ପିପିଲି ଉପନିର୍ବାଚନ, ସନ୍ଧ୍ୟା ୫ଟା ସୁଦ୍ଧା ୬୮.୪୦ ପ୍ରତିଶତ ଭୋଟ୍ ଗ୍ରହଣ

Pipili Bye Election, 68.40 Percentage Vote Turn Outs Till 5PM

ଭୁବନେଶ୍ୱର: ପିପିଲିରେ ଜାରି ରହିଛି ମତଦାନ । ସକାଳ ୬ଟାରୁ ଆରମ୍ଭ ହୋଇଥିବା ଭୋଟ୍ ଗ୍ରହଣ ସନ୍ଧ୍ୟା ୬ଟା ଯାଏ ଜାରି ରହିବ । ୬ଟା ପର୍ଯ୍ୟନ୍ତ ବୁଥରେ ଧାଡ଼ିରେ ଥିବା ମତଦାତାଙ୍କୁ ଟୋକନ୍ ଦିଆଯିବ । ପ୍ରେସମିଟରେ ଏ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଏବେ ସୁଦ୍ଧା ଭୋଟ୍ ଗ୍ରହଣ ଶାନ୍ତି ଶୃଙ୍ଖଳାର ସହ ଚାଲିଛି । ସନ୍ଧ୍ୟା ୫ଟା ସୁଦ୍ଧା ୬୮.୪୦ ପ୍ରତିଶତ ଭୋଟ୍ ଗ୍ରହଣ ହୋଇଛି ।

Pipili Bye Election, 68.40 Percentage Vote Turn Outs Till 5PM

କୋଭିଡ୍ କଟକଣା ମଧ୍ୟରେ ଭୋଟ୍ ଗ୍ରହଣ ଚାଲିଛି । ୨୦୧ଟି ସମ୍ବେଦନଶୀଳ ବୁଥ୍ ଉପରେ କଡ଼ା ନଜର ରଖାଯାଇଛି । ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ପିପିଲିରେ ମୋଟ ୨ଲକ୍ଷ  ୨୯ ହଜାର ୯୯୮ ଭୋଟର ଅଛନ୍ତି । ମାଇକ୍ରୋ ଅବଜର୍ଭର ଓ ସେଣ୍ଟ୍ରାଲ ଫୋର୍ସ ମୁତୟନ କରାଯାଇଛି । ସବୁ ବୁଥରେ ଲାଗିଛି ସିସିଟିଭି କ୍ୟାମେରା । କରୋନା ପାଇଁ ବୁଥରେ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ପ୍ରତି ବୁଥରେ କୋଭିଡ୍ ନୋଡାଲ୍ ଅଧିକାରୀ ଉପସ୍ଥିତ ଅଛନ୍ତି ।

Pipili Bye Election, 68.40 Percentage Vote Turn Outs Till 5PM

ମାସ୍କ ବାଧ୍ୟତାମୂଳକ କରାଯାଇଛି । ଡବଲ୍ ଡୋଜ୍ ଟିକା ନେଇଥିବା କର୍ମଚାରୀ ଭୋଟିଂ କେନ୍ଦ୍ରରେ ମୁତୟନ ହୋଇଛନ୍ତି । ଲକ୍ଷଣ ଥିବା ଭୋଟର ଘରେ ରହି ଶେଷ ମୁହୂର୍ତ୍ତରେ ଭୋଟ୍ ଦେଇପାରିବେ । ପ୍ରତି ବୁଥରେ ହଜାରେ ମତଦାତା ଭୋଟ ଦେବେ । ଉପନିର୍ବାଚନ ପାଇଁ ୨ହଜାର ୨୦୦ ପୋଲିଂ କର୍ମଚାରୀ ଥିବା ବେଳେ ୨ହଜାର ପୋଲିସ, ୩୨ଟି ମୋବାଇଲ ପାର୍ଟି ନିୟୋଜିତ ହୋଇଛନ୍ତି । ବିଭିନ୍ନ ବୁଥ୍ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁରୀ ଜିଲ୍ଲାପାଳ ଓ ଏସ୍‌ପି ।

Leave a Reply