ବିପଦ ସଂକେତ ଉପରେ ଜଳକା, ଗାଁରେ ପଶିଲା ବନ୍ୟା ଜଳ

1 min read
Jalaka River Water Level Above Danger Mark

ବାଲେଶ୍ୱର: ରାଜ୍ୟରେ ବନ୍ୟା ବିପଦ ଟଳିଥିଲା ବେଳେ ଏବେ ଉପରମୁଣ୍ଡରେ ବର୍ଷା ବଢିବାରୁ ପୁଣି ଭୟରେ ତଳିଅଞ୍ଚଳର ବାସିନ୍ଦା । ଉତ୍ତର-ଉପକୂଳ ଓଡ଼ିଶାରେ ବର୍ଷା ଲାଗି ରହିଛି । ଏହା ସହିତ ଛତିଶଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ଫଳରେ ବିଭିନ୍ନ ନଦୀର ଜଳସ୍ତର ପୁଣି ବଢିବାରେ ଲାଗିଛି । ଏବେ ବି ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା । ଜଳକାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ୬.୬୯ ମିଟର ଉପରେ ପ୍ରବାହିତ ହେଉଛି ବନ୍ୟାଜଳ ।

Jalaka River Water Level Above Danger Mark

ବାଲିଆପାଳର ୫ଟି ପଞ୍ଚାୟତର ପ୍ରାୟ ୧୫ଟି ଗାଁରେ ପାଣି ପଶିବା ଆରମ୍ଭ କରିଛି । ଫଳରେ ପୁଣି ବନ୍ୟା ଭୟରେ ଆତଙ୍କିତ ହୋଇ ପଡ଼ିଛନ୍ତି ଅଞ୍ଚଳବାସୀ । ରାଘବପୁର ପଞ୍ଚାୟତର ଏକତାଳି ଠାରେ ଜଳକା ନଦୀ ବନ୍ଧ ଭାଙ୍ଗିବା ପରେ ରାସଗୋବିନ୍ଦପୁର ଓ ତୋଟାପଡ଼ା ପଞ୍ଚାୟତ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଦାରୁଡ଼ିହି ପୋଲ ଭାଙ୍ଗି ଯାଇଥିବାରୁ ଓଡ଼ିଶା-ପଶ୍ଚିମବଙ୍ଗ ସଡ଼କ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି ।

Jalaka River Water Level Above Danger Mark

ଅନ୍ୟପଟେ ପୁଣି ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସି ପରିସ୍ଥିତିକୁ ଅଧିକ ଗମ୍ଭୀର କରିଛି । ଏବେ ବି ଅନେକ ଗ୍ରାମ ଜଳବନ୍ଦୀ ହୋଇ ରହିଥିବା ବେଳେ, ବନ୍ୟା ଲୋକଙ୍କ ଦୁର୍ଦ୍ଦଶାକୁ ବଢାଇ ଦେଇଛି । ଗତ ୨ ଦିନ ଧରି ଲଗାଣ ବର୍ଷା ସାଙ୍ଗକୁ ନଦୀର ଉପର ମୁଣ୍ଡରେ ଥିବା ଗାଲୁଡି ବ୍ୟାରେଜରୁ ଅଧିକ ପାଣି ଛଡ଼ା ଯିବା ପରେ ଏଭଳି ପରିସ୍ଥିତି ସୃଷ୍ଟି ହେଇଛି । ଫଳରେ ତଳମୁଣ୍ଡରେ ଥିବା ବାଲିଆପାଳ ବ୍ଲକର ଅସ୍ତି, ବାଲିଆପାଳ, ବିଷ୍ଣୁପୁର ଜାମକୁଣ୍ଡା, ମଧୁପୁରା ପଞ୍ଚାୟତର ୨୦ଟି ଗାଁ ପାଣି ଘେରରେ ରହିଛି ।

Leave a Reply