ଶହେ ସୈନିକ ସ୍କୁଲକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

Modi Cabinet Approves Affiliation Of 100 Sainik Schools

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ବସିଥିବା କ୍ୟାବିନେଟ୍ ବୈଠକରେ ସାର ଉପରେ ସବସିଡିକୁ ମଞ୍ଜୁରୀ ଦିଆଯାଇଛି । ଏଥିସହ ସୈନିକ ସ୍କୁଲ୍ ସୋସାଇଟି ଅନ୍ତର୍ଗତ ଶହେ ଘରୋଇ ଓ ସରକାରୀ ସୈନିକ ସ୍କୁଲକୁ ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ହୋଇଛି । ଏହାବାଦ୍ ଅଟଳ ନବୀକରଣ ଓ ପରିବର୍ତ୍ତନ ମିଶନ ୨.୦କୁ ମଞ୍ଜୁରୀ ଦେଇଛି କେନ୍ଦ୍ର କ୍ୟାବିନେଟ୍ ।

କେନ୍ଦ୍ର କ୍ୟାବିନେଟ୍ ଆଜି ଫସଫେଟ୍, ପଟାସ୍ ସାର ଉପରେ ସବସିଡି ପାଇଁ ଅତିରିକ୍ତ ୨୮, ୬୫୫ କୋଟି ଟଙ୍କା ଅନୁମୋଦନ କରିଛି । ଏହି ସବସିଡି ୧ ଅକ୍ଟୋବର ୨୦୨୧ରୁ ୩୧ ମାର୍ଚ୍ଚ ୨୦୨୨ ଯାଏଁ ଲାଗୁ ହେବ । ସୈନିକ ସ୍କୁଲ୍ ସୋସାଇଟି ସହ ସରକାରୀ ଓ ଘରୋଇ କ୍ଷେତ୍ରର ୧୦୦ ବିଦ୍ୟାଳୟକୁ ମାନ୍ୟତା ଦେବା ପାଇଁ ନିଷ୍ପତ୍ତି ନେଇଛି କେନ୍ଦ୍ର କ୍ୟାବିନେଟ୍ ।

ପ୍ରଥମ ପର୍ଯ୍ୟାୟରେ ଶହେ ସ୍କୁଲକୁ ମିଳିତ ଭାବେ ରାଜ୍ୟ, ସ୍ୱେଚ୍ଛାସେବୀ ସଂଗଠନ ଓ ଘରୋଇ କ୍ଷେତ୍ର ନେବେ । ଦେଶରେ ଏବେ ୩୩ଟି ସୈନିକ ସ୍କୁଲ୍ ଥିବାବେଳେ ଆଉ ଶହେଟି ସ୍କୁଲରେ ସମାନ ଅନୁଭୂତି ମିଳିବ । ଏଥିପାଇଁ ଘରୋଇ ଓ ସ୍ୱେଚ୍ଛାସେବୀ ସଂଗଠନ ଥାରୁ ପ୍ରସ୍ତାବ ଆହ୍ୱାନ କରାଯିବ ।

Leave a Reply