Diwali 2021: ଦୀପାବଳିରେ ବାସ୍ତୁ ଅନୁସାରେ ପକାନ୍ତୁ ରଙ୍ଗୋଲି, ହେବ ମା’ ଲକ୍ଷ୍ମୀଙ୍କ ଆଗମନ

1 min read

ଭୁବନେଶ୍ୱର: ଦୀପାବଳିରେ ପ୍ରାୟ ସମସ୍ତେ ନିଜ ଘରକୁ ସଜେଇଥାନ୍ତି । କିଏ ନିଜ ଘରକୁ ଆଲୋକମାଳାରେ ସଜାଏଥାଏ ତ କିଏ ଦୀପ ଜାଳୀ ତ ପୁଣି କିଏ ଫଲ ପତ୍ରରେ ଘରକୁ ସଜାଇଥାଏ । ଅନେକ ଲୋକ ଦୀପାବଳୀରେ ମା’ ଲକ୍ଷ୍ମୀଙ୍କୁ ସ୍ୱାଗତ କରିବା ପାଇଁ  ଘର ଦ୍ୱାର ମୁହଁରେ ରଙ୍ଗୀନ ତୋରଣ ଓ ରଙ୍ଗୋଲି ପକାଇଥାନ୍ତି। କୁହାଯାଏ ଯେ ଶୁଭ ଓ ସକାରାତ୍ମକତାର ପ୍ରତୀକ ହେଉଛି ରଙ୍ଗୋଲି । ରଙ୍ଗୋଲି ତିଆରି କଲେ ଘର ଆଖପାଖର ନାକାରାତ୍ମକ ଶକ୍ତି ଦୂର ହୋଇ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ। ଏହି ରଙ୍ଗୋଲିରେ ହଳଦୀ, କୁଙ୍କୁମ, ଅଟା, ଚାଉଳ ଚୂନା, ଫୁଲ, ପତ୍ର ଓ ଅନେପ୍ରକାରର ରଙ୍ଗ ବ୍ୟବହାର କରାଯାଇଥାଏ।

ତେବେ ଯଦି ବାସ୍ତୁ ଶାସ୍ତ୍ରର ପରାମର୍ଶ ଅନୁଯାୟୀ, ଦିଗକୁ ଧ୍ୟାନରେ ରଖି ଏହି ରଙ୍ଗୋଲିର ପକାଯାଏ ତେବେ, ଘର ଉପରେ ଦେବ ଦେବୀଙ୍କର କୃପା ପଡ଼ିଥାଏ। ଏବଂ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ।

ଯଦି ଆପଣଙ୍କ ଘର ପୂର୍ବମୁଖୀ ଓ ଆପଣ ମୁଖ୍ୟଦ୍ୱାରରେ ରଙ୍ଗୋଲି ପକାଇବାକୁ ଚାହୁଁଛନ୍ତି ତେବେ ଅଣ୍ଡାକୃତିର ରଙ୍ଗୋଲି ପକାନ୍ତୁ। ଏହା ଆପଣଙ୍କ ଜୀବନରେ ସଫଳତାର ଆଣିବ। ଏଥି ସହ ଘରକୁ ସୁଖ ସମୃଦ୍ଧି ମଧ୍ୟ ଆସିବ। ପୂର୍ବ ଦଗରେ ରଙ୍ଗୋଲି ତିଆରି କରିବା ପାଇଁ ଲାଲ୍‌, ନାରଙ୍ଗୀ, ଗୋଲାପି ଓ ହଳଦିଆ ଆଦି ରଙ୍ଗ ବ୍ୟବହାର କରନ୍ତୁ।

ଯଦି ଆପଣଙ୍କ ଘର ପଶ୍ଚିମମୁଖୀ, ତେବେ ଧଳା ଓ ସୁନେଲି ରଙ୍ଗର ଗୋଲାକୃତି କିମ୍ବା ପଞ୍ଚକୋଣ ଆକାରର ରଙ୍ଗୋଲି ତିଆରି କରନ୍ତୁ। ଏହି ଦିଗରେ ଆପଣ ଲାଲ, ହଳଦିଆ ଓ ହାଲକା ସବୁଜ ରଙ୍ଗ ମଧ୍ୟ ପ୍ରୟୋଗ କରିପାରିବେ।

ଉତ୍ତରମୁଖୀ ଘର ପାଇଁ ଲହରୀଯୁକ୍ତ କିମ୍ବା ପାଣିର ଗୁଣ ସହ ମିଶୁଥିବା ଡିଜାଇନର ରଙ୍ଗୋଲି ପକାନ୍ତୁ । ଆପଣଙ୍କ ଜୀବନରେ ଉନ୍ନତି ହେବା ସହ ଘରେ ସୁଖ ଶାନ୍ତି ବଜାୟ ରହିବ। ଏହି ଦିଗରେ ହଳଦିଆ, ସବୁଜ ଓ ଆକାଶୀ ରଙ୍ଗରରେ ରଙ୍ଗୋଲି ପକାନ୍ତୁ ଅତ୍ୟନ୍ତ ଶୁଭ ଫଳ ମିଳିବ।

ଦକ୍ଷିଣ-ପୂର୍ବରେ ତ୍ରିକୋଣ ଏବଂ ଦକ୍ଷିଣମୁଖୀ ଘରରେ ଆୟତାକାର ରଙ୍ଗୋଲି ତିଆରି କଲେ ବହୁତ ଶୁଭ ଫଳ ମିଳେ। ଏହି ଦିଗରେ ଲାଲ୍‌, ନାରଙ୍ଗୀ, ଗୋଲାପି ଓ ବାଇଗଣି ରଙ୍ଗ ବ୍ୟବହାର କଲେ, ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବା ସହ ଜୀବନ ହସଖୁସିରେ ଭରି ହୋଇଯିବ।

ମନେ ରଖନ୍ତୁ ମୁଖ୍ୟ ଦ୍ୱାରରେ ରଙ୍ଗୋଲି ତିଆରି କରିସାରିବା ପରେ ଏହାକୁ ଦୀପରେ ସଜାଇବାକୁ ଭୁଲନ୍ତୁ ନାହିଁ। କାରଣ ଘରର ମୁଖ୍ୟ ଦ୍ୱାରକୁ ରଙ୍ଗୀନ ଓ ଉଜ୍ଜ୍ୱଳିତ କଲେ, ମା’ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ।

Leave a Reply