୬ ବର୍ଷର ଛୁଆକୁ ବାଘ ଝାମ୍ପିନେଲା: ରକ୍ତ ଚିହ୍ନ ଦେଖି ଦେଖି ଛୁଆ ପାଖରେ ପହଞ୍ଚିଲେ ବନ ବିଭାଗ ଅଧିକାରୀ

ଉମରକୋଟ : ବାଘ ଆକ୍ରମଣରେ ନବରଙ୍ଗପୁର ଜିଲ୍ଲା ବ୍ଲକ୍ ରାଇଘର ତୁରୁଡିହି ଗାଁର ଜଣେ ୬ବର୍ଷର ଜଣେ ବାଳକର ମୃତ୍ୟୁ ଘଟିଛି । ମୃତ ବାଳକଙ୍କ ବୟସ ସାଢ଼େ ୬ ବର୍ଷ  । ତାଙ୍କ ନାମ ଅମିତ୍ ମର୍କାମ ଏବଂ ତାଙ୍କ ପିତାଙ୍କ ନାମ ନରେନ୍ଦ୍ର ମର୍କାମ । ଅମିତ ପରିବାର ସହ ଛତିଶଗଡର ସିହାଓ୍ୱା ସ୍ଥିତ ଏକ ମନ୍ଦିରକୁ ସୃଙ୍ଗି ଋଷିଙ୍କ ଦର୍ଶନ ପାଇଁ ଯାଇଥିଲେ । ସେଠାରେ ଏକ ବଡ଼ ହନୁମାନ ମୂର୍ତ୍ତି ରହିଛି । ଏବଂ ତା’ ପାଖରେ ଚଢ଼ିବାକୁ ପାହାଚ ରହିଛି । ଅମିତ ସହ ଆଉ ଏକ ବାଳକ ରହିଥିଲା । ଦୁଇଜଣ ପାହାଚ ଚଢ଼ିବା ସମୟରେ ଅଚାନକ଼୍ ଏକ ଚିତାବାଘ ଅମିତକୁ ଆକ୍ରମଣ କରିଥିଲା।

odia-boy-attacked-by-tiger-at-chattisgarh

ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଦୌଡୁଥିବା ବେଳେ ବାଳକ ଅମିତ୍ ବାଘ ହାବୁଡରେ ପଡି ଯାଇଥିଲେ। ବାଘ ଅମିତ କୁ ଟାଣି ନେଇ ପାହାଡ଼କୁ ଚାଲି ଯାଇଥିଲା । ଖବର ପାଇ ଜଙ୍ଗଲ ବିଭାଗ ଅଧିକାରୀ ଏବଂ ସିହାଓ୍ୱା ପୋଲିସ ଲୋକଙ୍କ ସହାୟତାରେ ଜଙ୍ଗଲ ଭିତରକୁ ଯାଇଥିଲେ ରକ୍ତ ଚିହ୍ନ କୁ ଦେଖି ଦେଖି ବହୁ ବାଟ ଯିବାକୁ ପରେ ଗୁରୁତର ଅବସ୍ଥାରେ ଅମିତକୁ ଉଦ୍ଧାର କରି ସିହାଓ୍ୱା ଡାକ୍ତରଖାନାରେ ନେଇଥିଲେ । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଏଥିସହିତ ପଢ଼ନ୍ତୁ: ଖୋଲୁଛି ମନୀଷ ଅନୁରାଗଙ୍କ ମୃତ୍ୟୁ ରହସ୍ୟ: ୨ସାଙ୍ଗଙ୍କୁ ଉଠାଇ ନେଇ ପୋଲିସର ପଚରାଉଚରା

Leave a Reply