ସକାଳ ପ୍ରାୟ ୧୧.୦୦ ସମୟରେ ସଞ୍ଜୁଙ୍କ ବିଦ୍ୟାଳୟକୁ ଯାଇ ତାଙ୍କୁ କଥା ହେବାକୁ ଡାକିଥିଲେ । ଏଥିରେ ସଞ୍ଜୁ ମନା କରିବାରୁ ଛୁରୀ ଦେଖାଇ ଆକ୍ରମଣ କରିଥିଲେ। କୌଶଳ କ୍ରମେ ସଞ୍ଜୁ ତାଙ୍କ କବଳରୁ ଖସି ଯାଇଥିଲେ। ମାତ୍ର ତାଙ୍କ ତଣ୍ଟିରେ ଛୁରୀ ବାଜି କ୍ଷତ ହୋଇଥିଲା । ସ୍କୁଲ କର୍ମଚାରୀମାନେ ପ୍ରଦୀପ ପଣ୍ଡାଙ୍କୁ କାବୁ କରି ପୁଇଁତଲା ପୁଲିସ କୁ ଖବର ଦେଇଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ପ୍ରଦୀପଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି ।

Leave a Reply