ଅଧାଭଙ୍ଗା କ୍ୱାର୍ଟର୍ସରେ ପୁଣି ବୁଲିବ ବୁଲଡୋଜର: କ୍ୱାର୍ଟର୍ସ ଛାଡ଼ିନଥିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ବିଧାୟକଙ୍କ କ୍ୱାର୍ଟର୍ସ ପ୍ରସଙ୍ଗରେ ବିଧାନସଭାରେ ହେବନି ଆଉ ହଟ୍ଟଗୋଳ । ସାଂସଦଙ୍କ ଢାଞ୍ଚାରେ ଓଡ଼ିଶାରେ ବିଧାୟକଙ୍କ ପାଇଁ ନିର୍ମାଣ ହେବ ବହୁତଳ ପ୍ରାସାଦ । ଦେଢବର୍ଷ ଧରି ଅଧାଭଙ୍ଗା ଯାଇଥିବା କ୍ୱାର୍ଟର୍ସରେ ପୁଣି ବୁଲିବ ବୁଲ୍‌ଡୋଜର । ଯେଉଁ ବିଧାୟକମାନେ କ୍ୱାର୍ଟର୍ସ ଛାଡ଼ି ନାହାନ୍ତି, ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବାଚସ୍ପତି କହିଛନ୍ତି ।

ବଦଳିବ ବିଧାୟକ କଲୋନୀର ରୂପ ରେଖ । ଭାଙ୍ଗିବ କ୍ୱାର୍ଟର୍ସ ତିଆରି ହେବ ଆପାର୍ଟମେଣ୍ଟ । ଖୁବଶୀଘ୍ର ଟେଣ୍ଡର ପ୍ରକ୍ରିୟା, ୨ ବର୍ଷରେ ସରିବ କାମ । କ୍ୱାର୍ଟର୍ସ ଛାଡ଼ିନଥିବା ବିଧାୟକଙ୍କ ବିରୋଧରେ ରୁଜୁ ହେବ ମାମଲା । ବିଧାୟକ ରହିବେ ଏଗାର ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ । ସେଠାରେ ରହିବ ଅତ୍ୟାଧୁନିକ ପାର୍କ, ପାର୍କିଂ, ସୁଇମିଂ ପୁଲ, ପାଠାଗାର ଓ ମେଡ଼ିକାଲର ବ୍ୟବସ୍ଥା । ଖୁବଶୀଘ୍ର ଏହି ଆପାର୍ଟମେଣ୍ଟ ତିଆରି ପଇଁ ଟେଣ୍ଡର ପ୍ରକ୍ରିୟା କରାଯିବ । ୨ ବର୍ଷ ଭିତରେ ନିର୍ମାଣ କାମ ଶେଷ ହେବ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଦିଲ୍ଲୀରେ ସାଂସଦ ରହୁଥିବା ବହୁତଳପ୍ରାସାଦ ଭଳି ଆପାର୍ଟମେଣ୍ଟ ନିର୍ମାଣ କରାଯିବ ।

ଦେଢବର୍ଷ ଧରି ଅଧାଭଙ୍ଗା ଯାଇଥିବା କ୍ୱାର୍ଟର୍ସରେ ପୁଣି ବୁଲିବ ବୁଲଡଜର । ଅଧିକାଂଶ ବିଧାୟକ ପୂରୁଣା କ୍ୱାର୍ଟର୍ସ ଛାଡ଼ିଦେଇଥିବା ବେଳେ କିଛି ବିଧାୟକ ଏବେବି କ୍ୱାର୍ଟର୍ସରେ ଛାଡ଼ିନାହାଁନ୍ତି । ତୁରନ୍ତ କ୍ୱାର୍ଟର୍ସ ଛାଡ଼ିବା ପାଇଁ ବିଧାନସଭା ପକ୍ଷରୁ ବାରମ୍ବାର ଚିଠି ମାଧ୍ୟମରେ କୁହାଯାଉଛି । ଯେଉଁ ବିଧାୟକମାନେ ଘର ଛାଡ଼ୁନାହାଁନ୍ତ ସେମାନଙ୍କ ନାଁରେ ସାଧାରଣ ପ୍ରଶାସନ ବିଭାଗ ଉଚ୍ଛେଦ ମାମଲା ରୁଜୁ କରି ଘର ଭାଙ୍ଗିବା ପାଇଁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକଙ୍କ ନୂଆ ଆପାର୍ଟେଣ୍ଟକୁ ନେଇ ବାଚସ୍ପତିଙ୍କ ନିଷ୍ପତ୍ତିକୁ ଉଭୟ ଶାସକ ଓ ବିରୋଧୀ ସ୍ୱାଗତ କରିଛନ୍ତି ।  ନୂଆ ବିଧାୟକଙ୍କ ଆପାର୍ଟମେଣ୍ଟ ପାଇଁ ଅର୍ଥ ମଞ୍ଜୁରୀ ହୋଇଥିବା ବେଳେ ଅତିରିକ୍ତ ବଜେଟରେ ପୁଣି ଥରେ ଅର୍ଥ ବ୍ୟୟବରାଦ କରାଯିବ ।

Leave a Reply