ଜାତୀୟ ଗ୍ରାମ୍ୟ ଉନ୍ନୟନ ମାନ ନିର୍ଦ୍ଧାରଣ ଅଧିକାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ, ରାସ୍ତା କାମ ତଦାରଖ ପାଇଁ ଆସିଥିଲେ କେନ୍ଦୁଝର

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଜାତୀୟ ରାଜପଥ ୨୦ର ଦରଖଳା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦିଲ୍ଲୀର ଜାତୀୟ ଗ୍ରାମ୍ୟ ଉନ୍ନୟନ ମାନ ନିର୍ଦ୍ଧାରଣ ଅଧିକାରୀ ଗୁହାର ଚନ୍ଦ ପନୱାରଙ୍କ ମୃତ୍ୟୁ। କେନ୍ଦୁଝର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ନିର୍ମିତ ରାସ୍ତାଗୁଡିକର ତଦାରଖ କରିବାକୁ ସେ ଆସିଥିଲେ।

କାମ ସାରି କାର ଯୋଗେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ଫେରିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଘଷିପୁରା ଥାନା ଦରଖଳା ନିକଟରେ ଛିଡା ହୋଇଥିବା ଏକ ଟ୍ରକକୁ କାରଟି ପଛପଟୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ  ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ଅଧିକାରୀ ଗୁହାର ଚନ୍ଦ ପନୱାରଙ୍କର ମୃତ୍ୟୁ ହୋଇଛି। ସେ ପୂର୍ବରୁ ପୂର୍ତ୍ତ ବିଭାଗର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଭାବେ ରାଜସ୍ଥାନରେ କାର୍ଯ୍ୟରତ ଥିଲେ।

Leave a Reply