ଶରଦ ପାଓ୍ୱାରଙ୍କ ଟାର୍ଗେଟରେ କେନ୍ଦ୍ର ସରକାର: ତଦନ୍ତକାରୀ ସଂସ୍ଥାର ଅପବ୍ୟବହାର କରାଯାଉଥିବା ନେଇ ଆଣିଲେ ଅଭିଯୋଗ

1 min read

ମୁମ୍ୱାଇ: ଏନ୍‌ସିପି ମୁଖ୍ୟ ଶରଦ ପାଓ୍ୱାରଙ୍କ ଟାର୍ଗେଟରେ କେନ୍ଦ୍ର ସରକାର । ସିବିଆଇ-ଏନସିବି ଏବଂ ଇଡି ଭଳି ସଂସ୍ଥାର ଅପବ୍ୟବହାର କରାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ଶରଦ ପାଓ୍ୱାର । ଅଣ ବିଜେପି ଶାସିତ ରାଜ୍ୟ ସରକାରଙ୍କ ବିରୋଧରେ ସରକାର ଏହି ସବୁ ସଂସ୍ଥାକୁ ବ୍ୟବହାର କରୁଥିବା ସେ କହିଛନ୍ତି ।

ପାଓ୍ୱାରଙ୍କ କହିବା ହେଲା ଯେ, ଅଣ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ତଦନ୍ତକାରୀ ଏଜେନ୍ସୀ ଗୁଡ଼ିକ ଦ୍ୱାରା ଭୟଭୀତ କରାଇବା ଦିଗରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଏସବୁ ସତ୍ତ୍ୱେ ମହାରାଷ୍ଟ୍ର ମହାବିକାଶ ଅଘାଡ଼ୀ ସରକାର ଶାସନର ପାଞ୍ଚ ବର୍ଷର ପୂରା କରିବାକୁ ଯାଉଛି । ଏବଂ ସେ ପୁଣି ମହାରାଷ୍ଟ୍ରରେ ସରକାର ଗଢ଼ିବେ ବୋଲି ଦାବି କରିଛନ୍ତି ।

ଏଥିସହିତ ସାମ୍ୱାଦିକ ସମ୍ମିଳନୀରେ ଶରଦ ପାଓ୍ୱାର ନିଜ ମନ୍ତ୍ରୀ ନବାବ ମଲ୍ଲିକଙ୍କ ସପକ୍ଷରେ ମତ ରଖିଛନ୍ତି । ବର୍ତ୍ତମାନ ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ ତାଙ୍କ ଜ୍ୱାଇଁ ପୁଅଙ୍କୁ ପଚରାଉଚରା କରୁଛି । ନବାବ ମଲ୍ଲିକ ଲଗାତାର କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉଠାଉଥିବାରୁ କେନ୍ଦ୍ର ସରକାର ଏଭଳି କରୁଥିବା ଶ୍ରୀ ପାଓ୍ୱାର ଅଭିଯୋଗ କରିଛନ୍ତି ।

ରାଜନୀତି ବ୍ୟତୀତ ବର୍ତ୍ତମାନ ସମୟରେ ଦେଶର ଅର୍ଥନୀତିକୁ ନେଇ ମଧ୍ୟ ଶରଦ ପାଓ୍ୱାର କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ଗତ ୩ ବର୍ଷ ହେଲା ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ଆରମ୍ଭ ହେଲାଣି, କିନ୍ତୁ କେନ୍ଦ୍ର ସରକାର ଦେଶରେ ପେଟ୍ରୋଲ, ଡିଜେଲରେ ଲଗାତର ତୈଳ ଦର ବୃଦ୍ଧି କରିବାରେ ଲାଗିଛନ୍ତି । ଏହି ସାଧାରଣ ଲୋକେ ପ୍ରଭାବିତ ହେଉଛନ୍ତି ।

Leave a Reply