ବିଲରେ ଧାନ ପାଚିବା କାରଣରୁ ବଢ଼ି ଚାଲିଛି ହାତୀ ପଲଙ୍କ ଆତଙ୍କ

ଭୁବନେଶ୍ୱର: ରାଜ୍ୟରେ ବଢ଼ି ଚାଲିଛି ହାତୀ ଆତଙ୍କ। ବିଲରେ ପଶି ହେକ୍ଟର ହେକ୍ଟର ଚାଷକୁ ନଷ୍ଟ କରୁଛନ୍ତି ହାତୀ ପଲ। ବିଲରେ ଏବେ ଧାନ ପାଚି କଟା ହେବା ଉପରେ। ତେବେ ବିଲରେ ପାଚିଲା ଧାନ ହାତୀ ମାନଙ୍କୁ ଆକୃଷ୍ଠ କରୁଛି। ଆଜି ପୁଣି ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀ ଆତଙ୍କ ଦେଖିବାକୁ ମିଳିଛି।

ବଲାଙ୍ଗିର ଜିଲ୍ଲା ତୁରେକେଲା ଅଞ୍ଚଳରେ ହାତୀ ଅତଙ୍କ। ୨୦ରୁ ଊର୍ଦ୍ଧ୍ୱ ହାତୀ ତୁରେକେଲାରେ ଆତଙ୍କ ମଚାଉଛନ୍ତି । ବ୍ୟାପକ ଧାନ ଫସଲ ଖାଇବା ସହ ଦଳି ଚକଟି କ୍ଷତ ନଷ୍ଟ କରୁଥିବା ଅଭିଯୋଗ ହୋଇଛି। ବିଶେଷ କରି ହାତୀ ମାନେ ମହାଖଣ୍ଡ, ବଗବାହାଲ ସହ ଆଖ ପାଖ ଗାଁ ରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି। ତାହା ସହ ଜଣଙ୍କ ଘର ଭାଙ୍ଗିଛନ୍ତି ହାତୀପଲା। କଣ୍ଟାବାଞ୍ଜି ବନ ବିଭାଗ ହାତୀକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛନ୍ତି।

ସେପଟେ ଜଗତସିଂହପୁର ରଘୁନାଥପୁର ବ୍ଲକରେ ମଧ୍ୟ ହାତୀ ଆତଙ୍କ ଦେଖିବାକୁ ମିଳିଛି। ବର୍ତ୍ତି ଅଞ୍ଚଳ ପାଟେଣି ଗାଁ ନିକଟରେ ଏକ ହାତୀ ବୁଲୁଥିବା ଦେଖିବାକୁ ମିଳିଛି। ଫଳରେ ସ୍ଥାନୀୟ ଲୋକ ଭୟଭୀତ ହୋଇ ରହିଛନ୍ତି। କାରଣ ହାତୀ ଆତଙ୍କରେ ମଧ୍ୟ ଅନେକ ଲୋକଙ୍କର ଜୀବନ ଯାଉଛି। ଖବର ପାଇ ଜଗତସିଂହପୁର ରେଞ୍ଜ ବିଭାଗର କର୍ମଚାରୀ ରାସ୍ତାରେ ରହି ଗହୀର ଭିତରେ ରହିଥିବା ହାତୀ ଉପରେ ନଜର ରଖିଛନ୍ତି। ହାତୀକୁ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଏହି ବଣୁଆ ହାତୀଟି ଚଣ୍ଡିଖୋଲ ଆଡୁ ପସି ଆସିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସେହିଭଳି ବେଗୁନିଆ ବ୍ଲକରେ ମଧ୍ୟ ହାତୀ ଉପଦ୍ରବ ଲାଗି ରହିଛି। ବ୍ୟାପକ ଫସଲ ନଷ୍ଟ କରୁଛନ୍ତି ହାତୀପଲ। ଧାନ କ୍ଷେତରେ ହାତୀପଲ ପଶିବା ସହ ଦଳିଚକଟି ବ୍ୟାପକ ନଷ୍ଟ କରୁଛନ୍ତି। ଫଳରେ ଚିନ୍ତାରେ ଚାଷୀ ଥିବା ବେଳେ, ଅଞ୍ଚଳରେ ହାତୀ ଉପଦ୍ରବକୁ ନେଇ ସ୍ଥାନୀୟ ଲୋକମାନେ ଭୟଭୀତ ରହିଛନ୍ତି  । ହଜ ପଂଚାୟତର ଛଣଗିରି, ସିକୋ, ଦେଉଳି,ଓ ହଜ, ଗାଁରେ ବିଶେଷ କରି ହାତୀଙ୍କ ଉପଦ୍ରବ ଦେଖିବାକୁ ମିଳୁଛି। ଫଳରେ ହାତୀଙ୍କୁ ଘଉଡାଇବାକୁ ବନ ବିଭାଗ ତରଫରୁ ପେଟ୍ରୋଲିଂ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

Leave a Reply