ଗଣବିକ୍ଷୋଭ ନାଁରେ ବିଜେପିର ଗୁଣ୍ଡାଗିରି: ଢେଲା ମାଡ଼ରେ ପୋଲିସ ଅଧିକାରୀଙ୍କୁ କଲେ ରକ୍ତାକ୍ତ

ବ୍ରହ୍ମପୁର/ଅନୁଗୁଳ: ନ୍ୟାୟ ନାଁରେ ଦାଦାଗିରି । ବ୍ରହ୍ମପୁର ଓ ଅନୁଗୁଳରେ ବିଜେପି କର୍ମୀ ଆଜି ଯେଉଁ ଢଙ୍ଗରେ ଆନ୍ଦୋଳନ କରିଛନ୍ତି, ତାହା ଏଭଳି ପ୍ରଶ୍ନ ପଚାରିବାକୁ ବାଧ୍ୟ କରିଛି । । ବ୍ରହ୍ମପୁର ଏସପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସକୁ ପଥର, ଅଣ୍ଡା ଓ ଟମାଟୋ ମାଡ଼ କରିଛନ୍ତି ବିଜେପିର ଗୁଣ୍ଡାମାନେ । ସେହିଭଳି ଅନୁଗୁଳରେ ମଧ୍ୟ ବିଜେପି କର୍ମୀମାନେ ପୋଲିସ ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ।

ବିଜେପିର ବ୍ରିଟିଶରାଜ୍ । ନ୍ୟାୟ ନାଁରେ ନୀତି ନୈତିକତାକୁ ହତ୍ୟା । ଗଣବିକ୍ଷୋଭ ନାଁରେ ଗୁଣ୍ଡାଗିରି । ରାଜ୍ୟବ୍ୟାପୀ ଏସ୍ପି ଅଫିସ ଘେରାଉ କରୁଛି ବିଜେପି । ମମିତାଙ୍କୁ ନ୍ୟାୟ ଦେବା ଆଳରେ ଚାଲିଥିବା ଏହି ଆନ୍ଦୋଳନ ଏବେ ଗୁଣ୍ଡାରାଜ୍ ରୂପ ନେଇଛି । ବ୍ରହ୍ମପୁର ଏସପି ଅଫିସ ଘେରାଉ ସମୟରେ ବିଜେପି କର୍ମୀ ଦାଦାଗିରି ଦେଖାଇଥିଲେ । ଢେଲା ମାଡରେ କରି ରକ୍ତାକ୍ତ କରି ଦେଇଥିଲେ ଡିଏସପି ନିରଂଜନ କୁମାର ଧୀରଙ୍କୁ । ତାଙ୍କ ମୁଣ୍ଡ ଫାଟିଥିବା ବେଳେ ଏସଡିପିଓ ବିଷ୍ଣୁ ପତି, ସବଇନସ୍ପେକ୍ଟର ଭିଭୂତି ସେଠି, କନେଷ୍ଟବଳ ଚିନ୍ମୟ ମହାପାତ୍ର ଆହତ ହୋଇଛନ୍ତି ।

ରକ୍ତପାତ ରାଜନୀତିର ଏ ହିଂସ୍ର ଚିତ୍ର ଆଜି ବିଜେପିକୁ କାଠଗଡ଼ାକୁ ଟାଣି ଆଣିଛି । ବିକ୍ଷୋଭ ସମୟରେ କିଏ ଜୋତା ଫୋପାଡ଼ୁଛି, କିଏ ଟମାଟୋ ଓ ଅଣ୍ଡା ମାଡ଼ ମାରୁଛି । ଏମାନେ ନ୍ୟାୟ ଦେବେ ନା କାହାର ଜୀବନ ନେବେ । ସମାନ ସ୍ଥିତି ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ । ଏଠି ବିକ୍ଷୋଭ ପ୍ରଦର୍ଶନା ନାଁରେ ଦାଦାଗିରି ଦେଖାଇଥିଲେ ବିଜେପି କର୍ମୀ । ପୋଲିସ ସହ ଧସ୍ତାଧସ୍ତି ଓ ବ୍ୟାରିକେଡ ଭାଙ୍ଗିବାକୁ ଉଦ୍ୟମ କରିଥିଲେ । କୁହାଯାଏ ଦଳ ଶାସନ ଠାରୁ ଦୀର୍ଘଦିନ ଧରି ଦୂରେଇ ରହିଲେ ରକ୍ତ ଚାଉଳ ଚୋବାଏ, ହିତାହିତ ଜ୍ଞାନ ଭୂଲି ଯାଏ । ରାଜ୍ୟ ବିଜେପି କ୍ଷେତ୍ରରେ ସେୟା ହେଉନି ତ । ଏ ଚର୍ଚ୍ଚା ଏବେ ସାରା ରାଜ୍ୟରେ ।

Leave a Reply