ବ୍ରିଟେନ ଭ୍ରମଣ ନୀତିରେ ସଂଶୋଧନ, କୋଭିଶିଲ୍ଡକୁ ମାନ୍ୟତା କିନ୍ତୁ ୧୦ ଦିନ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ

1 min read

ନୂଆଦିଲ୍ଲୀ: ଭାରତ ସରକାର କଡ଼ା ଆଭିମୁଖ୍ୟ ପରେ ମୁଣ୍ଡ ନୁଆଇଲା ବ୍ରିଟେନ । ଟ୍ରାଭେଲ ଗାଇଡଲାଇନରେ ସାମାନ୍ୟ କିଛି ପରିବର୍ତ୍ତନ ଆଣିଛନ୍ତି ବ୍ରିଟେନ ସରକାର । ବୁଧବାର ନୂଆ ନୀତିରେ କୋଭିସିଲ୍‌ଡକୁ ମାନ୍ୟତା ଦେଇଛି ବ୍ରିଟେନ । କୋଭିସିଲଡର ଦୁଇଟି ଡୋଜ୍ ନେଇସାରିଥିବା ଯାତ୍ରୀଙ୍କୁ ବ୍ରିଟେନ ଯାତ୍ରା ପାଇଁ ଅନୁମତି ଦେଇଛି । ହେଲେ ଏବେ ବି ୟୁକେ ଯାଉଥିବା ଭାରତୀୟ ଯାତ୍ରୀଙ୍କୁ ୧୦ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ ବୋଲି ବ୍ରିଟେନ ସରକାର ଗାଇଡଲାଇନରେ ଉଲ୍ଲେଖ କରିଛନ୍ତି । ଏବେ ଭାରତ ସରକାର ଦେଉଥିବା ଟିକାକରଣ ପ୍ରମାଣପତ୍ରକୁ ନେଇ କିଛି ସମସ୍ୟା ରହିଛି ବୋଲି ବ୍ରିଟେନ ସରକାର କହିଛନ୍ତି । ପୂର୍ବରୁ ୟୁକେ ଟ୍ରାଭେଲ ଆଡଭାଇଜରୀ ଜାରି କରାଯାଇଥିଲା । ଯାହା ୪ ଅକ୍ଟୋବରରୁ ଲାଗୁ ହେବ । ମାତ୍ର ଏଥିରେ ଭାରତୀୟ ଭ୍ୟାକସିନକୁ ଅନୂମତି ଦିଆଯାଇଥିବାରୁ ଭାରତ ଆସୁଥିବା ବ୍ରିଟେନ ଯାତ୍ରୀଙ୍କ ପାଇଁ ସମାନ କଟକଣା ଲାଗୁ କରାଯିବ ବୋଲି ଚେତାବନୀ ଦେଇଥିଲେ ଭାରତ ସରକାର । ଯାହାପରେ ୟୁକେ ଟ୍ରାଭେଲ ଗାଇଡଲାଇନରେ ସାମାନ୍ୟ କିଛି ପରିବର୍ତ୍ତନ ଆଣିଛନ୍ତି ।

  • ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ କୋଭିଡ ପରୀକ୍ଷା ଭାରତରୁ ବିମାନରେ ଆସିବାର ତିନି ଦିନ ପୂର୍ବରୁ କରାଯିବା ବାଧ୍ୟତମୂଳକ ।
  • ପହଞ୍ଚିବା ପରେ, ଦ୍ୱିତୀୟ ଏବଂ ଅଷ୍ଟମ ଦିନରେ, PCR ଟେଷ୍ଟ କରାଯିବ । ଭାରତରୁ ବାହାରିବା ପୂର୍ବରୁ ଏହି ପରୀକ୍ଷା ପାଇଁ ବୁକ୍ କରିବା ଆବଶ୍ୟକ ।
  • ଭାରତୀୟ ଯାତ୍ରୀମାନେ ଇଂଲଣ୍ଡରେ ପହଞ୍ଚିବା ପୂର୍ବରୁ ସେମାନଙ୍କର ଯାତ୍ରୀ ଲୋକେଟର ଫର୍ମ ପୂରଣ କରିବା ଆବଶ୍ୟକ ।
  • ସମସ୍ତ ଭାରତୀୟ ଯାତ୍ରୀମାନେ ୧୦ ଦିନ ପାଇଁ ଘରେ କ୍ୱାରେଣ୍ଟାଇନ କରିବା ବାଧ୍ୟତାମୂଳକ
  • ଯାତ୍ରାର ଦୁଇ ଦିନ ଏବଂ ଆଠ ଦିନ ପୂର୍ବରୁ ଜଣେ Covid-19 ପରୀକ୍ଷା କରିବା ଆବଶ୍ୟକ

Leave a Reply