ମୁଖ୍ୟମନ୍ତ୍ରୀଙ୍କ ସଭା ପରେ ଗଙ୍ଗା ଜଳ ଛିଞ୍ଚି ସପା ନେତା ଗିରଫ

Samajwadi Party Leader Arrested For Cleaning CM Yogi Rally Place With Gangajal

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମଙ୍ଗଳବାର ସମ୍ଭଳର କୈଲାଦେବୀରେ ଜନସଭା କରିଥିଲେ । ଜନସଭା ପରେ ଉକ୍ତ ସ୍ଥାନରେ ଗଙ୍ଗା ଜଳ ଛିଞ୍ଚି ଶୁଦ୍ଧ କରିଥିଲେ ସମାଜବାଦୀ ପାର୍ଟି ନେତା ଭାବେଶ ଯାଦବ । ଏହି ମାମଲାରେ ପୋଲିସ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି । ଏଥିସହ ଭାବେଶ ଯାଦବଙ୍କୁ ଗିରଫ କରିଛି ପୋଲିସ । ଯୋଗୀଙ୍କ ଗସ୍ତ ପରେ କୈଲାଦେବୀ ମାଟି ଅଶୁଦ୍ଧ ହୋଇ ଯାଇଛି । ଏଥିପାଇଁ ଗଙ୍ଗାଜଳ ଛିଞ୍ଚି ଶୁଦ୍ଧ କରାଗଲା ।

ମଙ୍ଗଳବାର ଯୋଗୀଙ୍କ ସଭା ସରିବା ମାତ୍ରେ, ସମାଜବାଦୀ ପାର୍ଟିର ଯୁବଜନ ସଭାର ପ୍ରଦେଶ ସଚିବ ଭାବେଶ ଯାଦବ ନିଜ ସମର୍ଥକଙ୍କ ସହ କୈଲାଦେବୀରେ ଗଙ୍ଗାଜଳ ଛିଞ୍ଚିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଦେବୀ ଦେବତା ଓ ଜାତିଗତ ଆଧାରରେ ଲୋକଙ୍କୁ ଭେଦଭାବ ନେଇ କହିଥିଲେ ।

ଏନେଇ ବହଜୋଇ ଥାନାରେ ମାମଲା ରୁଜୁ ହୋଇଛି । ଆଇପିସି ଧାରା ୧୫୩ଏ, ୨୫୩ଏ ଓ ୫୦୫ ପ୍ରକାରେ ପୋଲିସ ଭାବେଶ ଯାଦବଙ୍କ ସହ ୧୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ।

Leave a Reply