ଘରୋଇ ଉଡ଼ାଣରେ ଯାତ୍ରୀ ପରିବହନ କ୍ଷମତା ଉପରୁ ହଟିଲା କଟକଣା

UK Detains One Russian Plane Amid Ukraine Russia War No Fly Zone

ନୂଆଦିଲ୍ଲୀ: ଆସନ୍ତା ୧୮ରୁ ପୂରା ଦମ୍‌ରେ ଚାଲିବ ବିମାନ ସେବା । ଦେଶରେ କୋଭିଡ ସଂକ୍ରମଣ ହ୍ରାସ ପାଇଥିବାରୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଏହି ନିଷ୍ପତ୍ତି ନେଇଛି । ସିଟ୍ ଅନୁସାରେ ଯାତ୍ରୀ ପରିବହନ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ବର୍ତ୍ତମାନ ୮୫ ପ୍ରତିଶତ ସିଟରେ ଯାତ୍ରୀ ପରିବହନ ଲାଗି ନିୟମ ରହିଛି। ଦୀର୍ଘ ଦିନ ଧରି କୋଭିଡ ଯୋଗୁ ବିମାନ ସେବାରେ ଅନିୟମିତତା ପ୍ରକାଶ ପାଇଆସୁଥିଲା । ବିମାନ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ଦୃଷ୍ଟିରୁ ସରକାର ଏହି ପଦକ୍ଷେପ ନେଇଛନ୍ତି । ଫଳରେ ଆସନ୍ତା ୧୮ ତାରିଖ ଠାରୁ ସମ୍ପୂର୍ଣ୍ଣ ସିଟରେ ଯାତ୍ରୀଙ୍କୁ ନିଆଯାଇପାରିବ।

ତେବେ ବିମାନ ଯାତ୍ରା କ୍ଷେତ୍ରରେ କୋଭିଡ ଗାଇଡଲାଇନ ସମ୍ପୂର୍ଣ୍ଣ ପାଳନ ହେବ ଏବଂ ବିମାନ ବନ୍ଦର କର୍ତ୍ତୃପକ୍ଷ ଏହା ପାଳନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଗତ ଜୁଲାଇ ୫ରୁ ଅଗଷ୍ଟ ୧୨ ଯାଏଁ ୬୫ ପ୍ରତିଶତ ସାମର୍ଥ୍ୟରେ ଯାତ୍ରୀ ପରିବହନ ଲାଗି ନିର୍ଦ୍ଦେଶ ଥିଲା ।

Leave a Reply