spot_img
Home Blog Page 5232

ସେପ୍ଟେମ୍ବର 12 ତାରିଖରେ ହେବ ନିଟ୍ ପରୀକ୍ଷା, ପିଟିସନ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସେପ୍ଟେମ୍ବର 12 ତାରିଖରେ ହେବ ନିଟ୍ ପରୀକ୍ଷା । ପରୀକ୍ଷା ତାରିଖ ଘୁଞ୍ଚାଇବା ପିଟିସନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଆଶାୟୀ ଛାତ୍ରଛାତ୍ରୀଙ୍କ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ ଖଣ୍ଡପୀଠ । ସିବିଏସଇ କମପାର୍ଟମେଣ୍ଟାଲ ପରୀକ୍ଷା ଦେଉଥିବା ଛାତ୍ରୀଛାତ୍ର ଓ ରେଜଲ୍ଟରେ ଅସନ୍ତୁଷ୍ଟ ଥିବା ପିଲାମାନେ ନିଟ୍ ପରୀକ୍ଷା ଘୁଞ୍ଚାଇବାକୁ ପିଟିସନ ଦାଏର କରିଥିଲେ ।

ମାତ୍ର ଏହି ଆବେଦନକୁ ସୁପ୍ରିମକୋର୍ଟ ଖଣ୍ଡପୀଠ ଅଗ୍ରାହ୍ୟ କରିଦେଇଛନ୍ତି । ୧୬ଲକ୍ଷ ପିଲାଙ୍କ କଠିନ ପରିଶ୍ରମକୁ ଅଣଦେଖା କରି ପରୀକ୍ଷା ସ୍ଥଗିତ କରିହେବନି ବୋଲି ଖଣ୍ଡପୀଠ କହିଛନ୍ତି । ନିର୍ଦ୍ଧିଷ୍ଟ ତାରିଖରେ ହିଁ ପରୀକ୍ଷା ହେବା ନେଇ ସ୍ପଷ୍ଟ କରିଛନ୍ତି ସର୍ବୋଚ୍ଚ ଅଦାଲତ  । କୋଭିଡ ସମୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା କରାଇବା ସମ୍ଭବପର ହୋଇନଥିଲା  ।

ପଞ୍ଜଶୀରରେ ପାକିସ୍ତାନର ଡ୍ରୋନ ଆକ୍ରମଣକୁ ଇରାନର କଡ଼ା ନିନ୍ଦା

କାବୁଲ: ଆଫଗାନିସ୍ତାନର ପଞ୍ଜଶୀରରେ ପାକିସ୍ତାନୀ ବାୟୁସେନା କରିଥିବା ଡ୍ରୋନ୍ ଆକ୍ରମଣକୁ ଇରାନ ଉତକ୍ଷିପ୍ତ ହୋଇଛି । ଇରାନ କହିଛି ଯେ କୌଣସି ବାହ୍ୟ ଶକ୍ତି ଦ୍ୱାରା ଏପରି ଆକ୍ରମଣ ଭୁଲ ଏବଂ ଏହାର ଅନୁସନ୍ଧାନ କରାଯିବା ଉଚିତ। ଉ

ପାକିସ୍ତାନୀ ଡ୍ରୋନ୍ ଆକ୍ରମଣକୁ ସୋମବାର ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ନିନ୍ଦା କରିଛନ୍ତି। ସେ କହିଥଛନ୍ତି ଯେ ରବିବାର ରାତିରେ ହୋଇଥିବା ଏହି ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ। ଇରାନ ପାକିସ୍ତାନକୁ ପୁନଃ ଏଭଳି ନକରିବାକୁ ଧମକ ଦେଇଛି। ଏଥସହିତ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଆଫଗାନିସ୍ତାନ ନେତାମାନଙ୍କୁ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପଞ୍ଜଶୀରକୁ ନେଇ ସସପେନସ ଏବେ ବି ଜାରି ରହିଛି। ଏହାକୁ କବଜା କରିଥିବା ନେଇ ଦାବି କରିଛି ତାଲିବାନ। ପଞ୍ଜଶୀର ଗଭର୍ଣ୍ଣର କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସ୍ଥାନରେ ଉଡିଛି ତାଲିବାନୀ ପତାକା। ତାଲିବାନ ମୁଖପାତ୍ର ଜୁବିଉଲ୍ଲା ମୁଜାହିଦ୍ଦ କହିଛନ୍ତି ପଞ୍ଜଶୀର ଏବେ ତାଲିବାନ କବଳକୁ ଯାଇଛି । ସଂଘର୍ଷରେ ବିଦ୍ରୋହୀ ବାହିନୀର ମୁଖ୍ୟ କମାଣ୍ଡର ସାଲେହ ମହମ୍ମଦଙ୍କର ମୃତ୍ୟୁ ଘଟିଛି । ଅନେକ ବିଦ୍ରୋହୀ ଏବେ ପଞ୍ଜଶୀର ଛାଡି ଚାଲିଯିବା ପରିଲକ୍ଷିତ ହୋଇଛି। ଅନ୍ୟପଟେ ପଞ୍ଜଶିର ତାଲିବାନ ହାତକୁ ଯାଇନାହିଁ ବୋଲି ଦାବି କରିଛନ୍ତି ବିଦ୍ରୋହୀ

ଦୂତୀଙ୍କୁ ନେଇ ମିଥ୍ୟା ଖବର ପ୍ରସାରଣ ମାମଲା: ରିମାଣ୍ଡରେ ଗଲେ ସୁଧାଂଶୁ ଓ ସ୍ମୃତି ରଞ୍ଜନ

ଭୁବନେଶ୍ୱର: ଦୂତୀ ଚାନ୍ଦଙ୍କୁ ନେଇ ମିଥ୍ୟା ଖବର ପ୍ରସାରଣ ମାମଲା । ୱେବ ପୋର୍ଟାଲ ଫୋକସ ପ୍ଲସର ସମ୍ପାଦକ ସୁଧାଂଶୁ ରାଉତ ଓ ପୂର୍ବତନ ରିପୋର୍ଟର ସ୍ମୃତି ରଞ୍ଜନ ବେହେରାଙ୍କୁ ଦିନିକିଆ ରିମାଣ୍ଡରେ ନେଇଛି ପୋଲିସ । ଉଭୟଙ୍କୁ ଦିନିକିଆ ରିମାଣ୍ଡରେ ନେଇ ପଚରାଉଚରା କରୁଛି ମହିଳା ଥାନା ପୋଲିସ । ଗତ ଶନିବାର କୋର୍ଟରେ ହାଜର ବେଳେ ଉଭୟଙ୍କୁ ୭ ଦିନ ରିମାଣ୍ଡରେ ନେବା ଲାଗି ଆବେଦନ କରିଥିଲା ପୋଲିସ ।

କିନ୍ତୁ ଗୋଟିଏ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ । ଫଳରେ ସୁଧାଂଶୁ ଓ ସ୍ମୃତି ରଞ୍ଜନକୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ସେହିପରି ଝାରପଡ଼ାରେ ଥିବା ଅଫିସକୁ ସିଲ୍ କରିଥିଲା ପୋଲିସ । କମ୍ପ୍ୟୁଟର, ଲାପଟପ୍ ସହ ବହୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ଜବତ କରିଥିଲା ପୋଲିସ । ଅନ୍ୟପଟେ ଏବେ ବି ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନଙ୍କ ଟେର ପାଉନି ପୋଲିସ ।

କେନ୍ଦ୍ର ଦେଉନି GST ପ୍ରାପ୍ୟ, ବାକି ପଡିଛି ୩୨ଶହ କୋଟି

ଭୁବନେଶ୍ୱର: ଜିଏସ୍‌ଟି ଅର୍ଥ ରାଜ୍ୟକୁ କେନ୍ଦ୍ର ସରକାର ଦେଉ ନଥିବାରୁ ବିଧାନସଭାରେ ଉଦ୍‌ବେଗ । ଜିଏସଟି ଅର୍ଥ ଦେବାରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଆପଣାଉଛନ୍ତି । ଆଦାୟଠାରୁ କମ୍ ଅର୍ଥ ଦେଉଛନ୍ତି କେନ୍ଦ୍ର ସରକାର । ଜିଏସଟି ଆଦାୟ ୪୨ପ୍ରତିଶତ ବୃଦ୍ଧି ପାଇଛି । ୨୦୨୦-୨୧ରେ ଜିଏସଟି ବାବଦ ଅର୍ଥ ଓଡ଼ିଶା ପାଇନି । ୩୨ ଶହ କୋଟିରୁ ଅଧିକ ଟଙ୍କା କେନ୍ଦ୍ର ଉପରେ ବାକି ଅଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।

ରାଜ୍ୟରେ ଯେତିକି ଜିଏସଟି ଅର୍ଥ ଆଦାୟ ହେଉଛି, ତାହାର ଯଥେଷ୍ଟ କମ ଟଙ୍କା ରାଜ୍ୟକୁ ପ୍ରଦାନ କରାଯାଉଛି  । ୨୦୨୦-୨୧ ବର୍ଷରେ ମଧ୍ୟ ଓଡ଼ିଶାର ଜିଏସଟି ପ୍ରାପ୍ୟ କେନ୍ଦ୍ର ଉପରେ ବାକି ରହିଛି  । ୩୨ ଶହ କୋଟିରୁ ଅଧିକ ଟଙ୍କା କେନ୍ଦ୍ର ଉପରେ ବାକି ପଡିଥିବାବେଳେ କେନ୍ଦ୍ର ଲସରକାର ଏଥିପ୍ରତି ନିଦା ବିଷ୍ଣୁ ପାଲଟିଛନ୍ତି  । ଯାହାକୁ ନେଇ ଆଜି ବିଧାନସଭାରେ ଉଦବେଗ ପ୍ରକାଶ ପାଇଥିବା ପରିଲିଖିତ ହୋଇଛି  ।

ଆଫଗାନିସ୍ତାନରେ ଆଉ ଚାଲିପାରିବନି ସଂଗୀତ, ଦେଶ ଚାଡ଼ିଲେ ଶିଳ୍ପୀ ଓ କଳାକାର

କାବୁଲ: ତାଲିବାନୀ ଆଫଗାନୀସ୍ତାନ କବଜା କରିବାପରେ ଗୋଟିଏ ପରେ ଗୋଟିଏ ବର୍ବରତା ଜାରି ରଖିଛନ୍ତି। ପ୍ରତ୍ୟେକ ଦିନ ନିଜର ନୂଆ ନୂଆ ନିୟମ ମଧ୍ୟ ଲାଗୁ କରୁଛନ୍ତି । ଆଉ ଯିଏ ଏହାର ବିରୋଧ କରୁଛି ତାକୁ ପ୍ରାଣ ହରାଇବାକୁ ପଡ଼ୁଛି । ବର୍ତ୍ତମାନ ଆଉ ଏକ ନିୟମ ଆଣିଛି ତାଲିବାନ, ଏଣିକି ଆଫଗାନିସ୍ତାନରେ ଆଉ ଚାଲିପାରିବନି ସଂଗୀତ।

ତାଲିବାନ କର୍ମୀ ବିଭିନ୍ନ ସଂଗୀତ ଅନୁଷ୍ଠାନ ଉପରେ ହମଲା କରିଛନ୍ତି। ସେମାନେ ବିଭିନ୍ନ ସଂଗୀତ ଯନ୍ତ୍ରପାତିଗୁଡିକୁ ନଷ୍ଟ କରିଦେଇଛନ୍ତି। ବିଭିନ୍ନ ପ୍ରତିଷ୍ଠାନ, ଷ୍ଟୁଡିଓରେ ସେମାନେ ଆକ୍ରମଣ କରି ଧ୍ୱଂସଲୀଳା ଚଳାଇଛନ୍ତି। ଅତୀତରେ ୧୯୯୬ ଓ ୨୦୦୧ ମଧ୍ୟରେ ତାଲିବାନ ଏପରି କାଣ୍ଡ ଘଟାଇଚାଲିଥିଲା । ମହିଳାମାନଙ୍କ ଅଧିକାର ହଟାଇନେଇଥିଲା । ତାଲିବାନର ଏହି କାର୍ଯ୍ୟ ନେଇ ଦେଶରେ ଶିଳ୍ପୀ, କଳାକାର, ସଂଗୀତଜ୍ଞଙ୍କ ମଧ୍ୟରେ ଆତଙ୍କ ପ୍ରକାଶ ପାଇଛି । ସମସ୍ତ ପ୍ରକାର ସାଂସ୍କୃତିକ କାର୍ଯ୍ୟକଳାପ ବନ୍ଦ ଲାଗି ତାଲିବାନ ଫତୁଆ ଜାରି କରିଥିବାବେଳେ ଅନେକ କଳାକାର, ଶିଳ୍ପୀ, ପ୍ରଯୋଜକ ଦେଶ ଛାଡିବାକୁ ବାଧ୍ୟ ହୋଇଛନ୍ତି ।

ଆପଣ ନେଇଥିବା ଟିକା, ଅସଲି ନା ନକଲି ? ଜାଣିବେ କେମିତି…

ନନ୍ଦିଘୋଷ ବ୍ୟୁରୋ: କେତେ ସୁରକ୍ଷିତ କରୋନା ଟିକା ? ଆପଣ ନେଇଥିବା ଟିକା.. ଅସଲି ନା ନକଲି ? ସେ କୋଭିସିଲ୍ଡ ହେଉ ଅବା କୋଭାକ୍ସିନ୍.. କି ସ୍ପୁଟନିକ୍-ଭି ? କେମିତି ଜାଣିବେ କେଉଁଟା ଅସଲି.. ଆଉ କେଉଁଟା ନକଲି ? ଆପଣ ନେଇସାରିଥିବା ଟିକା ନକଲି ନୁହେଁତ ? ଅସଲି ଆଉ ନକଲି ଟିକାକୁ ଜାଣିବେ କେମିତି ? ଆସନ୍ତୁ ଜାଣିବା ଆଗକୁ ଆସୁଛି କରୋନାର ତୃତୀୟ ଲହର । ଆଉ ତୃତୀୟ ଲହର ଆସିବା ପୂର୍ବରୁ ଅଣ୍ଟା ଭିଡିଛନ୍ତି ସରକାର । ଦେଶ ଓ ରାଜ୍ୟରେ ଟିକାକରଣକୁ ଜୋରଦାର କରାଯାଉଛି । ହେଲେ ଏଥିମଧ୍ୟରେ ବଜାରକୁ ଆସିଲାଣି ନକଲି ଭ୍ୟାକ୍ସିନ୍ । ନକଲି ଟିକା ବ୍ୟବସାୟ ଆନ୍ତର୍ଜାତୀୟ ବଜାରରେ ଦେଖାଦେଲାଣି । ଏଇ ନିକଟରେ ଦକ୍ଷିଣ-ପୂର୍ବ ଏସିଆ ଏବଂ ଆଫ୍ରିକାରେ ନକଲି ଟିକା ମିଳିଥିବା ନଜର ଆସିଛି ।

ନକଲି ଟିକା ଚିହ୍ନଟ ହେବା ପରେ WHO ବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏନେଇ ସମସ୍ତ ଦେଶକୁ ସତର୍କ କରାଇଛି । ଏହି ତଥ୍ୟ ପାଇବା ପରେ କେନ୍ଦ୍ର ସରକାର ମଧ୍ୟ ସମସ୍ତ ରାଜ୍ୟକୁ ସୂଚନା ଦେଇଛନ୍ତି । ଯାହାଦ୍ୱରା ଟିକା ଅସଲି କି ନକଲି ତାହା ସ୍ପଷ୍ଟ ଜାଣିହେବ । କେନ୍ଦ୍ର ସରକାରଙ୍କ ଚିଠିରେ ଥିବା ତଥ୍ୟ ଅନୁସାରେ ଦେଶରେ ପ୍ରଚଳିତ ୩ଟି ଟିକା ଅର୍ଥାତ୍ କୋଭାକ୍ସିନ୍, କୋଭିସିଲ୍ଡ ଓ ସ୍ପୁଟନିକ୍-ଭି ସମ୍ପର୍କରେ ସମସ୍ତ ତଥ୍ୟ ଦିଆଯାଇଛି । ଯେଉଁଥିରେ କରୋନା ଟିକା ପ୍ରକୃତରେ ନକଲି କି ଅସଲି ତାହା ସହଜରେ ଜାଣିହେବ । ସରକାରଙ୍କ ତଥ୍ୟ ଅନୁସାରେ କମ୍ପାନୀ ଗୁଡ଼ିକର ବ୍ରାଣ୍ଡର ନାଁ, ଟିକାର ଲେବୁଲ ଓ ରଙ୍ଗକୁ ନେଇ ଜାଣିପାରିବେ ଟିକା ଅସଲି ରହିଛି ନାଁ ନକଲି ।

କୋଭିସିଲ୍ଡ ଭ୍ୟାକ୍ସିନ୍ ଉପରେ SIIର ଉତ୍ପାଦନ ଲେବୁଲ ଇସତ୍ ସବଜ ରଙ୍ଗ ରହିବ । ବ୍ରାଣ୍ଡର ନାଁ ଟ୍ରଡେ୍ ମାର୍କ ସହିତ କୋଭିସିଲ୍ଡ ଲେଖାଯାଇଥିବା ଦେଖିବାକୁ ପାଇବେ । ସବୁଠୁ ବଡ଼ କଥା ହେଉଛି ଏହାରି ଉପରେ ସିଜିଏସ୍ ନଟ୍ ଫର୍ ସେଲ ଲେଖା ରହିଥିବ । ସେହିପରି କୋଭାକ୍ସିନର ଲେବୁଲ୍ ଉପରେ ଅଳ୍ପ ଦେଖାଯାଉଥିବା ପରି.. ୟୁଭି ହେଲିକ୍ସ ଲୋଗ ରହିଥିବ । ଯାହା କେବଳ ୟୁବି ଲାଇଟ୍ ଦ୍ୱାରା ଦେଖାଯିବ । ତାହା ସହ ଲେବୁଲ କ୍ଲେମ୍ ଡଟ୍ ମଧ୍ୟରେ ଛୋଟ ଛୋଟ ଅକ୍ଷରରେ କୋଭାକ୍ସିନ୍ ଲେଖାରହିଥିବ । ଏହି ଭ୍ୟାକ୍ସିନକୁ ଚିହ୍ନିବାର ସବୁଠୁ ବଡ କଥା ହେଉଛି ଲେଖାଥିବା ଏକ୍ସ ଅକ୍ଷରଟି ଦୁଇ ପ୍ରକାରର ସବୁଜ ରଙ୍ଗରେ ଦେଖାଯିବ ।

ଶେଷରେ ରହିଛି ସ୍ପୁଟନିକ୍-ଭି । ଏହି ଟିକା ଦୁଇଟି ପ୍ଲାଣ୍ଟରେ ପ୍ରସ୍ତୁତ କରାଯାଇଛି । ଯାହା ଦ୍ୱାରା ଏହି ଟିକାର ଲେବୁଲ୍ ଅଲଗା ଅଲଗା ହୋଇଥିବା ବେଳେ, ନିର୍ମାତା ବି ଅଲଗା । ହେଲେ ସୂଚନା ଉଭୟଙ୍କର ସମାନ ରହିଛି । ଏଯାଏ ରୁଷ ଭାରତକୁ ଯେତେ ବି ଭ୍ୟାକ୍ସିନ୍ ପଠାଇଛି ସେଥିରୁ କେବଳ ୫ଟି ଏମପୁଲ ପକେଟ୍ରେ ଇଂରାଜୀରେ ଲେବୁଲ ଲେଖା ରହିଛି । ଏବଂ ଅନ୍ୟ ସବୁଥିରେ ରୁଷିଆନରେ ଲେଖାଯାଇଥିବା ଦେଖିବାକୁ ମିଳିଛି ।

ତାଲିବାନକୁ ପଞ୍ଜଶୀର ଦେଲା ପାକିସ୍ତାନ, ଡ୍ରୋନ୍ ଆକ୍ରମଣ କାରଣରୁ ଦେଶ ଛାଡ଼ିଲେ ସାଲେହ

କାବୁଲ: ବିଦ୍ରୋହର ଶେଷ ଗଡ଼ ପଞ୍ଜଶୀରର ପତନ ସହିତ ପୁରା ଆଫଗାନିସ୍ତାନ ତାଲିବାନ କବଜାକୁ ଆସିଛି । ଏହା ସହିତ ନିଜକୁ ଆଫଗାନିସ୍ତାନର ପ୍ରକୃତ ରାଷ୍ଟ୍ରପତି ବୋଲି ଦାବି କରୁଥିବା ଅମରୁଲ୍ଲା ସାଲେହ ଦେଶ ଛାଡି ତାଜିକସ୍ତାନକୁ ପଳାୟନ କରିଛି । ତେବେ ତାଲିବାନର ଏହି ବିଜୟ ପାକିସ୍ତାନର ବିଜୟ ବୋଲି କୁହାଯାଉଛି । କାରଣ ପଞ୍ଜଶୀର ଘାଟି ଉପରେ ପାକ୍ ବାୟୁସେନାର ଡ୍ରୋନ୍ ଆକ୍ରମଣ ହିଁ ଯୁଦ୍ଧର ମୋଡ ବଦଳାଇ ଦେଇଥିଲା ।

ପାକିସ୍ତାନୀ ପାଇଲଟ୍ ଏନଆରଏଫ୍(ନ୍ୟାସନାଲ ରେସିଷ୍ଟାନ୍ସ ଫୋର୍ସ)ର ଆଡ୍ଡା ଉପରେ ଡ୍ରୋନ୍ ଆକ୍ରମଣ କରି ତାଲିବାନକୁ ସାହାଯ୍ୟ କରିଥିଲେ। ରବିବାର ଦିନ ଦୁଇଟି ଗାଡି ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣରେ ଏନଆରଏଫର ମୁଖପାତ୍ର ଫହିମ ଦସ୍ତି ଓ ଅନ୍ୟ ୫ ଜଣ ପ୍ରାଣ ହରାଇଥିଲେ। ଫହିମ ଜଣେ ପୂର୍ବତନ ସାମ୍ବାଦିକ ଥିଲେ । କାବୁଲ ପତନ ପର୍ଯ୍ୟନ୍ତ ସେ କାବୁଲ ଡେଲିର ସମ୍ପାଦକ ଥିଲେ। ତେବେ କାବୁଲ ତାଲିବାନ କବଜାକୁ ଆସିବା ପରେ ସେ ପଂଜଶୀର ପଳାୟନ କରି ରେସିଷ୍ଟାନ୍ସ ଫୋର୍ସରେ ସାମିଲ ହୋଇଥିଲେ। ସେହିଭିଲ ପାକ୍ ଡ୍ରୋନ୍ ଆକ୍ରମଣରେ ଅହମ୍ମଦ ଶାହା ମାସୁଦଙ୍କ ଖାସ ତଥା ପଂଡଶୀର ସୁରକ୍ଷା ବାହିନୀର ପ୍ରମ୍ମୁଖ କମାଣ୍ଡର ସାଲେହ ମହମ୍ମଦ ରେଗିସ୍ତାନୀଙ୍କ ମୃତ୍ୟୁ ହୋଇଛି।

ତାଲିବାନକୁ ସାହାଯ୍ୟ କରିବା ପାଇଁ ପାକିସ୍ତାନ ସିଏଚ୍-୪ ଡ୍ରୋନ୍ ପଂଜଶୀର ଉପରେ ଆକ୍ରମଣ କରିଥିଲା। ଏହି ଡ୍ରୋନରୁ ଅମରୁଲ୍ଲା ସାଲେହ ରହୁଥିବା ଘର ଉପରେ ମଧ୍ୟ ଆକ୍ରମଣ ହୋଇଥିଲା। ତେବେ ସାଲେହ ସୁରକ୍ଷିତ ଭାବେ ତାଜିକସ୍ତାନ ପଳାୟନ କରିଛନ୍ତି। ଏଣେ ଅହମ୍ମଦ ଶାହା ମସୁଦଙ୍କ ପୁଅ ଅହମ୍ମଦ ମାସୁଦ ଏବେ ମଧ୍ୟ ପଂଜଶୀରରେ ଲୁଚିଥିବା କୁହାଯାଉଛି।

ଅନ୍ୟପକ୍ଷରେ ପଂଜଶୀର ଉପରେ ପାକିସ୍ତାନୀ ଡ୍ରୋନ୍ ଆକ୍ରମଣକୁ ନେଇ ଇରାନ ଉତକ୍ଷିପ୍ତ ହୋଇଛି । ଇରାନ ପାକିସ୍ତାନକୁ ପୁନଃ ଏଭଳି ନକରିବାକୁ ଧମକ ଦେଇଛି । ଇରାନ ଏହି ଆକ୍ରମଣକୁ ନିନ୍ଦା କରି କହିଛି ଯେ, ରବିବାର ରାତିରେ ଯେଉଁ ଆକ୍ରମଣ ହୋଇଛି ଆମେ ତାକୁ ନିନ୍ଦା କରୁଛୁ । ଆମେ ମଧ୍ୟ ଏହି ଆକ୍ରମଣରେ ପ୍ରାଣ ହରାଇଥିବା ନେତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜଣାଇଛି।

ତାଲିବାନ ମଧ୍ୟରେ କ୍ଷମତା ଭାଗବଣ୍ଟା ଛିଡି ପାରୁନଥିବା ବେଳେ ପାକିସ୍ତାନ ତାଲିବାନ ନେତାଙ୍କ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛି । ସୂଚନାଯୋଗ୍ୟ ଯେ, ପାକିସ୍ତାନର ଆର୍ଥିକ ଓ ସାମରିକ ସହଯୋଗରେ ଜନ୍ମ ନେଇଥିବା ତାଲିବାନ ଭିତରେ ଗୋଟିଏ ଗୋଷ୍ଠୀ ଆଇଏସଆଇର ଅଧିକ ହସ୍ତକ୍ଷେପକୁ ପସନ୍ଦ କରୁନାହାନ୍ତି । ପାକିସ୍ତାନ ତାଲିବାନର ହକ୍କାନୀ ନେଟୱର୍କକୁ ସମର୍ଥନ କରୁଥିବା ବେଳେ ତାଲିବାନ ପ୍ରତିଷ୍ଠାତା ମୁଲ୍ଲା ଓମାରର ପୁଅ ମୁଲ୍ଲା ୟାକୁବ ଓ ମୁଲ୍ଲା ବରାଦର ହକ୍କାନୀ ଗ୍ରୁପକୁ ଅଧିକ ମହତ୍ୱ ଦେବାକୁ ଚାହୁଁନାହାନ୍ତି । ଯାହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି । କୁହାଯାଉଛି ଯେ, ହକ୍କାନୀ ଗ୍ରୁପର ଆକ୍ରମଣରେ ମୁଲ୍ଲା ବରଦାର ଆହତ ହୋଇଛି ।

ଆଜିଠୁ ଓଜେଇଇ ପ୍ରବେଶିକା ପରୀକ୍ଷା, ୩୦ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ଆଜିଠୁ ଓଜେଇଇ ପ୍ରବେଶିକା ପରୀକ୍ଷା । ପରୀକ୍ଷା ସମ୍ପୂର୍ଣ୍ଣ ସିବିଟି ବା କମ୍ପ୍ୟୁଟର ବେସ୍‌ଡ ମୋଡ୍‌ରେ ହେଉଛି । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ହେବ ଏହି ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା। ପ୍ରଥମ ଦିନରେ ବି. ଫାର୍ମା ପରୀକ୍ଷା ହେଉଛି । ୩ଟି ସିଫ୍ଟ ରେ ପରୀକ୍ଷା କରାଯାଉଛି । ରାଜ୍ୟରେ ଏଥିଲାଗି ୫୭ଟି କେନ୍ଦ୍ର ଓ ରାଜ୍ୟ ବାହାରେ ୩ଟି ଭାବେ ମୋଟ ୬୦ ଟି ପରୀକ୍ଷା କେନ୍ଦ୍ର ହୋଇଛି। ପରୀକ୍ଷା ଲାଗି ୫୫ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ତେବେ ଏଥର ପ୍ରଥମ ଥର ଲାଗି ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ହୋଇଛି ।

ରାଜ୍ୟ ବାହାରେ ପାଟନା, ରାଂଚି ଓ କୋଲକାତାରେ ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ର ହୋଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ପରୀକ୍ଷାକୁ କଣ୍ଟାକ୍ଟ ଲେସ୍ କରାଯାଇଛି । ବିନା ପେନ୍ ପେପର୍‌ରେ କେବଳ ଅନଲାଇନ ମୋଡ୍‌ରେ ପରୀକ୍ଷା ହେଉଛି । କେନ୍ଦ୍ରରେ ସାମାଜିକ ଦୂରତା ସହ ମାସ୍କ ପରିଧାନ ଓ ଆବେଦନକାରୀ ନିଜସ୍ଵ ପାଣି ବୋତଲ ଆଣିବାକୁ କୁହାଯାଇଛି । ପ୍ରତି ସିଫ୍ଟ ପୂର୍ବରୁ ଓ ପରେ ବିଶୋଧନକୁ ଗୁରୁତ୍ଵ ଦିଆଯାଇଥିବା ବେଳେ ପ୍ରବେଶ ଓ ପ୍ରସ୍ଥାନ ପଥରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ଓଜେଇଇ ଅଧ୍ୟକ୍ଷ ସୁଦୀପ୍ କୁମାର ଚାନ୍ଦ ସୂଚନା ଦେଇଛନ୍ତି।

ପଞ୍ଜଶୀରରେ ଉଡିଲା ତାଲିବାନୀ ପତାକା, ସମ୍ପୂର୍ଣ୍ଣ କବଳିତ କରିଥିବା ଦାବି

କାବୁଲ: ଦୀର୍ଘ ଦିନର ବିଦ୍ରୋହ ଏବଂ ସଂଘର୍ଷ ପରେ ତାଲିବାନ ହାତକୁ ଚାଲିଯାଇଛି ପଞ୍ଜଶୀର । କିଛି ଦିନର ଲଢେଇ ପରେ ପରାଜୟ ବରଣ କରିଛନ୍ତି ବିଦ୍ରୋହୀ । ପଞ୍ଜଶୀର ଗଭର୍ଣ୍ଣର କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସ୍ଥାନରେ ଉଡିଛି ତାଲିବାନୀ ପତାକା । ତାଲିବାନ ମୁଖପାତ୍ର ଜୁବିଉଲ୍ଲା ମୁଜାହିଦ୍ଦ କହିଛନ୍ତି ପଞ୍ଜଶୀର ଏବେ ତାଲିବାନ କବଳକୁ ଯାଇଛି । ସଂଘର୍ଷରେ ବିଦ୍ରୋହୀ ବାହିନୀର ମୁଖ୍ୟ କମାଣ୍ଡର ସାଲେହ ମହମ୍ମଦଙ୍କ ମୃତ୍ୟୁ ଘଟିଛି । ଅନେକ ବିଦ୍ରୋହୀ ଏବେ ପଞ୍ଜଶୀର ଛାଡି ଚାଲିଯିବା ପରିଲକ୍ଷିତ ହୋଇଛି ।

ଏହି ସଂଘର୍ଷରେ ତାଲିବାନକୁ ସମ୍ପୂର୍ଣ୍ଣ ସମର୍ଥନ ଦେଇଛି ପାକିସ୍ତାନ । ବିଦ୍ରୋହୀଙ୍କ ବିଭିନ୍ନ ଘାଟି ଉପରେ ପାକିସ୍ତାନ ବାୟୁସେନା ବିମାନ ପକ୍ଷରୁ ବୋମା ବର୍ଷଣ କରାଯାଇଛି । ଶାନ୍ତିପୂର୍ଣ୍ଣ ଆଲୋଚନାକୁ ଆସିବା ଲାଗି ତାଲିବାନକୁ ଆହ୍ବାନ ଦେଇଥିଲା ପଞ୍ଜଶୀର ବିଦ୍ରୋହୀ ବାହିନୀ । ସହମତି ଭିତ୍ତିରେ ଏହି ସଂଘର୍ଷର ଅବସାନ ଲାଗି ସଂଗଠନ ତାଲିବାନକୁ ପ୍ରସ୍ତାବ ଦେଇଥିଲେ ବିଦ୍ରୋହୀ ନେତା । ମାତ୍ର ଘମାଘୋଟ ଲଢେଇରେ ପଞ୍ଜଶୀରକୁ କବଜାକୁ ନେଇଛନ୍ତି ତାଲିବାନ ।

ସେପଟେ ତାଲିବାନ ସହ ସଂଘର୍ଷରେ ଅହମ୍ମଦ ମାସୁଦଙ୍କ ଘନିଷ୍ଠ ସହଯୋଗୀ, ବରିଷ୍ଠ ସାମ୍ବାଦିକ, ରାଜନୀତିଜ୍ଞ ତଥା ମୁଖପାତ୍ର ଫହିମ ଦାସ୍ତିଙ୍କ ମୃତ୍ୟୁ ଘଟିଛି । ଏହାସହ ଜେନରାଲ ସାହିବ ଅବଦୁଲ ଓ୍ବାଦୁଦ ଝୋର ମଧ୍ୟ ସଂଘର୍ଷରେ ପ୍ରାଣ ହରାଇଛନ୍ତି । ଗତକାଲି 700ରୁ ଅଧିକ ତାଲିବାନୀଙ୍କୁ ବିଦ୍ରୋହୀମାନେ ହତ୍ୟା କରିବା ପରେ ଯୁଦ୍ଧ ଅଧିକ ଘନୀଭୂତ ହୋଇଥିଲା ଏବଂ ତାଲିବାନୀମାନେ ଅଧିକ ସୈନ୍ୟ ସହ ଲଢେଇ ଜାରି ରଖିଥିଲେ । ସେପଟେ ଯୁଦ୍ଧରେ ତାଲିବାନକୁ ଖୋଲାଖୋଲି ସମର୍ଥନ ଦେଇଥିଲା ପାକିସ୍ତାନ । ପଞ୍ଜଶୀରକୁ କବଜା କରିବା ଲାଗି ପାକିସ୍ତାନ ପକ୍ଷରୁ ତାଲିବାନକୁ ସୈନ୍ୟ, ଅସ୍ତ୍ରଶସ୍ତ୍ର ଆଦି ସହାୟତା ଦିଆଯାଉଛି ।

ବ୍ୟବସାୟୀଙ୍କୁ ଅପହରଣ ଓ ନିର୍ଯାତନା ଘଟଣା: ମୁଖ୍ୟ ଅଭିଯୁକ୍ତ ୱେବ୍ ପୋର୍ଟାଲ ସିଇଓ ଗିରଫ

ଭୁବନେଶ୍ୱର: ଜଣେ ବ୍ୟବସାୟୀଙ୍କୁ ସାମ୍ବାଦିକ ଅପହରଣ କରିନେବା ଘଟଣାରେ ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ ତଥା ଉକ୍ତ ୱେବ ପୋର୍ଟାଲର ସିଇଓ  । ୱେବ ପୋର୍ଟାଲ ସିଇଓଙ୍କୁ ଓଡିଶା ପୋଲିସର ଏକ ଟିମ କୋଲକାତାରୁ ଗିରଫ କରିବାରେ ସଫଳ ହୋଇଛି । ମିଳିଥିବା ସୂଚନା ମୁତାବକ ୱେବ ପୋର୍ଟାଲ ଲାଇଭ କଳିଙ୍ଗ ସିଓଓ ତଥା ମୁଖ୍ୟ ଅଭିଯୁକ୍ତ ହେଉଛି ରଘୁନାଥ ଓରଫ ରାଜା ।

ଜଣେ ବ୍ୟବସାୟୀଙ୍କୁ ଉକ୍ତ ସଂସ୍ଥାର କିଛି ସାମ୍ବାଦିକ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ ହୋଇଥିଲା  । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ମାନେ  ବ୍ୟବସାୟୀ ପୂର୍ଣଚନ୍ଦ୍ର ସ୍ୱାଇଁକୁ ଅପହରଣ କରି ନିର୍ଯାତନା ଦେବା ନେଇ ଅଭିଯୋଗ ହୋଇଥିଲା । ମୁଣ୍ଡ ବନ୍ଧକ ରଖି ଟଙ୍କା ମଧ୍ୟ ମାଗୁଥିଲେ  ।  ପୂର୍ବରୁ ଏହି ଘଟଣାରେ ୱେବ ପୋର୍ଟଲର ମହିଳା ସ୍ବାମ୍ବାଦିକାଙ୍କ ସମେତ 5 ଜଣଙ୍କୁ ଗିରଫ କରିଥିଲା ପୋଲିସ ।