ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଆମେରିକା ଯାଇଥିବା ବିମାନର ବିଶେଷତ୍ୱ କ’ଣ ? ଜାଣନ୍ତୁ…

ନୂଆଦିଲ୍ଲୀ: କଷ୍ଟମ ମେଡ୍ ବୋଇଂ ବି୭୭୭ ଭିଭିଆଇପି ବିମାନ ଏୟାର ଇଣ୍ଡିଆ ୱାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଯାତ୍ରା କରିଛନ୍ତି । ଗତବର୍ଷ ଏହି ବିମାନ ରିଟାୟର୍ଡ କରିଥିବା ବୋଇଂ ୭୪୭ର ସ୍ଥାନ ନେଇଥିଲା । ତିନି ଦିନିଆ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ସେଠାରେ ମାର୍କିନ୍ ରାଷ୍ଟ୍ରପତି ଜୋ’ ବାଇଡେନ୍,ଉପରାଷ୍ଟ୍ରପତି କମଲା ହାରିସଙ୍କୁ ସାକ୍ଷାତ କରିବେ । ଏହା ସହିତ ସେ ଆମେରିକା ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମୋରିସନ୍ ଓ ଜାପାନ ପ୍ରଧାନମନ୍ତ୍ରୀ ୟୋସିଗେ ସୁଗାଙ୍କୁ ମଧ୍ୟ ସାକ୍ଷାତ କରିବେ ।

ପ୍ରଧାନମନ୍ତ୍ରୀଙ୍କ ବିମାନ ଯାତ୍ରାର ଗୋଟିଏ ଫଟୋ ଏବେ ଭାଇରାଲ ହେବାକୁ ଲାଗିଥିବା ବେଳେ ଏୟାର ଇଣ୍ଡିଆ ୱାନକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଛି । ଆସନ୍ତୁ ଜାଣିବା ଏହି ବିମାନ କେମିତି ବାକି ବିମାନଙ୍କଠାରୁ ଆଲଗା । ସୁରକ୍ଷା ବ୍ୟବସ୍ଥା ଏହି ବିମାନରେ ଅତ୍ୟାଧୁନିକ ଇଲେକଟ୍ରୋନିକ୍ ୱାରଫାୟାର ସିଷ୍ଟମ ରହିଛି । ଏହି ବିମାନ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହେଲେ ଏହା ନିଜକୁ ରକ୍ଷା କରିବା ପାଇଁ ସକ୍ଷମ ଅଟେ । ଏହା ହେଉଛି ପ୍ରଥମ ଭାରତୀୟ ବିମାନ ଯାହାର ନିଜସ୍ୱ ସେଲ୍ପ ପ୍ରୋଟେକ୍ସନ ସୁଟ୍ (ଏସପିଏସ) ରହିଛି । ଯାହାକି ଶତ୍ରୁ ରାଡାରକୁ ଜାମ୍ କରିବା ସହିତ ଆସୁଥିବା କ୍ଷେପଣାସ୍ତ୍ରକୁ ପଥଭ୍ରଷ୍ଟ କରିଥାଏ ।

ଯୋଗାଯୋଗ ବ୍ୟବସ୍ଥା

ଏଥିରେ ଆଧୁନିକ ଯୋଗାଯୋଗ ବ୍ୟବସ୍ଥା ରହିଛି ଯାହା ଦ୍ୱାରା ଆକାଶରୁ ମଧ୍ୟ ଅବିରତ ଭାବେ ଭିଡିଓ ଓ ଅଡିଓ ଦ୍ୱାରା ପ୍ରଧାନମନ୍ତ୍ରୀ ନିଜ କାର୍ଯ୍ୟାଳୟ ଓ ଗୁରୁତ୍ୱପୂର୍ଣ୍ଣ ଅଧିକାରୀଙ୍କ ସହିତ ସମ୍ପର୍କରେ ରହି ପାରିବେ । ଏହି କମ୍ୟୁନିକେଶନ୍ ସିଷ୍ଟମକୁ ହ୍ୟାକ୍ କରି ହେବ ନାହିଁ ।

ବିମାନରେ ମେଡିକାଲ ସେଣ୍ଟର
ଏହି ବିମାନ ମଧ୍ୟରେ କନଫରେନ୍ସ ସେଣ୍ଟର ସହିତ ଜରୁରୀକାଳିନ ପରିସ୍ଥିତି ପାଇଁ ଏକ ମେଡିକାଲ ସେଣ୍ଟର ମଧ୍ୟ ରହିଛି ।

ଥରକରେ ଏତିକି ଘଣ୍ଟା ଉଡ଼େ
ଏୟାର ଇଣ୍ଡିଆ ୱାନ୍ ରାସ୍ତାରେ ନଅଟକି ସିଧା ନୂଆଦିଲ୍ଲୀରୁ ନ୍ୟୁୟର୍କ ଯାତ୍ରା କରିପାରେ । ଏହି ବିମାନରେ ଥରେ ଇନ୍ଧନ ଭର୍ତ୍ତି କଲେ ଏହା ଏକାଦିକ୍ରମେ ୧୭ ଘଣ୍ଟା ଉଡ଼ିପାରେ । ଏୟାର ଇଣ୍ଡିଆ ୱାନକୁ ଭାରତୀୟ ବାୟୁସେନାର ବିଶେଷ ତାଲିମପ୍ରାପ୍ତ ପାଇଲଟ୍ ଚଳାଇ ଥାନ୍ତି ।

Leave a Reply