spot_img
Home Blog Page 5321

ରାଷ୍ଟ୍ରପତି ପୋଲିସ ସେବା ମେଡାଲ ଘୋଷିତ: ଓଡ଼ିଶାର ୮୦ଜଣ ପୋଲିସ କର୍ମଚାରୀ ପାଇବେ ପଦକ

ଭୁବନେଶ୍ୱର: ସ୍ୱାଧୀନତା ଦିବସ ପାଇଁ ରାଷ୍ଟ୍ରପତି ପୋଲିସ ପଦକ ଘୋଷିତ ହୋଇଛି । ଚଳିତବର୍ଷ ରାଜ୍ୟର ସର୍ବାଧିକ ପୋଲିସ କର୍ମଚାରୀଙ୍କୁ ପଦକ ମିଳିବ । ଓଡ଼ିଶାର ୮୦ପୋଲିସ କର୍ମଚାରୀଙ୍କୁ ପଦକ ମିଳିବ । ସାହସିକତା ପାଇଁ ୬୭ଜଣଙ୍କୁ ପୋଲିସ ପଦକ ମିଳୁଥିବାବେଳେ ଅତି ଉଲ୍ଲେଖନୀୟ ସେବା ପାଇଁ ୨ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ । SIW ଡିଏସପି ଉମାଶଙ୍କର ପଣ୍ଡା ଓ ଭିଜିଲାନ୍ସ କନେଷ୍ଟବଳ ଭାବଗ୍ରାହୀ ତ୍ରିପାଠୀଙ୍କୁ ପଦକ ମିଳିବ । ସେପଟେ ଉଲ୍ଲେଖନୀୟ ସେବା ପାଇଁ ୧୧ଜଣଙ୍କୁ ପୋଲିସ ପଦକ ମିଳିବ । କଟକ ସେଣ୍ଟ୍ରାଲ ରେଞ୍ଜ ଆଇଜି ନରସିଂହ ଭୋଳ, ଯାଜପୁର ଅତିରିକ୍ତ ଏସପି ଜୟରାମ ଶତପଥୀ, ଏସଓଜି ଡେପୁଟୀ କମାଣ୍ଡାଣ୍ଟ ଅଶୋକ କୁମାର ସାହୁ, କଟକ ୟୁପିଡିର ସହକାରୀ କମିଶନର ଅମରେନ୍ଦ୍ର ପଣ୍ଡାଙ୍କୁ ଏହି ପଦକ ମିଳିବ । ସେହିପରି ବରଗଡ଼ର ଡେପୁଟୀ ଏସପି ପ୍ରଦୀପ କୁମାର ସାହୁ, ସମ୍ବଲପୁରର ଡେପୁଟୀ ଏସପି ତପନ କୁମାର ସାହୁ, ଭବାନୀପାଟଣାର ଭିଜିଲାନ୍ସ ଡେପୁଟୀ ଏସପି ସତ୍ୟବାନ ମହାନନ୍ଦ, ଭୁବନେଶ୍ୱର ଅର୍ଥନୈତିକ ଅପରାଧ ଶାଖା ଏସଆଇ ସୁକାନ୍ତ କୁମାର ମହାନ୍ତି, ଭୁବନେଶ୍ବର ୟୁପି ଓ ଟିଟିଆଇର ହାବିଲଦାର ଶେଖ୍ ଅବିର, କଟକ ଭିଜିଲାନ୍ସ ନିର୍ଦ୍ଦେଶାଳୟର କନଷ୍ଟେବଳ ଭଗବାନ ସାହୁ ଓ ରାଉରକେଲା ଓଏସଏପି ଚତୁର୍ଥ ବାଟାଲିୟନର ସିପାହି ବିଶ୍ୱକର୍ମା ମୁଣ୍ଡାଙ୍କୁ ଏହି ପଦକ ମିଳିବ ।

୧୪ ଅଗଷ୍ଟକୁ ବିଭାଜନ ବିଭୀଷିକା ଦିବସ ଭାବେ ପାଳନ କରିବ ଭାରତ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଅଗଷ୍ଟ ୧୪ ତାରିଖକୁ ଭାରତ ବିଭୀଷିକା ଦିବସ ଭାବେ ପାଳନ କରିବେ । ୧୯୪୭ ମସିହାରେ ଭାରତୀୟ ଉପମହାଦେଶର ବିଭାଜନ କାଳୀନ ଯନ୍ତ୍ରଣା ଓ ଲକ୍ଷାଧିକ ବିସ୍ତାପିତଙ୍କ ସଂଘର୍ଷକୁ ମନେ ପକାଇ ଏହି ଦିବସ ପାଳନ କରିବାକୁ ଭାରତ ନିଷ୍ପତ୍ତି ନେଇଛି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଭାରତ-ପାକିସ୍ତାନ ବିଭାଜନକୁ ମନେ ପକାଇଛନ୍ତି । ସେ କହିଛନ୍ତି ଯେ, ଦେଶ କେବେ ମଧ୍ୟ ବିଭାଜନର ଯନ୍ତ୍ରଣାକୁ ଭୁଲି ପାରିବ ନାହିଁ । ଘୃଣା ଓ ହିଂସା ପାଇଁ ଆମର ଲକ୍ଷାଧିକ ଭାଇଭଉଣୀ ନିଜ ଜୀବନ ହରାଇଥିଲେ ।
ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ବିଭାଜନ କାଳରେ ବିସ୍ଥାପିତ ହୋଇଥିବା ଲକ୍ଷାଧିକ ଭାଇଭଉଣୀଙ୍କ ସଂଘର୍ଷ ଓ ବଳିଦାନକୁ ମନେ ପକାଇ ଅଗଷ୍ଟ ୧୪ ତାରିଖକୁ ‘ବିଭାଜନ ବିଭୀଷିକା ସ୍ମୃତି ଦିବସ’ ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଏହି ଦିନ ଭେଦଭାବର ବିଷକୁ ସମାପ୍ତ କରିବା ପାଇଁ ପ୍ରେରିତ କରିବ ବୋଲି ସେ କହିଛନ୍ତି । ’PartitionHorrorsRemembranceDayର ଏହି ଆମକୁ ଭେଦଭାବ ଓ ଦୁର୍ଭାବନାର ବିଷକୁ ସମାପ୍ତ କରିବାକୁ ନାକେବଳ ପ୍ରେରିତ କରିବ ଅଧିକନ୍ତୁ ଏହାଦ୍ୱାରା ଏକତା,ସାମାଜିକ ସଦଭାବନା ବି ମଜବୁତ ହେବ ।

ଭାରତୀୟ ଉପମହାଦେଶ ବିଭାଜନ
ଭାରତ ଅଗଷ୍ଟ ୧୫ ତାରିଖ ୧୯୪୭ରେ ସ୍ୱାଧିନତା ପାଇଥିଲା । କିନ୍ତୁ ଏହା ସହିତ ବିଭାଜନ ମଧ୍ୟ ଆସିଥିଲା । ଭାରତ ଓ ପାକିସ୍ତାନ ଦୁଇଟି ଦେଶରେ ପରିଣତ ହୋଇଥିଲେ । କିନ୍ତୁ ଏହି ବିଭାଜନ ଶାନ୍ତିପୂର୍ଣ୍ଣ ନଥିଲା । ଉଭୟ ପଟୁ ହୋଇଥିବା ହିଂସାରେ ଲକ୍ଷାଧିକ ଲୋକ ପ୍ରାଣ ହରାଇଥିଲେ । ପାକିସ୍ତାନରୁ ଫେରୁଥିବା ହିନ୍ଦୁ ଓ ଶିଖଙ୍କ ଉପରେ ଆକ୍ରମଣ ହୋଇଥିଲା । ସେହିଭଳି ଭାରତର କେତେକ ଅଂଚଳରେ ମଧ୍ୟ ହିଂସାକାଣ୍ଡ ହୋଇଥିଲା । ବିଭାଜନ କାଳରେ ହୋଇଥିବା ହିଂସାକାଣ୍ଡରେ ପ୍ରକୃତରେ କେତେ ଲୋକ ପ୍ରାଣ ହରାଇଥିଲେ ତା’ର କୌଣସି ସଠିକ ହିସାବ ନଥିଲେ ମଧ୍ୟ ଆନୁମାନିକ ଏଥିରେ ୧୦ରୁ ୨୦ ଲକ୍ଷ ପ୍ରାଣ ହରାଇଥିବା କୁହାଯାଏ ।

ଏଣିକି ସ୍ୱର୍ଗଦ୍ୱାରରେ ହୋଇପାରିବ ବାହାର ଜିଲ୍ଲାର ଶବଦାହ

ପୁରୀ: ସ୍ୱର୍ଗଦ୍ୱାରରୁ ଉଠିଲା ଶବଦାହ କଟକଣା । ଆସନ୍ତା ୧୬ତାରିଖରୁ ବାହାର ଜିଲ୍ଲାର ଶବ ସତ୍କାରକୁ ମିଳିବ ଅନୁମତି । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । କୋଭିଡ ପାଇଁ ସବୁ ଜିଲ୍ଲା ପାଇଁ କଟକଣା ଜାରି ହୋଇଥିଲା । ଏବେ ସେ କଟକଣା ହଟିଥିବା ବେଳେ ମୃତକଙ୍କ କୋଭିଡ ସାର୍ଟିଫିକେଟ୍ ବାଧ୍ୟତାମୂଳକ କରାଯାଇଛି । ସ୍ୱର୍ଗଦ୍ୱାରରେ ମୃତଦେହ ସହ ୧୦ଜଣଙ୍କ ପ୍ରବେଶକୁ ମିଳିଛି ଅନୁମତି ।

ସୂଚନା ଯୋଗ୍ୟ ଯେ, ଏପ୍ରିଲ ମାସରୁ ପୁରୀ ସ୍ୱର୍ଗଦ୍ୱାରରରେ କରୋନା କାରଣଣୁ ଶବଦାହ ଉପରେ କଟକଣା ଲାଗୁ କରାଯାଥିଲା । ଦିନକୁ ଦିନ ରାଜ୍ୟ ରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାକୁ ପୁରୀ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିଲା । ପୁରୀକୁ ଅଧିକ ରୁ ଅଧିକ ଶବ ସଂସ୍କାର ପାଇଁ ବିଭିନ୍ନ ଜିଲ୍ଲାରୁ ଲୋକେ ଆସୁଛନ୍ତି । ତେଣୁ କୋଭିଡ ବ୍ୟାପିବାର ଆଶଙ୍କା ଦେଖି ପୁରୀ ପ୍ରଶାସନ ଏହି ନିଷ୍ପତି ନେଇଥିଲା ।

ଏଥିସହିତ ପଢ଼ନ୍ତୁ: ବାହାର ଜିଲ୍ଲାର ଲୋକଙ୍କୁ ସ୍ୱର୍ଗଦ୍ୱାର ମନା, ସଂସ୍କାର ହେବନାହିଁ ମୃତଦେହ

ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ: ୯୮.୫୮ ଛାତ୍ରଛାତ୍ରୀ ପାସ୍

ଭୁବନେଶ୍ୱର: ଚଳିତ ଶିକ୍ଷା ବର୍ଷର ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ପ୍ରକାଶ ପାଇଛି । କରୋନା କାରଣରୁ ପରୀକ୍ଷା ହୋଇନଥିବା ବେଳେ ବିକଳ୍ପ ପଦ୍ଧତିରେ ମୂଲ୍ୟାଙ୍କନ ହୋଇଛି ।  ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ରେଜଲ୍ଟ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ମନ୍ତ୍ରୀ ସମୀର ଦାଶ । ୧୮୬୬୮୫ ଜଣ ପରୀକ୍ଷାର୍ଥୀ ପାସ୍ ହୋଇଛନ୍ତି । ୩୦ ହଜାର ୫୧୦ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ୪୬ହଜାର ୧୦୧ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ୧୦ ହଜାର ୭୪ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ମୋଟ ୯୫ ଜଣ ୯୦ ପ୍ରତିଶତ ଉପରେ ନମ୍ୱର ରଖି ପାସ୍ କରିଛନ୍ତି । ୨୭ ହଜାର ୫୯୫ ଜଣ ପରୀକ୍ଷା ଦେଇଥିବା ବେଳେ ୭ହଜାର ୧୬୧ ଜଣ ପାସ୍ କରିଛନ୍ତି । ୨ହଜାର ୧୨୬ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ୧୯୩ ଜଣ ଓ ତୃତୀୟ ଶ୍ରେଣୀରେ ୬ହଜାର ୭୨୬ ପାସ୍ କରିଛନ୍ତି ।

ସେହିଭଳି ଧନ୍ଦାମୂଳକ ଶିକ୍ଷା ରେଗୁଲାରେ ୪୯୨୦ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନ ହୋଇଥିବା ବେଳେ ୪୮୭୯ ଜଣା ପାସ୍ କରିଛନ୍ତି । ୧୦୭୫ ଜଣ ପ୍ରଥମ ଶ୍ରେଣୀ ପାସ୍ କରିଥିବା ବେଳେ ୧୭୫୨ ଦ୍ୱିତୀୟ ଶ୍ରେଣୀ ପାସ୍ କରିଛନ୍ତି  । ଏକ୍ସରେଗୁଲାରେ ୧୨୭୭ ଜଣ ପରୀକ୍ଷା ଦେଇଥିବା ବେଳେ ୪୯୨ ଜଣ ପାସ୍ କରିଛନ୍ତି । ଜଣେ ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି । ୨୧ ଅଗଷ୍ଟ ୨୦୨୧ ସୁଦ୍ଧା ଅଫ୍ ଲାଇନ୍ ପରୀକ୍ଷା ସମ୍ପର୍କରେ ସୂଚନା ଦିଆଯିବ । ତେବେ orisharesults.nic.in ଓ୍ୱେବସାଇଟରେ ପରୀକ୍ଷାର୍ଥୀ ରେଜଲ୍ଟ ଦେଖିପାରିବେ ।

କୋଟିଆ ଅଞ୍ଚଳର ସବୁ ଗାଁରେ ଲାଗିବ ଓଡ଼ିଆ ନାମଫଳକ

କୋରାପୁଟ: କୋଟିଆ ଅଞ୍ଚଳର ସବୁ ଗାଁରେ ଲାଗିଲା ଓଡ଼ିଆ ନାମଫଳକ । ସ୍ୱାଧୀନତା ଦିବସ ପୂବରୁ ୨୧ଟି ଗାଁରେ ଓଡ଼ିଆରେ ରାଜ୍ୟ ସରକାର ନାମ ଫଳକ ଲଗାଇଛନ୍ତି । କୋଟିଆ ଓଡ଼ିଶାର, ଏନେଇ ଓଡିଆ ଫଳକ ଲଗାଇଛନ୍ତି ସରକାର । ଅଞ୍ଚଳକୁ ଅକ୍ତିଆର କରିବା ପାଇଁ ଆନ୍ଧ୍ରର ସବୁ ପ୍ଲାନକୁ ଫେଲ କରିବା ଲାଗି ପ୍ରସ୍ତୁତ ରହିଛି କୋରାପୁଟ ଜିଲ୍ଲା ପ୍ରଶାସନ । ଆସନ୍ତାକାଲି କୋଟିଆରେ ଓଡ଼ିଶା ପକ୍ଷରୁ ସ୍ୱାଧୀନତା ଦିବସ ପାଳନ ନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ଆନ୍ଧ୍ରପ୍ରଦେଶ ସରକାର କୋଟିଆ ଅଞ୍ଚଳରେ ରହିଥିବା ଖଣିଜ ସମ୍ପଦକୁ ହାତେଇବା ପାଇଁ ଅଞ୍ଚଳବାସୀଙ୍କୁ ବିଭିନ୍ନ ଲାଳସା ଦେଖାଉଛି । ଓଡିଶା କିନ୍ତୁ ଅଞ୍ଚଳବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସବୁ ବେଳେ ଚେଷ୍ଟା ଜାରି ରଖିଛି । ଏନେଇ କୋଟିଆର ବିବାଦୀୟ ୨୧ଟି ଗାଁରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଓଡ଼ିଆରେ ନାମ ଫଳକ ଲଗାଇଛି ଜିଲ୍ଲା ପ୍ରଶାସନ ।

ଏଥିସହିତ ପଢ଼ନ୍ତୁ: ଜଗାକୁ ମିଳିଲା ଭଉଣୀ ସୁଭଦ୍ରା

 

 

ଆଫଗାନ-ତାଲିବାନ ସଂଘର୍ଷ: ତୁରନ୍ତ ହିଂସା ରୋକିବାକୁ ତାଲିବାନକୁ କହିଲା ମିଳିତ ଜାତିସଂଘ

ଆଫଗାନିସ୍ତାରେ ବଢ଼ୁଥିବା ତାଲିବାନୀ ବର୍ବରତା ନେଇ ପ୍ରତିକ୍ରିୟାଶୀଳ ହୋଇଛି ମିଳିତ ଜାତିସଂଘ । ସେକ୍ରେଟାରୀ ଜେନେରାଲ  ଆଣ୍ଟୋନିଓ ଗୁଟେରେସ୍  ତୁରନ୍ତ ରକ୍ତପାତ ବନ୍ଦ କରବା ସହ ଆଲୋଚନା ଆରମ୍ଭ କରିବାକୁ ଆହ୍ୱାନ ଦେଇଛନ୍ତି । ସୌନ୍ୟ ବଳ ଦ୍ୱାରା କ୍ଷମତା ଅକ୍ତିଆର ଦୀର୍ଘ ବର୍ଷର ଗୃହଯୁଦ୍ଧର କାରଣ ପାଲଟିବ ବୋଲି ସେ କହିଛନ୍ତି ।

Antonio Guterres appointed as new UN secretary-general | News |  Eco-Business | Asia Pacific

ଆଫଗାନିସ୍ତାନରେ ସାଧାରଣଲୋକଙ୍କୁ ମାଡ଼ ମାରିବା ଓ ହତ୍ୟା ଘଟଣାର ଦୃଢ଼ ନିନ୍ଦା କରିବା ସହ ଏହା ଅନ୍ତର୍ଜାତୀୟ ମାନବାଧିକାର ଆଇନର ଉଲ୍ଲଂଘନ ବୋଲି ସେ କହିଛନ୍ତି । ବର୍ତ୍ତମାନ ତାଲିବାନୀଙ୍କ ଅକ୍ତିଆରରେ ଥିବା ଅଞ୍ଚଳ ଗୁଡ଼ିକରେ ବ୍ୟାପକ ମାନବାଧିକାର ଉଲ୍ଳଂଘନ ହେଉଛି । ସେଠାରେ ବିଶେଷକରି ସାମ୍ୱାଦିକ ଓ ମହିଳା ଓ ଯୁବତୀଙ୍କୁ ଟାର୍ଗେଟ କରାଯାଉଛି । ଯାହା ତାଙ୍କୁ ଖୁବ୍ ବ୍ୟାତିଥ କରିଥିବା କହିଛନ୍ତି ଗୁଟେରେସ୍ ।

Afghanistan: Street fighting rages as Taliban attack key city - BBC News

କେବଳ ୧ମାସ ମଧ୍ୟରେ ୧ହଜାର ଲୋକଙ୍କୁ ଆଫଗାନିସ୍ତାନରେ ହତ୍ୟା କରାଯାଇଥିବା । ତାଲିବାନୀଙ୍କ କବ୍‌ଜାରେ ଥିବା ହେଲମାନ୍ଦ, କାନ୍ଧାର ଓ ହେରାତ୍ ପ୍ରଦେଶରେ ଏହି ଘଟଣା ଘଟିଛି । ଅପରପକ୍ଷରେ ତାଲିବାନୀ ଓ ଆଫଗାନିସ୍ତାନଙ୍କ ଏହି ସଂଘର୍ଷ ମଧ୍ୟରେ ପ୍ରାୟ ୨ଲକ୍ଷ ୪୧ହଜାର ଲୋକଙ୍କୁ ଅନ୍ୟତ୍ର ପଳାୟନ କରିବାକୁ ପଡ଼ିଛି ।

ହସ୍ପିଟାଲରେ ଆହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଖାଦ୍ୟ ଓ ଔଷଧ ସାମଗ୍ରୀର ଅଭାବ ଦେଖିବାକୁ ମିଳିଲାଣି । ପ୍ରତିଦିନ ସଂଘର୍ଷ ପୂର୍ବାପେକ୍ଷା ଅଧିକ ହେବାରେ ଲାଗିଛି । ତେବେ ଉଭୟ ପକ୍ଷଙ୍କୁ ସାଧାରଣ ନାଗରିକଙ୍କ ସୁରକ୍ଷା ନେଇ ଅଧିକ ଯତ୍ନବାନ ହେବାକୁ ଗୁଟେରେସ୍ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଭାଙ୍ଗୁଛି ଆଫଗାନିସ୍ତାନ: ଆମେରିକା ବି ଡରିଲାଣି ତାଲିବାନଙ୍କୁ, ପଠାଇଲା ୪ହଜାର ସୈନିକ

 

ଏସିଏଫ୍ ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ACF ସୌମ୍ୟରଂଜନ ମୃତ୍ୟୁ ମାମଲା । କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର ହେଲା ତଦନ୍ତ ଭାର । ଡିଜିପିଙ୍କ ନିର୍ଦ୍ଦେଶରେ ତଦନ୍ତ ଦାୟିତ୍ୱ ନେଲା କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ୱରେ ୩ଜଣିଆ ଟିମ୍ ଗଠନ ହୋଇଛି । ଏନେଇ ପୋଲିସ ଡିଜି ସୂଚନା ଦେଇଛନ୍ତି । ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ମାମଲାକୁ ଗତ ୧୨ ତାରିଖକୁ ପୁରିଛି ମାସେ । ଏଯାଏଁ ସରିନି ତଦନ୍ତ। ଘଟଣାରୁ ହଟିପାରିନି ପରଦା। ସ୍ପଷ୍ଟ ହୋଇ ପାରିନାହିଁ ମୃତ୍ୟୁର କାରଣ। ଏବେ କ୍ରାଇମବ୍ରାଞ୍ଚ ଖୋଲିବ ସୌମ୍ୟ ମୃତ୍ୟୁ ରହସ୍ୟ ।

ସୂଚନା ଯୋଗ୍ୟ ଯେ, ପୂର୍ବରୁ ସିବିଆଇ ତଦନ୍ତ ଦାବିରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ପିଟିସନ୍ ଦାଖଲ ହୋଇଥିଲା । ଏହା ଅତ୍ୟନ୍ତ ସମ୍ବେଦନଶୀଳ ମାମଲା । ତେଣୁ ଏହାର ତଦନ୍ତ CBIକୁ ଦେବା ପାଇଁ ହାଇକୋର୍ଟରେ ଦାବି ହୋଇଥିଲା । CBI ନଚେତ୍ ହାଇକୋର୍ଟଙ୍କ ତତ୍ୱାବଧାନରେ ସ୍ୱାଧୀନ କମିଟି ଦ୍ୱାରା ତଦନ୍ତ କରାଇବା ପାଇଁ ଦାବି ହୋଇଛି । ହାଇକୋର୍ଟରେ ଦାଖଲ ରିଟ୍ ପିଟିସନରେ ୬ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି । କେନ୍ଦ୍ର ଗୃହ ସଚିବ, ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟ ଗୃହ ସଚିବ, ଡିଜିପି , ଗଜପତି ଏସ୍‌ପି ଓ ପାରଳାଖେମୁଣ୍ଡି ଆଇଆଇସିଙ୍କୁ ଏଥିରେ ପକ୍ଷଭୁକ୍ତ କରା ଯାଇଛି । ଡିଏଫଓ, ରୋଷେୟା ଓ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବିରୋଧରେ ପରିବାର ପକ୍ଷରୁ ଏତଲା ଦିଆଯାଇଛି । DFOଙ୍କ ସହ ବିଦ୍ୟାଭାରତୀଙ୍କ ଅନୈତିକ ସଂପର୍କ ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ଦାବି: ହାଇକୋର୍ଟରେ ପିଟିସନ୍ ଦାଖଲ

ଜଗାକୁ ମିଳିଲା ଭଉଣୀ ସୁଭଦ୍ରା

ଫୁଲବାଣୀ: ଭାଇକୁ ହରାଇଥିଲା ଏବେ ଭଉଣୀ ଟିଏ ପାଇଲା । ଫୁଲବାଣୀର ଯୋଡ଼ାମୁଣ୍ଡ ଶିଶୁ ଜଗା, ଭାଇ ବଳିଆକୁ ହରାଇଥିବା ବେଳେ ଏବେ ସେ ଭଉଣୀ ଟିଏ ପାଇଛି । ଯାହା ନାଁ ରହିଛି ସୁଭଦ୍ରା । ଆଉ ଏହା ପରେ ଭାଇକୁ ହରାଇ ଶୁଖିଲା ପଡ଼ିଥିବା ଜଗା ମୁହଁରେ ଫୁଟିଛି ହସ । ଖୁସିରେ ବିଭୋର ହୋଇପଡ଼ିଛ ଜଗା । ଉଭଣୀ କୋଳେଇ ଧରୁଛି, ତାକୁ ଗେଲ ମଧ୍ୟ କରିପକାଉଛି । ଯୋଡ଼ା ମୁଣ୍ଡ ଲାଗି ଦୀର୍ଘ ଦିନ ଚିକିତ୍ସା ଯନ୍ତ୍ରଣା ପରେ ସୁସ୍ଥ ହୋଇ ଜଗା ସିନା ଘରକୁ ଫେରିଥିଲା । ହେଲେ ବଳିଆ ଚାଲିଯାଇଥିଲା ଆରପାରିକୁ । ଘର ଲୋକେ ମଧ୍ୟ ନାନା ସମସ୍ୟା ମଧ୍ୟରେ ଦିଲ୍ଲୀରେ ରହିଛି ଚିକିତ୍ସା କରିଥିଲେ । ଦୀର୍ଘ ଦିନର ଅବସାଦ, ଅନିଶ୍ଚିତତା ପରେ ଏତେ ତାଙ୍କ ଘରେ ଦେଖିବାକୁ ମିଳିଛି ଖୁସିର ମାହୋଲ । ପ୍ରଥମ ସନ୍ତାନ ଦ୍ୱୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ବେଳେ ଏବେ କିନ୍ତୁ କନ୍ୟା ସନ୍ତାନ ପୂରା ସୁସ୍ଥ ଅଛି । ଯାହାକୁ ନେଇ ପରିବାର ଲୋକ ମଧ୍ୟ ଆଶ୍ୱସ୍ତ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୧୧୩୨ କରୋନା ସଂକ୍ରମିତ ଚିହ୍ନଟ: ୧୦୬୩୨ ମାମଲା ସକ୍ରିୟ

ନାଜାଲ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ଳିନିକାଲ ଟ୍ରାଏଲକୁ ଅନୁମତି

ନୂଆଦିଲ୍ଲୀ: ନାଜାଲ ଟିକାକୁ ଅନୁମତି । ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ନେଇ ଅନୁମତି ଦେଇଛନ୍ତି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆ) । ଭାରତ ବାୟୋଟେକ କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଓ ରାଷ୍ଟ୍ରାୟତ୍ତ ସଂସ୍ଥା ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାନ୍ସ କାଉନସିଲ୍‌(ବିଆଇଆର୍‌ଏସି) ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ କରୋନା ପ୍ରତିରୋଧୀ ନାଜାଲ ଟିକା ‘ବିବିଭି୧୫୪’ର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ଅନୁମତି ମିଳିଛି ।

ଏହି ଟିକା ନେବା ପରେ ଶରୀରରେ କୌଣସି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯାଉନଥିବା ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରୁ ଜଣାପଡ଼ିଛି । ଏହି ପର୍ଯ୍ୟାୟରେ ୧୮-୬୦ ବର୍ଷ ବ୍ୟକ୍ତିଙ୍କ ଠାରେ ଏହାର ପରୀକ୍ଷା କରାଯାଇଥିଲା । ତେଣୁ ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ  ଏହାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଲାଗି ଅନୁମତି ଦେଇଛନ୍ତି । ପଶୁଙ୍କ ଠାରେ ଏହାର ପରୀକ୍ଷଣ କରାଯାଇଥିବା ବେଳେ ଅଧିକ ପରିମାଣର ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ଜଣାପଡ଼ିଛି ।

ଅପରପକ୍ଷରେ ବାୟୋଟେକ୍ନୋଲୋଜି ବିଭାଗ ସଚିବ ଡ. ରେଣୁ ସ୍ୱରୁପ କହିଛନ୍ତି ଯେ, ଆମେ ସୁରକ୍ଷିତ ଏବଂ ପ୍ରଭାବଶାଳୀ ଭ୍ୟାକ୍ସିନ ବିକଶିତ କରିବା ଲାଗି ପ୍ରତିଶ୍ରୁତିବଦ୍ଧ । ଗତ ଜାନୁଆରୀ ୧୬ରୁ ଆରମ୍ଭ ହୋଇଥିବା ଭ୍ୟାକ୍ସିନ୍ ଡ୍ରାଇଭରେ ଏଯାବତ୍ ୫୨ କୋଟ ଲୋକଙ୍କୁ କରୋନା ଟିକା ଦିଆଯାଇ ସାରିଛି ।

ଏଥିସହିତ ପଢ଼ନ୍ତୁ: ମହାରାଷ୍ଟ୍ରରେ ନାହିଁ ପାର୍କିଂ ପାଇଁ ଜାଗା: ‘ଗୋଟିଏ ଫ୍ଳାଟ୍‌ରେ ଥିବା ପରିବାରଙ୍କୁ ୪-୫ଟି କାରର ମାଲିକାନ ଦିଆନଯାଉ’

ରାଜ୍ୟରେ ଆଉ ୧୧୩୨ କରୋନା ସଂକ୍ରମିତ ଚିହ୍ନଟ: ୧୦୬୩୨ ମାମଲା ସକ୍ରିୟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧ହଜାର ୧୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ ।  ସଂକ୍ରମିତଙ୍କ ମଧ୍ୟରୁ ୬୫୭ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୭୫ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୧୦ ଜଣ ଓ କଟକରୁ ୧୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱରରୁ ୭୦ ଜଣ, ଜଗତସିଂହପୁରରୁ ୪୨ ଜଣ, ମୟୂରଭଞ୍ଜରୁ ୪୦ ଜଣ,ନୟାଗଡ଼ରୁ ୩୧ ଜଣ,ଅନୁଗୁଳରୁ ୨୫ ଜଣ,ସୁନ୍ଦରଗଡ଼ରୁ ୨୩ ଜଣ, ପୁରୀରୁ ୨୨ ଜଣ, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଳାରୁ ୧୫ ଜଣ ଲେଖାଏଁ, ଭଦ୍ରକରୁ ୧୪ ଜଣ,ଢ଼େଙ୍କାନାଳରୁ ୧୧ ଜଣ, ବରଗଡ଼ ଓ ମାଲକାନଗିରି ଜିଲ୍ଲାରୁ ୧୦ ଜଣ ଲେଖାଏଁ ,ଗଜପତିରୁ ୬ ଜଣ, ବଲାଙ୍ଗୀର, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରୁ ୭ ଜଣ ଲେଖାଏଁ, ବୌଦ୍ଧ, ଦେବଗଡ଼ ଓ କନ୍ଧମାଳ ଜିଲ୍ଲାରୁ ୪ ଜଣ ଲେଖାଏଁ, କୋରାପୁଟରୁ ୩ ଜଣ, ଗଞ୍ଜାମରୁ ୨ ଜଣ, ଝାରସୁଗୁଡ଼ାର, ନବରଙ୍ଗପୁର ଓ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ୯୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।