ଲୋକ ଭୁଲି ଯାଉଛନ୍ତି ଦ୍ୱିତୀୟ ଡୋଜ୍, ଟିକା କେନ୍ଦ୍ରକୁ ଆଣିବେ ସମ୍ମୁଖ ଯୋଦ୍ଧା

Frontline Workers To Bring Second Dose Covid Vaccine Beneficiary For Vaccination

ଭୁବନେଶ୍ୱର: ରାଜ୍ୟରେ ଦୈନିକ ଦିଆଯିବ ୪ ଲକ୍ଷ ଡୋଜ୍ ଟିକା । ଗତକାଲି ଗୋଟିଏ ଦିନରେ ୪ ଲକ୍ଷ ୫ ହଜାର ଡୋଜ୍ ଟିକା ଦିଆଯାଇଛି । ଦ୍ଵିତୀୟ ଡୋଜଜୁ ମିଶାଇଲେ ୨ କୋଟି ୮୫ ଲକ୍ଷ ଡୋଜ୍ ଦିଆ ସରିଛି । ସେଥିରୁ ୨ କୋଟି ୧୦ ଲକ୍ଷ ପ୍ରଥମ ଡୋଜ ଓ ୭୭ ଲକ୍ଷ ଦ୍ଵିତୀୟ ଡୋଜ ଦିଆ ଯାଇଥିବା ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ।

୬୭ ପ୍ରତିଶତ ଲୋକ ପ୍ରଥମ ଡୋଜ୍ ନେଇଛନ୍ତି । ଯେତିକି ଟିକାକରଣ ବାକି ଅଛି ସେଥିରୁ ୭୨ ପ୍ରତିଶତ ଦ୍ଵିତୀୟ ଡୋଜ୍ ପାଇ ସାରିଲେଣି । ଯିଏ ପାଇଁ ନାହାନ୍ତି, ସେମାନଙ୍କ ଜିଲ୍ଲାସ୍ତରୀୟ ତାଲିକା କରାଯାଇଛି । ସମ୍ମୁଖ ଯୋଦ୍ଧାମାନେ ସେମାନଙ୍କୁ ଟିକାକରଣ କେନ୍ଦ୍ରକୁ ଆଣିବେ । ଆଜି ରାଜ୍ୟରେ ୧୮ଶହ ଟିକାକରଣ କେନ୍ଦ୍ରରେ ଟିକା ଦିଆ ଯାଉଛି । ଆଜି ୪ ଲକ୍ଷରୁ ଅଧିକ ଟିକାକରଣ ଲକ୍ଷ୍ୟ ରଖାଯାଇଛି । ରାଜ୍ୟରେ ପର୍ଯ୍ୟାପ୍ତ ଟିକା ମହଜୁଦ ଅଛି ।

କେବଳ ଆଦିବାସୀ ଅଞ୍ଚଳ ନୁହେଁ, ଅନେକ ଅଞ୍ଚଳକୁ ନେଇ ଗୋଟିଏ କଥା ଦେଖାଦେଇଛି । ଯେହେତୁ ପ୍ରଥମରୁ ଦ୍ଵିତୀୟ ଡୋଜ ଟିକା ମଧ୍ୟରେ ୩ ମାସ ବ୍ୟବଧ୍ୟାନ ରହୁଛି । ଲୋକେ ଅନ୍ୟ ସମୟ ରହୁଛି, ସେମାନେ ଅନ୍ୟ କାମରେ ବ୍ୟସ୍ତ ରହି ଟିକା ନେବାକୁ ଭୁଲି ଯାଉଛନ୍ତି । ସେମାନଙ୍କୁ ଟିକା ନେବା ପାଇଁ ଏସଏମଏସ୍ ପଠାଯାଉଛି । ବାକି ଥିବା ୨୮ ପ୍ରତିଶତଙ୍କ ପାଖକୁ ତାଲିକା ଅନୁସାରେ ସମ୍ମୁଖ ଯୋଦ୍ଧା ଯାଇ ଟିକାକରଣ କେନ୍ଦ୍ରକୁ ଆଣିବେ ।

Leave a Reply