ପୁରୀ STFକୁ ସଫଳତା, ସପ୍ତାହକରେ ୧୦୪ଗ୍ରାମ ବ୍ରାଉନସୁଗାର ଜବତ

1 min read

ପୁରୀ: ଏସଟିଏଫକୁ ବଡ଼ ସଫଳତା । ଗୋଟିଏ ସପ୍ତାହରେ ପୁରୀରୁ ୧୦୪ଗ୍ରାମ ବ୍ରାଉନସୁଗାର ଜବତ କଲାଣି ଏସଟିଏଫ୍ । ଯାହାର ଆନୁମାନିକ ମୁଲ୍ୟ ୧୦ଲକ୍ଷ ୪୦ହଜାର ଟଙ୍କା । ମୋଟ ୬ଟି ମାମଲାରେ ୧୫ରୁ ଅଧିକଙ୍କୁ ଗିରଫ କରାଯାଇଛି । ଗତକାଲି ପୁରୀର ହରେକୃଷ୍ଣପୁର ଛକ ନିକଟରୁ ୪୦ଗ୍ରାମ୍ ବ୍ରାଉନସୁଗାର ଜବତ ହୋଇଥିଲା । ବାଲେଶ୍ବରରୁ ସରକାରୀ ଗାଡିରେ ପୁରୀକୁ ବ୍ରାଉନସୁଗାର ଯୋଗାଉଥିଲେ ଅଭିଯୁକ୍ତ । ଖବର ପାଇଁ ଘଟଣାସ୍ଥଳରେ ଏସଟିଏଫ୍ ଚଢାଉ କରି ୩ଜଣ ନିଶା ବେପାରୀଙ୍କୁ ଗିରଫ କରିଛି ।

ତିନି ଅଭିଯୁକ୍ତ ହେଲେ ପୁରୀ ସତ୍ୟବାଦୀ ରାୟଚକ୍ରଧରପୁରର ଦେବ ପ୍ରସାଦ ମିଶ୍ର, ଭୁବନେଶ୍ବର ଶିଖରଚଣ୍ଡି ଅଞ୍ଚଳର ଏସ୍ କେ କରିମୁଲ୍ଲା ଓ ନୟାଗଡର ସିନ୍ଦୁରିଆର ଏସ୍ କେ ଅନୁ । ସେମାନଙ୍କ ନିକଟରୁ ୪୦ଗ୍ରାମ ବ୍ରାଉନସୁଗାର ସହିତ ଗୋଟିଏ କାର୍ , ବାଇକ , ଓଜନ ମେସିନ୍ ଏବଂ ୫ଟି ମୋବାଇଲ ଜବତ ହୋଇଛି l ଅଭିଯୁକ୍ତମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଜିଲ୍ଲାରେ ଧଳା ଜହର କାରବାରରେ ରୋକ୍ ଲଗାଇବାକୁ ଏସପିଙ୍କ ନିର୍ଦ୍ଦେଶରେ ଏସଟିଏଫ ଟିମ୍ ଗଠନ କରାଯାଇଛି ।

Leave a Reply