ଆମେରିକାରେ ବିଭିନ୍ନ ପ୍ରତିଷ୍ଠିତ କମ୍ପାନୀ ସିଇଓଙ୍କ ସହ ମୋଦିଙ୍କ ବୈଠକ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ କରିବେ ଆଲୋଚନା

ୱାସିଂଟନ: ଆମେରିକା ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଦ୍ୱିପାକ୍ଷିକ ବୈଠକ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ  । ଆଜି   କ୍ବାଲକମ, ଆଡୋବ, ବ୍ଲାକଷ୍ଟୋନ, ଜେନରାଲ ଆଟୋମିକ୍ସ, ଫାଷ୍ଟ ସୋଲାରର ସିଇଓଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେପଟେ ଆସନ୍ତାକାଲି ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ହାଇପ୍ରୋଫାଇଲ ଭେଟଘାଟ କରିବେ ବୋଲି ସୂଚନା ରହିଛି ।

ସେହିପରି ୨୫ରେ ହେବାକୁ ଥିବା ୟୁଏନଜିଏ ବୈଠକରେ  ମଧ୍ୟ ଯୋଗଦେବେ  । ଏହି ବୈଠକରେ ଭାରତ ସୀମାପାର ଆତଙ୍କବାଦ ଓ ନିରାପତ୍ତା ପ୍ରସଙ୍ଗ । ଆମେରିକା ସହ କୌଶଳଗତ ସହଭାଗିତାକୁ ଶକ୍ତିଶାଳୀ କରିବା ଲାଗି ଭାରତ ଉଦ୍ୟମ କରିବ । ଅନ୍ୟପଟେ ଆଜି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି  । ଭାରତୀୟ ବଂଶୋଦ୍ଭବ ତଥା ଆମେରିକା ଉପରାଷ୍ଟ୍ରପତି କମଳା ହରିସଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି  ।

Leave a Reply