ହଠାତ୍ ସ୍କୁଲ୍‌ରେ ପହଞ୍ଚିଲେ ପିପିଲି ବିଧାୟକ ରୁଦ୍ର ମହାରଥୀ, ଆଉ ତା’ପରେ

ପିପିଲି: ଆକ୍ସନ ମୋଡରେ ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ । ଆଜି ମଧ୍ୟାହ୍ନରେ ପିପିଲି ବ୍ଲକ ପାଚଲପୁର ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲେ ବିଧାୟକ ରୁଦ୍ର ମହାରଥୀ । ଫାଟକ ଖୋଲାଥିବା ଦେଖି ଭିତରକୁ ପଶିଥିଲେ । ହେଲେ ଶ୍ରେଣୀଗୃହ ସହିତ କାର୍ଯ୍ୟାଳୟରେ ତାଲା ଝୁଲୁଥିଲା । ପାଇଖାନା ଭିତରେ ଗୋବର ଘସି ଥୁଆ ହୋଇଥିବା ବିଧାୟକ ଦେଖିବାକୁ ପାଇଥିଲେ । ପରେ ଘଟଣାସ୍ଥଳରେ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ରୁଦ୍ର । ଠିକ୍‌ ଘଣ୍ଟାଏ ଭିତରେ ସ୍କୁଲରେ ତଦନ୍ତ ପାଇଁ ପହଞ୍ଚିଥିଲେ ବ୍ଲକ ଶିକ୍ଷାଧିକାରୀ । ତନାଘନା ପରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଗୋଟିଏ ଦିନର ଦରମା କଟାଯାଇଛି । ପିଲାଙ୍କ ଅଭିଯୋଗ, ସ୍କୁଲ ଆସୁନାହାନ୍ତି ଶିକ୍ଷକ । ମାସକୁ ଥରେ ଆସି ମଧ୍ୟାହ୍ନ ଭୋଜନ ଚାଉଳ ବାଣ୍ଟି ଦେଉଛନ୍ତି । ଉପରିସ୍ଥ ଅଧିକାରୀଙ୍କ ଢିଲା ମନୋଭାବ ପାଇଁ ଶିକ୍ଷକମାନେ ସ୍କୁଲ ଆସୁନଥିବା ଅଭିଭାବକ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ମୁଖ୍ୟ ଅଭିଯୁକ୍ତଙ୍କ ଗିରଫଦାରୀ ପରେ ଚର୍ଚ୍ଚାରେ ରହିବାକୁ ବୟାନ ଦେଉଛନ୍ତି ମ୍ୟାଡାମ୍ ଅପରାଜିତା: ଶ୍ରୀମୟୀ

 

Leave a Reply