ବିଜେପି ମହିଳା ମୋର୍ଚ୍ଚାକୁ ଭେଟିଲେ ମହାଲିଙ୍ଗ ଛାତ୍ର: କହିଲେ, ଦୋଷୀଙ୍କୁ ଦଣ୍ଡ ମିଳୁ, କଲେଜ ବଦନାମ ନ ହେଉ

ବଲାଙ୍ଗୀର: ମହାଲିଙ୍ଗ କଲେଜ ନହେଉ ରାଜନୈତିକ ମୋହରା । ମମିତା ହତ୍ୟା ମାମଲାରେ ଦୋଷୀକୁ ଦଣ୍ଡ ମିଳୁ, ହେଲେ କଲେଜ ବଦନାମ ନହେଉ । ବିଜେପି ମହିଳା ମୋର୍ଚ୍ଚାକୁ ଭେଟି ଏଭଳି ଦାବି ରଖିଛନ୍ତି ମହାଲିଙ୍ଗ ଆଞ୍ଚଳିକ କଲେଜର ଛାତ୍ର। ମମିତାଙ୍କୁ ହତ୍ୟା ପରେ ପୋତା ହୋଇଥିବା ପଡ଼ିଆକୁ ଯିବା ବାଟରେ ବିଜେପି ଟିମ୍‌କୁ ଅଟକାଇଥିଲେ ମହାଲିଙ୍ଗ କଲେଜ ଛାତ୍ର । କ୍ରାଇମ୍‌ ହୋଇଛି, ଅପରାଧୀଙ୍କୁ ଧରାଯାଉ, ଅଯଥାରେ କଲେଜରେ ବଦନାମୀର କାଳିମା ବୋଳାନଯାଉ । ଆଇନ ଫାଶରେ ମମିତାଙ୍କ ଦୋଷୀ ଗୋବିନ୍ଦ ।

ଅଭିଯୁକ୍ତକୁ ଆଇନ ଅନୁସାରେ ଦଣ୍ଡ ମିଳୁ । ହେଲେ ବିନା ଦୋଷରେ କାହିଁକି ୨୨ଶହ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦିଆଯାଉଛି । ପରିସ୍ଥିତି ଏମିତି ହେଲାଣି ଯେ, ଛାତ୍ରମାନେ ନିଜ କଲେଜର ପରିଚୟ ଦେବାକୁ ଲାଜ କରୁଛନ୍ତି । ଏପରିକି ହାଟବଜାରରେ ମଧ୍ୟ ମହାଲିଙ୍ଗ କଲେଜ ଛାତ୍ର ବୋଲି ଶୁଣିଲେ ଲୋକେ ନାକ ଟେକୁଛନ୍ତି । ଏଭଳି ପରିସ୍ଥିତି ସୃଷ୍ଟି ନହେଉ ବୋଲି କହିଛନ୍ତି କଲେଜ ଛାତ୍ରମାନେ । କଲେଜ ବନ୍ଦ କରିବା ଷଡ଼ଯନ୍ତ୍ର କରାନଯାଉ ବୋଲି ମହାଲିଙ୍ଗ କଲେଜ ପିଲା ଦାବି କରିଛନ୍ତି । ପ୍ରତିନିଧି ଦଳଙ୍କ ପାଖରେ ମହାଲିଙ୍ଗ କଲେଜ ପରିଚାଳନା କମିଟି ପକ୍ଷରୁ ମଧ୍ୟ ସମାନ ଦାବି କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ରାଜନୀତି ପାଇଁ ମନଗଢ଼ା କାହାଣୀ ଗଢ଼ୁଛନ୍ତି ନିର୍ଦ୍ଦିଷ୍ଟ ମିଡ଼ିଆ: ମନ୍ତ୍ରୀ ଦିବ୍ୟଶଙ୍କର

 

Leave a Reply