spot_img
Home Blog Page 5173

ଦୁର୍ଗମ ରାସ୍ତାରେ ଗର୍ଭବତୀଙ୍କୁ ୭ କିମି ବୋହିଲେ 108 ଆମ୍ବୁଲାନ୍ସ କର୍ମଚାରୀ

ଗଜପତି: ମାନବିକତା ଦେଖାଇଲେ 108 ଆମ୍ବୁଲାନ୍ସ କର୍ମଚାରୀ । ଗର୍ଭବତୀ ମହିଳାଙ୍କୁ ଷ୍ଟ୍ରେଚରରେ ବୋହିଲେ 7 କିଲୋମିଟର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ସିଂକୁଳି ପଦର ଓଲୋଣ୍ଡା ଗାଁରେ। ସୂଚନା ଅନୁଯାୟୀ, ରାସ୍ତା ଖରପ ଥିବାରୁ ଗାଁ ଭିତରକୁ ଆମ୍ବୁଲାନ୍ସ ଯିବା ସମ୍ଭବ ନଥିଲା ।

ଗର୍ଭବତୀ ମହିଳା ଜଣଙ୍କ ଆମ୍ବୁଲାନ୍ସ  ପର୍ଯ୍ୟନ୍ତ ଆସିବା ସମ୍ବବପର ନଥିଲା  । ଫଳରେ ଆମ୍ବୁଲାନ୍ସ କର୍ମଚାରୀ ଜଣଙ୍କ ଷ୍ଟ୍ରେଚରରେ ବୋହିଥିଲେ । ୧୦୮ ଆମୁଲାନ୍ସର କର୍ମଚାରୀ, ଫାର୍ମାସିଷ୍ଟ, ଡ୍ରାଇଭର ଏବଂ ପରିବାର ଲୋକ ମିଶି ଷ୍ଟ୍ରେଚରରେ ମହିଳାଙ୍କୁ ବୋହି ଆମ୍ବୁଲାନ୍ସ ନିକଟକୁ ନେଇଥିଲେ । ପରେ ଆମ୍ବୁଲାନ୍ସରେ ନେଇ ତାଙ୍କୁ ଚନ୍ଦ୍ରଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମହିଳାଜଣଙ୍କ ବର୍ତ୍ତମାନ ସୁସ୍ଥ ରହିଥିବା ଜଣାପଡିଛି   ।

କର୍ତ୍ତୃପକ୍ଷଙ୍କ ଭେଟ ନହେବାରୁ, CHSE କାର୍ଯ୍ୟାଳୟ ଆଗରେ ହାତ କାଟିଲେ ଛାତ୍ରୀ

ଭୁବନେଶ୍ୱର: CHSE କାର୍ଯ୍ୟାଳୟ ଆଗରେ ହାତ କାଟିଲେ ଯୁକ୍ତ ଦୁଇ ଡ୍ରପ ଆଉଟ୍ ଛାତ୍ରୀ   । ଆଜି CHSE କାର୍ଯ୍ୟାଳୟକୁ ଛାତ୍ରୀ ଜଣଙ୍କ ନିଜ ଅଭିଯୋଗ ଶୁଣାଇବାକୁ ଯାଇଥିବାବେଳେ କାଉନସିଲ କର୍ତ୍ତୃପକ୍ଷଙ୍କ ସହ କଥା ହେବାକୁ କହିଥିଲେ  । କିନ୍ତୁ କାଉନସିଲ କର୍ତ୍ତୃପକ୍ଷ କଥା ନହେବାରୁ ଛାତ୍ରୀ ଜଣଙ୍କ ହାତ କାଟି ଦେଇଥିବା ଜଣାପଡିଛି  ।

ସୂଚନା ମୁତାବକ ଛାତ୍ରୀ ଜଣଙ୍କର ଘର ଗଞ୍ଜାମ ଜିଲ୍ଲାରେ  । ଯୁକ୍ତ ଦୁଇ ଡ୍ରପଆଉଟ୍ ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ଧାରଣା ଦେଇଥିଲେ  । କିନ୍ତୁ ଛାତ୍ରୀ ଜଣଙ୍କ କାଉନସିଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାକୁ ଚାହୁଁଥିଲେ, ବିଫଳ ହେବାରୁ ପ୍ରତିବାଦ ସ୍ଥଳରେ ହାତ କାଟିଦେଇଥିଲେ  । ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି  ।

ଭିଜିଲାନ୍ସ ଜାଲରେ OCCLର ସିନିଅର ମ୍ୟାନେଜର, ଏକକାଳୀନ ୩ଟି ସ୍ଥାନରେ ରେଡ୍

ସମ୍ବଲପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ରେଡ । ଭିଜିଲାନ୍ସ ଜାଲରେ ସମ୍ବଲପୁର OCCLର ସିନିଅର ମ୍ୟାନେଜର । ସିନିଅର ମ୍ୟାନେଜର ରଞ୍ଜନ କୁମାର ଡାଙ୍ଗଙ୍କ ସମ୍ବଲପୁର ସ୍ଥିତ ବାସଭବନରେ ଭିଜିଲାନ୍ସ ରେଡ୍ ଚାଲିଛି ।

ମିଳିଥିବା ସୂଚନା ମୁତବାକ ଏକକାଳୀନ ୩ଟି ସ୍ଥାନରେ ଚାଲିଛି ରେଡ୍ । ଭିଜିଲାନ୍ସର ୩ଟି ଟିମ ଚଢାଉରେ ସାମିଲ ହୋଇଛନ୍ତି । ସେପଟେ ବର୍ତ୍ତମାନ ସୁଦ୍ଧା ଲକ୍ଷେ ୪୫ହଜାର ଟଙ୍କା ଜବତ ହୋଇଥିବା ଜଣାପଡିଛି  ।

ପିପିଲିରେ ପ୍ରଚାର ପୂର୍ବରୁ ବିଏସଏଫର ଫ୍ଲାଗ ମାର୍ଚ୍ଚ

ଭୁବନେଶ୍ୱର:  ପିପିଲି ଉପନିର୍ବାଚନକୁ ଆଖିରେ ରଖି ବିଏସଏଫର ଫ୍ଲାଗ ମାର୍ଚ୍ଚ । ପିପିଲିରେ ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ପୁରୀ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ପିପିଲି ଥାନାରୁ ପିପିଲି ବଜାର ଯାଏଁ ଫ୍ଲାଗ୍‌ ମାର୍ଚ୍ଚ କରାଯାଇଛି । ପିପିଲିରେ ରାଜନୈତିକ ହିଂସାକାଣ୍ଡକୁ ନଜର ରଖି ବିଏସଏଫ ଯବାନ ଏନ୍ଏସିରେ ପଇଁତରା ମାରିଛନ୍ତି ।

ନିର୍ବାଚନ ତାରିଖକୁ ଆଉ ୧୦ ଦିନ ବାକି ରହିଥିବାବେଳେ ଆଜିଠୁ ସମସ୍ତ ରାଜନୈତିକ ଦଳ ପ୍ରଚାର ଆରମ୍ଭ କରିବାକୁ ଯାଉଛନ୍ତି  । ତେଣୁ ଏପରି ସ୍ଥିତିରେ ଯେପରି ପିପିଲିରେ କୌଣସି ପ୍ରକାର ହିଂସା କିମ୍ବା ଅପ୍ରୀତିକର ପରିସ୍ଥିତି ନଉପୁଜେ, ସେଥି ପ୍ରତି ବିଶେଷ ସତର୍କ ରହିଛି ପୁରୀ ଜିଲ୍ଲା ପ୍ରଶାସନ  ।

ଯେଉଁଥି ପାଇଁ ୬ପ୍ଲାଟୁନ କେନ୍ଦ୍ରୀୟ ଫୋର୍ସ ଓ ୫ଜଣ ସିନିଅର ଅଫିସର ଏଥିରେ ସାମିଲ ହୋଇଛନ୍ତି । ଆଚରଣ ବିଧି ଉଲ୍ଲଂଘନ ଯେପରି ନହୁଏ ସେଥି ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦିଆଯାଇଛି । ପିପିଲିର ସମସ୍ତ ସ୍ଥାନ ଉପରେ ପୋଲିସର କଡ଼ା ନଜର ରହିଛି  ।

ରାୟଗଡ଼ାରେ ଶଙ୍ଖ ନାଦ, କଂଗ୍ରେସରୁ ଭରସା ତୁଟାଇ ବିଜେଡିରେ ଯୋଗଦାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ରାୟଗଡ଼ା କଂଗ୍ରେସର ବହୁ ବରିଷ୍ଠ ନେତା ଓ କର୍ମୀ ବିଜେଡିରେ ଯୋଗଦେଇଛନ୍ତି । କଂଗ୍ରେସର ଗୋଷ୍ଠୀ କନ୍ଦଳ ଓ ନେତୃତ୍ବହୀନତା ଉପରେ ଭରସା ରଖିନପାରି ଏହି ନେତାମାନେ ବିଜେଡିରେ ଯୋଗଦେଇଛନ୍ତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାୟଗଡ଼ା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକ, ରାଜ୍ୟସଭା ସଦସ୍ୟ ଏନ.ଭାସ୍କର ରାଓଙ୍କ ଉପସ୍ଥିତିରେ ଏହି ଅସନ୍ତୁଷ୍ଟ କଂଗ୍ରେସ ନେତାମାନେ ବିଜେଡିରେ ସାମିଲ ହୋଇଛନ୍ତି ।

ଏହାଦ୍ବାରା ରାୟଗଡ଼ାରେ ବିଜେଡି ଆହୁରି ଶକ୍ତିଶାଳୀ ହୋଇଛି । ଆଗାମୀ ଦିନରେ ରାୟଗଡ଼ା ଜିଲ୍ଲାରେ ବିଜେଡି ସଂଗଠନ ଅଧିକ ମଜଭୁତ ହେବ । ଲୋକ ଜାଣିଛନ୍ତି, ନବୀନ ପଟ୍ଟନାୟକ ଲୋକଙ୍କ ପାଇଁ କାମ କରନ୍ତି । ତେଣୁ ସେମାନେ ବିଜେଡି ଉପରେ ଆଶା ଓ ଭରସା ରଖିଛନ୍ତି । ସେହିଭଳି ବିଜେଡିରେ ମିଶିଥିବା ରାୟଗଡ଼ାର ପୂର୍ବତନ କଂଗ୍ରେସ ନେତା ରାବଳା ମାଝୀ ମଧ୍ୟ ନବୀନଙ୍କ ଲୋକାଭିମୁଖୀ କାମରେ ଉତ୍ସାହିତ ହୋଇ ବିଜେଡିରେ ଯୋଗଦେଇଥିବା କହିଛନ୍ତି ।

ସ୍ୱାମୀ ସୌମ୍ୟଙ୍କ ପ୍ରଶ୍ନ କରିବାରୁ ଲାଇଡିଟେକ୍ସନ ଟେଷ୍ଟରେ ଭାବବିହ୍ୱଳ ହେଲେ ବିଦ୍ୟାଭାରତୀ

ଭୁବନେଶ୍ୱର: ଏସିଏଫ ମୃତ୍ୟୁ ଘଟଣାର ଅନ୍ତିମରେ ପହଁଚିବାକୁ ଚାହୁଁଛି କ୍ରାଇମବ୍ରାଞ୍ଚ  । ଘଟଣାରେ ପର୍ଦ୍ଦାଫାସ କରିବାକୁ ପ୍ରୟାସରତ ତଦନ୍ତ ଟିମ  । ଯେଉଁଥିପାଇଁ ଫରନେସିକ ଲାଇବ୍ରେରୀରେ ପ୍ରଥମେ ଡିଏଫଓଙ୍କ ଲାଇ ଡ଼ିଟେକ୍ସନ ଟେଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ  । ଆଉ ଏହା ପରେ ଆଜି ମୃତ ସୌମ୍ୟ ରଞ୍ଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ମଧ୍ୟ ଲାଇଡ଼ିଟେକ୍ସନ ଟେଷ୍ଟ ଜାରି ରହିଛି  । କ୍ରାଇମବ୍ରାଞ୍ଚ ବିଦ୍ୟା ଭାରତୀଙ୍କୁ କରିଛି ମାରାଥନ ଜେରା  । ଆଉ ଏହି ସମୟରେ ଏସିଏଫଙ୍କ ପତ୍ନୀ ବିଦ୍ୟାଭାରତୀ ଭାବବିହ୍ୱଳ ହୋଇପଡିଥିବା ଜଣା ପଡିଛି  ।

ସ୍ବାମୀ ସୌମ୍ୟରଞ୍ଜନଙ୍କ ସମ୍ପର୍କରେ କ୍ରାଇମବ୍ରାଞ୍ଚର ଗୁଡ଼ିଆ ତୁଡ଼ିଆ ପ୍ରଶ୍ନରେ  ଭାବବିହ୍ବଳ ହୋଇପଡିଲେ ବିଦ୍ୟାଭାରତୀ । କିନ୍ତୁ ବିଦ୍ୟାଭାରତୀ କେତେ ସତ କହୁଛନ୍ତି ଲାଏ ଡିଟେକ୍ସନ ଟେଷ୍ଟରୁ ତାହା ସ୍ପଷ୍ଟ ଜଣାପଡ଼ିବ ।  ପୂର୍ବରୁ ଡିଏଫଓ ଏବଂ ରୋଷେୟାଙ୍କର ମଧ୍ୟ ଲାଏ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି । ଏହାସହ ସୌମ୍ୟଙ୍କ ପରିବାର ଓ ବିଦ୍ୟାଭାରତୀଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ ।

ସୌମ୍ୟ ରଞ୍ଜନଙ୍କ ମୃତ୍ୟୁ ଘଟଣାରେ ସନ୍ଦେହରେ ରହି ଆସିଛନ୍ତି ଡ଼ିଏଫଓ ସଂଗ୍ରାମ କେଶରୀ ବେହେରା  । ସେପଟେ ମୃତ ଏସିଏଫ ସୌମ୍ୟ ରଞ୍ଜନ ପତ୍ନୀଙ୍କ ସହ ବିଦ୍ୟା ଭାରତୀଙ୍କ ସମ୍ପର୍କ ରହିଥିବା ମଧ୍ୟ ଅଭିଯୋଗ କରିଛନ୍ତି ପରିବାର ଲୋକ  । ସୌମ୍ୟ ଆତ୍ମହତ୍ୟା ନୁହେଁ ହତ୍ୟା କରିଥିବା ମଧ୍ୟ ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି  । ଏବଂ ଏହି ଘଟଣାରେ ସିଧାସଳଖ ବିଦ୍ୟା ଭାରତୀ ଏବଂ ଡ଼ିଏଫଙ୍କର ସମ୍ପୃକ୍ତି ରହିଥିବା ପ୍ରକାଶ କରିଛନ୍ତି ପରିବାର ଲୋକ  ।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ ସିଂହ ଚନ୍ନୀ

ଅମୃତସର: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଚରଣଜିତ ସିଂହ ଚନ୍ନୀ। ସକାଳ ୧୧ଟାରେ ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ସମାରୋହରେ ଶପଥ ନେଇଛନ୍ତି ଚରଣଜିତ । ଶପଥ ଉତ୍ସବରେ ସାମିଲ ହୋଇଛନ୍ତି ପଞ୍ଜାବ କଂଗ୍ରେସର ସମସ୍ତ ବିଧାୟକ, ସାଂସଦ ଓ ନେତା । ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଶପଥ ଗ୍ରହଣ ସମାରୋହରେ ସାମିଲ  ହୋଇନଥିବା ବିଶେଷ ସୁତ୍ରରୁ ସୂଚନା ମିଳିଛି । ଶପଥ କାର୍ଯ୍ୟକ୍ରମରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସିଦ୍ଧୁ ଉପସ୍ଥିତ ରହିଥିଲେ  ।

ରାଜନୀତିରେ ଅନେକ ଅନୁଭବ ରହିଛି ଚରଣଜିତଙ୍କର । ପ୍ରକାଶ ସିଂହ ବାଦଲ ମୁଖ୍ୟମନ୍ତ୍ରୀ ଥିବା ବେଳେ ବିରୋଧୀ ଦଳର ନେତା ଥିଲେ ଚରଣଜିତ୍ । ଚମକୌର ସାହିବ ଆସନରୁ ଏବେ ବିଧାୟକ ଅଛନ୍ତି ଚରଣଜିତ । ଅମରିନ୍ଦରଙ୍କ କ୍ୟାବିନେଟରେ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ଥିଲେ । ଆଗାମୀ ବିଧାନସଭା ନିର୍ବାଚନକୁ ନଜରରେ ରଖି ଚରଣଜିତଙ୍କୁ ଟପ୍‌ ପୋଷ୍ଟରେ ବସାଇବାକୁ ସହମତି ପ୍ରକାଶ ପାଇଛି ।

ବିଜେଡିର ମେଗା ମିଶ୍ରଣ ପର୍ବ, ଶଙ୍ଖ ଫୁଙ୍କିଲେ ଶତାଧିକ JMM ନେତା

ଭୁବନେଶ୍ୱର: ବିଜୁ ଜନତା କାର୍ଯ୍ୟାଳୟରେ ମେଗା ମିଶ୍ରଣ ପର୍ବ । ବିଜେଡି ପାର୍ଟି ଅଫିସରେ ଅନୁଷ୍ଠିତ ହୋଇଯାଇଛି ମିଶ୍ରଣ ପର୍ବ । ମୟୂରଭଞ୍ଜର ଜେଏମଏମ ନେତା କର୍ମୀ ବିଜେଡିରେ ମିଶିଥିବା ବେଳେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶଙ୍କ ଉପସ୍ଥିତିରେ ମିଶିଛନ୍ତି । JMMର ଶତାଧିକ ନେତା ଓ କର୍ମୀ ବିଜେଡ଼ିରେରେ ବିଲୟ ହୋଇଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ବିଜେଡ଼ି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରାରେ ସାମିଲ ହୋଇଛନ୍ତି ଏହି କର୍ମୀ । ମିଶ୍ରଣ ପର୍ବରେ ରାଜ୍ୱସ ମନ୍ତ୍ରୀ ସୁଦାମ ମାର୍ଣ୍ଡି ଉପସ୍ଥିତ ରହିଥିଲେ  ।

ଜେଏମଏମର ପୂର୍ବତନ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ, ଜେଏମଏମର ପୂର୍ବତନ ରାଜ୍ୟ ଉପସଭାପତି ରାମଚନ୍ଦ୍ର ମୁର୍ମୁ , ଜେଏମଏମ ମୟୂରଭଞ୍ଜ ଜିଲ୍ଲା ସାଧାରଣ ସଂପାଦକ, କୁସୁମୀ ବ୍ଲକ ଅଧ୍ୟକ୍ଷା ଚନ୍ଦ୍ରିକା ଟୁଡୁ ବିଜେଡିରେ ମିଶିଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହିଁ। ତାଙ୍କ ନୀତି ଆଦର୍ଶ ଓ ପ୍ରଣବ ପ୍ରକାଶ ଦାସଙ୍କ ଦୃଢ଼ ନେତୃତ୍ୱରେ ଆମେ ବିଜେଡିରେ ଯୋଗ ଦେଲୁ। ମୋଦି ସରକାର ଆଦିବାସୀଙ୍କ ପାଇଁ ଯେଉଁ ନୀତି କରୁଛନ୍ତି, ସେଥିରେ ନବୀନଙ୍କ ବିକଳ୍ପ ନାହିଁ ବୋଲି କହିଛନ୍ତି ଦଳରେ ମିଶିଥିବା ନେତା  ।

ବିଦ୍ୟାଭାରତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଆରମ୍ଭ, ପୂର୍ବରୁ DFOଙ୍କ ହୋଇଥିଲା ଟେଷ୍ଟ

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା । ଷ୍ଟେଟ୍ ଫରେନ୍ସିକ୍ ଲ୍ୟାବରେ ପତ୍ନୀ ବିଦ୍ୟାଭାରତୀଙ୍କର ଆରମ୍ଭ ହେଲା ଲାଏ ଡିଟେକ୍ସନ ଟେଷ୍ଟ । ବାପାଙ୍କ ସହ ବିଦ୍ୟାଭାରତୀ ପହଞ୍ଚିଥିବା ବେଲେ ସ୍ବାମୀ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ସତ କହିବେ ବିଦ୍ୟା । ବିଦ୍ୟାଭାରତୀ କେତେ ସତ କହୁଛନ୍ତି ଲାଏ ଡିଟେକ୍ସନ ଟେଷ୍ଟରୁ ଜଣାପଡ଼ିବ ।

ସେହିପରି ଡିଏଫଓଙ୍କ ସହିତ ସମ୍ପର୍କ ନେଇ ମଧ୍ୟ ପ୍ରଶ୍ନ କରିବ କ୍ରାଇମବ୍ରାଞ୍ଚ । ପୂର୍ବରୁ ଡିଏଫଓ ଏବଂ ରୋଷେୟାଙ୍କର ମଧ୍ୟ ଲାଏ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି । ଏହାସହ ସୌମ୍ୟଙ୍କ ପରିବାର ଓ ବିଦ୍ୟାଭାରତୀଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ଜେରା ବେଳର ବୟାନ ସହିତ ତଥ୍ୟକୁ ତର୍ଜମା କରାଯିବ । ଡିଏଫଓଙ୍କ ବୟାନ ସହିତ ବିଦ୍ୟାଭାରତୀଙ୍କ ବୟାନକୁ ମେଳ କରିବ ତଦନ୍ତକାରୀ ଟିମ୍ ।

୧୯ ଘଣ୍ଟାର ଅପରେସନ ପରେ ମିଳିଲା ନିଖୋଜ ନାବାଳକଙ୍କ ମୃତ ଦେହ, ଭାସି ଯାଇଥିଲେ ୩ କି.ମି

ଭୁବନେଶ୍ୱର: ପାଖାପାଖି ୨୦ ଘଣ୍ଟାର ଅପରେସନ ପରେ ମିଳିଲା ନିଖୋଜ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତଦେହ  । ଗତକାଲି ଟ୍ୟୁସନ ଯାଇ ଫେରିନଥିବା ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତ ଶରରୀକୁ ପଞ୍ଚଶଖା ନଗରର ଡ୍ରେନରୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ  । ଅପରାହ୍ନରୁ ଡ୍ରେନ ପାଣିରେ ଭାସିଯାଇଥିଲେ  । ଖବର ପାଇବା ପରେ ଅଗ୍ନିଶମ ବିଭାଗର ୬ ଜଣିଆ ଟିମ ସର୍ଚ୍ଚ ଉପରେସନରେ ନିୟୋଜିତ ଥିଲେ  ।  ଦୀର୍ଘ ୧୯ ଘଣ୍ଟାରୁ ଅଧିକ ସମୟ ଧରି ଖୋଜିବା ପରେ ଆଜି ପଞ୍ଚଶଖା ନଗର ଡ୍ରେନରୁ ନିଖୋଜ ଦଶମ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ବେହେରାଙ୍କ ମୃତ ଶରୀରକୁ ପାଇବାରେ ସଫଳ ହୋଇଛି ଅଗ୍ନିଶମ ବାହିନୀ  ।

ଗତକାଲି ଟ୍ୟୁସନ ଯାଉଥିବା ବେଳେ ପାଣି ସୁଅରେ ସାଇକେଲ୍ ସହ ନାଳରେ ପଡିଯାଇଥିଲେ ଜ୍ୟୋତି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ସର୍ଚ୍ଚ ଅପରେସନକୁ ଜୋରଦାର କରିଥିଲେ । ବିଳମ୍ବିତ ରାତି ଯାଏ ଚାଲିଥିଲା ସର୍ଚ୍ଚ ଅପରେସନ । ଆଜି ଜ୍ୟୋତିପ୍ରକାଶଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ ପୋଲିସ ଓ ଅଗ୍ନିଶମ ବାହିନୀ । ହେଲେ ମିଳିନଥିଲା ଜ୍ୟୋତି ପ୍ରକାଶଙ୍କ ଖୋଜ ଖବର । ଟ୍ୟୁସନ୍ ଯାଉଥିବା ବେଳେ ଶତାବ୍ଦୀ ନଗର ମୁଖ୍ୟ ଡ୍ରେନର ପାଣିରେ ଭାସିଯାଇଥିଲେ ଜ୍ୟୋତି ।