କଂଗ୍ରେସ ସହ ଚାରି ଦଶନ୍ଧିର ସମ୍ପର୍କ ତୁଟାଇବେ କ୍ୟାପଟେନ୍‌

1 min read
Amarinder Singh says he will leave Congress but won't join BJP

ଚଣ୍ଡିଗଡ଼: କଂଗ୍ରେସ ଛାଡ଼ିବେ କ୍ୟାପଟେନ୍‌ । କଂଗ୍ରେସରେ ରହିବେନି କି ବିଜେପିରେ ମିଶିବେନି । ତଳକୁ ତଳକୁ ଯାଉଛି କଂଗ୍ରେସ । ଦଳର ଅପମାନକୁ ଆଉ ନିଜ ମୁଣ୍ଡରେ ଲଦିବିନି  । ଦଳୀୟ କନ୍ଦଳର ଭୟଙ୍କର ରୂପ ନେଲାଣି ପଞ୍ଜାବ କଂଗ୍ରେସ । ଦିଲ୍ଲୀ ଗସ୍ତ ଶେଷ କରି ଏଭଳି ବୟାନ ଦେଇଛନ୍ତି ଅମରିନ୍ଦର ସିଂ । କଂଗ୍ରେସ ସହ ଚାରି ଦଶନ୍ଧିର ସମ୍ପର୍କ ତୁଟାଇବେ ବୋଲି କହିଛନ୍ତି କ୍ୟାପଟେନ୍‌ ଅମରିନ୍ଦର ସିଂ । ଦଳ ଭିତରେ ଅପମାନିତ ହୋଇଥିବାରୁ  କଂଗ୍ରେସ ଛାଡ଼ିବେ ବୋଲି ଘୋଷଣା କରିଛନ୍ତି ।

ବୁଧବାର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବା ପରେ ସେ ବିଜେପିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ସବୁ କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ଟାଣିଛନ୍ତି କ୍ୟାପଟେନ୍ । କହିଛନ୍ତି, ବିଜେପିରେ ମିଶିବିନି । ହେଲେ ଦଳ ଭିତରେ କରାଯାଇଥିବା ଅପମାନ ପରେ ଆଉ କଂଗ୍ରେସରେ ରହିବିନି ବୋଲି ଘୋଷଣା କରିଛନ୍ତି ।

ନିକଟରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଅମରିନ୍ଦର ଇସ୍ତଫା ଦେଇଥିଲେ । ଆଜି ସକାଳୁ NSA ଅଜିତ ଡୋଭାଲଙ୍କୁ ମଧ୍ୟ କ୍ୟାପଟେନ୍ ଭେଟି ଆଲୋଚନା କରିଥିଲେ । ତେବେ ପଞ୍ଜାବରେ ପହଞ୍ଚି ପୁଣି ସିଦ୍ଧୁଙ୍କୁ ଟାର୍ଗେଟ କରିଛନ୍ତି ଅମରିନ୍ଦର । ପଞ୍ଜାବର ଭବିଷ୍ୟତ ପାଇଁ ସିଦ୍ଧୁ ଉପଯୁକ୍ତ ପ୍ରାର୍ଥୀ ନୁହଁନ୍ତି ବୋଲି ଅମରିନ୍ଦର କହିଛନ୍ତି ।

Leave a Reply