ଅମାନ ଖଲିଲି; ଜୀବନକୁ ବାଜି ଲଗାଇ ଦିନେ ବଞ୍ଚାଇଥିଲେ ବାଇଡେନଙ୍କୁ…

US President Joe Biden Speaks With Chinese President XI Jinping For First Time As President

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଆମେରିକା ସେନା ସହ ଅନୁବାଦକ ରୂପେ କାମ କରୁଥିବା ଅମାନ ଖଲିଲି ଦେଶ ଛାଡି ପଳାଇବାରେ ସଫଳ ହୋଇଛନ୍ତି । ଏନେଇ ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅମାନ ଖଲିଲି ହେଉଛନ୍ତି ସେହି ବ୍ୟକ୍ତି ଯିଏ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଜୀବନ ବଞ୍ଚାଇଥିଲେ । ଆସନ୍ତୁ ଜାଣିବା କିଭଳି ଥିଲା ପୂରା ଘଟଣା…

ଏହି ଘଟଣା ହେଉଛି ୨୦୦୮ ମସିହାର । ଯେଉଁ ସମୟରେ ଜୋ ବାଇଡେନ୍ ସିନେଟର ରୂପେ କାମ କରୁଥିଲେ । ଏକଦା ବରଫ ଝଡରୁ ବାଇଡେନଙ୍କ ଜୀବନ ବଞ୍ଚାଇଥିଲେ ଅମାନ ଖଲିଲି । ଆମେରିକା ସେନାରେ ଥିବା ଆଫଗାନ କର୍ମଚାରୀଙ୍କ ମଧ୍ୟରେ ଖଲିଲି ସାମିଲ ଥିବା ବେଳେ ସମସ୍ତଙ୍କୁ ସୁରକ୍ଷିତ ସ୍ଥାନରେ ପହଞ୍ଚାଇବା ଲାଗି ସେ ବହୁ ସାହାର୍ଯ୍ୟ କରିଥିଲେ ।

ସିନେଟର୍ ଥିବା ବେଳେ ବାଇଡେନ୍ ଅନ୍ୟ ଦୁଇ ଜଣ ସାଂସଦଙ୍କ ସହ ଆଫଗାନିସ୍ତାନ ଗ୍ରସ୍ତ କରିଥିଲେ ।  ହେଲିକାପ୍ଟରରେ ଯାଉଥିବା ବେଳେ ବରଫ ଝଡରେ ଫସିଯାଇଥିଲା ବେଳେ ଏକ ଦୁର୍ଗମ ଅଞ୍ଚଳରେ ସେମାନଙ୍କୁ ଲାଣ୍ଡିଂ କରିବାକୁ ପଡିଥିଲା । ଯେଉଁଠାରେ ତାଙ୍କ ଉପରେ ଆକ୍ରମଣ କରିବାର ଆଶଙ୍କା ଅଧିକ ଥିଲା। ସେହି ସମୟରେ ବାଇଡେନଙ୍କ ସୁରକ୍ଷା ଲାଗି ହୋଇଥିବା ଟିମରେ ଖଲିଲି ମଧ୍ୟ ସାମିଲ ଥିଲେ ।

ବର୍ତ୍ତମାନ ସମୟରେ ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ଆମେରିକା ନିଜ ସୈନ୍ୟବାହିନୀ ସହ କାମ କରୁଥିବା ଆଫଗାନୀ ମାନଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରୁଛି । ସେମାନଙ୍କ ମଧ୍ୟରେ ଖଲିଲି ସାମିଲ। ଏନେଇ ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଖଲିଲି ଓ ତାଙ୍କ ପରିବାର ସଡ଼କ ପଥରେ ପ୍ରଥମେ ପାକିସ୍ତାନରେ ପହଞ୍ଚିଥିଲେ । ପରେ ସେମାନଙ୍କୁ ଆମେରିକାର ବିମାନରେ କତାରର ଦୋହାକୁ ଅଣାଯାଇଥିଲା । ଯେଉଁଠି ଭିସା ପାଇଁ ଅପେକ୍ଷାରତ ଥିଲେ ବହୁ ଶରଣାର୍ଥୀ । ଏହା ପୂର୍ବରୁ ଖଲିଲି ନିଜ ପରିବାରକୁ ବଞ୍ଚାଇବା ଲାଗି ବାଇଡେନଙ୍କୁ ଗୁହାର କରିଥିଲେ ।

Leave a Reply