ଘରେ ଭିତରେ ପଶିଲା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ତିନି ପରିବାର

Truck Accident In Dharakote, House Damaged

ଆସିକା: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଗଡ଼ଦାମୋଦରପଲ୍ଲି ଗାଁ ଛକରେ ଭୟଙ୍କର ଦୁର୍ଘଟଣା ଘଟିଛି । ରାତି ପ୍ରାୟ ସାଢ଼େ ୯ଟା ବେଳେ ସୋରଡ଼ାରୁ ଆସିକା ଆଡ଼େ ଯାଉଥିବା ଟ୍ରକ୍ ଦୁର୍ଘଟଣାଗ୍ରସ୍ତ ହୋଇ ଘରେ ପଶି ଯାଇଛି । ଦୁର୍ଘଟଣାରୁ ଅଳ୍ପକେ ତିନି ପରିବାର ବର୍ତ୍ତି ଯାଇଛନ୍ତି ।

Truck Accident In Dharakote, House Damaged

ଟ୍ରକ୍ ଧକ୍କାରେ ତିନୋଟି ଘର ଭାଙ୍ଗି ଯାଇଛି । ଟୁନା ଗୌଡ଼ଙ୍କ ବାଇକ୍ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଟୁନା ଘର ଆଗରେ ବାଇକ୍ ରଖି ଯିବାମାତ୍ରେ ଶବ୍ଦ ଶୁଣିଥିଲେ । ସାଙ୍ଗେ ସାଙ୍ଗେ ସେ ପରିବାର ଲୋକଙ୍କୁ ଘର ଭିତରୁ ନେଇ ବାହାରକୁ ପଳାଇ ଯାଇଥିଲେ । ଫଳରେ ଘର ଭାଙ୍ଗି ଥିବାବେଳେ ପରିବାର ଅଳ୍ପକେ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇ ଯାଇଛନ୍ତି ।

Truck Accident In Dharakote, House Damaged

ଦୁର୍ଘଟଣା ଖବର ପାଇ ଧରାକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଡ୍ରାଇଭର ଓ ହେଲପରକୁ ଅଟକ ରଖି ତଦନ୍ତ ଚଳାଇଛି । ଶିବଶଙ୍କର ପାଢ଼ୀଙ୍କ ଘର ମଧ୍ୟ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ଘର ଆଗରେ ଥିବା ଇଟା ଯୋଗୁ ବଡ଼ ଅଘଟଣ ଅଳ୍ପକେ ଟଳି ଯାଇଛି ।

Leave a Reply