‘ଆଜାଦୀ କା ଅମୃତ ମହୋତ୍ସବ’ ରାଜଧାନୀରେ ବ୍ଳାକ୍ କମାଣ୍ଡୋଙ୍କ ରାଲି

1 min read

ଭୁବନେଶ୍ୱର: ରାଜଧାନୀରେ ଏନଏସଜି ବ୍ଲାକ କ୍ୟାଟ୍‌ କମାଣ୍ଡୋ ରାଲି । ଅକ୍ଟୋବର ୨ ତାରିଖରୁ ଅଜାଦୀ କା ଅମୃତ ମହୋତ୍ସଵ ଅବସରରେ ଲାଲକିଲ୍ଲା ରୁ ଆରମ୍ଭ ହୋଇଥିବା NSGର କାର୍‌ ରାଲି ଭୁବନେଶ୍ୱରରେ ପହଞ୍ଚିଛି । ଦେଶର ୧୨ ଟି ରାଜ୍ୟର ୧୮ ଟି ସହର ଦେଇ ଏହି ରାଲି ଯାଇଛି । ୪୯ ଜଣ କମାଣ୍ଡୋ ୭ହଜାର ୫ଶହ କିମି ରାଲିରେ ଦେଉଛନ୍ତି ସଚେତନତାର ବାର୍ତ୍ତା । ଏହି ଅବସରରେ ଭୁବନେଶ୍ୱର ପୋଲିସ ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଓଡିଶାର ଲୋକ କଳା ମଧ୍ୟ ପ୍ରଦର୍ଶନ ହୋଇଛି । ମୁଖ୍ୟ ଅତିଥି ଭାବେ ପୋଲିସ ଡ଼ିଜି ଅଭୟ ଯୋଗ ଦେଇ NSG କମାଣ୍ଡୋ ଟିମକୁ ସମ୍ବର୍ଦ୍ଧିତ କରିଛନ୍ତି । ଭୁବନେଶ୍ୱରରୁ ଏହି ରାଲି ଗୋପାଳପୁର ପରେ ହାଇଦ୍ରାବାଦ ଯିବ ।

 

Leave a Reply