ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ପ୍ରଶଂସା କଲେ ବିରୋଧୀ

ବଲାଙ୍ଗିର: ବିକାଶର ପଥରେ ଆଗଉଛି ବଲାଙ୍ଗିର । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପ ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହ ବଲାଙ୍ଗିର ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ବଲାଙ୍ଗିରରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।

ରାଜ୍ୟ ସରକାରଙ୍କ ବିଏସକେୱାଇକୁ ପ୍ରଶଂସା କରିଛନ୍ତି ନରସିଂହ । ରାଜ୍ୟ ସରକାର ହାତକୁ ନେଇଥିବା ଯୋଜନା କେନ୍ଦ୍ରର ଆୟୁଷ୍ମାନ ଭାରତ ଠାରୁ ଭଲ । ଏଥିରେ ପୁରୁଷଙ୍କୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା ମିଳିବ । ଏହା ସ୍ୱାଗତ ଯୋଗ୍ୟ ।

Congress MLA Appreciated Odisha Govt's BKSY Balangir

ସେହିଭଳି କଣ୍ଟାବାଞ୍ଜି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ରାଜ୍ୟ ସରକାରଙ୍କ ବିଏସକେୱାଇକୁ ପ୍ରଶଂସା କରିଛନ୍ତି । କେନ୍ଦ୍ରର ଆୟୁଷ୍ମାନ ଭାରତ ରାଜ୍ୟରେ ପ୍ରଚଳନ ନକରି ଓଡ଼ିଶା ସରକାର ଭଲ କାମ କରିଛନ୍ତି । କରୋନା ସମୟରେ ଆୟୁଷ୍ମାନ ଭାରତ କାର୍ଡ ଧରି ଚିକିତ୍ସା ପାଇଁ ଯାଇଥିବା ଲୋକେ ଉପକୃତ ହୋଇନାହାଁନ୍ତି । ସେ ଦୃଷ୍ଟିରୁ ଓଡ଼ିଶାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଲ । ଗରିବ ଓ ମଧ୍ୟବିତ୍ତ ଲୋକ ଉପକୃତ ହୋଇପାରିବେ ।

ବଲାଙ୍ଗିର ଜିଲ୍ଲାରେ ବସ୍ ଟର୍ମିନାଲ ସମସ୍ତଙ୍କ ଦାବି ଥିଲା । ଆଜି ତାହା ପୂରଣ ହେବାକୁ ଯାଉଛି । କଣ୍ଟାବାଞ୍ଜିରେ ଆଇଟିଆଇ କୋଠା ଲୋକାର୍ପଣ ହୋଇଛି । ମୁଖ୍ୟମନ୍ତ୍ରୀ ବଲାଙ୍ଗିର ଆସିଥିବାରୁ ସମସ୍ତଙ୍କ ତରଫରୁ ସ୍ୱାଗତ କରୁଛୁ ବୋଲି କହିଛନ୍ତି ସନ୍ତୋଷ ସିଂ ସାଲୁଜା ।

Leave a Reply