ପାକିସ୍ତାନର ବିନା ଅନୁମତିରେ ଭାରତ ନେଇଛି ଏହି ବଡ଼ ପଦକ୍ଷେପ

2 min read

ଶ୍ରୀନଗର: କେନ୍ଦ୍ର ସରକାର  ଏବଂ ଦୁବାଇ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଏହି ଚୁକ୍ତିନାମା ଅନୁଯାୟୀ ଦୁବାଇ ଜାମ୍ମୁ କାଶ୍ମୀରରେ ପୁଞ୍ଜି ବିନିଯୋଗ କରିବାକୁ ଯାଉଛି । ଏଥିପାଇଁ ଶ୍ରୀନଗରରୁ ଶାରଜା ମଧ୍ୟରେ ଅକ୍ଟୋବର ୨୩ରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହୋଇଥିଲା । ତେବେ ଏହି ବିମାନ ଉଡ଼ାଣର  କିଛି ଦିନ ମଧ୍ୟରେ ଏକ ବିବାଦ ସାମ୍ନାକୁ ଆସିଛି । କେତେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି କି ଭାରତୀୟ ବିମାନ ଅନେକ ଥର ପାକିସ୍ତାନର ଆକାଶ ସୀମା ଉଲ୍ଲଂଘନ କରିଛି । ରିପୋର୍ଟରେ କୁହାଯାଇଛି କି ପାକିସ୍ତାନ ଆକାଶରେ ପ୍ରବେଶ କରିବାକୁ ଭାରତ ପକ୍ଷରୁ ଅନୁମତି ନିଆଯାଇନାହିଁ । ପାକିସ୍ତାନ ସାମ୍ବାଦିକ ଅରଶଦ ଶରୀଫ ଏକ ଟିଭି ସୋ’ରେ କହିଛନ୍ତି କି ଭାରତୀୟ ବିମାନ ଶ୍ରୀନଗରରୁ ଶାରଜା ଉଡାଣ ପାଇଁ ପାକିସ୍ତାନର ଆକାଶ ମାର୍ଗ ବ୍ୟବହାର କରିଛି । ଆମେ ଏହାକୁ ତିନି ଥର ଟ୍ରାକ କରିଛୁ ବୋଲି କହିଛନ୍ତି ଶରିଫ । ତେବେ ସବୁଠାରୁ ବଡ଼ କଥା ହେଉଛି ପାକିସ୍ତାନ ଆକାଶ ମାର୍ଗ ବ୍ୟବହାର କରିବା ପୂର୍ବରୁ ଭାରତ ପାକିସ୍ତାନ ସରକାରଙ୍କଠାରୁ ଅନୁମିତ ନେଇନାହିଁ । ତେବେ ଆମେ ଏଠାରେ କହି ରଖୁଛୁ କି ଗୋ ଫାଷ୍ଟ ହେଉଛି ପ୍ରଥମ ବିମାନ ସେବା ଯାହା ଶ୍ରୀନଗରରୁ ସିଧାସଳଖ ଶାରଜକୁ ଯାଉଛି ।

ତେବେ ଏହି ଘଟଣାରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ତାଙ୍କ ୟୁଟ୍ୟୁବ ଚ୍ୟାନଲେର କହିଛନ୍ତି କି ଗୋ ଏୟାରଲାଇନ ପାକିସ୍ତାନ ଆକାଶ ମାର୍ଗ ବ୍ୟବହାର କରିଛି । ତେବେ ଏହା କେବଳ ପାକିସ୍ତାନ ସରକାର କହିପାରିବେ କି ଆମେ ଶ୍ରୀନଗର ଓ ଶାରଜା ମଧ୍ୟରେ ଚଳାଚଳ କରୁଥିବା ବିମାନକୁ କାହିଁକି ଏହି ଅନୁମତି ଦେଇଛୁ? ସେ ଆହୁରି କହିଛନ୍ତି କି ପାକିସ୍ତାନ ଉପରେ ଏହି ଚାପ ୟୁଏଇ କିମ୍ବା ଭାରତରୁ ଆସିଛି କି ନାହିଁ ମୁଁ ଜାଣେ ନାହିଁ କିନ୍ତୁ ଆପଣମାନେ ମନେ ରଖିବା ଉଚିତ୍ ଯେ ୨୦୧୯ ଅଗଷ୍ଟ ୫ ପରେ ଆମେ ତିନି ମାସ ପର୍ଯ୍ୟନ୍ତ ଭାରତକୁ ବ୍ୟବସାୟିକ ବିମାନ ବନ୍ଦ କରିଥିଲୁ । ମୁଁ ଭାବୁଛି ପାକିସ୍ତାନ ସରକାର ଲୋକମାନଙ୍କୁ କହିବା ଉଚିତ୍ ଯେ ସେମାନେ କାହିଁକି ଭାରତୀୟ ବିମାନ ସେବାକୁ ପାକିସ୍ତାନର ଆକାଶରେ ଉଡାଇବା ପାଇଁ ଅନୁମତି ଦେଇଛନ୍ତି? ଅନ୍ୟପକ୍ଷରେ ଏହି ମାମଲାରେ ଇମ୍ରାନ ଖାନଙ୍କୁ ବିରୋଧୀ ମଧ୍ୟ ଘେରିଛନ୍ତି ।  ବିରୋଧୀ କହିଛନ୍ତି କି  ପାକିସ୍ତାନର ଓ୍ବାଜିର-ଆଜମ ଇମ୍ରାନ ଖାନ ଅନେକ ଥର ସ୍ପଷ୍ଟ ଭାବରେ କହିଛନ୍ତି କି  ଯଦି ଭାରତ କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାବର୍ତ୍ତନ ନକରେ ସେ ପର୍ଯ୍ୟନ୍ତ  ଭାରତ ସହ ସମ୍ପର୍କ ସ୍ବାଭାବିକ ହୋଇ ପାରିବ ନାହିଁ ।  ତେବେ ବର୍ତ୍ତମାନ ପାକିସ୍ତାନ ସୀମାକୁ ଭାରତ କିପରି ବ୍ୟବହାର କରୁଛି  ?

ଅନ୍ୟପଟେ ଏହି ପ୍ରସଙ୍ଗରେ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ମଧ୍ୟ ଟୁଇଟ କରିଛନ୍ତି । ସେ ଟୁଇଟରେ ଲେଖିଛନ୍ତି କି ଶ୍ରୀନଗର-ଶାରଜା ମଧ୍ୟରେ ବିମାନକୁ ନେଇ ପାକିସ୍ତାନର ହୃଦୟ ପରିବର୍ତ୍ତନ ହୋଇଛି କି? ଶ୍ରୀନଗରରୁ ଆସୁଥିବା ବିମାନକୁ ପାକିସ୍ତାନ ଏହାର ଆକାଶ ମାର୍ଗ ବ୍ୟବହାର କରିବା ପାଇଁ ଅନୁମିତ ଦେଇଛି କି? ଯଦି ଅନୁମତି ମିଳିନାହିଁ ତାହାଲେ ବିମାନ ସେବା UPAର ଦ୍ବିତୀୟ ଶାସନ କାଳ ମଧ୍ୟରେ ଯେପରି ବନ୍ଦ ହୋଇଯାଇଥିଲା ଏବେ ମଧ୍ୟ ସେହିପରି ବନ୍ଦ ହୋଇଯିବ । ଅନ୍ୟପକ୍ଷରେ କେନ୍ଦ୍ର ସରକାର ଏବଂ ଦୁବାଇ ମଧ୍ୟରେ ହୋଇଥିବା ଚୁକ୍ତିନାମା ଭାରତ ପାଇଁ ଏକ ବଡ଼ ବିଜୟ ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ ରାଷ୍ଟ୍ରଦୂତ ଅବଦୁଲ ବାସିତ ।

Leave a Reply