ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ରିଲିଫ୍ ବାଣ୍ଟିଲେ ବିଜେଡି ସାଙ୍ଗଠନିକ ସମ୍ପାଦକ

BJD Organising Secretary In Flood Affected Area

ବାରିପଦା: ବନ୍ୟା ପ୍ରଭାବିତ ଅଞ୍ଚଳରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ବିଜେଡିର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ଥିବା ପ୍ରଣବ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ଥିତି ପରଖିଛନ୍ତି । ଲଘୁଚାପ ଜନିତ ଲଗାଣ ବର୍ଷାରେ ରାସଗୋବିନ୍ଦପୁର, ମୋରଡ଼ା ଓ ଚିତ୍ରଡ଼ା ଅଞ୍ଚଳ ଜଳମଗ୍ନ ହୋଇଥିଲା । ଉକ୍ତ ଅଞ୍ଚଳର ପ୍ରଭାବିତଙ୍କ ନିକଟରେ ପହଞ୍ଚିଛନ୍ତି ପ୍ରଣବ ।

BJD Organising Secretary In Flood Affected Area

ବନ୍ୟା ପ୍ରଭାବିତଙ୍କ ସମସ୍ୟା ବୁଝିବା ସହିତ ବନ୍ୟା ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି ପ୍ରଣବ ପ୍ରକାଶ ଦାସ । ଏଥିସହ ଲୋକଙ୍କ ଅସୁବିଧା ସମୟରେ ସେମାନଙ୍କ ନିକଟରେ ପହଞ୍ଚି ସମସ୍ୟା ବୁଝିବାକୁ ଦଳୀୟ କର୍ମୀଙ୍କୁ ସେ ଆହ୍ୱାନ ଦେଇଛନ୍ତି ।

ବନ୍ୟା ପରବର୍ତ୍ତୀ ସମୟ ଏବଂ ଆଗକୁ ରହିଥିବା ଅନ୍ୟ ଲଘୁଚାପଜନିତ ବର୍ଷା ପରିସ୍ଥିତିକୁ ଦୃଢ ଭାବେ ଲଢ଼ିବା ପାଇଁ ବିଜେଡି କର୍ମୀଙ୍କ ସହ ଆଲୋଚନା କରିଛନ୍ତି । ପ୍ରଣବଙ୍କ ସହ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ସ୍ଥାନୀୟ ବିଧାୟକ ରାଜକିଶୋର ଦାସ, ରାଜ୍ୟ ସାଧାରଣ ସମ୍ପାଦକ ଡ. ଦେବାଶିଷ ମାରାଣ୍ଡି, କୃଷି ନିଗମ ଅଧକ୍ଷ ଦେବାଶିଷ ମହାନ୍ତି ଓ ବହୁ କର୍ମୀ ବିଭିନ୍ନ ବ୍ଲକରେ ବନ୍ୟା ସ୍ଥିତି ପରଖିଥିଲେ ।

Leave a Reply