ଯୋଗ ଗୁରୁ ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ସମନ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ ସମନ। କରୋନାର ଏଲୋପ୍ୟାଥିକ ଚିକିତ୍ସା ସମ୍ପର୍କିତ ମନ୍ତବ୍ୟ ଆଧାରରେ ବିଭିନ୍ନ ଡାକ୍ତରୀ ସଂଘ ପକ୍ଷରୁ ମାମଲା ରୁଜୁ ହୋଇଥିଲା  । ଏହାକୁ ନେଇ କୋର୍ଟ ସମନ ଜାରି କରିଥିବା ବେଳେ ଜବାବ ଦାଖଲ ଲାଗି ତାଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି  ।

ଗତ ମେ ମାସରେ ଦେଶରେ କରୋନା ମହାମାରୀ ଉତ୍କଟ ରୂପ ଧାରଣ କରିଥିଲା । ଅକ୍ସିଜେନ ଅଭାବରୁ ଲୋକେ ଛଟପଟ ହୋଇ ପ୍ରାଣ ହରାଉଥିବା ବେଳେ ରାମଦେବ ଏଲୋପ୍ୟାଥି ଚିକିତ୍ସା ପଦ୍ଧତୀ ଏବଂ ଔଷଧ ନେଇ ପ୍ରଶ୍ନ ଉଠାଇଥିଲେ ।

ସେ କହିଥିଲେ ଯେ କରୋନା ଭାଇରସର ଚିକିତ୍ସା ଲାଗି ଡ୍ରଗସ୍ କଣ୍ଟ୍ରୋଲର ଜେନେରାଲଙ୍କ ଅନୁମୋଦିତ ରେମଡିସଭିର ଓ ଫେବିପିରଭିର ସମ୍ପୂର୍ଣ୍ଣ ବିଫଳ ହୋଇଛି । ଲୋକେ ଅକ୍ସିଜେନ ଅଭାବ ନୁହେଁ, ଏଲୋପ୍ୟାଥିକ ଔଷଧ ଯୋଗୁ ପ୍ରାଣ ହରାଉଛନ୍ତି । ଭିଡିଓ କ୍ଲିପିଙ୍ଗରେ ରାମଦେବଙ୍କ ଏପରି ବୟାନକୁ ନେଇ ଭାରତୀୟ ଚିକିତ୍ସକ ସଂଘ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Leave a Reply