spot_img
Home Blog Page 5318

ଆଫଗାନିସ୍ତାନକୁ ଆଉ ୨ହଜାର ସୈନ୍ୟ ପଠାଇଲା ଆମେରିକା: ଜାଣନ୍ତୁ କାହିଁକି

କାବୁଲ: ଆଫଗାନିସ୍ତାନରେ ଅଧିକ ସୈନ୍ୟ ମୁତୟନ କଲା ଆମେରିକା । ପୂର୍ବରୁ ଦେଶରେ ୩ହଜାର ସୈନ୍ୟ ଥିବାବେଳେ ଆଉ ୨ ହଜାର ସୈନ୍ୟ ମୁତୟନ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ଜାତୀୟ ନିରାପତ୍ତା ବାହିନୀ ସହ ଆଲୋଚନା କରି ବିଡେନ ଏହି ପଦକ୍ଷେପ ନେଇଛନ୍ତି । ଆସନ୍ତା ୩୧ ସୁଦ୍ଧା ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ହଟିବା ନିଶ୍ଚିତ ହୋଇଥିବାବେଳେ ସେହି ଦେଶରେ ଫସିଥିବା ଆମେରିକୀୟଙ୍କୁ ତୁରନ୍ତ ଉଦ୍ଧାର କରିବା ଲାଗି ବାଇଡେନ୍ ପ୍ରଶାସନ ଏହି ପଦକ୍ଷେପ ନେଇଛି । ଏହି ମିସନ ବିରୋଧରେ କୌଣସି ପ୍ରକାର ପଦକ୍ଷେପ ନ ନେବାକୁ ତାଲିବାନକୁ ବି ସତର୍କ କରିଦିଆଯାଇଛି । ଯଦି ଆମେରିକୀୟ ଦୂତାବାସ କର୍ମଚାରୀ ବା ଅନ୍ୟ କୌଣସି କର୍ମଚାରୀଙ୍କ ବିରୋଧରେ ପଦକ୍ଷେପ ନିଆଯାଏ ତେବେ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଇଛି । ଇତି ମଧ୍ୟରେ ତାଲିବାନ ମାଜର ଇ ସରିଫକୁ ସମ୍ପୂର୍ଣ୍ଣ କବଜା କରିଥିବାବେଳେ କାବୁଲ ନିକଟରେ ତାଲିବାନ ବାହିନୀ ରହିଛନ୍ତି । ପୂର୍ବରୁ ଗତକାଲି ଦେଶବାସୀଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରପତି ଅସରଫ ଘନି ଯେଉଁ ଭାଷଣ ଦେଇଥିଲେ ସେଥିରୁ ପ୍ରତୀୟମାନ ହେଉଛି ଯେ କ୍ଷମତା ହସ୍ତାନ୍ତର କରିବାକୁ ସେ ଚାହାଁନ୍ତି ନାହିଁ । ସେପଟେ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିକେନ ରାଜନୈତିକ ପରିସ୍ଥିତି ନେଇ ଘନିଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତା ୩୧ ତାରିଖ ସୁଦ୍ଧା ପ୍ରାୟ ୩୦ହଜାର ନାଗରିକଙ୍କୁ ନିଜ ଦେଶକୁ ନେବାକୁ ପେଣ୍ଟାଗନ ଯୋଜନା କରିଛି । ସେପଟେ ଭାରତରେ ପଢୁଥିବା ଆଫଗାନ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦ୍ୱିପାକ୍ଷିକ ସମ୍ପର୍କର ନିଦର୍ଶନ କ୍ରମେ ଭାରତରେ ସହସ୍ରାଧିକ ଆଫଗାନ ଛାତ୍ରଛାତ୍ରୀଙ୍କୁ ଭାରତ ନିଜ ପ୍ରାୟୋଜନରେ ଶିକ୍ଷା ପ୍ରଦାନ କରୁଛି । ପ୍ରତିବର୍ଷ ଶତାଧିକ ଆଫଗାନ ଛାତ୍ରଛାତ୍ରୀଙ୍କୁ ବି ଭାରତ ମେଧାବୃତ୍ତି ପ୍ରଦାନ କରିଆସୁଛି । ମାତ୍ର ଆଫଗାନିସ୍ତାନରେ ଅସ୍ଥିରତା ଓ ତାଲିବାନ ହାତକୁ କ୍ଷମତା ଯିବା ଆସନ୍ନ ହୋଇଥିବାବେଳେ ସେମାନଙ୍କ ଭବିଷ୍ୟତ ନେଇ ଅନିଶ୍ଚୟତା ଜାରି ରହିଛି । ତେଣେ ଆଫଗାନିସ୍ତାନକୁ ଉପହାର ଦେଇଥିବା ୪ ଆକ୍ରମଣକାରୀ ହେଲିକପ୍ଟର ଏମଆଇ୨୪ଭି ମଧ୍ୟରୁ ଗୋଟିଏକୁ ତାଲିବାନ ନିଜ ଅଧିକାରକୁ ନେଇଛି । ସେଠାରେ ଫସିଥିବା ଭାରତୀୟଙ୍କୁ ତୁରନ୍ତ ଫେରାଇ ଆଣିବା ସହ ହିନ୍ଦୁ ଓ ଶିଖଙ୍କ ସୁରକ୍ଷା ଲାଗି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ଅରିନ୍ଦମ ବାଗଚୀ । ସେପଟେ ଆଫଗାନିସ୍ତାନରେ ଭାରତ ପକ୍ଷରୁ କାର୍ଯ୍ୟକାରୀ କରାଯାଇଥିବା ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ରାଜପଥ, ବିଦ୍ୟୁତ ଆଦି ଯୋଜନା ଉପରେ ବି ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ତାଲିବାନ ଅଧିକୃତ ହେରାତରେ ୪୨ ମେଗାଓ୍ୱାଟ କ୍ଷମତା ସମ୍ପନ୍ନ ସଲମା ଡ୍ୟାମ ବିଦ୍ୟୁତ ପ୍ରକଳ୍ପକୁ ନେଇ ବି ସନ୍ଦିହାନ ରହିଛି ଭାରତ ।

ଏଥିସହିତ ପଢ଼ନ୍ତୁ: ଆଫଗାନିସ୍ତାନରେ ଆରମ୍ଭ ହେଲା ମହିଳାଙ୍କ ଉପରେ ଅତ୍ୟାଚାର: ପୁରୁଷଙ୍କ ବିନା ବଜାରକୁ ଯିବା ମନା, ପିନ୍ଧିପାରିବେନି ସ୍ୟାଣ୍ଡଲ

ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ରାଜ୍ୟର ସାଢ଼େ ୩ କୋଟି ଲୋକେ ପାଇବେ ସ୍କାର୍ଟ ହେଲଥ୍‌ କାର୍ଡ

ଭୁବନେଶ୍ୱର: ୭୫ତମ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନୂଆ ଇତିହାସ । ନୂଆ ରୂପରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା । ରାଜ୍ୟର ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ପାଇବେ ସ୍ମାର୍ଟ ହେଲ୍‌ଥ କାର୍ଡ । ସ୍ମାର୍ଟ ହେଲ୍ଥ କାର୍ଡ ଦେବାରେ ଓଡ଼ିଶା ସାରା ଦେଶରେ ପ୍ରଥମ ରାଜ୍ୟ । ସାରା ଓଡିଶାରେ ପର୍ଯ୍ୟାୟକ୍ରମେ ଏହି କାର୍ଡ ଦିଆଯିବ । ଜାତୀୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଅନ୍ନପୂର୍ଣ୍ଣା ଓ ଅନ୍ତଦ୍ୟୋୟ ହିତାଧିକାରୀ, ସମସ୍ତଙ୍କୁ ଏହି ସ୍ମାର୍ଟ ହେଲ୍‌ଥ କାର୍ଡ ମିଳିବ । ଏଥିରେ ପରିବାର ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପ୍ରତି ବର୍ଷ ମିଳିବ । ଓଡିଶା ସମେତ ସାରା ଦେଶର ୨୦୦ରୁ ଅଧିକ ବଡ଼ ବଡ଼ ହସ୍ପିଟାଲ ଚେନ୍‌ ମାନଙ୍କରେ ମାଗଣାରେ ଚିକିତ୍ସା ସୁବିଧା ମିଳିବ । ଯେତେବେଳେ ଲୋକମାନେ ଚିକିତ୍ସା ପାଇଁ ଜମି ବିକିବା, ସୁନା ବିକିବା ଓ ପିଲାଙ୍କ ପାଠ ବନ୍ଦ କରିବା ଖବର ମିଳେ, ସେତେବେଳେ ବହୁତ କଷ୍ଟ ଲାଗେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଲୋକଙ୍କର ଏହି ଦୁଃଖ ଦୂର କରିବା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ରୂପରେ ଲାଗୁ ହେବା ନେଇ ନିଷ୍ପତ୍ତି ହୋଇଛି । ଓଡିଶାବାସୀଙ୍କୁ ସ୍ୱାସ୍ଥ୍ୟ ନିରାପତ୍ତାକୁ ଆହୁରି ସୁଦୃଢ କରିବାରେ ଏହି ବ୍ୟବସ୍ଥା ବିଶେଷ ସାହାଯ୍ୟ କରିବ । ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବିକାଶରେ ଏହା ଏକ ନୂଆ ଯୁଗ ଆରମ୍ଭ କରିବ ବୋଲି ଆଶା ରଖିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ପତାକା ଉତ୍ତୋଳନ: କହିଲେ, ଯୁବପିଢ଼ିଙ୍କ ଉପରେ ନିବେଶ, ଭବିଷ୍ୟତ ଉପରେ ନିବେଶ

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ପତାକା ଉତ୍ତୋଳନ: କହିଲେ, ଯୁବପିଢ଼ିଙ୍କ ଉପରେ ନିବେଶ, ଭବିଷ୍ୟତ ଉପରେ ନିବେଶ

ଭୁବନେଶ୍ୱର: ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଉତ୍ତୋଳନ କରିଛନ୍ତି । ଏବଂ ରାଜ୍ୟବାସୀଙ୍କୁ ୭୫ତମ ସ୍ୱାଧୀନତା ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଜାତିର ପିତା ମାହାତ୍ମା ଗାନ୍ଧୀ, ପଣ୍ଡିତ ଜବାହାରଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳ ମରି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ବୀର ସୁରେନ୍ଦ୍ର ସାଏ, ଗୋପବନ୍ଧୁ ଚୌଧୁରୀ, ନବକୃଷ୍ଣ ଚୌୁଧୁରୀ, ମାଆ ରମାଦେବୀ, ମାଳତି ଚୌଧୁରୀ, ପାର୍ବତୀ ଗିରି, ଶହୀଦ ଲକ୍ଷ୍ମର ନାୟକ, ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକଙ୍କ ପ୍ରତି ଏହି ଅବସରରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶର ଶାନ୍ତି ସୁରକ୍ଷା ନେଇ ସଂଗ୍ରାମ କରି ଶହୀଦ ହୋଇଥିବା ଆମର ବୀର ଯବନାମାନଙ୍କ ପ୍ରତି ମଧ୍ୟ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି  । ଏଥିସହିତ କରୋନା ଲଢ଼େଇରେ ଶହୀଦ ହୋଇଥିବା କରୋନା ଯୋଦ୍ଧାଙ୍କ ପ୍ରତି ମଧ୍ୟ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ଭାରତର ଗଣତନ୍ତ୍ର ଭାରତର ସବୁଠାରୁ ବଡ଼ ସଫଳତା । ଆମ ଗଣତନ୍ତ୍ର ହିଁ ଆମ ବିକାଶକୁ ଅଧିକ ସୁଗମ କରିଛି । ଦେଶକୁ ମଜବୁତ୍ କରିଛି । ଇନ୍‌ଭେଷ୍ଟମେଣ୍ଟ ଇନ୍ ୟୁଥ୍‌ ଇଜ୍ ଇନ୍‌ଭେଷ୍ଟମେଣ୍ଟ ଇନ୍ ଫୁ୍ଚର ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି । ୪୦ ବର୍ଷ ପରେ ଭାରତୀୟ ହକି ଦଳ ପଦକ ବିଜୟୀ ହୋଇଛି । ୨୦୧୮ରେ ଆମେ ହକି ବିଶ୍ୱକପ୍ ଆୟୋଜନର ଏକ ମାତ୍ର ଲକ୍ଷ୍ୟ ଥିଲା ପୁଣିଥରେ ହକିକୁ ଲୋକପ୍ରିୟ କରିବା । ଭାରତୀୟ ଦଳକୁ ପୁଣ ଥରେ ଶ୍ରେଷ୍ଠ କରି ଗଢ଼ିତୋଳିବ । ଟୋକିଓ ଅଲିମ୍ପିକ୍ସ ସାରା ଦେଶରେ ଖୁସିର ମାହୋଲ ସୃଷ୍ଟି କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଚାଲିଛି ରୂପାନ୍ତର । ୫-ଟି ଉପକ୍ରମରେ ପ୍ରଥମ ପର୍ଯ୍ୟାୟରେ ୧୦୭୨ ସ୍କୁଲର ରୂପାନ୍ତର କରାଯାଇଛି । ସେହିପରି ମୋ ସ୍କୁଲ ଅଭିଯାନରେ ୫ ଲକ୍ଷରୁ ଅଧିକ ପୁରାତନ ଛାତ୍ରଛାତ୍ରୀ, ୩୨ ହଜାରରୁ ଅଧିକ ସ୍କୁଲର ବିକାଶ ପାଇଁ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ କୋଭିଡ ମହାମାରୀକୁ ବିଶ୍ବ ଇତିହାସର ସବୁଠାରୁ ବଡ ସ୍ୱାସ୍ଥ୍ୟ ସମସ୍ୟା ଭାବରେ ବର୍ଣ୍ଣନା କରି ଏହାର ମୁକାବିଲାରେ ମାନବ ଜାତି ନିଶ୍ଚୟ ସଫଳ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଥିଲେ । କୋଭିଡ ସମୟରେ ଦେଶର ୧୭ଟି ରାଜ୍ୟକୁ ଦୁଇ ମାସ ଧରି ମେଡିକାଲ ଅକ୍‌ସିଜେନ ନିରନ୍ତର ଭାବରେ ଯୋଗାଇ ଓଡିଶା ବହୁ ମୂଲ୍ୟବାନ ଜୀବନ ବଞ୍ଚାଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହିତ ଏହା ଓଡିଶା ପାଇଁ ଗର୍ବର ବିଷୟ ବୋଲି କହିଛନ୍ତି ।

ସ୍ୱାଧୀନତା ଦିବସ ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା: ସର୍ବଶ୍ରେଷ୍ଠ ରାଜ୍ୟଭାବେ ଗଢ଼ିତୋଳିବାକୁ ଆହ୍ୱାନ

ଭୁବନେଶ୍ୱର: ୭୫ତମ ସ୍ୱାଧୀନତା ଦିିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ରାଜ୍ୟପାଳ ରାଜ୍ୟବାସୀଙ୍କୁ ଏ ଅବସରରେ ଶୁଭେଚ୍ଛା ଜଣାଇବା ସହ ଆମ ରାଜ୍ୟ ଓଡ଼ିଶା ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ପରିଣତ କରିବା ନେଇ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ୍ ଯୋଗେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶର ଏକତା ଓ ଅଖଣ୍ଡତାକୁ ବଜାୟ ରଖି ଏକ ସମୃଦ୍ଧ ଭାରତ ଗଠନ ପାଇଁ ସଂକଳ୍ପବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

https://www.youtube.com/watch?v=7wonpuHCQeI

ଐତିହାସିକ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ପତାକା ଉତ୍ତୋଳନ: ସବ୍‌କା ସାଥ୍, ସବ୍‌କା ବିକାଶ, ସବ୍‌କା ପ୍ରୟାସ ପାଇଁ ଆହ୍ୱାନ

ନୂଆଦିଲ୍ଲୀ: ୭୫ ତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତ ଥରଭଳି ଚଳିତ ଥର ମଧ୍ୟ କରୋନା କଟକଣା ମଧ୍ୟରେ ଦେଶ ପାଳୁଛି ସ୍ୱାଧୀନତା ଦିବସ । ଲାଲକିଲ୍ଲାରେ କଡ଼ା ସୁରକ୍ଷା ମଧ୍ୟରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ୩ ସେନା ମୁଖ୍ୟଙ୍କ ସମେତ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଓ ପ୍ରତିରକ୍ଷା ମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଅଛନ୍ତି ।

Image

ଏହି ଅବସରରେ ଦେଶର ସମସ୍ତ ସ୍ୱାଧୀନତା ସଂଗ୍ରମାୀଙ୍କ ମନେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ।  ଏବଂ ସେମାନଙ୍କୁ ପ୍ରଣାମ କରିବା ସମୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିସହିତ କରୋନା କାଳରେ ଲୋକଙ୍କ ସେବାରେ ଜଡ଼ିତ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ସଫେଇ କର୍ମଚାରୀ, ଭ୍ୟାକ୍ସିନେସନ୍ କାର୍ଯ୍ୟକ୍ରମରେ ଜଡ଼ିତ କର୍ମଚାରୀ, ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇବାର ସମୟ । ଏଥିସହିତ ନୂଆଦିଲ୍ଳୀରେ ଅନୁଷ୍ଠିତ ସ୍ୱାଧୀନତା ଦିବସ ଅବସରରେ ଉପସ୍ଥିତ ଅଲମ୍ପିଆନ୍‌ଙ୍କୁ ଉତ୍ସାହିତ କରିବା ନେଇ ସମ୍ମିଳୀତ ଭାବେ କରତାଳି ଦେବାକୁ ଆହ୍ୱାନ ଦେଇଥିଲେ ।

Image

ଆସନ୍ତା ବର୍ଷଠାରୁ ଅଗଷ୍ଟ ୧୪କୁ ବିଭାଜନ ବିଭିଷୀକ ସ୍ମୃତି ଦିବସ ଭାବେ ପାଳନ କରାଯିବ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଆହୁରି କହିଛନ୍ତି ଯେ,“ଅମୃତ କାଳକୁ ୨୫ବର୍ଷ ବାକି ଅଛି, କିନ୍ତୁ ସେ ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡିବ ନାହିଁ । ସ୍ୱାଧୀନତାର ୧୦୦ ବର୍ଷ ପାଳନ ଅବସରରେ ଆମକୁ ଏକ ନୂତନ ଭାରତ ଗଠନ ଆରମ୍ଭ କରିବା ଆବଶ୍ୟକ | “ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ” ସହିତ “ସବକା ପ୍ରୟାସ” ଦ୍ୱାରା ଆମେ ଆମର ଲକ୍ଷ୍ୟ ହାସଲ କରିପାରିବା । ଭାରତ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବା ପୂର୍ବରୁ ଆମକୁ ଆତ୍ମନିର୍ଭରଶୀଳ ଭାରତ ନିର୍ମାଣର ଲକ୍ଷ୍ୟକୁ ପୂରଣ କରିବାକୁ ପଡିବ ।

ଜମ୍ମୁ-କଶ୍ମୀରରେ ହେଉଥିବା ବଡ଼ ପରିବର୍ତ୍ତନ ବିଷୟରେ କହିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜମ୍ମୁ-କଶ୍ମୀରର ବିକାଶ ଏବେ ସମସ୍ତେ ଦେଖିପାରୁଛନ୍ତି | ଜମ୍ମୁ-କଶ୍ମୀର ଏବେ ଅନ୍ୟ ରାଜ୍ୟ ଭଳି ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି |

ଏହା ସହ କ୍ଷୁଦ୍ର ଚାଷୀଙ୍କୁ ଧ୍ୟାନରେ ରଖି ସରକାର ନୀତି ପ୍ରସ୍ତୁତ କରୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ | ତାଙ୍କ କହିବା ମୁତାବକ, କ୍ଷୁଦ୍ର କୃଷକମାନେ ଦେଶର ଗର୍ବ | ଆଗାମୀ ବର୍ଷରେ ଆମକୁ ଦେଶର କ୍ଷୁଦ୍ର ଚାଷୀଙ୍କ ସାମୂହିକ ଶକ୍ତି ବୃଦ୍ଧି କରିବାକୁ ପଡିବ। ସେମାନଙ୍କୁ ନୂତନ ସୁବିଧା ଦିଆଯିବାକୁ ପଡିବ | ଦେଶର ୮୦% ରୁ ଅଧିକ ଏମିତି କୃଷକ ଅଛନ୍ତି, ଯେଉଁମାନଙ୍କର ୨ ହେକ୍ଟରରୁ କମ୍ ଜମି ଅଛି | ଦେଶରେ ପୂର୍ବରୁ କରାଯାଇଥିବା ନୀତିଗୁଡିକରେ ଏହି ଛୋଟ ଚାଷୀଙ୍କ ଉପରେ ଧ୍ୟାନ ଦିଆଯାଇନଥିଲା, ବର୍ତ୍ତମାନ ଏହି କ୍ଷୁଦ୍ର ଚାଷୀଙ୍କୁ ଧ୍ୟାନରେ ରଖି ନିଷ୍ପତ୍ତି ନିଆଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Image

Image

Image

https://www.youtube.com/watch?v=7wonpuHCQeI

ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଭାରତ-ପାକିସ୍ତାନ ସୀମାନ୍ତରେ ଉଭୟ ସୈନ୍ୟଙ୍କ ମଧ୍ୟରେ ମିଠା ଦିଆନିଆ

ନୂଆଦିଳ୍ଲୀ: କେତେବେଳେ ଶତ୍ରୁତା ତ କେତେବେଳେ ବନ୍ଧୁତ୍ୱର ନିଦର୍ଶନ। ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଭାରତ-ପାକିସ୍ତାନ ସୀମାନ୍ତରେ ଉଭୟ ପକ୍ଷର ସୈନ୍ୟଙ୍କ ମଧ୍ୟରେ ହୋଇଛି ମିଠା ଦିଆନିଆ। ଜାମ୍ମୁ ଓ କାଶ୍ମୀରର ନିୟନ୍ତ୍ରଣ ସୀମାରେଖାରେ ଉଭୟ ପକ୍ଷ ମଧ୍ୟରେ ମିଠା ଦିଆନିଆ ହୋଇଛି। ଉଭୟ ପକ୍ଷର ସୈନ୍ୟ ଏକ ଆନନ୍ଦ ମୁହୂର୍ତ୍ତରେ କେଇ କ୍ଷଣ କଟାଇଛନ୍ତି। ସେହିପରି ଅଟ୍ଟାରି-ଓ୍ୱାଘା ସୀମାନ୍ତରେ ମଧ୍ୟ ବିଏସଏଫ ପକ୍ଷରୁ ମିଠା ବିନିମୟ ହୋଇଛି। ଆଜି ପାକିସ୍ତାନର ସ୍ୱାଧୀନତା ଦିବସ ହୋଇଥିବାବେଳେ ଆସନ୍ତାକାଲି ହେଉଛି ଭାରତର ସ୍ୱାଧୀନତା ଦିବସ। ଚିଲେହନା ତିଥଓ୍ୱାଲଠା କ୍ରସିଂ ପଏଣ୍ଟରେ ପାକିସ୍ତାନ ସୈନ୍ୟଙ୍କୁ ଭାରତୀୟ ସୈନ୍ୟ ମିଠା ଖୁଆଇଥିଲେ। ସୀମାରେଖାରେ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ସ୍ଥିରତା ବଜାୟ ରଖିବା ଲାଗି ଅନେକ ବର୍ଷ ଧରି ଏହି ପରମ୍ପରା ବଜାୟ ହୋଇଆସିଛି।

ସ୍ୱାଧୀନତା ଦିବସରେ ୫୦୦୦ ଯବାନଙ୍କ ସୁରକ୍ଷା ବଳୟରେ ରହିବ ଲାଲ କିଲ୍ଲା

ନୂଆଦିଲ୍ଲୀ: ରାତି ପାହିଲେ ଦେଶ ପାଳିବ ୭୫ତମ ସ୍ୱାଧୀନତା ଦିବସ। ସଜେଇ ହେଲାଣି ଭାରତ। ଦିଲ୍ଲୀରୁ ପଲ୍ଲୀ ଚାଲିଛି ପ୍ରସ୍ତୁତି। କାଶ୍ମୀରଠୁ କନ୍ୟାକୁମାରୀ ସୁରକ୍ଷା କଡାକଡି କରାଯାଇଛି। ସ୍ୱାଧୀନତାର ୭୫ ବର୍ଷରେ ପାଦ ଦେବାକୁ ଯାଉଛି ଭାରତ। ଏଥର ସ୍ୱାଧୀନତା ଦିବସକୁ ସ୍ୱତନ୍ତ୍ର ଭାବେ ପାଳନ କରିବା ପାଇଁ ଜୋରୋଦାର ପ୍ରସ୍ତୁତି ଚାଲିଛି। କାଲି ଲାଲ କିଲ୍ଲାରେ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସାରା ବିଶ୍ୱ ଦେଖିବ ଭାରତର ପରାକ୍ରମ। ଏ ନେଇ ବ୍ୟାପକ ବ୍ୟବସ୍ଥାର ବନ୍ଦୋବସ୍ଥ ହୋଇଥିବାବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ସୁରକ୍ଷା ଜୋନ୍ ଭିତରେ ରହିଛି ସମ୍ପୂର୍ଣ୍ଣ ଦିଲ୍ଲୀ। ଡ୍ରୋନ୍ ସାହାର୍ଯ୍ୟରେ ସ୍ଥିତି ଉପରେ ନଜର ରଖାଯାଇଥିବାବେଳେ ଯାଞ୍ଚ କଡାକଡି କରାଯାଉଛି। ୯ଟି ଆଣ୍ଟି ଡ୍ରୋନ୍, ୩୦୦ ସିସିଟିଭି, ୫୦୦୦ ଯବାନ ସୁରକ୍ଷା ବ୍ୟବସ୍ଥା ଉପରେ ରଖିବେ କଡା ନଜର ।

ସ୍ୱାଧୀନତା ଦିବସ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦେଶବାସୀଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି। ଦେଶବାସୀ ୭୫ ବର୍ଷର ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛନ୍ତି, ଏଣୁ ଏହା ସ୍ୱତନ୍ତ୍ର ଅଟେ ବୋଲି କହିଛନ୍ତି ରାଷ୍ଚ୍ରପତି। ଦେଶକୁ ସ୍ୱାଧୀନ କରିବାରେ ପିଢି ପରେ ପିଢି ଯେଉଁମାନେ ବଳିଦାନ ଦେଇଛନ୍ତି, ଆଜି ତାଙ୍କୁ ସାରା ଦେଶବାସୀ ମନେ ପକାଉଛନ୍ତି। ଦେଶ ସବୁ କ୍ଷେତ୍ରରେ ଉନ୍ନତି ଆଡକୁ ଅଗ୍ରସର ହେଉଛି, ତଥାପି ଆହୁରି ଆଗକୁ ଯିବାର ଅଛି। ଅଲିମ୍ପିକ୍ସରେ ଖେଳାଳିମାନେ ଦେଶର ନାଁ ଗୌରବ କରିଛନ୍ତି। ଯାହାକି ବିଶ୍ୱ ଦରବାରରେ ଭାରତର ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି। ଯେତେବେଳେ ସାରା ଦେଶବାସୀ କରୋନାରୁ ମୁକୁଳିବା ପାଇଁ ଚାହିଁ ବସିଥିଲେ ସେତେବେଳେ ଦେଶର ବୈଜ୍ଞାନିକମାନେ ଦିନ ରାତି ଏକ କରି ଟିକା ଉଦ୍ଭାବନ କରିଛନ୍ତି। ଭାରତ ବିଶ୍ୱରେ ବଡ ଟିକାକରଣ ଅଭିଯାନ ଚଳାଇଛି। ଏବେ ବି କରୋନାର ଭୟ ରହିଛି, ଏଣୁ ସତର୍କତାର ସହ ମୁକାବିଲା କରିବା ପାଇଁ ଦେଶବାସୀଙ୍କୁ ଅପିଲ୍ କରିଛନ୍ତି ରାଷ୍ଟ୍ରପତି। ଶିକ୍ଷା, ସ୍ୱାସ୍ଥ୍ୟ ସବୁ କ୍ଷେତ୍ରରେ ଦେଶ ଏବେ ଉନ୍ନତି ପଥେ ଆଗେଇ ଚାଲିଛି, ଆହୁରି ବିକାଶ ପାଇଁ ଦେଶବାସୀ ସଂକଳ୍ପ ନେବା ଉଚିତ୍ ବୋଲି କହିଛନ୍ତି ରାଷ୍ଟ୍ରପତି।

ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ସବୁବେଳେ ମିଛ କୁହନ୍ତି: ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି

ଭୁବନେଶ୍ୱର: ଓବିସି ସଂରକ୍ଷଣକୁ ନେଇ ବିଜେପି ଅଭିଯୋଗର ଜବାବ ରଖିଛି ବିଜେଡି। ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ସବୁବେଳେ ମିଛ କୁହନ୍ତି। ସେ ଜଣେ ଅଭ୍ୟାସଗତ ମିଛୁଆ ବୋଲି ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି। ପୀତାମ୍ବର ଯେଉଁ ସ୍ତରକୁ ଯାଇ ମନ୍ତବ୍ୟ ଦେଇଛନ୍ତି ତାହାକୁ ନିନ୍ଦା କରିଛି ବିଜେଡି। ଏମିତି ମିଛ କହିଲେ ପୀତାମ୍ବର କୌଣସି ପବ୍ଳିକ୍ ଲାଇଫକୁ ଆସିପାରିବେ ନାହିଁ ବୋଲି ଲେନିନ୍‌ କହିଛନ୍ତି। ନିର୍ବାଚନ ଆସିଲେ ବିଜେପି ଏମିତି ଅଭ୍ୟାସଗତ ମିଛୁଆଙ୍କୁ ବ୍ୟବହାର କରିଥାଏ। ଓଡ଼ିଶାବାସୀ ଏଭଳି ମିଛୁଆଙ୍କ ଷଡ଼ଯନ୍ତ୍ରକୁ ଭୁଝିସାରିଲେଣି। ସେଥିପାଇଁ ଓଡିଶାବାସୀ ସେମାନଙ୍କୁ ଜବାବ ଦେଉଛନ୍ତି। ନିର୍ବାଚନ ଆସିଲେ ପୀତାମ୍ବର ବାବୁଙ୍କ ଦେଖା ମିଳେ ଆଉ ନିର୍ବାଚନ ସରିଗଲେ କୁଆଡ଼େ ଉଭେଇଯାଆନ୍ତି ପିତାମ୍ବର ବାବୁ। ସବୁ ପ୍ରତିଶ୍ରୁତି ନିର୍ବାଚନ ପରେ ପାଣିର ଗାର ପାଲଟେ ବୋଲି କହିଛନ୍ତି ଲେନିନ୍‌ ମହାନ୍ତି। ତାଙ୍କର ଏଭଳି ମିଛୁଆ ବ୍ୟବହାର ପାଇଁ ଲୋକ ତାଙ୍କୁ ଭଲ ପାଉନାହାଁନ୍ତି। ଓବିସି କ୍ଷେତ୍ରରେ ବୈପ୍ଳବିକ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଯାହାର ପ୍ରଶଂସା ଦେଶବାସୀ କରିଛନ୍ତି ବୋଲି ଲେନିନ୍‌ ମହାନ୍ତି କହିଛନ୍ତି।

ଗଲୱାନରେ ପରାକ୍ରମ ଦେଖାଇଥିବା ୨୦ ଯୋଦ୍ଧାଙ୍କୁ ବିରତା ସମ୍ମାନ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଅବସ୍ଥିତ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ର ସୁରକ୍ଷା ପାଇଁ ନିୟୋଜିତ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ୍ (ITBP) ର ୨୦ ଜଣ ଯବାନ ପୂର୍ବ ବର୍ଷ ଲଦାଖ କ୍ଷେତ୍ରରେ ଦୁଇ ଦେଶର ସେନା ମଧ୍ୟରେ ସଂଘର୍ଷ ହୋଇଥିଲା । ଦୁଇ ଦେଶର ସଂଘର୍ଷ ବେଳେ ଭାରତୀୟ ସେନା ଯେଉଁଭଳି ଭାବେ ବିରତ୍ୱ ଦେଖାଇ ଚୀନ ସେନାକୁ ଅବରୋଧ କରି ସାହସିକତା ଦେଖାଇଥିଲେ, ସେଥିପାଇଁ ୨୦ ଭାରତୀୟ ଯବାନଙ୍କୁ Gallantry Award 2021 ସମ୍ମାନରେ ସମ୍ମାନିତ କରାଯିବ । ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ କେନ୍ଦ୍ର ତଥା ରାଜ୍ୟ ପୋଲିସ୍ ବାହିନୀ ପାଇଁ କେନ୍ଦ୍ର ସରକାର ଘୋଷଣା କରିଥିବା ମୋଟ ୧୩୮୦ ସେବା ପଦକ ମଧ୍ୟରେ ଏହି ପଦକ ରହିଛି ।

ପଦକ ତାଲିକାରେ ଗାଲାଣ୍ଟ୍ରି (ପିପିଏମଜି) ପାଇଁ ଦୁଇଟି ରାଷ୍ଟ୍ରପତି ପୋଲିସ୍ ପଦକ, ୬୨୮ ସାହସିକତା ପାଇଁ ପୋଲିସ ପଦକ, ବିଶିଷ୍ଟ ସେବା ପାଇଁ ୮୮ଟି ରାଷ୍ଟ୍ରପତି ପୋଲିସ୍ ପଦକ ଏବଂ ସମ୍ମାନଜନକ ସେବା ପାଇଁ ୬୬୨ ପୋଲିସ୍ ପଦକ ଅନ୍ତର୍ଭୁକ୍ତ। ଜମ୍ମୁ-କଶ୍ମୀର ପୋଲିସର ସବ୍-ଇନ୍ସପେକ୍ଟର ଅମର ଦୀପ ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ (CRPF) ର ସହିଦ ହେଡ୍ କନଷ୍ଟେବଳ କାଲେ ସୁନୀଲ ଦତ୍ତାତ୍ରେୟଙ୍କୁ (ଗ୍ୟାଲେଣ୍ଟ୍ରି ପାଇଁ ରାଷ୍ଟ୍ରପତି ପୋଲିସ୍ ପଦକ) ପ୍ରଦାନ କରାଯାଇଛି ।