ଆଜି ‘ମନ୍ନତ’କୁ ଫେରିବେ ଆର୍ୟନ ଖାନ, ସକାଳ ୫ଟା ୩୦ରେ ଖୋଲିଲା ଜେଲ୍ ବେଲ୍ ବକ୍ସ

1 min read
Aryan Khan To Release Today From Arthur Road Jail Mumbai

ମୁମ୍ବାଇ: କିଙ୍ଗ ଖାନ୍ ଶାହରୁଖଙ୍କ ପୁଅ ଆର୍ୟନଙ୍କୁ ଆଜି ଜେଲରୁ ମିଳିବ ମୁକ୍ତି । ସକାଳ ୫ଟା ୩୦ରେ ଆର୍ଥର୍ ରୋଡ୍ ଜେଲର ବେଲ୍ ବକ୍ସ ଖୋଲିଛି । ଆଜି ଆର୍ୟନଙ୍କୁ କ୍ରୁଜ୍ ଡ୍ରଗ୍ସ ମାମଲାରେ ଜେଲରୁ ଛାଡ଼ି ଦିଆଯାଇ ପାରେ । ଗୁରୁବାର ବମ୍ବେ ହାଇକୋର୍ଟରୁ ବେଲ୍ ମିଳିବା ପରେ ଶୁକ୍ରବାର ଆର୍ୟନ ଜେଲରୁ ମୁକୁଳିବା କୁହା ଯାଉଥିଲା । ତେବେ, ଜେଲରେ ନିର୍ଦ୍ଧାରିତ ସମୟରେ ପହଞ୍ଚି ନଥିଲା ବେଲ୍ ଅର୍ଡର । ଫଳରେ ଆଉ ଏକ ରାତି ଜେଲରେ କାଟିଥିଲେ ଆର୍ୟନ । ଆଜି ମନ୍ନତକୁ ଫେରିବେ ଆର୍ୟନ ଖାନ୍ ।

ଆର୍ୟନଙ୍କ ସହିତ ତିନି ଜଣ ଅଭିଯୁକ୍ତଙ୍କୁ ବମ୍ବେ ହାଇକୋର୍ଟ ଗୁରୁବାର ଜାମିନ୍ ପ୍ରଦାନ କରିଥିଲେ । ଶୁକ୍ରବାର କୋର୍ଟ ବେଲ୍ ଅର୍ଡର ଜାରି କରିଥିଲେ । ଏହା ପରେ ବି ଜେଲରୁ ବାହାରି ପାରି ନଥିଲେ ଆର୍ୟନ । ଆର୍ଥର ରୋଡ୍ ଜେଲରେ ଅପରାହ୍ଣ ୫ଟା ସୁଦ୍ଧା ବେଲ୍ ଅର୍ଡର ପହଞ୍ଚି ନପାରିବାରୁ ଆର୍ୟନ ଜେଲରେ ରହିଥିଲେ ।

ଏଥିସହ ପଢ଼ନ୍ତୁ: ଆର୍ୟନ ଖାନଙ୍କ ପାଇଁ ହାଇକୋର୍ଟଙ୍କ ୧୪ ସର୍ତ୍ତ, ଉଲ୍ଲଂଘନ କଲେ ରଦ୍ଦ ହେବ ଜାମିନ୍

ବଲିଉଡ୍ ଅଭିନେତ୍ରୀ ଜୁହି ଚାୱଲା ଆର୍ୟନଙ୍କ ଜାମିନଦାର ହୋଇଛନ୍ତି । ସେ କୋର୍ଟରେ ଆର୍ୟନଙ୍କ ସମ୍ପର୍କିତ ସମସ୍ତ କାଗଜପତ୍ରରେ ଦସ୍ତଖତ କରିଛନ୍ତି । ଆର୍ୟନଙ୍କୁ ୧ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ କୋର୍ଟ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ।

Leave a Reply