ବ୍ଳକ୍ ଜେଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ଦେବଗଡ଼ ସହରରେ ରହିଛି ୬୦ଟି ପ୍ଳଟ୍

1 min read

ଦେବଗଡ଼: ଭିଜିଲାନ୍ସ ଜାଲରେ ତିଳେଇବଣି ବ୍ଲକ ଜେଇ (ଜିପିଟିଏ) ପଡ଼ିବା ଘଟଣ । ଗତକାଲି ବିକାଶ ବେହେରାଙ୍କ ଘରେ ରେଡ୍ କରିଥିଲା ଭିଜିଲାନ୍ସ । ଦେବଗଡ଼ ସହରରେ ବିକାଶଙ୍କ ନାଁରେ ୬୦ଟି ପ୍ଲଟ ରହିଛି । ୬୦ପ୍ଲଟରୁ ୧୫ଟି ବିକାଶଙ୍କ ନାଁରେ, ୪୫ଟି ତାଙ୍କ ପତ୍ନୀଙ୍କ ନାଁରେ ରହିଛି । ୨୦୧୫ରେ ଜେଇ ଭାବେ ଚାକିରି ଆରମ୍ଭ କରିଥିଲେ ବିକାଶ ।

୨୦୧୮ରୁ ୨୦ ମଧ୍ୟରେ ବିକାଶ କିଣିଛନ୍ତି ୬୦ଟି ପ୍ଲଟ୍ । ସ୍ୱାମୀ-ସ୍ତ୍ରୀଙ୍କ ନାଁରେ ଥିବା ପ୍ଲଟ୍‌ର ଆନୁମାନିକ ମୂଲ୍ୟ ୫୦ଲକ୍ଷ ରହିଛି । ଘରୁ ୩୮୫ଗ୍ରାମ ସୁନା ଅଳଙ୍କାର ମଧ୍ୟ ଜବତ ହୋଇଛି । ଅନ୍ୟାନ୍ୟ ସମ୍ପତ୍ତିର ମୂଲ୍ୟ ୨ଲକ୍ଷ ୯୯ହଜାର ହେବ । ବିକାଶକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଏକକାଳୀନ ୩ଟି ସ୍ଥାନରେ ଚଢାଉ ହୋଇଥିଲା । ବଳମ ସ୍ଥିତ ବାସ ଭବନ, ତିଳେଇବଣି ବ୍ଲକ କାର୍ଯ୍ୟାଳୟ ଓ କଂଢଳ ସ୍ଥିତ ଶ୍ୱଶୁର ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ହୋଇଥିଲା ।

ଏଥିସହିତ ପଢ଼ନ୍ତୁ: ମାଲକାନଗିରିରେ ଏନ୍‌କାଉଣ୍ଟର: ପୋଲିସ ଗୁଳିରେ ୩ ମାଓବାଦୀ ନିପାତ

Leave a Reply