spot_img
Home Blog Page 5182

ଜଳେଶ୍ୱରରୁ ୩୫୦ ଗ୍ରାମ ବ୍ରାଉନସୁଗାର ଜବତ: ମାଫିଆ ସହ ୩ ସହଯୋଗୀ ଗିରଫ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ପୁଣି ୩୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ଏହାସହ ଆନ୍ତଃରାଜ୍ୟ ଡ୍ରଗ୍ସ ମାଫିଆ ମନତାଜ ଓ ତାର ୩ ସହଯୋଗୀକୁ ଗିରଫ କରିଛି ଜଳେଶ୍ୱର ପୋଲିସ । ବିଳମ୍ବିତ ରାତିରେ ରାଜପୁର ବସ୍ତିରେ ଚଢ଼ାଉ କରି ମନତାଜକୁ ଗିରଫ କରିଥିବା ବେଳେ ସକାଳୁ ତା’ ସହଯେୋଗୀଙ୍କୁ ଗିରଫ କରାଯାଇଛି । ଚଢ଼ାଉ ବେଳେ ସେମାନଙ୍କ ପାଖରୁ ୩୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ । ଗିରଫମାନେ ହେଉଛନ୍ତି ଶେଖ ମନତାଜ, ଶେଖ ରାଜା ,ଶେଖ ବାବୁ ଓ ଅନ୍ୟ ଜଣେ ସୋହଯୋଗୀ । ଆନ୍ତଃରାଜ୍ୟ ବ୍ରାଉନସୁଗାର କାରବାରରେ ଏମାନଙ୍କର ରହିଛି ବଡ଼ ଭୂମିକା । ସେକ୍ ମନତାଜ ନାଁରେ ବ୍ରାଉନ ସୁଗାର କାରବାର ନେଇ 5ରୁ ଅଧିକ ମାମଲା ଏସଟିଏଫ୍ ଏବଂ ପୋଲିସରେ ରୁଜୁ ହୋଇଛି ।

ଏଥିସହିତ ପଢ଼ନ୍ତୁ: କୋଭିଡ ନିୟମ ନ ମାନି ନାଚ ଗୀତରେ ମସଗୁଲ ଥିଲେ: ଚଢ଼ାଉ କଲା ପୋଲିସ

ରାଜ୍ୟରେ ଆଉ ୬୯୫ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୮୩ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ୪୦୧ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଓ ୨୯୪ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୯ ହଜାର ୬୨୧ ଜଣକୁ ବୃଦ୍ଧି ପାଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୩୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୯୦ ଜଣ, ଯାଜପୁରରୁ ୩୯ ଜଣ, ବାଲେଶ୍ୱରରୁ ୩୦ ଜଣ, ଜଗତସିଂହପୁରରୁ ୨୫ ଜଣ, ମୟୂରଭଞ୍ଜ ଓ ପୁରୀ ଜିଲ୍ଲାରୁ ୧୮ ଜଣ ଲେଖାଏଁ, ଭଦ୍ରକରୁ ୧୩ ଜଣ, କେନ୍ଦ୍ରାପଡ଼ା ଓ ସମ୍ବଲପୁର ଜିଲ୍ଲାରୁ ୮ ଜଣ ଲେଖାଏଁ, ରାୟଗଡ଼ରୁ ୭ ଜଣ, ଅନୁଗୁଳ ଓ ଝାରସୁଗୁଡ଼ାରୁ ୬ ଜଣ ଲେଖାଏଁ, ସୁନ୍ଦରଗଡ଼ରୁ ୫ ଜଣ, ଢ଼େଙ୍କାନାଳ ଓ ମାଲକାନଗିରି ଜିଲ୍ଲାରୁ ୪ ଜଣ, ନୟାଗଡ଼ରୁ ୩ ଜଣ, ଗଜପତି, ଗଞ୍ଜାମ, କଳାହାଣ୍ଡି ଓ ସୋନପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ଦେବଗଡ଼, କନ୍ଧମାଳ,କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ଏବଂ ଷ୍ଟେଟ୍ ପୋଲ୍‌ରୁ ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦେଶରେ ଗୋଟିଏ ଦିନରେ ୨.୫କୋଟି ଡୋଜ୍‌ର ରେକର୍ଡ ସଂଖ୍ୟକ ଟିକାକରଣ

ନୂଆଦିଲ୍ଲୀ: ଦେଶରେ ରେକର୍ଡ ସଂଖ୍ୟକ କରୋନା ଟିକାକରଣ । ଗୋଟିଏ ଦିନରେ ସାରା ଦେଶରେ ଲୋକଙ୍କୁ ମୋଟ ଅଢ଼େଇ କୋଟି କରୋନା ଟିକା ଦିଆଯାଇଛି । ୧୭ ତାରିଖ ମଧ୍ୟରାତ୍ରୀ ସୁଦ୍ଧା ଏହି ରେକର୍ଡ ହାସଲ କରାଯାଇଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭ୍ୟ ଟ୍ୱିଟ୍ ଯୋଗେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏଥିସହିତ  ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ହୋଇଥିବାରୁ ଏହି ରେକର୍ଡ ସଂଖ୍ୟକ ଟିକାକରଣ ଦ୍ୱାରା ଦେଶବାସୀ ଦିନଟିକୁ ସ୍ମରଣୀୟ କରିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଗତକାଲି ‘ଭ୍ୟାକ୍ସିନ୍ ସେବା’ କ୍ୟାମ୍ପେନ୍ ଅନୁଯାୟୀ ୨ କୋଟି ଟିକାକରଣ ଅତିକ୍ରମ କରୁ କରୁ କେନ୍ଦ୍ରମନ୍ତ୍ରୀ ସବଦରଜଙ୍ଗ ହସ୍ପିଟାଲ ଯାଇ ସେଠାରେ ଟିକାକରଣରେ ନିୟୋଜିତ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଅନ୍ୟପକ୍ଷରେ ଏହି ରେକର୍ଡ ସଂଖ୍ୟକ ଟିକାକରଣ ପାଇଁ ଦକ୍ଷିଣ-ପୂର୍ବ ଏସିଆର ସ୍ୱାସ୍ଥ୍ୟ ସଂଗଠନ ଏଥିଲାଗି ଭାରତକୁ ଶୁଭେଚ୍ଛା ଜଣାଇଛି । ଜନୈକ ବରିଷ୍ଠ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ କହିବାନୁଯାୟୀ, ମନ୍ତ୍ରାଳୟ ବିଦେଶୀ ଟିକା ଉତ୍ପାଦନକାରୀ କମ୍ପାନୀ ଗୁଡ଼ିକ ସହ ଯୋଗାଯୋଗରେ ରହିଛି  । ଫାଇଜର, ମଡେର୍ଣ୍ଣା ଓ ଜନସନ୍ ଆଣ୍ଡ ଜନସନ୍ ଭଳି କମ୍ପାନୀ ସହ କଥା ବାର୍ତ୍ତା ଚାଲିଛି ଯାହା ଦ୍ୱାରା ଭାରତୀୟ ବଜାରକୁ ଅଧିକରୁ ଅଧିକ ଟିକା ଆସିବପାରିବ । ଭିନ୍ନ ଭିନ୍ନ ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଟିକା ବାବଦକୁ ଭିନ୍ନ ଭିନ୍ନ ଦାବି କରୁଥିବାରୁ ଏ ନେଇ କିଛି ସମୟ ଲାଗୁଛି । ତେବେ ଅକ୍ଟୋବର ମାସରେ ୧କୋଟି ଜାଡୁସ୍ କାଡିଲାର ଟିକା ମଧ୍ୟ ଆସିବାର ଅଛି ଯାହା ଫଳରେ କେନ୍ଦ୍ର ରାଜ୍ୟମାନଙ୍କୁ ସଠିକ ସମୟରେ ଟିକା ଯୋଗାଇ ଦେଇପାରିବ  ।

ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣା: ରିମାଣ୍ଡ ଆବେଦନର ହେବ ଶୁଣାଣି

ବାଲେଶ୍ୱର: ଚାନ୍ଦିପୁର DRDO ତଥ୍ୟ ଲିକ୍‌ ଘଟଣା । ଗିରଫ ୫ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଆଜି ଶୁଣାଣି । ଅଭିଯୁକ୍ତ ମାନଙ୍କୁ ୭ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ବାଲେଶ୍ୱର ଏସଡିଜେଏମ କୋର୍ଟରେ ରିମାଣ୍ଡ ଆବେଦନ କରାଯାଇଥିବା ବେଳେ, ନିଜ ଆଡୁ ମାମାଲା ହାତକୁ ନେଇଛନ୍ତି ସିଜେଏମ କୋର୍ଟ । ମାମଲାରେ ଡିଆରଡିଓର ଠିକା କର୍ମଚାରୀ ବସନ୍ତ ବେହେରା, ସେକ୍‌ ମୁସାଫିର, ତାପସ ବେହେରା, ହେମନ୍ତ ମିସ୍ତ୍ରୀ ଓ ଗିରଫ ଆଟିଆରର ନିୟମିତ ଡ଼୍ରାଇଭର ସଚ୍ଚିନ କୁମାର ଛେତାକୁ ଗିରଫ କରିଥିଲା ପୋଲିସ । ମାମଲା କ୍ରାଇମ୍‌ବ୍ରାଞ୍ଚ ହାତକୁ ଗଲା ପରେ ଅତିରିକ୍ତ ଏସ୍‌ପି ପ୍ରଶାନ୍ତ ବିଶୋଇଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ବାଲେଶ୍ୱର ତନାଘନା କରୁଛନ୍ତି । ଜବତ ହୋଇଥିବା ସାମଗ୍ରି, ପ୍ରସ୍ତୁତ କରାଯାଇଥିବା ନଥିପତ୍ର, ଗିରଫ ଅଭିଯୁକ୍ତ ମାନଙ୍କ ରେକର୍ଡ଼ କରାଯାଇଥିବା ବୟାନର ସମୀକ୍ଷା କରୁଛି କ୍ରାଇମବ୍ରାଞ୍ଚ । ଏପରକି ଏନଆଇଏର ଟିମ୍ ମଧ୍ୟ ଘଟଣାର ତନାଘନା କରିଥିଲା ।

ଏଥିସହିତ ପଢ଼ନ୍ତୁ: କୋଭିଡ ନିୟମ ନ ମାନି ନାଚ ଗୀତରେ ମସଗୁଲ ଥିଲେ: ଚଢ଼ାଉ କଲା ପୋଲିସ

 

କୋଭିଡ ନିୟମ ନ ମାନି ନାଚ ଗୀତରେ ମସଗୁଲ ଥିଲେ: ଚଢ଼ାଉ କଲା ପୋଲିସ

ଭୁବନେଶ୍ୱର: ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ କମିଶନରେଟ ପୋଲିସର ଚଢ଼ାଉ । ଏମ୍ବାସି ବାରରେ କମିଶନରେଟ ପୋଲିସ ଅତର୍କିତ ଚଢ଼ାଉ କରି ସିଲ୍ କରିଛି । କୋଭିଡ ନିୟମ ଉଲ୍ଲଂଘନ ସହ ବିଳମ୍ବିତ ରାତି ଯାଏ ଚାଲିଥିଲା ବାର । ବାରରେ ନାଚ ଗୀତରେ ମସଗୁଲ ଥିଲେ ଯୁବକ-ଯୁବତୀ । ବିଶେଷ ସୂତ୍ରରୁ ଖବର ପାଇ ୩ଜଣ ଏସିପି ଓ ୨ ଜଣ ଆଇଆଇସି ଓ ଗୋଟିଏ ପ୍ଲାଟୁନ ଫୋର୍ସ ସହାୟତାରେ ଏହି ଚଢାଉ ହୋଇଥିଲା ।

ଘଟଣାରେ ବାରର ୪ ଜଣଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ । ଏସିପି ତରୁଣ କୁମାର ଦାସ, ପି.କେ.ରାଉତ, ଆର.କେ.ସେନାପତି, ଚନ୍ଦ୍ରଶେଖରପୁର ଥାନା ଆଇଆଇସି ପ୍ରଦୀପ ସ୍ୱାଇଁ, ସହିଦ ନଗର ଥାନା ଆଇଆଇସି ହିମାଂଶୁ ଭୁଷଣ ସ୍ୱାଇଁଙ୍କ ନେତୃତ୍ୱରେ ଚଢାଉ କରାଯାଇ ବାରକୁ ସିଲ୍ କରାଯାଇଛି । ସେହିପରି ଭୁବନେଶ୍ୱର ଆଉ କିଛି ବାରରେ ମଧ୍ୟ ଚଢାଉ କରିଥିଲା କମିଶନରେଟ୍ ପୋଲିସ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଜିଠୁ ଆରମ୍ଭ ହେବ ଲଘୁଚାପ ବର୍ଷା: ୪ ଜିଲ୍ଲାରେ ବର୍ଷା ସମ୍ଭାବନା

ରାଜ୍ୟରେ ଆଜିଠୁ ଆରମ୍ଭ ହେବ ଲଘୁଚାପ ବର୍ଷା: ୪ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜିଠୁ ପୁଣି ରାଜ୍ୟରେ ହେବ ଲଘୁଚାପ ବର୍ଷା । ଏଥର ଭିଜିବ ଉତ୍ତର ଓଡ଼ିଶା ଆଜି ଉତ୍ତର ଓଡ଼ିଶା ଉପକୂଳରେ କେନ୍ଦ୍ରୀଭୂତ ହେବ ଲଘୁଚାପ । ଘନୀଭୂତ ହେବା ପରେ ଉତ୍ତର- ପଶ୍ଚିମ ଦିଗକୁ ଗତି କରୁଛି ପୂର୍ବ-କେନ୍ଦ୍ର ବଙ୍ଗୋପସାଗର ମିଆଁମାରରେ ସୃଷ୍ଟ ଲଘୁଚାପ । ଏହା ପ୍ରଭାବରେ ସନ୍ଧ୍ୟା ପରଠୁ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷକରି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ତେବେ କେତେକ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହେବାନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା କାଲି ଓ ୨୦ତାରିଖରେ କେତେକ ସ୍ଥାନରେ ଲଗାଣ ବର୍ଷା ସହିତ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ସ୍ଥାପନ ହେବ ବୈଦ୍ୟୁତିକ ଯାନ ପାଣ୍ଠି

 

ବନ୍ୟା କ୍ଷତିଗ୍ରସ୍ତ ବୁଣାକାର ପରିବାରକୁ ସହାୟତା ପ୍ରଦାନ

ଯାଜପୁର: ବନ୍ୟା କ୍ଷତିଗ୍ରସ୍ତ ବୁଣାକାରଙ୍କ ଦୁଃଖ ବୁଝିଲେ ରାଜ୍ୟ ସରକାର । ସରକାରଙ୍କ ପକ୍ଷରୁ କ୍ଷତିପୂରଣ ବାବଦକୁ ପ୍ରତ୍ୟେକ ବୁଣାକାର ପରିବାରକୁ ୪୧୦୦ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଇଛି । ଏନେଇ ରାଜ୍ୟ ସରକାରଙ୍କ ସମେତ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଧର୍ମଶାଳା ବିଧାୟକ ପ୍ରଣବ ପ୍ରକାଶ ବଳବନ୍ତରାୟଙ୍କୁ କୃତଜ୍ଞତା ଜଣାଇଛନ୍ତି ରସୁଲପୁର ବ୍ଲକ ଚକଗୋପାଳପୁର ଗାଁର ବୁଣାକାର । ୨୦୨୦ରେ ବ୍ରାହ୍ମଣୀ ନଦୀରେ ବନ୍ୟା ଆସିବା ଫଳରେ ଚକଗୋପାଳପୁର ନିକଟରେ ଏକ ଘାଇ ସୃଷ୍ଟି ହୋଇଥିଲା ।

Flood Affected Weaver Of Jajpur Receives Financial Assistance

ଏଥି ଯୋଗୁଁ ଚକଗୋପାଳପୁରର ୨ଶହରୁ ଅଧିକ ବୁଣାକାର ପରିବାର କ୍ଷତିଗ୍ରସ୍ତ ହୋଇଥିଲେ । ଆର୍ଥିକ ସହାୟତା ପାଇଁ ପ୍ରଶାସନକୁ ଜଣାଇବା ପରେ ସୁଫଳ ନମିଳିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ବାହାରିଥିଲେ ବୁଣାକାର । ନବୀନ ନିବାସ ଯିବା ବାଟରେ ବୁଣାକାରଙ୍କୁ ଅଟକାଇ କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ ଓ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ।

ସୋନୁ ସୁଦ ବିଦେଶୀ ଅନୁଦାନ ଆଇନ୍ ଉଲ୍ଲଂଘନ କରିଥିବା ଅଭିଯୋଗ

ନୂଆଦିଲ୍ଲୀ: ଆୟକର ବିଭାଗ ରାଡାରରେ ଅଭିନେତା ସୋନୁ ସୁଦ୍ । ସୋନୁ ସୁଦଙ୍କ ସହ ଜଡ଼ିତ ପ୍ରାୟ ୩୦ଟି ସ୍ଥାନରେ ଆୟକର ବିଭାଗ ରେଡ୍ ଜାରି ରଖିଥିବା ସୂଚନା ମିଳିଛି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଅଭିନେତା ସୋନୁ ସୁଦ ବିଦେଶୀ ଅନୁଦାନ ଆଇନର ଉଲ୍ଲଂଘନ କରିଛନ୍ତି ।

ସୋନୁ ସୁଦ ଏଫସିଏଆର୍ ନିୟମାବଳୀ ଉଲ୍ଲଂଘନ କରିଥିବା ଯାଞ୍ଚ ବେଳେ ମିଳିଥିବା କାଗଜପତ୍ରରୁ ଜଣାପଡ଼ିଛି । ବିପୁଳ ପରିମାଣରେ ବିଦେଶୀ ଅନୁଦାନ ଆସିଥିବା ବେଳେ ତାକୁ କରୋନା ସମୟରେ ସୋନୁ ସୁଦ ସେବାରେ ଖର୍ଚ୍ଚ କରିଛନ୍ତି । ଟିକସ ଠକେଇ ନେଇ ହୋଇଥିବା ଅଭିଯୋଗର ତଦନ୍ତ ଚାଲିଥିବା କହିଛନ୍ତି ଆୟକର ବିଭାଗ ଅଧିକାରୀ । ସୋନୁଙ୍କ ନିଜସ୍ୱ ଆକାଉଣ୍ଟରୁ ଚାରିଟି ଫାଉଣ୍ଡେସନକୁ କେତେ ଟଙ୍କା ଯାଇଛି ତାର ବି ଅନୁସନ୍ଧାନ କରୁଛି ଆୟକର ବିଭାଗ ।

ଯାଞ୍ଚ ବେଳେ କେତେକ ବେନାମୀ କାରବାର ଧରାପଡ଼ିଛି । ଋଣ ଜାଲିଆତି ଓ ନକଲି ବିଲ୍ ଭଳି ତଥ୍ୟ ମଧ୍ୟ ଆୟକର ବିଭାଗ ହାତରେ ଲାଗିଥିବା କୁହାଯାଉଛି । ଆୟକର ଫାଙ୍କିବାକୁ ବିଭିନ୍ନ ଆକାଉଣ୍ଟ ଜରିଆରେ ସୋନୁ ସୁଦଙ୍କ ଆକାଉଣ୍ଟକୁ ବିଦେଶରୁ ଟଙ୍କା ଆସିଛି । ବୁଧବାର ଆୟକର ବିଭାଗ ଆରମ୍ଭ କରିଥିବା ଯାଞ୍ଚ ତୃତୀୟ ଦିନରେ ଜାରି ରହିଛି ।

ପ୍ୟାନ ସହ ଆଧାର କାର୍ଡ ଲିଙ୍କ୍ ଅବଧି ୬ ମାସ ବୃଦ୍ଧି

ନୂଆଦିଲ୍ଲୀ: ପୁଣି ବଢ଼ିଲା ଅବଧି । ପ୍ୟାନ୍ ଓ ଆଧାର କାର୍ଡ ଲିଙ୍କ୍ କରିବା ଅବଧିକୁ ବୃଦ୍ଧି କରିଛନ୍ତି ଆୟକର ବିଭାଗ । ସେପ୍ଟେମ୍ବର ୩୦ ସୁଦ୍ଧା ପ୍ୟାନ୍ ସହ ଆଧାର କାର୍ଡ ଲିଙ୍କ୍ ନେଇ ଧାର୍ଯ୍ୟ ସମୟ ସୀମାକୁ ବଢ଼ାଇ ଦିଆଯାଇଛି । ନୂଆ ଧାର୍ଯ୍ୟ ସମୟ ଅନୁଯାୟୀ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ପ୍ୟାନ୍ ସହ ଆଧାର ଲିଙ୍କ୍ କରିବାକୁ ପଡ଼ିବ ।

ବିମାନବନ୍ଦର ଭିତରେ କାର୍ଯ୍ୟରତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ରାଉରକେଲା: ରାଉରକେଲାରେ ଚାଞ୍ଚଲ୍ୟ । ରାଉରକେଲା ବିମାନବନ୍ଦର ଭିତରେ କାର୍ଯ୍ୟ କରୁଥିବା ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ବିମାନବନ୍ଦର ଭିତରେ ଇନ୍ଧନ କମ୍ପାନୀରେ କାର୍ଯ୍ୟ କରୁଥିବା ଆଉ ଜଣେ ଶ୍ରମିକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ମହିଳା ।

ଏଥିସହ ପଢ଼ନ୍ତୁ: ଏବେ GSTରେ ଅନ୍ତର୍ଭୁକ୍ତ ହେବନି ପେଟ୍ରୋଲ୍ ଓ ଡିଜେଲ୍

ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ପରେ ଅଭିଯୁକ୍ତ ଠିକା ଶ୍ରମିକ ଛେଣ୍ଡ ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି । ଛେଣ୍ଡ ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।