୨ ଲକ୍ଷ ୮୦ ହଜାର ଟଙ୍କା ଜବତ ପରେ IIC ଗିରଫ

Motu IIC Sushant Sahu Arrested By Vigilance

ଭୁବନେଶ୍ୱର: ଗିରଫ ହେଲେ ମୋଟୁ ଆଇଆଇସି । ବୁଧବାର ସନ୍ଧ୍ୟାରେ ମୋଟୁ ଥାନା ଅଧିକାରୀ ସୁଶାନ୍ତ ସାହୁ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ । ମୋଟୁରୁ ନିଜ ଘର କଟକ ଫୁଲନଖରା ଫେରୁଥିବା ବେଳେ ଖୋର୍ଦ୍ଧା ନିକଟରେ ଭିଜିଲାନ୍ସ ସୁଶାନ୍ତଙ୍କୁ ଧରିଥିଲା । ତାଙ୍କ କାରରୁ ନଗଦ ୨.୮ ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଆଇଆଇସିଙ୍କ କାରରୁ ବିପୁଳ ପରିମାଣର ଟଙ୍କା ମିଳିଥିବା ବେଳେ ଏତେ ଟଙ୍କା କେଉଁଆଡ଼ୁ ଆସିଲା ସେନେଇ ସେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ ।

Motu IIC Sushant Sahu Arrested By Vigilance

ସୁଶାନ୍ତଙ୍କୁ ଅଟକ ରଖି ପଚରାଉଚରା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ସର୍ଚ୍ଚ ବେଳେ ୨୪ ଲକ୍ଷ ୯୦ ହଜାର ଟଙ୍କାର ସେଲ୍ ଡିଡ୍ ଜବତ କରିଛି ଭିଜିଲାନ୍ସ । ନିକଟରେ ସୁଶାନ୍ତଙ୍କ ସ୍ତ୍ରୀ ନାଁରେ ନଖରାରେ ଏହି ଜମି କିଣା ଯାଇଥିଲା । ଏନେଇ ଭିଜିଲାନ୍ସ ପକ୍ଷରୁ ସୁଶାନ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତାଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଚାଲାଣ କରାଯାଇଛି । ଗତକାଲି ମୋଟୁ ସ୍ଥିତ ସରକାରୀ ବାସଭବନ ସହ କଟକର ୨ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା ।

Leave a Reply