ମୁଖ୍ୟ ଅଭିଯୁକ୍ତଙ୍କ ଗିରଫଦାରୀ ପରେ ଚର୍ଚ୍ଚାରେ ରହିବାକୁ ବୟାନ ଦେଉଛନ୍ତି ମ୍ୟାଡାମ୍ ଅପରାଜିତା: ଶ୍ରୀମୟୀ

ଭୁବନେଶ୍ୱର: ସ୍ପର୍ଶକାତର ଘଟଣାକୁ ନେଇ ରାଜନୀତି କରିବାରେ ମାହିର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ମମିତା ହତ୍ୟା ମାମଲାରେ ପୋଲିସ ତଦନ୍ତ ଚାଲିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇସାରିଲାଣି । ହେଲେ ସେଥିରେ ମଧ୍ୟ ସନ୍ତୁଷ୍ଟ ନାହାନ୍ତି ସାଂସଦ ମହାଶୟା । କେବଳ ଏଣୁ ତେଣୁ ବୟାନ ଦେଇ ଚର୍ଚ୍ଚାରେ ରହିବାକୁ ଇଚ୍ଛା । ଘଟଣାର ବିନ୍ଦୁ ବିସର୍ଗ ଜାଣିନଥିବା ଅପରାଜିତାଙ୍କ ଅଭିଯୋଗର କିଛି ଏଭଳି ଜବାବ ଦେଇଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ଶ୍ରୀମତି ଷଡ଼ଙ୍ଗୀ ଦଳରେ ପରିଚୟ ସଙ୍କଟର ସମ୍ମୁଖୀନ ହେଉଥିବା ଜଣାପଡୁଛି । ସେଥିପାଇଁ ଏଭଳି ଅରୁଚିକର ମନ୍ତବ୍ୟ ଦେଉଥିବା କହିଛନ୍ତି ଶ୍ରୀମୟୀ । ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଉଦ୍ୟମ ବଦଳରେ ଶସ୍ତା ରାଜନୀତି କରୁଛନ୍ତି । ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ଏଭଳି ପ୍ରୟାସ କରୁଛନ୍ତି । ଓଡ଼ିଶାବାସୀ ଏହା ଠିକ୍ ବୁଝିପାରିଛନ୍ତି । ଏହି ଘଟଣାକୁ ରାଜନୀତିକରଣ ପୂର୍ବରୁ ଆତ୍ମସମ୍ମାନ ରଖିବା ଉଚିତ ବୋଲି କହି ଜବାବ ଦେଇଛନ୍ତି ଶ୍ରୀମୟୀ ମିଶ୍ର ।

ଏଥିସହିତ ପଢ଼ନ୍ତୁ: ଗଣବିକ୍ଷୋଭ ନାଁରେ ବିଜେପିର ଗୁଣ୍ଡାଗିରି: ଢେଲା ମାଡ଼ରେ ପୋଲିସ ଅଧିକାରୀଙ୍କୁ କଲେ ରକ୍ତାକ୍ତ

 

Leave a Reply