spot_img
Home Blog Page 5293

କାବୁଲ ବିମାନ ବନ୍ଦରରେ ଦଳାଚକଟା, ୭ ଆଫଗାନୀ ମୃତ

କାବୁଲ: ଆଫଗାନିସ୍ତାନ ରାଜଧାନୀ କାବୁଲ ବିମାନ ବନ୍ଦରରେ ସ୍ଥିତି ଦିନତକୁ ଦିନ ଆହୁରି ହେଉଛି ଗମ୍ଭୀର ହେବାରେ ଲାଗିଛି। ପ୍ରବଳ ଜନଗହଳି ସହ ଦଳାଚକଟା ଯୋଗୁ ୭ଜଣ ଆଫଗାନ ନାଗରିକ ପ୍ରାଣ ହରାଇଛନ୍ତି। ଏନେଇ ସୂଚନା ଦେଇଛି ବ୍ରିଟିଶ ପ୍ରତିରକ୍ଷା ବିଭାଗ।

ପ୍ରବଳ ଭିଡକୁ ନେଇ ଗୁଳିମାଡ ପରେ ଲୋକମାନେ ଇତସ୍ତତଃ ଦୌଡି ଥିଲେ । ଫଳରେ ଦଳାଚକଟା ଯୋଗୁ ୭ ଜଣଙ୍କ ମୃତ୍ୟୁ ଘଟିଥିଲା ବୋଲି କହିଛି ପ୍ରତିରକ୍ଷା ବିଭାଗ। ଗତ ଏକ ସପ୍ତାହ ଧରି କାବୁଲ ବିମାନ ବନ୍ଦରରେ ହଜାର ହଜାର ଲୋକଙ୍କ ଭିଡ ଲାଗି ରହିଛି। ଉପଯୁକ୍ତ ସଂଖ୍ୟକ ବିମାନ ନଥିବାରୁ ଅନେକ ଲୋକଙ୍କୁ ଉଦ୍ଧାର କରାଯାଇପାରିନାହିଁ।

ସେପଟେ ଆଜି ପ୍ରବଳ ଭିଡ ଯୋଗୁ ସେଠାରେ ଦଳାଚକଟା ହୋଇଥିଲା। ଏଥିରେ ୭ ଜଣ ପ୍ରାଣ ହରାଇଥିଲେ। ବିମାନ ବନ୍ଦରରେ ଖାଇବାକୁ ପିଇବାକୁ ନପାଇ ଅନେକ ଶିଶୁଙ୍କ ସମେତ ଲୋକମାନେ ହାହାକାର ଅବସ୍ଥାରେ ରହିଛନ୍ତି । ବିପନ୍ନଙ୍କୁ ଉଦ୍ଧାର ଲାଗି ୨୫ରୁ ଅଧିକ ବିମାନ ମୁତୟନ ରହିଛି ।

ସେପ୍ଟେମ୍ବରରେ ଦୈନିକ ୪ ଲକ୍ଷ ସଂକ୍ରମଣ,୨ ଲକ୍ଷ ICU ବେଡ୍ ପ୍ରସ୍ତୁତ ରଖିବାକୁ କହିଲା ନୀତି ଆୟୋଗ

ନୂଆଦିଲ୍ଲୀ: ସେପ୍ଟେମ୍ବରରେ ଆସିବ କରୋନା ସଂକ୍ରମଣର ତୃତୀୟ ପ୍ରବାହ। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ଛୁଇଁବ। ସେତେବେଳେ ଅତିକମରେ ଦୁଇ ଲକ୍ଷ ଆଇସିୟୁ ବେଡର ଆବଶ୍ୟକତା ପଡିବ ବୋଲି କହିଛନ୍ତି ନୀତି ଆୟୋଗ। ନୀତି ଆୟୋଗ ସଦସ୍ୟ ବି କେ ପଲ କିଛି ଦିନ ତଳେ କରୋନା ସଂକ୍ରମଣର ତୃତୀୟ ପ୍ରବାହର ମୁକାବିଲା ପାଇଁ ସରକାରଙ୍କୁ କିଛି ପ୍ରସ୍ତାବ ଦେଇଥିଲେ। ଯେଉଁଥିରେ କୁହାଯାଇଥିଲା ଯେ, ଭବିଷ୍ୟତରେ ୧୦୦ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୩ ଜଣ ଆଇସିୟୁକୁ ଯିବାର ଆଶଙ୍କା ରହିଛି।

ଦି ଇଣ୍ଡିଆନ୍ ଏକ୍ସପ୍ରେସର ଏକ ରିପୋର୍ଟ ଅନୁସାରେ ଏହା ପୂର୍ବରୁ ନୀତି ଆୟୋଗ ସେପ୍ଟେମ୍ବର ୨୦୨୦ରେ କରୋନା ସଂକ୍ରମଣର ଦ୍ୱିତୀୟ ପ୍ରବାହର ବାବଦରେ ସଠିକ ଅନୁମାନ କରାଯାଇଥିଲା। ତେବେ ବର୍ତ୍ତମାନ ନୀତି ଆୟୋଗ ଯେଉଁ ଭବିଷ୍ୟତବାଣୀ କରିଛି ତାହା ଗତ ବର୍ଷଠାରୁ ଅଧିକ । ସେତେବେଳେ ନୀତି ଆୟୋଗ ୨୦ ପ୍ରତିଶତ ରୋଗୀ ଆଇସିୟୁ ବେଡ୍ ଆବଶ୍ୟକ କରିବେ ବୋଲି କହିଥିଲେ । ଏଥର କିନ୍ତୁ ୨୩ ପ୍ରତିଶତ ରୋଗୀଙ୍କ ପାଇଁ ଆଇସିୟୁ ବ୍ୟବସ୍ଥା କରିବାକୁ କହିଛନ୍ତି ନୀତି ଆୟୋଗ।

କୋଭିଡ୍-୧୯ର ଦ୍ୱିତୀୟ ପ୍ରବାହ ପରେ ହସ୍ପିଟାଲରେ ବେଡକୁ ଅଲଗା ସ୍ତରରେ ନିର୍ଧାରିତ କରିବାକୁ ଅପ୍ରେଲ-ଜୁନରେ ଦେଖାଯାଇଥିବା ଟ୍ରେଣ୍ଡକୁ ଦେଖି କୁହାଯାଇଥିଲା । ଜୁନ ୧ ତାରିଖରେ ଦେଶରେ ଯେତେବେଳେ ସକ୍ରିୟ ମାମଲାର ସଂଖ୍ୟା ୧୮ ଲକ୍ଷ ଥିଲା ସେତେବେଳେ ୨୧.୭୪ ପ୍ରତିଶତ କେସରେ ଆଇସିୟୁର ଆବଶ୍ୟକତା ପଡିଥିଲା ।

ନୀତି ଆୟୋଗ ଅନୁସାରେ ଆହୁରି ମଧ୍ୟ ଖରାପ ସ୍ଥିତି ପାଇଁ ଆମକୁ ପ୍ରସ୍ତୁତ ରହିବାକୁ ପଡିବ । ଆୟୋଗ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ରୁ ୫ ଲକ୍ଷ ହେବ ବୋଲି ଆଶଙ୍କା କରୁଛନ୍ତି ।ଏହାସହିତ ଆସନ୍ତା ମାସ ସୁଧା ୨ ଲକ୍ଷ ଆଇସିୟୁ ବେଡ୍ ପ୍ରସ୍ତୁତ ରଖିବାକୁ କହିଛନ୍ତି । ଭେଣ୍ଟିଲେଟର ସହିତ ୧.୨ ଲକ୍ଷ ଆଇସିୟୁ ବେଡ୍,୭ ଲକ୍ଷ ବିନା ଆଇସିୟୁ ବେଡ୍ (ଯାହା ମଧ୍ୟରୁ ୫ ଲକ୍ଷ ଅକ୍ସିଜେନ୍ ବେଡ୍) ଓ ୧୦ ଲ

ନିରଞ୍ଜନଙ୍କ ବିରୋଧରେ କଂଗ୍ରେସରେ କମ୍ପନ, ତାରାଙ୍କ ଯୁକ୍ତିକୁ ଶରତଙ୍କ ସମର୍ଥନ

ଭୁବନେଶ୍ୱର: ପୁଣି କଂଗ୍ରେସରେ କେଁ । ପଦାରେ ପଡିଲା ଦଳୀୟ କନ୍ଦଳ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି  । ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ସ୍ୱର ଉଠାଇଥିବାବେଳେ ତାରାଙ୍କୁ ସମର୍ଥନ କରିଛନ୍ତି ଏଆଇସିସି ସମ୍ପାଦକ ଶରତ ରାଉତ । ବାହିନୀପତିଙ୍କ ଅଭିଯୋଗରେ ସତ୍ୟତା ରହିଥିବା ନେଇ ସେ ଉଲ୍ଲେଖ କରିଛନ୍ତି  ।

ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ନେଇ ଦଳୀୟ ସ୍ତରରେ ସମୀକ୍ଷା କରାଯାଉନି । ଏ ନେଇ ଏଆଇସିସିକୁ ଅବଗତ କରାଯିବ ବୋଲି କହିଛନ୍ତି ଶରତ । ସେପଟେ ତାରା କହିଛନ୍ତି, ନିରଞ୍ଜନ ବାବୁ ସମସ୍ତ ବିଧାନସଭା ମଣ୍ଡଳୀ ପାଇଁ ଅର୍ଥ ଖର୍ଚ୍ଚ କରିବେ ବୋଲି କହିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ କେବଳ ଏହା ପ୍ରତିଶ୍ରୁତିରେ ରହିଗଲା । ପୂର୍ବତନ ବିଧାୟକ କୈଳାଶ କୁଲେସିକା ମୋ ଠାରୁ ଲକ୍ଷ ଲକ୍ଷ ଟଙ୍କା ନେଇଥିବା କହିଛନ୍ତି ତାରା । ଦଳ ଛାଡିବା ପ୍ରଶ୍ନ ଉଠୁନି, ଦଳରେ ରହି ସମ୍ମାନ ପାଇଁ ଲଢେଇ କରିବିବୋଲି କହିଛନ୍ତି ତାରା ପ୍ରସାଦ ବାହିନୀପତି ।

ଅଧାରେ ରହିଲା ରକ୍ଷାବନ୍ଧନ, ନଦୀରେ ବୁଡ଼ି ଶିଶୁ କନ୍ୟାର ମୃତ୍ୟୁ

ବାରିପଦା:  ନିଷ୍ପାପ ଶିଶୁ ଟିଏ, ଭାଇ ହାତରେ ରାକ୍ଷୀ ବାନ୍ଧିବାର ସ୍ୱପ୍ନ ଦେଖିଥିବ । ସକାଳୁ ଖୁସିରେ ଖେଳୁ ଥାଏ  । କିନ୍ତୁ ପବିତ୍ର ବନ୍ଧନର ପର୍ବରେ ଯେ, ସେ ସବୁ ସମ୍ପର୍କ ତୁଟାଇ ଚାଲିଯିବ କିଏ ଭାବିଥିଲା ?  ଅଚାନକ  ଗାଁ ମୁଣ୍ଡରେ ଥିବା ନଦୀରେ ବୁଡି ଶିଶୁକନ୍ୟାର ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ କୁଡୁମଦା ଗାଁରେ ଘଟିଛି ଏହି ଦୁଃଖଦ ଘଟଣା ।

ମୃତକ ଶିଶୁଟି ହେଲେ କାଳୀଦାସ ଟୁଡୁଙ୍କ ସାଢେ଼ ତିନି ବର୍ଷର ସାନ ଝିଅ । ସେ ନଦୀରେ ଖେଳୁଥିବା ବେଳେ ବୁଡି ଯାଇଥିଲା । ସ୍ଥାନୀୟଲୋକେ ଶିଶୁଟିକୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଶିଶୁଟିକୁ ମୃତ୍ୟୁ ଘୋଷଣା କରିଛନ୍ତି ଡାକ୍ତର । ରାକ୍ଷୀ ପୂର୍ଣ୍ଣିମାରେ ଏଭଳି ଏକ ଘଟଣାକୁ ବିଶ୍ୱାସ କରି ପାରୁ ନାହାଁନ୍ତି ପରିବାର ଲୋକେ  । ସଭିଙ୍କ ଆଖିରେ ଅସରାଏ ଅଶ୍ରୁ  ।

ଦାଣ୍ଡ ଦୁଆରେ ଭାଲୁ, ଭୟଭୀତ ଗ୍ରାମବାସୀ

ଯାଜପୁର: ଏ ଦୁଆରରୁ ସେ ଦୁଆର, ସେ ଦୁଆରରୁ ଏ ଦୁଆର ବୁଲୁଛି ଭାଲୁ । ଭାଲୁକୁ ଦେଖି ଭୟଭୀତ ଗ୍ରାମବାସୀ । ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ଅନ୍ତର୍ଗତ ସାଳିଜଙ୍ଗା ଗ୍ରାମରେ ବୁଲୁଛି ଭାଲୁ । ଗତ ୨ ଦିନ ହେବ ବିଳମ୍ବିତ ରାତିରେ ଗାଁ ଦାଣ୍ଡରେ ଭାଲୁ ବୁଲୁଥିବାର ଦେଖିବାକୁ ମିଳୁଛି । ଖାଦ୍ୟ ଅନ୍ୱେଷଣରେ ଭାଲୁଟି ପାଖ ଜଙ୍ଗଲରୁ ଗାଁ ଭିତରକୁ ପଶି ଆସିଥିବା ସନ୍ଦେହ କରାଯାଉଛି ।

ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ବନବିଭାଗ କର୍ମଚାରୀଙ୍କୁ ଖବର ଦିଆଯିବା ସହ ଭାଲୁକୁ ଜଙ୍ଗଲରେ ଛାଡିବାକୁ ଦାବି ହୋଇଛି । ସେପଟେ ଗାଣରେ ଭାଲୁକୁ ଦେଖି ଭୟଭୀତ ଗ୍ରାମବାସୀ  ।  ଗାଁର କିଛି ଯୁବକ ଭାଲୁ ବୁଲୁଥିବାର ଦୃଶ୍ୟ ତାଙ୍କ ମୋବାଇଲ କ୍ୟାମେରାରେ କଏଦ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ମହଙ୍ଗା ପଡିଲା ସଟଡାଉନରେ ଜୁଆ ପସରା, ହୋଟେଲ ସିଲା କଲା ବିଏମସି

ଭୁବନେଶ୍ୱର:  ସଟଡାଉନରେ ହୋଟେଲରେ ଚାଲିଥିଲା ଜୁଆ ଆଡ୍ଡା । କଠୋର କାର୍ଯ୍ୟାନୁଷ୍ଠାନ ନେଲା ବିଏମସି । ଅନିର୍ଦ୍ଦିଷ୍ଟ କାଳ ଯାଏଁ ସିଲ ହେଲା ପେଣ୍ଟାଗନ ହୋଟେଲ । ବିଏମସି ଏନଫୋର୍ସମେଣ୍ଟ ସ୍କ୍ବାଡ ହୋଟେଲ୍ ସିଲ୍ କରିଛି । କୋଭିଡ କଟକଣା ଭାଙ୍ଗି ହୋଟେଲ ରୁମରେ ଚାଲିଥିଲା ହାଇ ପ୍ରୋଫାଇଲ ଜୁଆ ଖେଳ । ଗତକାଲି ରାତି ୮ଟା ସମୟରେ ୧୦ ଜଣ ଜୁଆଡିଙ୍କ ସହ ୩ ଯୁବତୀକୁ ଗିରଫ କରିଛି ଲକ୍ଷ୍ମୀସାଗର ଥାନା ପୋଲିସ ।

ଗିରଫ ମଧ୍ୟରେ ଅଛନ୍ତି ବିଲଡର, ମଦ ବ୍ୟବସାୟୀ ଓ ପ୍ରତିଷ୍ଠିତ ବ୍ୟକ୍ତି । ଚଢାଉ ସମୟରେ ୨ ଲକ୍ଷ ୫୩ ହଜାର ଟଙ୍କା ଜବତ କରିଥିଲା ପୋଲିସ । ସେହିପରି ଆଉ ଏକ ନିଶା ବାର୍ ମଧ୍ୟ ସିଲ୍ କରାଯାଇଛି । ସୂଚନା ମୁତାବକ ଲକ୍ଷ୍ମୀସାଗର ଥାନା ଅଞ୍ଚଳର ଏକ ହୋଟେଲରୁ ଜୁଆ ଆଡ୍ଡା ଠାବ ହୋଇଛି । ସଟଡାଉନରେ ସଟର ତଳେ ଚାଲିଥିଲା ଜୁଆ ଆଡ୍ଡା । ହୋଟେଲରେ ଏକ ରୁମରେ ଜୁଆ ଆଡ୍ଡା ଚାଲିଥିବା ବେଳେ ରେଡ୍ ମାରିଛି ଲକ୍ଷ୍ମୀସାଗର ଥାନା ପୋଲିସ । ଘଟଣାରେ ତେର ଜଣ ପୁରୁଷଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି  ।

ଆଫଗାନରେ FaceBook ର ନୂୟା ନିୟମ, ୟୁଜରଙ୍କ ପାଇଁ ଓ୍ୱାନ କ୍ଲିକ୍ ଟୁଲ୍

କାବୁଲ: ଆଫଗାନିସ୍ତାନରେ ସଂକଟ ତୀବ୍ର ହେଉଥିବା ବେଳେ ୟୁଜରମାନଙ୍କ ନିରାପତ୍ତା ଲାଗି ପଦକ୍ଷେପ ନେଇଛି ଫେସବୁକ । ୟୁଜରମାନଙ୍କ ପରିଚୟ ଯେପରି ଲୁକ୍କାୟିତ ରହିବ ସେଥିଲାଗି ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଫେସବୁକର ସିକ୍ୟୁରିଟି ପଲିସି ମୁଖ୍ୟ ନାଥନିଲ ଗ୍ଲେଚର । ଆକାଉଣ୍ଟଗୁଡିକ ଲକ୍ କରିବା ତଥା ଫ୍ରେଣ୍ଡସ ଲିଷ୍ଟଗୁଡିକୁ ଲୁକ୍କାୟିତ କରିବା ଲାଗି ଫେସବୁକ ପଦକ୍ଷେପ ନେଇଛି । କେବଳ ଆଫଗାନିସ୍ତାନର ୟୁଜରମାନଙ୍କ ଲାଗି ଏହି ନିୟମ ଲାଗୁ ହେବ ।

ବିଭିନ୍ନ ସାମାଜିକ ସଂଗଠନ, ସାମ୍ବାଦିକଙ୍କ ପରାମର୍ଶ କ୍ରମେ ଏହି ପଦକ୍ଷେପ ନେଇଛି ଫେସବୁକ । ଆକାଉଣ୍ଟ ଗୁଡିକର ସୁରକ୍ଷା ଫେସବୁକର ପ୍ରାଥମିକ କର୍ତ୍ତବ୍ୟ । ଏହା ସହ ବିଭିନ୍ନ ନିରାପତ୍ତା ସଂକ୍ରାନ୍ତ ପରାମର୍ଶ ଅନଲାଇନରେ ୟୁଜରମାନଙ୍କ ନିକଟକୁ ପଠାଯିବ ବୋଲି ସେ କହିଛନ୍ତି । ତାଲିବାନ କ୍ଷମତା ନେବା ପରଠାରୁ ଲୋକମାନେ ସେମାନଙ୍କ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟ, ଫଟୋ ଆଦି ଫେସବୁକରୁ ଡିଲିଟ କରିଦେଉଛନ୍ତି । ଏହାସହ ପାଶ୍ଚାତ୍ୟ ରାଷ୍ଟ୍ର, ଆଫଗାନ ସରକାର ଓ ଆଫଗାନ ସାମରିକ ବିଭାଗ ସହ ଲିଙ୍କରେ ଥିବା ୟୁଜରମାନେ ମଧ୍ୟ ସମସ୍ତ ଆନୁଷଙ୍ଗିକ ତଥ୍ୟ ମଧ୍ୟ ଫେସବୁକ ଓ ଅନ୍ୟାନ୍ୟ ସୋସିଆଲ ମଡିଆ ତଥା ଫୋନରୁ ଡିଲିଟ କରୁଛନ୍ତି ।

ଆଫଗାନିସ୍ତାନ ୟୁଜରମାନଙ୍କ ଲାଗି ଏକ ଓ୍ବାନ କ୍ଲିକ୍ ଟୁଲ୍ ବାହାର କରାଯାଇଛି । ଏହା ଜରିଆରେ ସେମାନେ ତୁରନ୍ତ ଆକାଉଣ୍ଟ ଲକ୍ କରିପାରିବେ । ସେମାନଙ୍କ ପ୍ରୋଫାଇଲ ଲକ୍ ହୋଇଯିବା ପରେ ସେମାନଙ୍କ ଫ୍ରେଣ୍ଡ ଲିଷ୍ଟରେ ନ ଥିବା ଲୋକମାନେ ୟୁଜରଙ୍କ ପ୍ରୋଫାଇଲ ଫଟୋ ବା ତାଙ୍କର ଟାଇମଲାଇନକୁ ଡାଉନଲୋଡ ବା ସେୟାର କରିପାରିବେ ନାହିଁ । ଏହାସହ ଫ୍ରେଣ୍ଡ ଲିଷ୍ଟର ଭିଉ ଓ ସର୍ଚ୍ଚ ଅପସନକୁ ମଧ୍ୟ ସ୍ଥଗିତ କରିଦିଆଯାଇଛି ବୋଲି ସେ କହିଛନ୍ତି ।

କଲ୍ୟାଣ ସିଂହଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି, ଭାବୁକ ହେଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ: କଲ୍ୟାଣ ସିଂଙ୍କ ଶେଷ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଲକ୍ଷ୍ନୌରେ ପହଁଚିବା ପରେ ବିଜେପିର ବରିଷ୍ଠ ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ଅନ୍ତିମ ଦର୍ଶନ  କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭାବୁକ ହୋଇପଡ଼ି ଥିଲେ । କଲ୍ୟାଣ ସିଂଙ୍କ ବିୟୋଗ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି ଅଟେ । ସାରା ଜୀବନ ସମାଜ ସେବାରେ ନିଜରୁ ସମର୍ପିତ କରିଥିଲେ କଲ୍ୟାଣ ସିଂ । ତାଙ୍କ ଜୀବନି ଅନ୍ୟମାନଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ ବୋଲି କହିଥିଲେ ମୋଦି।

ସେହିପରି ମୋଦିଙ୍କ ସହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଓ ୟୁପି ବିଜେପିର ଅନେକ ବରିଷ୍ଠ ନେତା କଲ୍ୟାଣ ସିଂଙ୍କ ଶେଷ ଦର୍ଶନ କରିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଅନେକ ନେତା ଦୁଃଖ ପ୍ରକାଶ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜଣାଇବା ସହ କଲ୍ୟାଣ ସିଂଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।

ଶନିବାର ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ଜନପ୍ରିୟ ନେତା କଲ୍ୟାଣ ସିଂହ  । ୮୯ ବର୍ଷ ବୟସରେ ଚିକିତ୍ସିତ ଅବସ୍ଥାରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କ ପରଲୋକ ହୋଇଥିଲା । ଗତ ଦେଢ଼ବର୍ଷ ହେବ ଏକାଧିକ ରୋଗରେ ପୀଡ଼ିତ ଥିଲେ । କଲ୍ୟାଣ ସିଂହ ବିଜେପିର ଜଣେ ବରିଷ୍ଠ ନେତା ଥିଲେ । ସେ ରାଜସ୍ଥାନ ଏବଂ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟକରିଛନ୍ତି । ବାବ୍ରି ମସଜିଦ୍‌ର ଢାଞ୍ଚା ଭଙ୍ଗାଯିବା ସହ ରାମ ମନ୍ଦିର ଆନ୍ଦୋଳନର ମୁଖ୍ୟ ନାୟକ ଥିଲେ ସ୍ୱର୍ଗତ କଲ୍ୟାଣ ସିଂହ  ।

ଆଫଗାନରୁ ଭାରତ ଫେରିଲେ, ତାଲିବାନୀ ବର୍ବରତାକୁ ବଖାଣିଲେ..

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନମାନେ କବଜା କରିବା ପରେ  ସ୍ୱଦେଶ ଫେରିଲେ ଭାରତୀୟ  ।  ତାଲିବାନୀଙ୍କ କବ୍ଜାରେ କବଳିତ ଥିବା ଭାରତର ଶତାଧିକ ନାଗରିକ ଆଜି ଭାରତ ମାଟିରେ ପଦାର୍ପଣ କରିଛନ୍ତି  । ଆଜି ଆଫଗାନିସ୍ତାନର ରାଜଧାନୀ କାବୁଲରୁ ଫେରିଛନ୍ତି ୩୦୦ରୁ ଅଧିକ ଭାରତୀୟ । ଗୋଟିଏ ବିମାନରେ କାବୁଲରୁ ଦିଲ୍ଲୀ ଫେରିଛନ୍ତି ୮୭ ଜଣ ଭାରତୀୟ । ଏୟାର ଇଣ୍ଡିଆ ବିମାନଯୋଗେ ଏମାନେ ତାଜିକସ୍ତାନ ଦେଇ ଦିଲ୍ଲୀ ଆସିଛନ୍ତି ।

୮୭ ଜଣକ ମଧ୍ୟରେ ଦୁଇ ଜଣ ନେପାଳୀ ନାଗରିକ ମଧ୍ୟ ଅଛନ୍ତି । ବିମାନରେ ଫେରିବାବେଳେ ଭାରତ ମାତା କି ଜୟ ନାରା ଦେଇଥିଲେ ଯାତ୍ରୀମାନେ । ସେହିଭଳି ଭାରତୀୟ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ହିଣ୍ଡନ ଏୟାରବେସରେ ପହଞ୍ଚିଛନ୍ତି ଆଉ ୧୦୭ ଜଣ ଭାରତୀୟ । ବାୟୁସେନାର C-17 ବିମାନ ଯୋଗେ ଆସିଛନ୍ତି ଏମାନେ । ସ୍ବଦେଶ ପହଞ୍ଚିବାପରେ ଖୁସି ଜାହିର କରୁଛନ୍ତି ଭାରତୀୟମାନେ ।

ସେପଟେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅନେକ ନାଗରିକ ନିଜର ଦୁର୍ବିସହ ଜୀବନକୁ ଉଲ୍ଲେଖ କରିଛନ୍ତି  । କିପରି ସେଠାରେ ତାଲିବାନୀ ମାନେ ନିର୍ଯାତନା ଦେଇ ଆସୁଥିଲେ ଲୁହ ଭର୍ତ୍ତି ଘଟଣାକୁ ବଖାଣିଛନ୍ତି ଆଫଗାନ ଫେରନ୍ତା ନାଗରିକ  ।   କିଭଳି ଆଫଗାନିସ୍ତାନରେ ତାଲିବାନର ଶାସନ ଚାଲିଛି , ତାହାର ଭୟବହତା ମଧ୍ୟ ଅଶ୍ରୁର ସହ ବଖାଣିଛନ୍ତି ଭାରତୀୟମାନେ । ଏଥି ସହ ଦେଶକୁ ଫେରିବାରୁ ଭାରତ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି । କାବୁଲରୁ ପ୍ରତିଦନ ଭାରତ ଆସିବା ପାଇଁ ଦୁଇଟି ବିମାନ ଉଡାଣକୁ ଅନୁମତି ମିଳିଛି ।

ଓପିଏସସି ଆଡ଼ମିଟ କାର୍ଡ଼ରେ ତ୍ରୁଟି, ଟ୍ୱିଟ ପରେ ସଂଶୋଧନ କରିବ ବିଭାଗ

ଭୁବନେଶ୍ୱର: ଓଡିଶା ପ୍ରଶାସନିକ ସେବା ୨୦୨୦ ପ୍ରିଲିମନାରୀ ପରୀକ୍ଷାର ଆଡ଼ମିଟ କାର୍ଡ଼ରେ ହୋଇଥିବା ତ୍ରୁଟି ସଂଶୋଧନ କରିଛି ଓପିଏସସି । ଅନେକ ଆଡମିଟ୍ କାର୍ଡରେ ତାରିଖ ଓ ପରୀକ୍ଷା କେନ୍ଦ୍ରର ନାଁ ଉଲ୍ଲେଖ ନଥିଲା । ଅନ୍ୟ ପଦବୀ ଲେଖାଥିବା ଆଡ଼ମିଟ କାର୍ଡ ମଧ୍ୟ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ଏନେଇ ଟ୍ୱିଟ ଯୋଗେ ଛାତ୍ର ଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ।

ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିବା ପରେ ଓପିଏସସି ନଜରକୁ ଏହି ତ୍ରୁଟି ଆସିଥିଲା  ।  ପରେ ଏହା ଏକ ଟେକନିକାଲ ଏରର ଏବଂ ତ୍ରୁଟି ସୁଧାର କରାଯାଇଥିବା ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛି ଓପିଏସସି । ଯେଉଁ ସମସ୍ତ ଆଡମିଟ୍ କାର୍ଡରେ ତାରିଖ ଏବଂ ପରୀକ୍ଷା କେନ୍ଦ୍ରର ନାମ ଉଲ୍ଲେଖ ନଥିଲା  । ପରବର୍ତ୍ତୀ ସମୟରେ ଏହିସବୁ ତ୍ରୁଟିକୁ ସୁଧାରିବା ନେଇ ଜଣାଇଛି ଓପିଏସସି  ।