spot_img
Home Blog Page 5319

ବାଟବଣା ବିଏମସିର ଭିକାରୀ ମୁକ୍ତ ଅଭିଯାନ, ଥଇଥାନ କେନ୍ଦ୍ରରୁ ଫେରି ପୁଣି ଭିକ୍ଷାବୃତ୍ତି ଆପଣାଉଛନ୍ତି ଅନ୍ତେବାସୀ

ଭୁବନେଶ୍ୱର: ବାଟବଣା ବିଏମସିର ଭିକାରୀ ମୁକ୍ତ ଅଭିଯାନ। ଥଇଥାନ କେନ୍ଦ୍ରରୁ ଫେରି ପୁଣି ଆପଣାଉଛନ୍ତି ଭିକ୍ଷାବୃତ୍ତି। ପରିଚାଳନା ଗତ ତ୍ରୁଟିକୁ ଦାୟୀ କଲେ ବୁଦ୍ଧିଜୀବୀ। ରାସ୍ତା କଡ଼ରୁ, ପ୍ରମୁଖ ଛକ ଏପରିକି ଧାର୍ମିକ ଅନୁଷ୍ଠାନ ନିକଟରୁ ଭିକ୍ଷୁକଙ୍କୁ ହଟାଇ ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ମୁକ୍ତ ସହର ଗଢିତୋଳିବାକୁ ସ୍ୱପ୍ନ ଦେଖିଛି ବିଏମସି। ଭିକ୍ଷୁକଙ୍କୁ ଚିହ୍ନଟ କରି ଉଦ୍ଧାର କରିବା ଓ ସେମାନଙ୍କୁ ଆଶ୍ରୟ କେନ୍ଦ୍ରରେ ଥଇଥାନ କରିବା ପାଇଁ ୩ଟି NGOଙ୍କୁ ନିୟୋଜିତ କରାଯାଇଛି। ତେବେ ଅଭିଯାନ ଆରମ୍ଭ ହେବାର ମାସକ ପରେ ଏହା ବାଟବଣା ହୋଇଥିବା ପରିଲକ୍ଷିତ ହୋଇଛି। ଥଇଥାନ କେନ୍ଦ୍ରରୁ ବିଭିନ୍ନ କାରଣରୁ ଫେରି ଆସି ପୁଣି ଭିକ୍ଷାବୃତ୍ତି କରୁଛନ୍ତି ଅନ୍ତେବାସୀ।

ଭିକ୍ଷାବୃତି ଦ୍ଵାରା ଉଭୟ ସମାଜ ଓ ପରିବେଶ ପ୍ରଭାବିତ ହୋଇଥାଏ। ତେବେ ବଳ ପୂର୍ବକ ନୁହେଁ ବରଂ ବୁଝାସୁଝା କରି ସେମାନଙ୍କ ମାନସିକ ସ୍ତରରେ ପରିବର୍ତ୍ତନ ଆଣପାରିଲେ ଏହି ଅଭିଯାନ ସଫଳ ହୋଇପାରିବ ବୋଲି କହିଛନ୍ତି ବୁଦ୍ଧିଜୀବୀ।

ଭିକ୍ଷୁକଙ୍କୁ ଉଦ୍ଧାର କରି ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ସ୍ଵତନ୍ତ୍ର ତାଲିମ ଦିଆଯାଇଛି। ଏହାସତ୍ତ୍ୱେ ଅନ୍ତେବାସୀମାନେ ବାହାରି ପୁଣି ଭିକ୍ଷାବୃତ୍ତି କରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବିଏମସି ଅତିରିକ୍ତ କମିଶନର।

ଅନ୍ୟର ହାତଟେକା ଦାନରୁ ଖର୍ଚ୍ଚ ଭରଣା କରୁଥିବା ଭିକ୍ଷୁକଙ୍କୁ ଆଶ୍ରୟ କେନ୍ଦ୍ରରେ ହାତଖର୍ଚ୍ଚ ଅର୍ଥ ନମିଳିବା ଅଭିଯାନ ଫେଲ ମାରିବାର ମୁଖ୍ୟ କାରଣ ବୋଲି ଜଣାପଡିଛି ।

ଆସାମ-ମିଜୋରାମ ସୀମାରେ ପୁଣି ବଢିଲା ବିବାଦ, ସ୍କୁଲରେ ବୋମା ବିସ୍ଫୋରଣ

ନୂଆଦିଲ୍ଲୀ: ଆସାମ ଓ ମିଜୋରାମ ଭିତରେ ସୀମା ବିବାଦ କମିବାକୁ ଯାଉଥିବା ବେଳେ ସୀମାବର୍ତ୍ତୀ ଏକ ସ୍କୁଲରେ ବିସ୍ଫୋରର ପରେ ବିବାଦ ବଢି ଯାଇଛି। ସ୍କୁଲରେ ବିସ୍ଫୋରଣର ଏହି ଘଟଣା ଆସାମର ହେଲାକାଣ୍ଡି ଜିଲ୍ଲାର ଗୁଟଗୁଟି ଅଞ୍ଚଳରେ ଘଟିଛି। ଏହି ବିସ୍ଫୋରଣ ଘଟଣାରେ ଧନ-ଜୀବନ କ୍ଷୟକ୍ଷତି ହୋଇଥିବାର ଖବର ମିଳିନାହିଁ, କିନ୍ତୁ ଏହି ଘଟଣା ପରେ ଦୁଇଟି ରାଜ୍ୟ ଭିତରେ ବିବାଦ ବଢିବାର ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଗୁଟଗୁଟି ଅଞ୍ଚଳର ପକୁଆ ପୁଞ୍ଜି ଲୋୟର ପ୍ରାଇମେରୀ ସ୍କୁଲରେ ବୋମା ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ଲୋୟର ଇଣ୍ଟେସିଟି ଏକ୍ସପ୍ଲୋଜନ ଦ୍ବାରା ହୋଇଥିଲା। ଏହି ବିସ୍ଫୋରଣରେ ସ୍କୁଲର ଏକ କାନ୍ଥ ଆଶିଂକ ଭାବରେ କ୍ଷତିଗସ୍ତ ହୋଇଛି। ରିପୋର୍ଟ ଅନୁସାରେ, ଯେଉଁ ସ୍କୁଲରେ ଏହି ବିସ୍ଫୋରଣ ହୋଇଥିଲା ତାହା ଆସାନ ଓ ମିଜୋରାମ ସୀମାରେ ରହିଛି। ଏହା କରୋନା କାରଣରୁ ବନ୍ଦ ଥିଲା ଓ ରାତିରେ ସ୍କୁଲର ଆଖପାଖରେ କେହି ଉପସ୍ଥିତି ନଥିଲେ।

ଯୋଗୀଙ୍କୁ ଆଗାମୀ ନିର୍ବାଚନରେ ଚ୍ୟାଲେଞ୍ଜ କରିବେ ପୂର୍ବତନ IPS ଅଫିସର, ଜାଣନ୍ତୁ କିଏ…

ଲକ୍ଷ୍ନୌ: ଆଗାମୀ ବର୍ଷ ହେବାକୁ ଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ସୃଷ୍ଟି ହୋଇଛି ଅନେକ କଳ୍ପନାଜଳ୍ପନା । ଏହି ସବୁ ଭିତରେ ଶନିବାର ଉତ୍ତର ପ୍ରଦେଶର ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନିର୍ବାଚନ ଲଢିବାର ଘୋଷଣା କରିଛନ୍ତି । ଅମିତାଭ ଟ୍ୱିଟ୍ କରି କହିଛନ୍ତି, କାଲି ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନିର୍ବାଚନ ଲଢିବାର ଆଶା ପ୍ରକାଶ କରିବା ପରେ ସମସ୍ତ ସାଥୀ ଲଗାତାର ମୋତେ ତାଙ୍କ ବିରୋଧରେ ନିର୍ବାଚନ ଲଡିବା ପାଇଁ କହିଛନ୍ତି । ସବୁ କଥାକୁ ଗମ୍ଭୀରତାର ସହ ବିଚାର କରି ଏହି ନିଷ୍ପତ୍ତି ନେଇଛି। ଯେଉଁ ସ୍ଥାନରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନା ଆଗାମୀ ବିଧାନସଭା ନିର୍ବାଚନ ଲଢିବେ। ମୁଁ ନିଶ୍ଚିତ ଭାବରେ ତାଙ୍କ ବିରୋଧରେ ନିର୍ବାଚନ ଲଢିବି।

ଏହା ପୂର୍ବରୁ ଶୁକ୍ରବାର ଟ୍ୱିଟ୍ କରି ଅମିତାଭ ଠାକୁର କହିଥିଲେ, ମୋର ଅନେକ ସାଥୀ କହୁଛନ୍ତି, ଆପଣ ଯୋଗୀଙ୍କ ବିରୋଧରେ ନିର୍ବାଚନ ଲଢନ୍ତୁ। ବିଚାର ଖରାପ ନୁହେଁ। ସେଭଳି ମୁଁ ବି ଜାଣିଛି ଯେ, ମୋ​‌ତେ ଖୁବ୍ କମ୍ ଭୋଟ ମିଳିବ। କାରଣ ମୋ ଭିତରେ ନେତାଙ୍କର ଗୁଣ ନାହିଁ। ତେବେ ଏକିତି କହିବି ଯେ, ନିର୍ବାଚନରେ ଯୋଗୀଙ୍କ ଆଚାର ସଂହିତାର ସମ୍ପୂର୍ଣ୍ଣ ଭାବରେ ପାଳନ କରିବା କରିବି।’

୧୯୯୨ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଅମିତାଭ ଠାକୁର ବିହାରର ମୂଳ ବାସିନ୍ଦା। ଉତ୍ତର ପ୍ରଦେଶର ସାତୋଟି ଜିଲ୍ଲାରେ ଏସପି ପଦ ସମ୍ଭାଳି ସାରିଥିବା ଅମିତାଭ ଠାକୁର ଜଣେ ନିଷ୍ଠାପର ପୋଲିସ ଅଧିକାରୀ ଭାବରେ ପରିଚିତ। ଏଥର ସେ ଯୋଗୀଙ୍କ ବିରୋଧରେ ନିର୍ବାଚନ ଲଢିବା କଥା କହିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

ଦୁଇ SOG ଯବାନଙ୍କୁ ବଳିଦାନ ପାଇଁ ଶୌର୍ଯ୍ୟ ଚକ୍ର ,ମାଓବାଦୀଙ୍କ ସହ ସଂଘର୍ଷରେ ହୋଇଥିଲେ ସହିଦ

ଭୁବନେଶ୍ୱର: ଓଡ଼ିଶାର ସ୍ପେଶାଲ ଅପରେସନ୍ ଗ୍ରୁପ୍ -SOGର ଦୁଇ ବୀର ଯବାନଙ୍କୁ ମିଳିଛି  ମରୋଣତ୍ତର  ଶୌର୍ଯ୍ୟ ଚକ୍ର ସମ୍ମାନ। ଶୌର୍ଯ୍ୟଚକ୍ର ପାଇଥିବା ଏହି ଦୁଇ ଯବାନ ହେଉଛନ୍ତି ସୁଧିର ଟୁଡୁ ଓ ଦେବାଶିଷ ସେଠୀ। କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟରେ ସହିଦ ହୋଇଥିଲେ ଏହି ୨ ଏସଓଜି ଯବାନ। ମାଓବାଦୀଙ୍କ ସହ ଲଢେଇରେ ଦୁଇ ବୀର ଯବାନ ସହିଦ ହୋଇଥିବାବେଳେ ୫ ମାଓବାଦୀଙ୍କୁ ମାରିବାରେ ସଫଳ ହୋଇଥିଲେ। ସହିଦ ଯବାନଙ୍କ ଘର ହେଉଛି ଅନୁଗୁଳ ଓ ମୟୂରଭଞ୍ଜ ଜିଲ୍ଲାରେ। ଦେବାଶିଷଙ୍କ ଘର ଅନୁଗୁଳ ଜିଲ୍ଲାର ରାଜକିଶୋରନଗରର ଅଙ୍ଗପଡ଼ାରେ ହୋଇଥିବା ବେଳେ ବାରିପଦା ସାନଭଦୁଆ ଗାଁ ହେଉଛି ସୁଧିର ଟୁଡୁଙ୍କ ଘର ।

ଦେବାଶିଷ ଥିଲେ ଘରର ବଡ ପୁଅ। ୨ ସାନ ଭାଇ ଓ ଜଣେ ସାନ ଭଉଣୀକୁ ନେଇ ଦେବାଶିଷଙ୍କ ପରିବାର। ନୂଆଖାଇ ପାଇଁ ଛୁଟିରେ ଘରକୁ ଆସିବେ ବୋଲି କହିଥିଲେ ଦେବାଶିଷ। ହେଲେ ଏହା ପୂର୍ବରୁ ମା, ମାଟି ପାଇଁ ସହିଦ ହୋଇଥିଲେ ଦେବାଶିଷ ।  ବାରିପଦା ସାନଭଦୁଆ ଗାଁରେ ସୁଧିର ଟୁଡୁଙ୍କ ଜନ୍ମ। ବାପା ସ୍ୱର୍ଗତ କୁଣ୍ଡିଆ ଟୁଡୁଙ୍କର ସେ ଥିଲେ ବଡ଼ପୁଅ। ଦୁର୍ଗାପୂଜାରେ ଘରକୁ ଆସିବେ ବୋଲି କହିଥିଲେ ସୁଧିର।

ସୂଚନାଯୋଗ୍ୟ ଯେ,ସେପ୍ଟେମ୍ବର ୧୦ ତାରିଖ ୨୦୨୦ରେ କଳାହାଣ୍ଡିରେ ହୋଇଥିବା ଏନକାଉଣ୍ଟରରେ ଏହି ଦୁଇ ଯବାନ ସହିଦ ହୋଇଥିଲେ । କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ ମାଓବାଦୀ ଲୁଚିଥିବା ଖବର ପାଇ ଏସଓଜି ଅପରେସନ ପାଇଁ ପହଞ୍ଚିଥିଲା । ସଂଘର୍ଷରେ ୫ ଜଣ ମାଓବାଦୀ ମଧ୍ୟ ନିହତ ହୋଇଥିଲେ । ଯେଉଁମାନଙ୍କ ମଧ୍ୟରେ ୪ ଜଣ ମହିଳା ମାଓବାଦୀ ଥିଲେ ।

ଆଫଗାନିସ୍ତାନରେ ଆରମ୍ଭ ହେଲା ମହିଳାଙ୍କ ଉପରେ ଅତ୍ୟାଚାର: ପୁରୁଷଙ୍କ ବିନା ବଜାରକୁ ଯିବା ମନା, ପିନ୍ଧିପାରିବେନି ସ୍ୟାଣ୍ଡଲ

କାବୁଲ: ତାଲିବାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ଜାରି ରହିଛି। କିନ୍ତୁ ଏହା ସାଧାରଣ ଲୋକଙ୍କ ଉପରେ ସବୁଠାରୁ ଅଧିକ ପ୍ରଭାବ ପକାଉଛି | ଜାହାଁରା ନାମକ ଜଣେ ଆଫଗାନିସ୍ତାନ ମହିଳା କହିଛନ୍ତି ଯେ, ସେ ତାଲିବାନ ମୁକ୍ତ ଆଫଗାନିସ୍ତାନରେ ବଢ଼ିଥିଲେ, ଯେଉଁଠାରେ ଝିଅମାନଙ୍କ ପାଖରେ ପାଠ ପଢ଼ିବାର ସ୍ୱାଧୀନତା ଥିଲା ଏବଂ ମହିଳାମାନେ କାମ କରିବାର ସ୍ୱପ୍ନ ଦେଖିଥିଲେ । ବିଗତ ପାଞ୍ଚ ବର୍ଷ ମଧ୍ୟରେ ସେ ମହିଳାମାନଙ୍କ ସଚେତନତା ତଥା ଲିଙ୍ଗଗତ ସମାନତା ଉପରେ ଗୁରୁତ୍ୱ ଦେବା ପାଇଁ ଏନଜିଓ ସହ କାର୍ଯ୍ୟ କରିଛନ୍ତି, କିନ୍ତୁ ଗୁରୁବାର ସନ୍ଧ୍ୟାରେ ତାଲିବାନ ହେରାଟ ସହରରେ ପ୍ରବେଶ କରିବା ସହ ସେମାନଙ୍କର ଧଳା ପତାକା ଉତ୍ତୋଳନ କରି ଏହି ଅଞ୍ଚଳ ଦଖଲ କରିଥିବା ଘୋଷଣା କରାଯାଇଥିଲା।

କୁହାଯାଏ ଯେ ମେ ମାସ ଶେଷ ସୁଦ୍ଧା ପ୍ରାୟ ୨୫୦,୦୦୦  ଆଫଗାନିସ୍ତାନ ନିଜ ଘରୁ ପଳାୟନ କରିଛନ୍ତି  । କେବଳ ଏହି ଭୟରେ ଯେ ତାଲିବାନ ଇସଲାମର କଠୋର ତଥା ଅନ୍ୟାୟ ନିୟମକୁ ପୁନଃ ଲାଗୁ କରିଦେବ । ଏହି ପ୍ରବାସୀମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ମହିଳା ଏବଂ ଶିଶୁ ଅଟନ୍ତି।

ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍ ଗୁରୁବାର ଦିନ ଆତଙ୍କବାଦୀ ସଂଗଠନକୁ ଆଫଗାନିସ୍ତାନ ଆକ୍ରମଣକୁ ତୁରନ୍ତ ବନ୍ଦ କରିବାକୁ ଏବଂ ଦୀର୍ଘ ଦିନର ଗୃହଯୁଦ୍ଧକୁ ରୋକିବା ପାଇଁ ଉତ୍ତମ ବିଶ୍ୱାସରେ ଆଲୋଚନା କରିବାକୁ ଅନୁରୋଧ କରିଛନ୍ତି। ନ୍ୟୁୟର୍କରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଆଣ୍ଟୋନିଓ ଗୁଟେରସ୍ ତାଲିବାନ ମହିଳା ଏବଂ ସାମ୍ବାଦିକଙ୍କୁ ଟାର୍ଗେଟ କରି ମାନବିକ ଅଧିକାରର ପ୍ରତିବନ୍ଧକକୁ ନେଇ ଉଦବେଦ ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ ମିଳିତ ଜାତିସଂଘ ପରିସ୍ଥିତି ଉପରେ ନଜର ରଖିଛି ଏବଂ ସହରାଞ୍ଚଳରେ ଯୁଦ୍ଧ ଆରମ୍ଭ ହେବା ନେଇ ସେ ବିଶେଷ ଚିନ୍ତିତ ଅଛନ୍ତି ।

ଏକ ରିପୋର୍ଟ ଅନୁଯାୟୀ, ତାଲିବାନୀ ମାନେ କାବୁଲର ଉତ୍ତର ପ୍ରାନ୍ତରେ ଟ୍ରାକ୍ଟରରେ ଯାଉଥିବା କିଛି ଲୋକଙ୍କୁ ଅଟକାଇଥିଲା ଏବଂ ଏଥିରେ ବସିଥିବା ଝିଅମାନଙ୍କୁ ସ୍ୟାଣ୍ଡେଲ ପିନ୍ଧିଥିବାରୁ ତାଙ୍କୁ ତାଗିଦ କରାଯାଇଥିଲା । ଜଣେ ଶିକ୍ଷକ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ଏପରି ହୋଇଛି ଯେ ପୁରୁଷଙ୍କ ବିନା ବଜାରକୁ କିମ୍ବା ଘରୁ ବାହାରକୁ ଯିବାକୁ ଅନୁମତି ନାହିଁ ।

ପ୍ରବଳ ବର୍ଷା ପାଣିରେ ବାଇକ୍‌ ସହ ଭାସିଗଲେ ଯୁବକ

ବାରିପଦା: ଦୁଇ ଘଣ୍ଟା ଲଗାଣ ବର୍ଷା ଫଳରେ ପାଣି ବଢିରେ ଭାସି ଗଲେ ଯୁବକ। ରାସ୍ତା ଅତିକ୍ରମ କରୁଥିବା ବେଳେ ବର୍ଷା ପାଣିରେ ଭାସିଗଲେ। ଘଟଣା ସ୍ଥଳରେ ପୋଲିସ ଏବଂ ଅଗ୍ନିଶମ ବିଭାଗର ଖୋଜାଖୋଜି ପରେ ବି ଯୁବକ କିମ୍ବା ତାଙ୍କ ବାଇକ ମିଳିପାରି ନାହିଁ। ଯାହାର ଲାଇଭ ଭିଜୁଆଲ ନନ୍ଦିଘୋଷ ଟିଭି ହାତରେ ଲାଗିଛି। ବାରିପଦା ସ୍ଥିତ ବଳରାମପୁର ଜରାଳି ନଦୀରେ ଦୁଇ ଘଣ୍ଟା ଜୋରଦାର ବର୍ଷା ହେବ ଫଳରେ ଦୁଇଟି ୱାର୍ଡକୁ ସଂଯୋଗ କରୁଥିବା ଏକ ଛୋଟ ପୋଲରେ ଜଳସ୍ତର ବଢ଼ିବାରେ ଲାଗିଥିଲା। ଏହି ସମୟରେ ଜଣେ ଅଜଣା ଯୁବକ ପୋଲ ପାର ହେଉଥିବା ବେଳେ ଭାସିଯାଇଥିଲେ।

ସ୍ୱରାଜ ଆଶ୍ରମ ଆଜିବି ଚିତ୍କାର କରି କୁହେ ପରାଧୀନ ଭାରତର ସ୍ୱାଧୀନତା ସଂଗ୍ରାମିଙ୍କ ଗାଥା

କଟକ: ପରାଧୀନ ଭାରତ କୁ ଇଂରେଜ ମାନଙ୍କ କବଳରୁ ମୁକ୍ତ କରିବାପାଇଁ ଦେଶର ବିଭିନ୍ନ ପ୍ରାନ୍ତ ରେ ସଂଗ୍ରାମୀମାନେ  ତିଆରି କରିଥିଲେ ବୈଠକଖାନା। ଓଡ଼ିଶାର ସ୍ୱରାଜ ଆଶ୍ରମ ଥିଲା ଏହି କେନ୍ଦ୍ର ମାନଙ୍କ ମଧ୍ୟରେ ଅନ୍ୟତମ ପ୍ରମୁଖ ସ୍ଥଳୀ। ଦେଶକୁ ସ୍ୱାଧୀନତା ଆଣିଦେବାକୁ ସଂଗ୍ରାମରେ ଝାସ ଦେଇଥିବା ଓଡ଼ିଶାର ତୁଙ୍ଗ ନେତା ମାନେ ଏଠାରେ କରୁଥିଲେ ମାନସ ମନ୍ଥନ।

ଦେଶ ସ୍ୱାଧୀନତାକୁ ଇତିମଧ୍ୟରେ ୭ ଦଶନ୍ଧିରୁ ଅଧିକ ସମୟ ଅତିକ୍ରାନ୍ତ ହୋଇଛି। ସ୍ୱାଧୀନ ଭାରତ ରେ ଆଜି ପରାଧୀନ ଭାରତର କଥା ଓ ସ୍ୱାଧୀନତା ସଂଗ୍ରାମର ଇତିହାଶକୁ ବିଭିନ୍ନ ସ୍ତରରେ ଆଲୋଚନା କରାଯାଉଛି। ଦେଶ ସ୍ୱାଧୀନତା ସଂଗ୍ରାମର ମଙ୍ଗ ଧରିଥିବା ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଓଡ଼ିଶା ସହିତ ରହିଛି ଅତୁଟ ସମ୍ପର୍କ। ଯାହାର ମୂକସାକ୍ଷୀ ହେଉଛି କଟକର ସ୍ୱରାଜ ଆଶ୍ରମ। ବାପୁ ୧୯୯୨ ମାର୍ଚ୍ଚ ୨୩ ରେ ପ୍ରଥମେ କସ୍ତୁରବା ମାଆ ଙ୍କ ସହିତ ସ୍ୱରାଜ ଆଶ୍ରମ ଆସିଥିଲେ। ଏହିଠାରେ ଓଡ଼ିଶାର ତୁଙ୍ଗ ନେତାଙ୍କୁ ଭେଟି ମାନସ ମନ୍ଥନ କରିଥିଲେ। ଏବଂ ତାପରେ କାଠଯୋଡ଼ି ନଦୀରେ ତାଙ୍କ ବିରାଟ ସଭା ଓ ବାର୍ତ୍ତା ଅଗଣିତ ଓଡ଼ିଆଙ୍କ ମଧ୍ୟରେ ସଂଗ୍ରାମ ପାଇଁ ଆତ୍ମବଳ ଦେବା ସହିତ ଇଂରେଜ ସରକାରଙ୍କୁ ଭୟବିତ କରିଦେଇଥିଲା। ଯାହାର ସ୍ମୃତି ଏବେ ଆଶ୍ରମ ରେ ଦେଖିବାକୁ ମିଳେ।

ବପୁଜି ଙ୍କ ୩ୟ ଥର ଓଡ଼ିଶା ଗସ୍ତ୧୯୨୭ ମସିହାରେ ପୁଣିଥରେ ଆଶ୍ରମ ଆସିବାର ସୌଭାଗ୍ୟ ଲାଭ ହୋଇଥିଲା। ସେତେବେଳେ ଗାନ୍ଧିଜୀ କୁଟି ଖାଅ କାଟି ପିନ୍ଧର ନାରା ଦେଇଥିଲେ। ତେଣୁ ଆଶ୍ରମରେ ସ୍ଥାପିତ ଖଦି ଭଣ୍ଡାର ତାଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିଲା। ଗୋପବନ୍ଧୁ ଦାସ, ନବ କୃଷ୍ଣଚନ୍ଦ୍ର ଚୌଧୁରୀ, ନନ୍ଦକିଶୋର ଦାସ, ହରେକୃଷ୍ଣ ମହତାବ, ନିରଞ୍ଜନ ପଟନାୟକ ପ୍ରମୁଖ ଏହାର ନେତୃତ୍ୱ ନେଉଥିଲେ। ବାପୁଜି ଏହି ନେତା ମାନଙ୍କ ସହିତ ଦୀର୍ଘ ସମୟ ଆଲୋଚନା କରିବା ସହିତ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ ଓ ଦେଶ ସ୍ୱାଧିନତାର ମନ୍ତ୍ର ମଧ୍ୟ ଜଣାଇଥିଲେ ସମସ୍ତକୁ।

ଏହି ଆଶ୍ରମ ପଛ ପରେ ଗୋପବନ୍ଧୁ ଦାସ ସତ୍ୟବାଦୀ ମେସ ଚଲାଇଥିଲେ। ଏଠାରେ ବିଦ୍ୟାର୍ଥୀ ରହି ସାଧାରଣ ଶିକ୍ଷା ସହିତ ଦେଶ ପ୍ରେମର ବାର୍ତ୍ତା ଗ୍ରହଣ କରିଥିଲେ। ତେବେ ୧୯୩୧ ରେ ଇଂରେଜ ମାନେ ଏହି ଆଶ୍ରମକୁ ଦଖଲକୁ ନେଇଥିଲେ। ଏଠାରେ ରହୁଥିବା ବିଦ୍ୟାର୍ଥୀ ସଂଗ୍ରାମୀ ମାନଙ୍କୁ ୨ ମହଲା ଉପରୁ ତଳୁ ଅତି ନିର୍ମମତାର ସହିତ ପକାଇ ଦିଆଯାଇଥିଲା। ଆଶ୍ରମରେ ରକ୍ତର ସ୍ରୋତ ବୋହିଥିଲା। ପରେ ୧୯୩୨ରେ ଆଶ୍ରମ ମୁକ୍ତି ଆନ୍ଦୋଳନ ମାଧ୍ୟମରେ ଏହାକୁ ମୁକ୍ତ କରାଯାଇଥିଲା।

ପାହାଡ଼ ଉପରେ ଚାଲିଛି ଭବିଷ୍ୟତ ଗଢ଼ା, ପାଠ ପଢ଼ିବାର ଠିକଣା ବଦଳାଇଛି ଅନ୍‌ଲାଇନ୍‌ କ୍ଲାସ୍‌

ରାୟଗଡ଼ା: ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଆବଶ୍ୟକ ସ୍ପିଡ ନେଟ୍‌। ଯେଉଁ ଦିନ ନେଟ୍‌ ନଥାଏ ସେଦଦିନ ପାଠ ପଢ଼ାରେ ଡୋରି ଲାଗିଲା। ତେବେ ପାଠ ପଢ଼ିବେ ବା କେମିତି। ଏମିତି ସମୟରେ କେବଳ ଗୋଡ଼ିଏ କଥା ମନକୁ  ଆସେ ପାହାଡ଼। ଅନ୍‌ଲାଇନ୍‌ କ୍ଲାସ୍‌ ପାଇଁ ଦରକାର ହେଉଥିବା ନେଟ୍‌ କେବଳ ପାହାଡ଼ ଉପରେ ହିଁ ମିଳିପାରିବ। ସେଥିପାଇଁ ଏବେ ଛାତ୍ରଛାତ୍ରୀଙ୍କର ପାଠ ପଢ଼ିବାର ଠିକଣା ପାହାଡ଼ ପାଲଟିଛି। ପାଠ ପଢ଼ିବାକୁ ଆଉ ସ୍କୁଲକୁ ଯିବାକୁ ପଡ଼ୁନି। ପାଠ ପଢ଼ିବାକୁ ହେଲେ ଏବେ ପାହାଡ଼ ଭରସା। ଛାତ୍ରଛାତ୍ରୀଙ୍କର ଗୋଟିଏ ଠିକଣା ଘର ହେଲେ ଆଉ ଏକ  ଠିକଣା ପାଲଟିଛି ପାହାଡ଼ । ସେଥିପାଇଁ ତ ଏବେ ପାହାଡ଼ ଉପରେ ଠା ଠା ଦେଖିବାକୁ ମିଳୁଛି ଛୋଟ ଛୋଟ କୁଡ଼ିଆ।

ପାହାଡ଼ ଉପରେ କୁଡିଆ କରି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକର ଦୁର୍ଗମ ଅଞ୍ଚଳରୁ ଆସିଛି ଏଭଳି ଚିତ୍ର। ନୂଆ ସକାଳ ସହ ଆରମ୍ଭ ହୁଏ ଏମାନଙ୍କର ପାହାଡ଼ ଚଢ଼ା। ପାହାଡ଼ର ଚୋଟିରେ ବସି ଗଢ଼ିବାକୁ ଚେଷ୍ଟା କରନ୍ତି ଆଗାମି ଭବିଷ୍ୟତ ପାଇଁ ସୁନ୍ଦର ରାସ୍ତାଟେ। ମୋବାଇଲ୍ ନେଟ୍ଓ୍ୱର୍କର ସୁବିଧା ନଥିବାରୁ ପାଠ ପଢିବାକୁ ଛାତ୍ରଛାତ୍ରୀମାନେ ପାହାଡ଼ ଚଢୁଛନ୍ତି। ଅଣ୍ଡିରାକଞ୍ଚ ଗାଁର କିଛି ପିଲା ପାହାଡ଼ ଉପରେ କୁଡିଆ କରି ଅନଲାଇନ ଓ ୟିଟ୍ୟୁବରେ କ୍ଲାସ୍ କରୁଥିବା ଦେଖିବା ମିଳିଛି।

ଖରା ଓ ବର୍ଷାରୁ ରକ୍ଷା ପାଇବା ପାଇଁ ଡାଳପତ୍ର ପକାଇ କୁଡିଆ ତିଆରି କରିବା ସହ ତାହାରି ଭିତରେ ବସି କ୍ଲାସ୍ କରୁଛନ୍ତି। ମହାମାରୀ କରୋନା ପାଇଁ ଭୂଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା। ଆଉ ଏହି ସମୟରେ ଶିକ୍ଷାକୁ ଗୁରୁତ୍ୱ ଦିଆଯାଇ ଅନଲାଇନ ଓ ୟିଟ୍ୟୁବ ମାଧ୍ୟମରେ କ୍ଲାସ୍ ହେଉଛି। ମାତ୍ର ମୋବାଇଲ ନେଟ୍ଓ୍ୱର୍କ ସୁବିଧା ନଥିବା ଦୁର୍ଗମ ଅଞ୍ଚଳରେ ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ବିପଦଶଙ୍କୁଳ ଅବସ୍ଥାରେ ପଢୁଛନ୍ତି। ସେପଟେ ନେଟ୍ଓ୍ୱର୍କ ସୁବିଧା ନଥିବା ଅଞ୍ଚଳରେ ବିକଳ୍ପ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଅଭିଭାବକ।

ହକି ହିରୋଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଶୈଳୀରେ ବାନ୍ଧକଳା ଉତ୍ତରୀୟ

ସୋନପୁର: ଓଡ଼ିଶା ଆସୁଛନ୍ତି ଟୋକିଓ ହିରୋ। ସୁବର୍ଣ୍ଣପୁରରୁ ଆସୁଛି ସମ୍ବର୍ଦ୍ଧନା ସାମଗ୍ରୀ। ଭାରତ ଦେଖିବ ବାନ୍ଧକଳାର ନିଦର୍ଶନ। ଅଲିମ୍ପିକ୍ସରେ ନୂଆ ଇତିହାସ ଲେଖିଥିବା ଭାରତୀୟ ହକି ଟିମକୁ ସମ୍ବର୍ଦ୍ଧିତ କରିବ ଓଡ଼ିଶା। ଟୋକିଓରେ ଟେକ ରଖିଥିବା ସୁନା ସନ୍ତାନଙ୍କୁ ଓଡ଼ିଶାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୧୭ତାରିଖରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ ହେବେ ଭାରତୀୟ ଗର୍ବ। ସମ୍ବର୍ଦ୍ଧନା ଉତ୍ସବକୁ ନିଆରା କରିବାକୁ ହୋଇଛି ସ୍ୱତନ୍ତ୍ର ପ୍ରସ୍ତୁତି। ହକି ଖେଳାଳିଙ୍କ କାନ୍ଧରେ ଶୋଭାପାଇବ ସୁବର୍ଣ୍ଣପୁର ଉତ୍ତରୀୟ। ସମ୍ବଲପୁରୀ କପଡାରେ ନିର୍ମିତ ଉତ୍ତରୀୟ ପ୍ରଦାନ କରିବାକୁ ସରକାର ନିଷ୍ପତ୍ତି ନେଇଥିବାବେଳେ ଏବେ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ସୂକ୍ଷ୍ମ ବାନ୍ଧ କଳାରେ ତିଆରି ହୋଇଥିବା ଏହି ଉତ୍ତରୀୟରେ ରହିଛି ଅଲିମ୍ପିକ୍ସ ଓ ହକି ଷ୍ଟିକର ଚିହ୍ନ ।

ବିଶ୍ୱରେ ସୁବର୍ଣ୍ଣପୁର ଜିଲ୍ଲା ବାନ୍ଧକଳା ପାଇଁ ସ୍ୱତନ୍ତ୍ର ପରିଚୟ ପାଇଛି। ସୂକ୍ଷ୍ମ କାରୁକାର୍ଯ୍ୟ ଓ ଭଳିକିଭଳି ଡିଜାଇନ୍ ପାଇଁ ଏହା ସମସ୍ତଙ୍କର ପସନ୍ଦ ପାଲଟିଛି। ସୂକ୍ଷ୍ମ କଳାରେ ଭରପୂର ଏହି ସ୍ୱତନ୍ତ୍ର ଉତ୍ତରୀୟକୁ ହକି ଖେଳାଳିଙ୍କୁ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ବାନ୍ଧକଳାରେ ବେଶ୍ ନିପୂଣ ଥିବା ସୁବର୍ଣ୍ଣପୁର ଜିଲ୍ଲା ମେଣ୍ଡା ଗାଁର ବୁଣାକାରମାନଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯାଇଛି। ହକି ଖେଳାଳିଙ୍କ ପାଇଁ ଉତ୍ତରୀୟ ପ୍ରସ୍ତୁତ କରି ଉତ୍ସାହିତ ଅଛନ୍ତି ଏଠାକାର ଶିଳ୍ପୀ।

ହକି ଟିମର ସଫଳତା ପଛରେ ଓଡ଼ିଶାର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା। ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ଆଜି ଅଲିମ୍ପିକ୍ସରେ ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଦଳ।

ଜ୍ୟୋତିରାଦିତ୍ୟଙ୍କୁ ଦରକାର ‘ବାପା’ଙ୍କ ବଙ୍ଗଳା, ହେଲେ ମାନୁ ନାହାନ୍ତି ପୂର୍ବତନ ମନ୍ତ୍ରୀ ରମେଶ ପୋଖରିଆଲ

ନୂଆଦିଲ୍ଲୀ: ଦିଲ୍ଲୀର ରାଜନୈତିକ ମାହୋଲରେ ଆଜିକାଲି ଏକ ସ୍ୱତନ୍ତ୍ର ବଙ୍ଗଳାକୁ ନେଇ ଏବେ ଅନେକ ଚର୍ଚ୍ଚା । ୨୭ ସଫଦରଗଞ୍ଜ ରୋଡ ସ୍ଥିତ ଲୁଟିୟନ ଜୋଲ୍ସରେ ସ୍ଥିତ ଏହି ବଙ୍ଗଳାରେ ବର୍ତ୍ତମାନ ପୂର୍ବତନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ରହୁଛନ୍ତି, ଆଲୋଚନା ଜୋରଦାର ହୋଇଛି କାରଣ ମଧ୍ୟପ୍ରଦେଶର ନେତା ଜ୍ୟୋତିରାଦିତ୍ୟ ସନ୍ଧିଆ ମଧ୍ୟ ଏହି ବଙ୍ଗଳାକୁ ପସନ୍ଦ କରନ୍ତି। ଏହି ବଙ୍ଗଳା ସହିତ ସିନ୍ଧିଆର ପୁରୁଣା ସ୍ମୃତି ରହିଛି, ତେଣୁ ସେ ଚାହୁଁଛନ୍ତି ଯେ କେନ୍ଦ୍ର ମନ୍ତ୍ରୀ ହେବା ପରେ ସେ ଏହି ଘରେ ରହିବାକୁ ଚାହୁଛନ୍ତି । କିନ୍ତୁ ନିଶଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ମଧ୍ୟ ବଙ୍ଗଳା ଖାଲି କରିବାକୁ ରାଜି ନୁହନ୍ତି । ସେ ଏହାକୁ ଖାଲି କରିବାକୁ ମଧ୍ୟ ମନା କରି ଦେଇଛନ୍ତି।

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଏହି ବଙ୍ଗଳା ପ୍ରତି ଥିବା ଆଗ୍ରହର ଏକ ଖାସ କାରଣ ରହିଛି । ଏହି ବଙ୍ଗଳାରେସେ ନିଜ ବାପା ଏବଂ ପୂର୍ବତମ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ କ୍ୟାବିନେତ ମନ୍ତ୍ରୀ ଥିବା ମାଧବରାଓ ସିନ୍ଧିଆଙ୍କ ସହ ଅନେକ ସମୟ ବିତାଇଛନ୍ତି । ସେଥିପାଇଁ ବିଜେପିରେ ଯୋଗ ଦେବାରେ ମାସେରୁ ଅଧିକ ସମୟ ହୋଇଯାଇଥିଲେ ମଧ୍ୟ, ସେ ରାଜ୍ୟସଭା ସାଂସଦ ମାନଙ୍କୁ ଦିଆଯାଇଥିବା ଆବାସରେ ରହୁନାହାନ୍ତି । ବର୍ତ୍ତମାନ ସେ ବେସାରମିକ ବିମାନ ଚଳାଚଳ ମନ୍ତ୍ରୀ ହୋଇସାରିଛନ୍ତି ଏବଂ ତାଙ୍କୁ ଆବାସ ଦେବାର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଗଲାଣି । କିନ୍ତୁ ସେ ସଫଦରଗଞ୍ଜ ପାଖରେ ଥିବା ସେହି ଖାସ ବଙ୍ଗଳାରେ ହିଁ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ଇକୋନୋମିକ ଟାଇମ୍ସର ରିପୋର୍ଟ ମିତାବକ, ବିଜେପିରେ ଯୋଗଦେବା ପରେ ଯେତେବେଳେ ସିନ୍ଧିଆ  ରାଜ୍ୟସଭା ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ, ସେତେବେଳେ ତାଙ୍କୁ ଦିଲ୍ଲୀର ୩ ଟି ବଙ୍ଗଳା ମଧ୍ୟରୁ ଯେକୌଣସି ଗୋଟିଏ ବାଛିବା ପାଇଁ ବିକଳ୍ପ ଦିଆଯାଇଥିଲା। କିନ୍ତୁ ସେ ବ୍ୟକ୍ତିଗତ ବାସଭବନରେ ‘ଆନନ୍ଦ ଲୋକ’ ରହିବେ ବୋଲି କହିଥିଲେ । ସୂତ୍ରରୁ ପ୍ରକାଶ ଯେ ୧୯୮୦ ଦଶକରେ ମାଧବରାଓ ଓ ସିନ୍ଧିଆ ୨୭ ସଫଦରଜଙ୍ଗ ରୋଡରେ ଥିବା ଏହି ବଙ୍ଗଳାରେ ରହୁଥିଲେ। ଜ୍ୟୋତିରାଦିତ୍ୟ ଏଠାରେ ରହୁଥିବାବେଳେ ତାଙ୍କର ପିଲାଦିନ ଏବଂ ଯୁବକ ସମୟକୁ ଅତିବାହିତ କରିଛନ୍ତି, ଏହି କାରଣରୁ ସେ ଏହି ବଙ୍ଗଳା ତାଙ୍କ ପାଇଁ ବିଶେଷ ଆକର୍ଷଣ ଅଟେ ।

ବଙ୍ଗଳା ଛାଡ଼ିବାକୁ ପ୍ରସ୍ତୁ ନାହାନ୍ତି ନିଶଙ୍କ

ବର୍ତ୍ତମାନ ଜ୍ୟୋତିରାଦିତ୍ୟ ଯାହା ଇଚ୍ଛା ପ୍ରକାଶ କରନ୍ତୁ ନା କାହିଁକି, କିନ୍ତୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ୨୭ ସଫଦରଜଙ୍ଗ ରୋଡରେ ଏହି ବଙ୍ଗଳା ଖାଲି କରିବାକୁ ଚାହୁଁନାହାନ୍ତି । ଜଣେ ସରକାରୀ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଖବରକାଗଜ ତାଙ୍କ ରିପୋର୍ଟରେ ଲେଖିଛି ଯେ ନିଶଙ୍କଙ୍କୁ ଏହି ବଙ୍ଗଳା ଛାଡିବାକୁ ସରକାର ଅନୁରୋଧ କରିଛନ୍ତି, କିନ୍ତୁ ନିଶଙ୍କ ତାଙ୍କୁ ବିକଳ୍ପ ଭାବରେ ପରାମର୍ଶ ଦେଇଥିବା ଆବାସକୁ ପସନ୍ଦ କରନ୍ତି ନାହିଁ । ତେଣୁ ମାମଲାଟି ଅଟକି ରହିଛି । ସ୍କିଣ୍ଡିଆ ଏହି ବଙ୍ଗଳା ବ୍ୟତୀତ ଅନ୍ୟ କୌଣସି ବଙ୍ଗଳା ନେବାକୁ ଚାହୁଁନଥିବାବେଳେ ନିଶାଙ୍କ ବଙ୍ଗଳା ଛାଡିବାକୁ ପ୍ରସ୍ତୁତ ନୁହଁନ୍ତି ।