ଅକ୍ଟୋବର ୧ରୁ ବଦଳୁଥିବା ୬ ନିୟମ

LPG price to new excise policy, these are major changes taking effect from October 1

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବ ଅକ୍ଟୋବର ମାସ । ମାସର ପ୍ରଥମ ଦିନରୁ ଅନେକ କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ପେନସନ୍ ରୁଲରୁ ନେଇ ଗ୍ୟାସ୍ ଦର, ସବୁଥିରେ ହେବ ପରିବର୍ତ୍ତନ । ଆସନ୍ତୁ ଜାଣିବା ସେ ବିଷୟରେ…

୧) ନୂଆ ନିୟମ ଅନୁସାରେ, ଅକ୍ଟୋବର ୧ ତାରିଖରୁ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ଡିଜିଟାଲ୍ ଲାଇଫ ସାର୍ଟିଫିକେଟ୍ କିମ୍ବା ପ୍ରୁଫ୍ ଅଫ୍ ଲାଇଫ୍ ସାର୍ଟିଫିକେଟ୍ ଦେବାକୁ ପଡ଼ିବ । ଦେଶର ଯେ କୌଣସି ମୁଖ୍ୟ ଡାକଘରେ ଥିବା ଜୀବନ ପ୍ରମାଣ ସେଣ୍ଟରରେ ଏହା ଦାଖଲ କରିପାରିବେ । ଏହା ନଦେଲେ ପେନସନ୍ ବନ୍ଦ ହୋଇଯିବ ।

୨) ଅକ୍ଟୋବର ୧ରୁ ଅକାମୀ ହୋଇଯିବ ତିନିଗୋଟି ବ୍ୟାଙ୍କର ଚେକ୍ ବୁକ୍ । ଓରିଏଣ୍ଟାଲ୍ ବ୍ୟାଙ୍କ ଅଫ୍ କମର୍ସ, ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଆହ୍ଲାବାଦ ବ୍ୟାଙ୍କର ଚେକ୍ ବୁକ୍ ସହ ଏମଆଇସିଆର୍ କୋଡ୍ ଅକାମୀ ହୋଇଯିବ । ତେଣୁ ଏହି ତିନିବ୍ୟାଙ୍କର ଗ୍ରାହକ ନିକଟସ୍ଥ ବ୍ୟାଞ୍ଚରେ ଆଇଏଫଏସସି କୋଡ ଅପଡେଟ୍ କରାଇ ନେବା ଆବଶ୍ୟକ ।

୩) ଅଟୋ ଡେବିଟକୁ ଅନୁମୋଦନ ଦେବେ ଗ୍ରାହକ । ଆରବିଆଇର ନିର୍ଦ୍ଦେଶ ମୁତାବକ ଅକ୍ଟୋବ ୧ରୁ ଗ୍ରାହକଙ୍କ ଆକାଉଣ୍ଟରୁ ହେଉଥିବା ଅଟୋ ଡେବିଟ ପାଇଁ ବ୍ୟାଙ୍କ ଗ୍ରାହକଙ୍କ ଠାରୁ ଅନୁମତି ନେବେ । ଅଟୋ ଡେବିଟ୍ ନେଇ ଗ୍ରାହକଙ୍କୁ ବ୍ୟାଙ୍କ ମେସେଜ ଓ ଇମେଲ୍ ପଠାଇବ । ଗ୍ରାହକଙ୍କ ଅନୁମଦନ ପରେ ଟଙ୍କା କଟିବ ।

୪) ନିବେଶ ନିୟମରେ ପରିବର୍ତ୍ତନ । ମ୍ୟିଚୁଆଲ୍ ଫଣ୍ଡ ହାଉସ୍ ସେମାନଙ୍କ ଗ୍ରସ୍ ସାଲାରୀର ୧୦ ପ୍ରତିଶତ ନିଜସ୍ୱ ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ କରିବେ । ଏହି ନିୟମ ପର୍ଯ୍ୟାୟ ଭିତ୍ତିକ ଭାବେ ଅକ୍ଟୋବର ୧ରୁ ଲାଗୁ ହେବ । ୨୦୨୩ ଅକ୍ଟୋବରରୁ କର୍ମଚାରୀଙ୍କୁ ଦରମାର ୨୦ ପ୍ରତିଶତ ନିବେଶ କରିବାକୁ ପଡ଼ିବ ।

୫) ପ୍ରତିମାସର ପହିଲାରେ ବଦଳୁଛି ଗ୍ୟାସ୍ ଦର । ଅକ୍ଟୋବର ୧ରୁ ଗ୍ୟାସ୍ ଦର ବଢ଼ିବା ଆଶଙ୍କା କରାଯାଉଛି । ଗତମାସରେ ଏଲପିଜି ପିଛା ୨୫ ଟଙ୍କା ବୃଦ୍ଧି ଘଟିଥିଲା ।

୬) ଅକ୍ଟୋବର ୧ରୁ ଦିଲ୍ଲୀରେ ଥିବା ଘରୋଇ ମଦ ଦୋକାନ ବନ୍ଦ ହୋଇଯିବ । ଘରୋଇ ମଦ ଦୋକାନ ଗୁଡ଼ିକ ନଭେମ୍ବର ୧୬ ଯାଏଁ ବନ୍ଦ ରହିବ । ଏହି ସମୟରେ ସରକାରୀ ମଦ ଦୋକାନ ଗୁଡ଼ିକ ମଦ ବିକ୍ରି କରିପାରିବେ ।

Leave a Reply