spot_img
Home Blog Page 5248

ଓଡିଶାରେ ଜାତୀୟ ଓବିସି କମିଶନ, ଓବିସି ବର୍ଗଙ୍କ ସମସ୍ୟାକୁ ନେଇ ଆଲୋଚନା

ଭୁବନେଶ୍ୱର: ଓଡିଶାରେ ଜାତୀୟ ଓବିସି କମିଶନ ସଦସ୍ୟ କୌଶଳେନ୍ଦ୍ର ସିଂ ପଟେଲ । ବିଭିନ୍ନ ରାଜନୈତିକ ଦଳର ଓବିସି ସଙ୍ଗଠନଙ୍କ ସହ ରାଜ୍ୟ ଅତିଥି ଭବନରେ ସେ ଆଲୋଚନା କରିଛନ୍ତି । ରାଜ୍ୟରେ ଓବିସି ବର୍ଗଙ୍କ ବିଭିନ୍ନ ସମସ୍ୟାକୁ ନେଇ ବୈଠକରେ ଆଲୋଚନା ହୋଇଛି । ବିଭିନ୍ନ ରାଜନୈତିକ ଓ ସାମାଜିକ ସଙ୍ଗଠନ ମାନେ କମିଶନ ସଦସ୍ୟଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି । ପଛୁଆ ବର୍ଗଙ୍କ ପାଇଁ କାମ ଠିକ ଭାବେ ହେଉଛି କି ନାହିଁ ତାହାର ତଦାରଖ ପାଇଁ କମିଶନ ସଦସ୍ୟ ଓଡ଼ିଶା ଆସିଛନ୍ତି । ଆଲୋଚନା ପରେ କେନ୍ଦ୍ର ସରକାରଙ୍କ ପାଖରେ ପ୍ରସ୍ତାବ ରଖିବେ କମିଶ ସଦସ୍ୟ ।

ତେବେ ଜାତିଭିତ୍ତିକ ଜନଗଣନା ସମ୍ପର୍କରେ ସେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି । ଏହି ସମୟରେ ରାଜ୍ୟ ଓବିସି କମିଶନ ଅଧ୍ୟକ୍ଷ ଜଷ୍ଟିସ୍ ରଘୁନାଥ ବିଶ୍ବାଳ ଜାତୀୟ କମିଶନ ସଦସ୍ୟଙ୍କୁ ଭେଟିଛନ୍ତି । ଶିକ୍ଷାନୁଷ୍ଠାନରେ ଓବିସିଙ୍କ ପାଇଁ ସଂରକ୍ଷଣ ନେଇ ସେ ଆଲୋଚନା କରିଛନ୍ତି । ସବୁ ଶିକ୍ଷାନୁଷ୍ଠାନରେ ଏସଇବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିବା ଦରକାର। ହେଲେ ସେମାନଙ୍କ ମଧ୍ୟରୁ ବହୁ ଜାତି ସାମାଜିକ ଓ ଶିକ୍ଷାଗତ ସ୍ତରରେ ଆଗେଇ ଗଲେଣି। ସେମାନଙ୍କୁ ବାଦ୍ ଦେବାର ଆବଶ୍ୟକତା ରହିଛି ।

ସେପଟେ ଖଣ୍ଡାୟତ ଜାତି ରାଜ୍ୟର SEBC ତାଲିକାରେ ଅଛନ୍ତି । ହେଲେ କେନ୍ଦ୍ରର OBC ତାଲିକାରେ ଏମାନେ ନାହାନ୍ତି । ତେଣୁ ସେମାନଙ୍କୁ ତାଲିକାରେ ସାମିଲ କରିବାର ଆବଶ୍ୟକତା ରହିଛି । ତେବେ ଆଲୋଚନାରେ ଜାତିଭିତ୍ତିକ ଜନଗଣନା ନେଇ ଆଲୋଚନା ହୋଇନି। 20ଟି ଜାତି SEBC ତାଲିକାରେ ସାମିଲ ହେବାକୁ ଆବେଦନ କରିଛନ୍ତି। ଯଦି ସେମାନେ ଯୋଗ୍ୟ ଥିବେ ତେବେ SEBC ତାଲିକାରେ ସାମିଲ ହେବେ। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ 50 ପ୍ରତିଶତରୁ ଅଧିକ ସଂରକ୍ଷଣ ହେବ ନାହିଁ।

ଯଦି ଦେଖିବା ତେବେ SEBC, ST, SC ସଂରକ୍ଷଣ ମିଶିଲେ 50 ପ୍ରତିଶତ ହେଉଛି। ରାଜ୍ୟ ସରକାର କେନ୍ଦ୍ର ପାଖକୁ SEBC ଆଇନକୁ ସମ୍ବିଧାନର ନବମ ଅନୁଛେଦରେ ସାମିଲ କରିବାକୁ ଆବେଦନ କରିଛନ୍ତି। କେନ୍ଦ୍ର ଅନୁମତି ଦେଲେ SEBCଙ୍କ ପାଇଁ 27 ପ୍ରତିଶତ ସଂରକ୍ଷଣ ହୋଇପାରିବ। ତାମିଲନାଡୁରେ ଏହା ନବମ ଅନୁଛେଦରେ ସାମିଲ ହୋଇ କାର୍ଯ୍ୟକାରୀ ହୋଇଛି।

କଲମ୍ବିଆରେ ମିଳିଲା କରୋନାର ନୂଆ ଭାରିଆଣ୍ଟ, ଡେଲ୍ଟାଠୁ ଅଧିକ ବିପଜ୍ଜନକ କହିଲା WHO

ଜିନେଭା: କରୋନା ଆତଙ୍କ ଭିତରେ ବିଶ୍ୱବ୍ୟାପୀ ଟିକାକରଣ ଜୋରଦାର ଭାବେ ଜାରି ରହିଛି । ତଥାପି ଭୂତାଣୁର ଅଲଗା ଅଲଗା ଭାରିଆଣ୍ଟ ଆସୁଛି । ଏବେ ମିଳିଥିବା ଆଉ ଏକ ନୂଆ କରୋନା ଭାରିଆଣ୍ଟ ଉପରେ ନଜର ରଖିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । କଲମ୍ବିଆରୁ କରୋନାର ‘ମୁ’ ଭାରିଆଣ୍ଟ ମାମଲା ସାମ୍ନାକୁ ଆସିଛି । ଏହା B.1.621 ଭାରିଆଣ୍ଟର ଦ୍ୱିତୀୟ ନାମ । ଏହି ଭାରିଆଣ୍ଟ ଚଳିତବର୍ଷ ଜାନୁଆରୀରେ ପ୍ରଥମ ଥର ପାଇଁ ମିଳିଥିଲା । ଏହି ଭାରିଆଣ୍ଟ ଦ୍ୱାରା ୪ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ୪୦ରୁ ଅଧିକ ଦେଶରେ ମାମଲା ସାମ୍ନାକୁ ଆସିଛି ।

 Coronavirus Mu Variant Case Found In Colombia More Dangerous Than Delta

ତେବେ କରୋନାର ‘ମୁ’ ଭାରିଆଣ୍ଟକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତାବ୍ୟକ୍ତ କରିଛି । ଡବ୍ଲୁଏଚଓର ଆଶଙ୍କା ଅନୁଯାୟୀ ଏହି ଭାରିଆଣ୍ଟ ଭ୍ୟାକ୍ସିନକୁ ପ୍ରଭାବହୀନ କରିବା ସହିତ ଅଧିକ ସଂକ୍ରାମକ ହୋଇପାରେ । ଏହି ଭାରିଆଣ୍ଟକୁ ଅଧିକ ଜାଣିବା ପାଇଁ ଅଧ୍ୟୟନର ଆବଶ୍ୟକତା ଥିବା ଡବ୍ଲୁଏଚଓ କହିଛି । ‘ହୁ’ ଏହି ଭାରିଆଣ୍ଟକୁ ଭାରିଆଣ୍ଟ ଅଫ୍ କନସର୍ଣ୍ଣରେ ରଖିଛି ।

୨୦୨୧ ଜାନୁଆରୀରେ କଲମ୍ବିଆରେ କରୋନାର ‘ମୁ’ ଭାରିଆଣ୍ଟ ମାମଲା ପ୍ରଥମେ ସାମ୍ନାକୁ ଆସିଥିଲା । ପରେ ପରେ ଏହି ଭାରିଆଣ୍ଟ ଦକ୍ଷିଣ ଆମେରିକା, ୟୁରୋପ ସହ ଅନ୍ୟ ଦେଶକୁ ବ୍ୟାପିଛି । ବୈଶ୍ୱିକ ସ୍ତରରେ ଏହି ଭାରିଆଣ୍ଟ ସଂକ୍ରମଣ ୦.୧ ପ୍ରତିଶତରୁ କମ୍ ରହିଛି ।

ରାତି ୩ଟାରେ ଅସହଜ ଅନୁଭବ କରିଥିଲେ ସିଦ୍ଧାର୍ଥ, ମାଆଙ୍କୁ ମାଗିଥିଲେ ପାଣି

ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ସେପ୍ଟେମ୍ବର ୨ ତାରିଖରେ ହୃଦଘାତରେ ମୃତ୍ୟୁ ହୋଇଛି । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ସିଦ୍ଧାର୍ଥ ରାତିରେ ଶୋଇବା ପୂର୍ବରୁ କିଛି ଔଷଧ ଖାଇଥିଲେ ଏବଂ ସେ ସକାଳେ ଉଠିପାରିଲେ ନାହିଁ । ସେ କେଉଁ ଔଷଧ ଖାଇଥିଲେ ସେ ବାବଦରେ କୌଣସି ସୂଚନା ମିଳିପାରିନାହିଁ । ସିଦ୍ଧାର୍ଥଙ୍କୁ ଡାକ୍ତରଖାନା ନେବା ପରେ ଡାକ୍ତର ତାଙ୍କୁ Death Before Arrival ଘୋଷଣା କରିଥିଲେ ।

ବିଗ୍ ବସ ୧୩ର ରନର ଅପ୍ ଆସିମ ରିୟାଜ ମୁମ୍ବାଇର କୁପର ହସ୍ପିଟାଲରେ ପହଞ୍ଚିଛନ୍ତି ।

 

View this post on Instagram

 

A post shared by Bollywood Pap (@bollywoodpap)

ବିଗ୍ ବସ ୧୩ରେ ସିଦ୍ଧାର୍ଥଙ୍କ ସହ ନଜର ଆସିଥିବା ହିନ୍ଦୁସ୍ତାନୂ ଭାଉଙ୍କୁ ମଧ୍ୟ କୁପର ହସ୍ପିଟାଲ ସାମ୍ନାରେ ଦେଖିବାକୁ ମିଳିଲା ।

 

View this post on Instagram

 

A post shared by Bollywood Pap (@bollywoodpap)

ସିଦ୍ଧାର୍ଥ ଶୁକ୍ଳାଙ୍କ ପୋଷ୍ଟମର୍ଟମ ତିନି ଜଣ ଡାକ୍ତରଙ୍କ ପ୍ୟାନେଲ କରିବେ । ତାଙ୍କ ପୂରା ପୋଷ୍ଟମର୍ଟମ କ୍ୟାମେରାରେ କଏଦ ହେବ । କୁପର ହସ୍ପିଟାଲ ବାହାରେ ପୋଲିସ ମୁତୟନ କରାଯାଇଛି । ଲୋକମାନେ ପୋର୍ଟମର୍ଟମ ରିପୋର୍ଟ ଆସିବାର ଅପେକ୍ଷାରେ ଅଛନ୍ତି । ରିପୋର୍ଟ କେତେବେଳେ ଆସିବ ତା ସୂଚନା ମିଳିପାରିନାହିଁ ।

 

ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତଦେହ ମୁମ୍ବାଇର କୁପର ହସ୍ପିଟାଲରେ ଅଛି । ଡିସିପି ଅଭିଷେକ ତ୍ରିମୁଖେ ଡାକ୍ତରଖାନାରେ ପହଞ୍ଚିଥିଲେ । ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଆସିବା ପରେ ତାଙ୍କ ଘର ସାମ୍ନାରେ ପୋଲିସ ମୁତୟନ କରାଯାଇଛି ।

ଓଭାଲ୍ ଟେଷ୍ଟ, ଟସ୍ ଜିତି ବୋଲିଂ କରୁଛି ଇଂଲଣ୍ଡ

ଓଭାଲ୍: ଲଣ୍ଡନର ଓଭାଲରେ ଆଜି ଭାରତ-ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳ ଆରମ୍ଭ ହୋଇଛି । ଟସ୍ ଜିତି ଘରୋଇ ଦଳ ବୋଲିଂ କରୁଛି । ପ୍ରଥମେ ଭାରତୀୟ ଦଳ ବ୍ୟାଟିଂ କରୁଛି । ଭାରତୀୟ ଦଳରେ ଆଜି ମଧ୍ୟ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ସାମିଲ୍ କରାଯାଇ ନାହିଁ । ଦଳ ୪ ବୋଲର ଓ ଜଣେ ସ୍ପିନରଙ୍କ ସହ ପଡ଼ିଆକୁ ଓହ୍ଲାଇଛି । ଉଭୟ ଦଳ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିଛନ୍ତି ।

 Ind Vs Eng 4th Test England Won The Toss And Elected To Bowl First

କ୍ରିସ୍ ବୋକ୍ସ ଓ ଓଲି ପୋପ ଇଂଲଣ୍ଡ ଟିମକୁ ଫେରିଛନ୍ତି । ଉଭୟଙ୍କୁ ଜୋସ ବଟଲର ଓ ସ୍ୟାମ କରନଙ୍କ ସ୍ଥାନରେ ଦଳରେ ସ୍ଥାନିତ କରାଯାଇଛି । ଅନ୍ୟପଟେ ଭାରତୀୟ ଦଳରେ ମହମ୍ମଦ ସାମି ଓ ଇଶାନ୍ତ ଶର୍ମାଙ୍କୁ ସାମିଲ୍ କରାଯାଇ ନାହିଁ । ସାମି ଓ ଇଶାନ୍ତଙ୍କ ସ୍ଥାନରେ ଦଳରେ ଉମେଶ ଯାଦବ ଓ ଶାର୍ଦ୍ଦୁଲ ଠାକୁରଙ୍କୁ ସୁଯୋଗ ମିଳିଛି ।

ଲଣ୍ଡନର ଓଭାଲରେ ଖେଳା ଯାଇଥିବା ଅଧିକାଂଶ ମ୍ୟାଚରେ ଇଂଲିସ ଦଳ ଭାରତ ଉପରେ ଭାରି ପଡ଼ିଛି । ଭାରତ ଓଭାଲ ପିଚରେ କେବଳ ଗୋଟିଏ ମାତ୍ର ମ୍ୟାଚ୍ ଜିତିବାରେ ସଫଳ ରହିଛି । ୫୦ ବର୍ଷ ତଳେ ୧୯୭୧ ମସିହାରେ ଭାରତ ଓଭାଲରେ ବିଜୟୀ ହୋଇଥିଲା । ଭାରତ ଓଭାଲରେ ୧୩ଟି ଟେଷ୍ଟ ମ୍ୟାଚ ଖେଳିଥିବା ବେଳେ ୫ଟି ହାରିଛି, ୭ଟି ଡ୍ର ରହିଛି ।

ପ୍ରକାଶ ହିନ୍ଦୁଜାଙ୍କୁ ସ୍ୱିସ୍ କୋର୍ଟର ଝଟକା, ଦେବାକୁ ପଡ଼ିବ ୧୦୦୦ କୋଟିର ଟ୍ୟାକ୍ସ, ଫ୍ରିଜ୍ ହେଲା ସମ୍ପତ୍ତି

ହିନ୍ଦୁଜା ଗ୍ରୁପର ପ୍ରକାଶ ହିନ୍ଦିଜାଙ୍କୁ ଟ୍ୟାକ୍ସ ଚୋରି ମାମଲାରେ ସ୍ୱିଜରଲ୍ୟାଣ୍ଡର ଫେଡେରାଲ କୋର୍ଟର ଝଟକା । ଫେଡେରାଲ କୋର୍ଟ ଅନୁଯାୟୀ, ପ୍ରକାଶଙ୍କୁ ୧୩.୭ କୋଟି ଡଲାର ଅର୍ଥାତ, ୧୦୦୦ କୋଟି ଟଙ୍କାର ଟ୍ୟାକ୍ସ ଦେବାକୁ ପଡ଼ିବ । କୋର୍ଟ ତାଙ୍କ ସମ୍ପତ୍ତି ଜବତ କରିବାର ନିର୍ଦ୍ଦେଶକୁ ମଧ୍ୟ ବୈଧ ବୋଲି କହିଛନ୍ତି ।

ଉଲ୍ଲେଖନୀୟ ଯେ, ୭୬ ବର୍ଷୀୟ ପ୍ରକାଶ ହିନ୍ଦୁଜା ୟୁରୋପରେ ହିନ୍ଦୁଜା ଗ୍ରୁପର ଚେୟାରମ୍ୟାନ୍ ଅଛନ୍ତି । ହିନ୍ଦୁଜା ଗ୍ରୁପ୍‌କୁ ଚାରି ଭାଇ ଗୋପିଚାନ୍ଦ ହିନ୍ଦୁଜା, ପ୍ରକାଶ ହିନ୍ଦୁଜା, ଅଶୋକ ହିନ୍ଦୁଜା ଓ ଏସପି ହିନ୍ଦୁଜା ଦେଖାଶୁଣା କରୁଛନ୍ତି । ଫୋବର୍ସ ମାଗାଜିନର ସୂଚନା ଅନୁସାରେ, ‘ହିନ୍ଦୁଜା ବ୍ରଦର୍ସ’ର ବର୍ତ୍ତମାନ ମୂଳ ସମ୍ପତ୍ତିର ମୂଲ୍ୟ ୧୫.୪ ବିଲିୟନ ଡଲାର(ପ୍ରାୟ ୧.୧୨ ଲକ୍ଷ କୋଟି ଟଙ୍କା) ରହିଛି ।

ମିଳିଥିବା ଖବର ଅନୁସାରେ, ସ୍ୱିଜରଲ୍ୟାଣ୍ଡର ସୁପ୍ରିମକୋର୍ଟ (ଫେଡେରାଲ ଟ୍ରିବୁନାଲ) ବୁଧବାର ସ୍ୱିସ୍ ଟାକ୍ସ ଅଥରିଟିଙ୍କ ନିର୍ଦେଶକୁ ଠିକ୍ ବୋଲି କହିଛନ୍ତି। ଏହା ସହିତ ପ୍ରକାଶ ହିନ୍ଦୁଜାଙ୍କ ଉପରେ ଗତ ବର୍ଷ ସୁଦ୍ଧା ୧୩.୭ କୋଟି ଡଲାର ବକେୟା ଟାକ୍ସ ବାକି ରହିଛି । ଏହା ୨୦୦୮ ରୁ ୨୦୧୭ ଭିତରର ରହିଛି । ପ୍ରକାଶ ହିନ୍ଦୁଜାଙ୍କ ବିରୋଧରେ ଅଭିଯୋଗ ରହିଛି ଯେ, ସେ ଟାକ୍ସ ବଞ୍ଚାଇବା ପାଇଁ ନିଜକୁ Monaco ର ନାଗରିକ ବୋଲି କହୁଥିଲେ ଓ ନିଜ ସମ୍ପତ୍ତିର ମୂଲ୍ୟ କମ୍ କରିକି କହିଥିଲେ।

ମାନବବାଦୀ ସଂଗଠନ ମୁଖ୍ୟ ଗିରଫ, ସହିଦ ନଗର ବାସଭବନରୁ ଉଠାଇନେଲା ପୋଲିସ

ଭୁବନେଶ୍ୱର: ଗିରଫ ହେଲେ ମାନବବାଦୀ ସଙ୍ଗଠନର ମୁଖ୍ୟ ମାନସ ଦାସ  । ସହିଦ ନଗର ସ୍ଥିତ ବାସଭବନରୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି  । ସେପଟେ ପୋଲିସ ମାନବବାଦୀ ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କୁ ଉଠାଇନେବା ବେଳେ ଗଣମାଧ୍ୟମ ଆଗରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି ମାନସ ଦାସ  । ଭାଇରାଲ ଭିଡିଓ ପରେ ସାମ୍ନାକୁ ଆସିଥିଲା ମାନସ ଦାସଙ୍କ ଚେହେରା  ।  ଖୋର୍ଦ୍ଧାରେ ବାପ-ପୁଅଙ୍କୁ ମାଡ ମରାଯାଉଥିବା ନେଇ ପ୍ରଥମେ ଭିଡିଓ ଭାଇରାଲ ହୋଇଥିଲା  । ଅନ୍ୟପଟେ ମାନସଙ୍କ ନାଁରେ ହତ୍ୟା ଓ ନିର୍ଯାତନା ମାମଲା ରହିଛି । ଏପରିକି ତାଙ୍କ ସଂଗଠନ ନାଁରେ ମଧ୍ୟ ବିଭିନ୍ନ ଅଭିଯୋଗ ରହିଛି  ।

ସେପଟେ ଭିଡିଏ ଭାଇରାଲ ହେବା ପରେ ଥାନାରେ ଅଭିଯୋଗ କରିଥିଲେ ନିର୍ଯ୍ୟାତନାର ଶିକାର ହୋଇଥିବା ବ୍ୟକ୍ତି ମାଗୁଣି ନାୟକ । ମିଳିଥିବା ସୂଚନା ମୁତାବକ ସାଧାରଣ ଲୋକଙ୍କୁ ଏହି ସଙ୍ଗଠନରେ ସାମିଲ କରାଯାଉଥିଲା ଏବଂ ଯେଉଁମାନେ ସଂଗଠନ ପାଇଁ କାମ କରୁନଥିଲେ ସେମାନଙ୍କୁ ଅତର୍କିତ ମାଡ ମାରାଯାଉଥିବା ନେଇ ଅଭିଯୋଗ ହୋଇଥିଲା  । ସେହିପରି ଅନେକ ଲୋକଙ୍କୁ ଜୀବନରୁ ହତ୍ୟା କରାଯାଇଥିବା ନେଇ ମଧ୍ୟ ଅଭିଯୋଗ ଆସିଛି  । ଏହି ସବୁ ମାମଲାରେ ପ୍ରତ୍ୟେକ୍ଷ ଭାବେ ମାନସ ଦାସଙ୍କ ହାତ ରହିଥିବା ଅଭିଯୋଗ ହୋଇଛି  ।

ୱେବ ପୋର୍ଟାଲ ଓ ୟୁଟ୍ୟୁବ୍ ଚ୍ୟାନେଲ୍ ଉପରେ ବର୍ଷିଲେ ପ୍ରଧାନ ବିଚାରପତି, କହିଲେ ‘ମନ ଇଛା ଚଲାଉଛନ୍ତି’

ନୂଆଦିଲ୍ଲୀ: କରୋନାର ପ୍ରଥମ ଲହର ବେଳେ ତବଲିଗି ଜମାତକୁ ନେଇ ଗଣମାଧ୍ୟମ ରିପୋର୍ଟିଂ ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ରଧାନ ବିଚାରପତି ଏନଭି ରମଣା କହିଛନ୍ତି, ୱେବ ପୋର୍ଟାଲ ଉପରେ କାହାର ନିୟନ୍ତ୍ରଣ ନାହିଁ । କିଛି ବି ଚଲାଉଛନ୍ତି ।

 Reporting On Tablighi Jamaat No One Has Control Over Web Portal Says CJI NV Ramana

ୱେବ ପୋର୍ଟାଲ, ୟୁଟ୍ୟୁବ ଚ୍ୟାନେଲ ଓ ସୋସିଆଲ୍ ମିଡିଆରେ ପ୍ରସାରିତ ମିଥ୍ୟା ଖବରକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି କହିଛନ୍ତି, ୱେବ ପୋର୍ଟାଲ ଉପରେ କାହା ନିୟନ୍ତ୍ରଣ ନାହିଁ । ୟୁଟ୍ୟୁବରେ ଲକ୍ଷ ଲକ୍ଷ ମିଛ ଖବର ଚାଲୁଛି । ଉତ୍ତରଦାୟୀ ନଥିବାରୁ ସାଧାରଣ ଲୋକ, ବିଚାରପତି ଏବଂ ଭିନ୍ନ ଭିନ୍ନ ସଂସ୍ଥାକୁ ବଦନାମ କଲା ଭଳି ଖବର ପ୍ରସାରଣ କରୁଛନ୍ତି । ସୋସିଆଲ୍ ମିଡିଆ କମ୍ପାନୀ କେବଳ ଶକ୍ତିଶାଳୀ ଲୋକଙ୍କ କଥା ଶୁଣୁଛି । ସାଧାରଣ ଲୋକ କି ବିଚାରପତିଙ୍କ କଥା ନୁହେଁ ବୋଲି କହିଛନ୍ତି ପ୍ରଧାନ ବିଚାରପତି ।

ସେମାନେ କାହା ପାଖେ ଉତ୍ତରଦାୟୀ ନାହାଁନ୍ତି । ଅନେକଙ୍କ ବିରୋଧରେ ଅଶ୍ଲୀଳ ଭାଷାରେ ମଧ୍ୟ ଲେଖୁଛନ୍ତି । ଲୋକଙ୍କ କଥା ଛାଡ଼ନ୍ତୁ ବିଚାରପତିଙ୍କ ବାବଦରେ ବି ମନ ଇଚ୍ଛା ଲେଖୁଛନ୍ତି ବୋଲି ଖଣ୍ଡପୀଠ କହିଛନ୍ତି । ଏଥିରୁ ମୁକୁଳିବା ଲାଗି କ’ଣ ବ୍ୟବସ୍ଥା ରହିଛି ବୋଲି ସର୍ବୋଚ୍ଚ କୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ବୈଦ୍ୟୁତିକ ଗଣମାଧ୍ୟମ ଓ ସମ୍ବାଦପତ୍ର ଲାଗି ବ୍ୟବସ୍ଥା ଥିବା ବେଳେ ୱେବ ପୋର୍ଟାଲ ଲାଗି କିଛି କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି ।

 Reporting On Tablighi Jamaat No One Has Control Over Web Portal Says CJI NV Ramana

ସୋସିଆଲ୍ ମିଡିଆ ଓ ଡିଜିଟାଲ୍ ମିଡିଆ ଉପରେ ନଜର ରଖିବାକୁ ଆୟୋଗ ଗଠନ ପରେ କ’ଣ ହୋଇଛି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନ ବିଚାରପତି । ଆଡିସନାଲ ସଲିସିଟର ଜେନେରାଲ କହିଛନ୍ତି, ୱେବ ପୋର୍ଟାଲ ପାଇଁ ସରକାର ନିୟମ ତିଆରି କରିଛନ୍ତି । ଯାହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି ।

ଅନ୍ଧାରୀ ମୂଲକର ଅନ୍ଧ ଶାସନ, କଙ୍ଗାରୁ କୋର୍ଟରେ ୨ବର୍ଷ ହେଲା ବାସନ୍ଦ ଦୁଇ ପରିବାର

ଢ଼େଙ୍କାନାଳ: ପୁଣି ସାମ୍ନାକୁ ଆସିଲା ଅନ୍ଧାରୀ ମୂଲକର ଅନ୍ଧ ଶାସନର ଆଉ ଏକ ନଗ୍ନ ଚିତ୍ର। କଙ୍ଗାରୁ କୋର୍ଟରେ ଗାଁରୁ ବାସନ୍ଦ ହୋଇଛନ୍ତି ଦୁଇଟି ପରିବାର। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ୍ ଗାଁରେ। ଗାଁର ସଦାଶିବ ମହାନ୍ତ ଏବଂ ଗୁରୁଚରଣ ମହାନ୍ତଙ୍କ ପରିବାରକୁ ଆଜକୁ ୭ ବର୍ଷ ଧରି ବାସନ୍ଦ କରାଯାଇଛି। ଗାଁରେ ଏକ ଆଡିବନ୍ଧ ନିର୍ମାଣକୁ କେନ୍ଦ୍ର କରି ଉଭୟ ପରିବାରକୁ ନିଆଁ ପାଣି ସମ୍ପୂର୍ଣ୍ଣ ବାରଣ କରାଯାଇଛି। ଏ ନେଇ ଆଜି  ଉଭୟ ପରିବାର କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଏପରିକି ଏହି ଦୁଇ ପରିବାର ପ୍ରତି କଙ୍ଗାରୁ କୋର୍ଟରେ କଡା ପଦକ୍ଷେପ ଗ୍ରହଣ କରାଯାଇଛି। ଦୁଇ ବାସନ୍ଦ ପରିବାର ସହିତ ଗାଁର କୌଣସି ଲୋକ କଥା ହେଲେ କିମ୍ବା ସମ୍ପର୍କ ରଖିଲେ ହଜାରେ ଟଙ୍କା ଫାଇନ ଦେବାକୁ ପଡୁଛି। ସ୍ଵାଧିନତାର ୭୫ ବର୍ଷ ପରେ ବି ଲୋକେ ସେ ଅନ୍ଧାରୀ ମୂଲକର ଅନ୍ଧାରୀ ଶାସନ ଭିତରେ ରହି ଯାଇଛନ୍ତି। ଗାଁରେ ଚଳିବାକୁ ହେଲେ ଫାଇନ ଦେବାକୁ ପଡିବ ୩୦ ହଜାର ଟଙ୍କା ଏବଂ ଛାଡ଼ିବାକୁ ପଡ଼ିବ ସେହି ବିବାଦୀୟ ଜମି। ଦୁଇ ପରିବାର ମଧ୍ୟରୁ ଗୋଟିଏ ପରିବାର ଏବେ କେଉଁଝର ଜିଲ୍ଲା ତେଲକୋଇରେ ରହି ନିର୍ବାସିତ ଦଣ୍ଡ ଭୋଗୁଛନ୍ତି।

ଏ ସବୁ କଷ୍ଟ ବୁଝିବା ପାଇଁ କେହି ନାହାଁନ୍ତି। ଯାହାକୁ ନେଇ ଉଭୟ ପରିବାର ଉପଜିଲ୍ଲାପାଳଙ୍କୁ ନିଜର ଅଭିଯୋଗ ପତ୍ର ପ୍ରଦାନ କରିବା ସହ ଲୁହଭରା କଣ୍ଠରେ ଗୁହାରୀ ଜଣାଇଛନ୍ତି। ଅଭିଯୋଗ ପାଇବା ପରେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ କଙ୍କଡ଼ାହାଡ଼ ତହସିଲଦାର,ବିଡ଼ିଓ ଏବଂ ପରଜଙ୍ଗ ଥାନା ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପୂର୍ବରୁ ଇନଷ୍ଟାଗ୍ରାମରେ ଶେଷ ପୋଷ୍ଟ, କନ୍ଦାଇଦେବ ଲାଇଫ ଲାଇନ ଥିବା ଏହି ଫଟୋ

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ବଡ ତାରକା ସିଦ୍ଧାର୍ଥ ଶୁକ୍ଲା ଆଉ ନାହାଁନ୍ତି । ଗତ ବର୍ଷ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରି ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ଖବର ସାରା ଦେଶକୁ ଚକିତ କରି ଦେଇଛି । ସିଦ୍ଧାର୍ଥ ଶୁକ୍ଲାର ଶେଷ ପୋଷ୍ଟ ଦେଖି ସମସ୍ତେ ଭାବୁକ ହେଉଛନ୍ତି । ସିଦ୍ଧାର୍ଥ ଏହି ଫଟୋରେ ଲାଇଫ୍ ଲାଇନ୍ ଗ୍ରାଫ୍ ହାତରେ ଧରିଥିବା ଦୃଶ୍ୟମାନ ହେଉଛି ।

ସିଦ୍ଧାର୍ଥଙ୍କ ଶେଷ ପୋଷ୍ଟରେ, ତାଙ୍କ ହାତରେ ଏକ ଛବି ଅଛି, ଯାହା ଜଣଙ୍କର ନିଃଶ୍ୱାସର କାହାଣୀ ବର୍ଣ୍ଣନା କରୁଛି । ଏହି ରେଖା ଯେବେ ସିଧା ହୋଇଯାଏ ସେତେବେଳେ ସବୁକିଛି ଶେଷ ହୋଇଯାଏ । ଆଜି ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ସମାନ ଘଟଣା ଘଟିଛି। ଏହି ଲାଇଫ୍ ଲାଇନ୍ ଗ୍ରାଫ୍ ସିଧା ହୋଇଯାଇଛି । ତେବେ ସିଦ୍ଧାର୍ଥ ଅଗଷ୍ଟ ୨୪ ରେ ଏହି ପୋଷ୍ଟ କରିଥିଲେ ଏବଂ ଏହାର କାରଣ ମଧ୍ୟ ଭିନ୍ନ ଥିଲା ।

 

View this post on Instagram

 

A post shared by Sidharth Shukla (@realsidharthshukla)

 

ଏକ ସାଧା କାଗଜରେ ସିଦ୍ଧାର୍ଥଙ୍କ ହାତରେ ଏକ ଲାଇଫ୍ ଲାଇନ ଗ୍ରାଫ ନଜର ଆସୁଛି ଏବଂ ଏହା ଉପରେ ଲେଖା ହୋଇଛି – The Heros We Owe ଅର୍ଥାତ୍ ହିରୋ ଯେଉଁମାନଙ୍କ ପାଇଁ ଆମେ କୃତଜ୍ଞ । ଏହି ପୋଷ୍ଟରେ ସେ କୋଭିଡ -19 ସମୟରେ ଫ୍ରଣ୍ଟଲାଇନ ଯୋଦ୍ଧାମାନଙ୍କୁ ପ୍ରଶଂସା କରିଥିଲେ, ଯେଉଁମାନେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବିପଦରେ ପକାଇଥିଲେ। ମେଡିକାଲ୍ ଏବଂ ନର୍ସିଂ କର୍ମଚାରୀ ଏବଂ ସେମାନଙ୍କ ବଳିଦାନକୁ ପ୍ରଶଂସା କରି ସିଦ୍ଧାର୍ଥ ଏହି ପୋଷ୍ଟ କରିଥିଲେ  ।

ରିପୋର୍ଟ ଅନୁଯାୟୀ, ହୃଦଘାତରେ ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। କୁହାଯାଉଛି ଯେ ସିଦ୍ଧାର୍ଥ ଶୁକ୍ଲା ରାତିରେ ଶୋଇବା ପୂର୍ବରୁ ଔଷଧ ଖାଇଥିଲେ। କିନ୍ତୁ କେଉଁ ଔଷଧ ନିଆଯାଇଛି ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। କୁହାଯାଉଛି ଯେ ରାତିରେ ଶୋଇବା ପରେ ସିଦ୍ଧାର୍ଥ ସକାଳେ ଆଉ ଉଠି ପାରିନଥିଲେ। ସିଦ୍ଧାର୍ଥଙ୍କ ମୃତ୍ୟୁ ଖବରରେ ସାରା ଦେଶ ଶୋକର ଛାୟା ଖେଳିଯାଇଛି।

ରିପୋର୍ଟ ଅନୁଯାୟୀ, ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତଦେହ ବର୍ତ୍ତମାନ ମୁମ୍ବାଇର କପୁର୍ ହସ୍ପିଟାଲରେ ଅଛି, ଯେଉଁଠାରେ ମୃତଦେହର ପୋଷ୍ଟମର୍ଟମ କରାଯିବ। କୁହାଯାଉଛି ଯେ, ହୃଦଘାତରେ ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁ ହୋଇଥିବା ଡାକ୍ତରଖାନା ନିଶ୍ଚିତ କରିଛି।

କେନ୍ଦ୍ରୀୟ ଡେପୁଟେସନରେ ଗଲେ ଆଇଏଏସ୍ ପ୍ରମୋଦ ମେହେର୍ଦ୍ଦା

ଭୁବନେଶ୍ୱର: ସଚିବ ସ୍ତରରେ ଅଦଳବଦଳ ହୋଇଛି । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିବା ୧୯୯୭ ବ୍ୟାଚର ଆଇଏଏସ୍ ପ୍ରମୋଦ ମେହେର୍ଦ୍ଦା କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି । ସେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ସହ ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱରେ ଥିଲେ । ସେ କେନ୍ଦ୍ରରେ ଜାତୀୟ ଖାଦ୍ୟ ସୁରକ୍ଷା ମିଶନର ଏମଡି ଭାବେ ଦାୟିତ୍ୱ ତୁଲାଇବେ । ଏଥିସହ ସେ ASRBର ଅତିରିକ୍ତ ଦାୟିତ୍ୱରେ ରହିବ ।

ସେହିଭଳି ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଥିବା ୧୯୯୧ ବ୍ୟାଚର ଆଇଏଏସ୍ ଅନୁ ଗର୍ଗଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ ଅନୁ ଗର୍ଗ । ଉଚ୍ଚଶିକ୍ଷା ବିଭାଗର ସଚିବ ୧୯୯୬ ବ୍ୟାଚର ଆଇଏଏସ୍ ଶାଶ୍ୱତ ମିଶ୍ରଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । OSSSCର ଅଧ୍ୟକ୍ଷ ଦାୟିତ୍ୱ ସହ ସେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବେ ।