ସାବଧାନ: ଓଡ଼ିଶାରେ ମାତିଛନ୍ତି ଛତିଶଗଡ଼ ଠକ, ସାମ୍ପୁଲ ଦେଖାଉଛନ୍ତି ଅସଲି, ବିକ୍ରି କରୁଛନ୍ତି ନକଲି

ଭୁବନେଶ୍ୱର: ସାବଧାନ । ପାର୍ବଣ ଋତୁରେ ଭୁବନେଶ୍ୱରରୁ ସୁନା କିଣୁଛନ୍ତି କି? ହୋଇଯାଆନ୍ତୁ ସମାଧାନ । କାହିଁକି ନା ଭୁବନେଶ୍ୱରରେ ଅସଲି ସୁନା ଦେଖାଇ ନକଲି ସୁନା ବିକ୍ରି ପ୍ଲାନ କରୁଛନ୍ତି ଦୁର୍ବୃତ୍ତ । ଏଭଳି ଠକେଇ ବେଳେ ଛତିଶଗଡର ଦୁଇ ଜଣିଆ ଗ୍ୟାଙ୍ଗକୁ କାବୁ କରିଛି ସହିଦନଗର ଥାନା ପୋଲିସ । ଦୁଇ ଅଭିଯୁକ୍ତ ହେଲେ ଘନଶ୍ୟାମ ସୋଲାଙ୍କି ଓ ମୋହନ ସୋଲାଙ୍କି । ଦୁଇ ଅଭିଯୁକ୍ତ ୫ହଜାର ଟଙ୍କାର ଅସଲି ସୁନା ଦେଖାଇ ୫୦ ଲକ୍ଷ ଟଙ୍କାର‌ ନକଲି ସୁନା ବିକ୍ରି ପାଇ ପ୍ଲାନ କରିଥିଲେ । ଜଦୟଦେବବିହାର ମୋ ବସ ଷ୍ଟାଣ୍ଡରେ ଦୁଇ ଜଣ ଲୋକଙ୍କୁ ସୁନା କିଣାବିକା ନେଇ ମୂଲଚାଲ କରୁଥିଲେ । ଜଣେ ବ୍ୟବସାୟିକୁ ୫୦ଲକ୍ଷର ସୁନା କହି ୧୫ଲକ୍ଷରେ ବିକ୍ରି ପାଇ ପ୍ଲାନ କରିଥିଲେ । ଜୟଦେବ ବିହାର ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଏମାନେ ହାବୁଡରେ ପଡିଯାଇଥିଲେ ।

ପଚରାଉଚରା ବେଳେ ଦୁଇ ଜଣଙ୍କ ସତ ପଦାକୁ ଆସିଛି । ସେମାନଙ୍କଠାରୁ ୫୦ଲକ୍ଷରେ ବିକ୍ରି ପାଇଁ ରଖିଥିବା ନକଲି ସୁନା ଜବତ କରିଛି ପୋଲିସ । ଅଭଯୁକ୍ତ ମାନେ ବିଭିନ୍ନ ବସ ଷ୍ଟପ ଓ ରେଳ ଷ୍ଟେସନରେ ଟାର୍ଗେଟ କରୁଥିଲେ ଲୋକଙ୍କୁ । ପ୍ରଥମେ ଅସଲି ସୁନାର ସାମ୍ପଲ ଦେଇ ପ୍ରଥମେ ଲୋକଙ୍କ ଭରସା ଜିତୁଥିଲେ । ଏପରିକି ସୁନାର‌ ବଜାର‌ ଦାମ ଠାରୁ ଅଧା ଦରରେ ବିକ୍ରି ପାଇ ଉସୁକାଉଥିଲେ । ଲୋକଙ୍କ ସନ୍ଦେହ ହେଲେ ଅସଲି ସୁନା ଦେଖାଇ ଟେଷ୍ଟ ପାଇଁ କହୁଥିଲେ । ପରେ ତାଙ୍କୁ ନକଲି ସୁନା ଦେଇ ଟଙ୍କା ନେଇ ଚମ୍ପଟ ମାରୁଥିଲେ । ଭୁବନେଶ୍ବରରେ ଏଭଳି ତରିକାରେ ଅପରାଧ କରିବା ପୂର୍ବରୁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ତେବେ ଆଗକୁ ଧନତେରସ ଥିବାରୁ ବଜାର ଡିମାଣ୍ଡ ଦେଖି ବିକ୍ରି ପାଇ ପ୍ଲାନ କରୁଥିଲେ ଦୁଇ ଅଭିଯୁକ୍ତ । ରାଜ୍ୟ ବାହରରେ ଏଭଳି ଢଙ୍ଗରେ ଅନେକ ଜାଗାରେ ଲୋକଙ୍କୁ ନକଲି ସୁନା ଦେଖାଇ ଲୁଟ କରିଛନ୍ତି ବୋଲି ପୋଲିସ ସୂଚନା ମିଳିଛି ।

Leave a Reply