ବୟସ୍କ ନେଇପାରିବେ ଫାଇଜର-ବାୟୋଏନଟେକ ବୁଷ୍ଟର ଡୋଜ, ଅନୁମତି ଦେଲା ଆମେରିକା FDA

1 min read

ୱାସିଂଟନ: 65 ବର୍ଷରୁ ଅଧିକ ବୟସର ଲୋକଙ୍କୁ ଫାଇଜର-ବାୟୋଏନଟେକ ଟିକାର ବୁଷ୍ଟର ଡୋଜକୁ ଆମେରିକା ଦେଇଛି ଅନୁମତି । ହାଇରିସ୍କରେ ଥିବା ବୟସ୍କଙ୍କୁ ଏହି ଟିକା ଦିଆଯାଇପାରିବ ବୋଲି କହିଛି ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ ବା ଏଫଡିଏ । ଦ୍ବିତୀୟ ଡୋଜ ନେବାର 6 ମାସ ପରେ ଏହି ବୁଷ୍ଟର ଡୋଜ ନେଇପାରିବା ଲାଗି କୁହାଯାଇଛି । 16ବର୍ଷରୁ ଅଧିକ ବୟସର ଲୋକଙ୍କୁ ବୁଷ୍ଟର ଡୋଜ ଦେବା ଲାଗି ସରକାର ଯୋଜନା କରୁଛନ୍ତି ବୋଲି ଗତ ଅଗଷ୍ଟରେ ଘୋଷଣା କରିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ।

ଏଫଡିଏ ଓ ସିଡିସିର ଗ୍ରୀନ ସିଗନାଲ ପରେ ଏହି ଟିକା ଏଣିକି ବୁଷ୍ଟର ଡୋଜ ଭାବେ ଦିଆଯିବ । ଏନେଇ ବସିଥିବା ବୈଠକରେ ଏଫଡିଏର ବରିଷ୍ଠ ଅଧିକାରୀମାନେ ବୁଷ୍ଟର ଡୋଜକୁ ସବୁଜ ସଙ୍କେତ ଦେଇଥିଲେ । ସେପଟେ ଜନସନ ଆଣ୍ଡ ଜନସନ ଟିକାର ଦ୍ବିତୀୟ ଡୋଜ ଯଥେଷ୍ଟ ପ୍ରଭାବଶାଳୀ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ମଡର୍ଣ୍ଣାର ଏମ ଆରଏନଏ ଟିକାକୁ ବୁଷ୍ଟର ଡୋଜ ଭାବେ ଦିଆଯାଇପାରିବା ନେଇ ନିଷ୍ପତ୍ତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ବ୍ରିଟେନ ଓ ଇସ୍ରାଏଲରେ ବୁଷ୍ଟର ଡୋଜ ଦେବା ପ୍ରକ୍ରିୟା ଜାରି ରହିଛି । ଗତ ମାସ ସୁଦ୍ଧା ଆମେରିକାରେ 20 ଲକ୍ଷ ଲୋକଙ୍କୁ ତୃତୀୟ ଡୋଜ ଦିଆଗଲାଣି ।

Leave a Reply