ସକାଳ ହେଲେ ବଢ଼ୁଛି ତେଲ ଦର, ଆଜି ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

Petrol And Diesel Rates Hiked Again

ଭୁବନେଶ୍ୱର: ତେଲ ଦରରେ ଲାଗୁନି ଲଗାମ୍। ଦିନକୁ ଦିନ ବଢ଼ି ଚାଲିଛି ପେଟ୍ରୋଲ ଏବଂ ଡିଜେଲ ଦର। ସାଧାରଣ ଲୋକ ପକେଟକୁ ଖାଲି କରୁଛି ତେଲ ଦର। ଆଜି ପୁଣି ବଢିଲା ତେଲ ଦର। ପେଟ୍ରୋଲ ଲିଟର ପିଛା ୩୫ ପଇସା ଓ ଡିଜେଲ ଲିଟର ପିଛା ୩୮ ପଇସା ବୃଦ୍ଧି ପାଇଛି। ଫଳରେ ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର ପିଛା ୧୦୯ଟଙ୍କା ୨୫ପଇସା ଓ ଡିଜେଲ ଲିଟର ପିଛା ୧୦୫ଟଙ୍କା ୮୫ ପଇସାରେ ପହଞ୍ଚିଛି।

ସେହିଭଳି ଦିଲ୍ଲୀରେ ପେଟ୍ରୋଲ ଦର ୧୦୮ ଟଙ୍କା ୨୯ ପଇସା ରହିଛି, ଡିଜେଲ୍ ଦର ୯୭ ଟଙ୍କା ୨ ପଇସା ରହିଛି। ମୁମ୍ବାଇରେ ପେଟ୍ରୋଲ ଦର ୧୧୪ ଟଙ୍କା ୧୪ ପଇସା ଥିବା ବେଲେ ଡିଜେଲ୍ ଦର ୧୦୫ ଟଙ୍କା ୧୨ ପଇସା ରହିଛି। କୋଲକାତାରେ ପେଟ୍ରୋଲ ଦର ୧୦୮ ଟଙ୍କା ୭୮ ପଇସା ଓ ଡିଜେଲ୍ ଦର ୧୦୦ ଟଙ୍କା ୧୪ ପଇସା ଥିବା ବେଳେ ଚେନ୍ନାଇରେ ପେଟ୍ରୋଲ ଦର ୧୦୫ ଟଙ୍କା ୧୩ ପଇସା ଓ ଡିଜେଲ୍ ଦର ୧୦୧ ଟଙ୍କା ୨୫ ପଇସା ରହିଛି। ଲଗାତାର ଭାବେ ବଢୁଥିବା ତୈଳ ଦରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।

Leave a Reply