ଗୋଟିଏ ଦିନରେ ହକିରୁ ଅବସର ନେଲେ ୨ ତାରକା ଖେଳାଳି

1 min read
Birendra Lakra and Rupinder Pal Singh Announces Retirement From Hockey

ଭୁବନେଶ୍ୱର: ଗୋଟିଏ ଦିନରେ ହକିରୁ ୨ ଜଣ ତାରକା ଖେଳାଳି ଅବସର ଘୋଷଣା କରିଛନ୍ତି । ଭାରତୀୟ ପୁରୁଷ ହକି ଦଳର ଡିଫେଣ୍ଡର ଏବଂ ଜଣେ ଭଲ ଡ୍ରାଗ୍ ଫ୍ଲିକର ରୁପିନ୍ଦର ପାଲ୍ ସିଂହ ଅବସର ଘୋଷଣା କରିଛନ୍ତି । ସେହିଭଳି ସୁନ୍ଦରଗଡ଼ର ଓଡ଼ିଆ ପୁଅ ବୀରେନ୍ଦ୍ର ଲାକ୍ରା ମଧ୍ୟ ହକିରୁ ଅବସର ନେଇ ଘୋଷଣା କରିଥିବା ସୂଚନା ଦେଇଛି ହକି ଇଣ୍ଡିଆ ।

ଅବସର ଘୋଷଣା ସହ ଭାରତୀୟ ଦଳ ଲାଗି ଖେଳିଥିବାରୁ ଖୁସି ଲାଗିଥିବା କହିଛନ୍ତି ବୀରେନ୍ଦ୍ର ଲାକ୍ରା । ଦେଶକୁ ପ୍ରତିନିଧିତ୍ୱ କରିବା ଓ ଭାରତୀୟ ଦଳର ଜର୍ସି ପିନ୍ଧିବା ସବୁଠୁ ବଡ଼ ଖୁସି । ବର୍ତ୍ତମାନ ସମୟ ଆସିଛି ଆଗକୁ ଯାଇ ଆଗାମୀ ପିଢ଼ିର ଖେଳାଳିଙ୍କୁ ଭାରତୀୟ ଦଳରେ ଖେଳିବାର ଅନୁଭବ ଦେବା । ୧୧ ବର୍ଷର ହକି କ୍ୟାରିୟରରେ ୨୦୧ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ଲାକ୍ରା । ଆଜି ସେ ହକିରୁ ଅବସର ଘୋଷଣା କରିଛନ୍ତି ।

ଆଗାମୀ ଅଲମ୍ପିକରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ଲାକ୍ରା । ଟୋକିଓ ଅଲମ୍ପିକରେ ଭାରତୀୟ ଦଳର ବ୍ରୋଞ୍ଜ ମେଡାଲିଷ୍ଟ ବୀରେନ୍ଦ୍ର ଲାକ୍ରା । ହକି ତାଙ୍କୁ ଜୀବନରେ ବହୁତ କିଛି ଦେଇଛି ଏବଂ ଜୀବନରେ ପରିବର୍ତ୍ତନ ଆଣିଥିବା ଲାକ୍ରା କହିଛନ୍ତି । ଅଲମ୍ପିକ୍ସରେ ପଦକ ଜିତିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଢେଇ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରିବା ସହ ଡିଏସପି ରାଙ୍କର ନିଯୁକ୍ତି ପ୍ରଦାନ କରିଥିଲେ  ।

 

Leave a Reply