spot_img
Home Blog Page 5166

ମହିଳାଙ୍କ ଦକ୍ଷତା ବିକାଶ ଓ ସଶକ୍ତିକରଣ ଦିଗରେ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ଜାତିସଂଘ ପ୍ରତିନିଧିଙ୍କ ପ୍ରଶଂସା

ଭୁବନେଶ୍ୱର: ରାଜ୍ୟର ମହିଳା ଶସକ୍ତିକରଣ ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତିସଂଘର ମହିଳା ପ୍ରତିନିଧି ସୁଶାନ ଜେନ ଫରଗୁସନ୍‌ଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟରେ ବୈଷୟିକ ଶିକ୍ଷାରେ ସ୍ନାତକ ହାସଲ କରୁଥିବା ପ୍ରତି ୩ ଜଣଙ୍କ ମଧ୍ୟରେ ଯେଭଳି ଜଣେ ମହିଳା ରହିବେ ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ବୈଷୟିକ ଶିକ୍ଷା ଏବଂ ଶିଳ୍ପ କ୍ଷେତ୍ରରେ ମହିଳାଙ୍କ ନିଯୁକ୍ତି ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ‘ସୁଦକ୍ଷା’ ଭଳି ଯୋଜନାରେ ମହିଳା ମାନେ ରାଜ୍ୟରେ ଆଇଟିଆଇ ଅଧ୍ୟୟନ କରୁଛନ୍ତି । ଏହି ଯୋଜନାରେ ଫଳରେ ମହିଳାଙ୍କ ଆଇଟିଆଇ ପାଠ୍ୟକ୍ରମରେ ନାମଲେଖା ୬ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି ଘଟିିଛି । ମ୍ୟାନୁଫ୍ୟାକ୍ଟରିଂ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ମହିଳାଙ୍କର ଭୂମିକା ଅତି ଉଚ୍ଚକୋଟିର ରହିଛି । ସେମାନଙ୍କୁ ମଧ୍ୟ ଆଗକୁ ରାଜ୍ୟ ସରକାର ସମସ୍ତ ସହାୟତା କରିବେ ବୋଲି ଆଲୋଚନା ବେଳେ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହ ଆଗକୁ ମହିଳାଙ୍କ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନିଆଯିବ । ଯେଉଁ ମହିଳା ମାନେ ଅଧାରୁ ପାଠପଢା ବନ୍ଦ କରିଛନ୍ତି ସେମାନଙ୍କୁ ଆଉଥରେ ସୁଯୋଗ ଦିଆଯିବ । ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ପ୍ରଶିକ୍ଷଣ ଦିଆଯିବ । ଏହି ଅବସରରେ ଜାତିସଂଘର ମହିଳା ପ୍ରତିନିଧି ଫରଗୁସନ୍ ରାଜ୍ୟ ସରକାରଙ୍କ ମହିଳା ଶସକ୍ତିକରଣ ପ୍ରଚେଷ୍ଟାକୁ ପ୍ରଶଂସା କରିଥିଲେ । ମିଶନ ଶକ୍ତି ଯୋଜନାକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ରାଜ୍ୟରେ ଗରିବ ହ୍ରାସ ପାଇଁ ସରକାର କରୁଥିବା ଯୋଜନାକୁ ମଧ୍ୟ ଫରଗୁସନ୍ ପ୍ରଶଂସା କରିଛନ୍ତି । ଆଜିର ଆଲୋଚନାରେ ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ଥିଲେ ।

 

ଘରେ ବୋର୍ ହେଲେଣି ଲୋକେ, ଏବେ ଅଫିସ୍ ଫେରିବାକୁ ଚାହୁଁଛନ୍ତି

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ କାର୍ଯ୍ୟଶୈଳୀ ବଦଳି ଯାଇଛି । ଅଫିସରେ ବସି ହେଉଥିବା କାମ ଡ୍ରଇଂ ରୁମରୁ ହେଉଛି । ଘରୁ ଅଫିସ୍ କାମ କରୁଥିବା ଲୋକ ଏବେ ବୋର୍ ହେଲେଣି । ଡେଲୋଇଟି ସର୍ଭେ ମୁତାବକ, ଅଧିକାଂଶ ଲୋକ ଅଫିସକୁ ଫେରିଯିବାକୁ ଚାହୁଁଛନ୍ତି ।

ସର୍ଭେ ଅନୁସାରେ, ୮୪ ପ୍ରତିଶତ ଲୋକ ବର୍ତ୍ତମାନ ସ୍ଥିତିରେ ଅଫିସ୍ ଫେରିବାକୁ ଇଛୁକ । ଏବେର ସ୍ଥିତିକୁ ସେମାନେ ସୁରକ୍ଷିତ ଭାବୁଛନ୍ତି ଏବଂ ଅଫିସ୍ ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସର୍ଭେରୁ ଜଣାପଡ଼ିଛି ୬୦ ପ୍ରତିଶତ ଲୋକ ସାମ୍ନାସାମ୍ନି ବସି ବୈଠକ, ଆଲୋଚନା ଓ ଅନ୍ୟ ଇଭେଣ୍ଟ ପାଇଁ ଆଗ୍ରହୀ । ଅର୍ଥାତ୍ ଭିଡିଓ କଲରେ ମିଟିଂ ଆଟେଣ୍ଡ କରିବାକୁ ମଜା ଲାଗୁ ନାହିଁ ।

ଦ୍ରୁତଗତିରେ ଟିକାକରଣ ଯୋଗୁଁ ଅଫିସ୍ ଯିବା ପାଇଁ ଲୋକ ମନ ବଳାଉଥିବା ସର୍ଭେରେ କୁହାଯାଇଛି । ଡେଲୋଇଟି ଅଗଷ୍ଟ ମାସରେ ୧୦୦୦ ଲୋକଙ୍କୁ ନେଇ ଏହି ସର୍ଭେ କରିଥିଲା । ଏହି ରିପୋର୍ଟର ଶୀଷର୍କ ଗ୍ଲୋବାଲ ଷ୍ଟେଟ ଅଫ୍ କଞ୍ଜୁମର ଟ୍ରାକର ରଖାଯାଇଛି । ଲୋକ ଅଫିସ୍ ଫେରିବାକୁ ଚାହୁଁଥିବା ବେଳେ ସାଧାରଣ ପରିବହନ ବ୍ୟବସ୍ଥା କମ୍ ବ୍ୟବହାର ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି ।

Narendra Giri Maharaj Death: ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ SIT ଗଠନ କଲେ ଯୋଗୀ ସରକାର

0

ପ୍ରୟାଗରାଜ: ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଖବରକୁ ନେଇ ଦେଶ ଚକିତ ହୋଇଯାଇଛି। ମୃତ୍ୟୁ ରହସ୍ୟକୁ ନେଇ ନାନା ମତ ପ୍ରକାଶ ପାଇଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି। ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତଦେହ ପ୍ରୟାଗରାଜର ବାଘମ୍ବରୀ ମଠରେ ଅନ୍ତିମ ଦର୍ଶନ ପାଇଁ ରଖାଯାଇଛି। ବର୍ତ୍ତମାନ ସାଧାରଣ ଲୋକେ ମଧ୍ୟ ମହନ୍ତଙ୍କ ଦର୍ଶନ କରୁଛନ୍ତି ।

ଇତି ମଧ୍ୟରେ ଏକ ବଡ଼ ଖବର ଆସିଛି ଯେ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାରେ ଉତର ପ୍ରଦେଶ ଯୋଗୀ ସରକାରଙ୍କ ଦ୍ୱାରା ଏସଆଇଟି ଗଠନ କରାଯାଇଛି। ମହନ୍ତ ନରେନ୍ଦ୍ର ଗିରି ମାମଲାର ତଦନ୍ତ ପାଇଁ ପ୍ରୟାଗରାଜ ଡିଜି SIT ଗଠନ କରିଛନ୍ତି। ଡେପୁଟି ଏସପିଙ୍କ ନେତୃତ୍ୱରେ ଏହି ଏସଆଇଟି ଗଠନ କରାଯାଇଛି। ନରେନ୍ଦ୍ର ଗିରିଙ୍କ ସମାଧି ସଂସ୍କାର ଗୁରୁବାର ଦିନ ଅନୁଷ୍ଠିତ ହେବ। ଆସନ୍ତାକାଲି ସନ୍ଥ ସମାଜ ଏବଂ ଆଖଡ଼ା ପରିଷଦର ବୈଠକ ହେବ। ଆସନ୍ତାକାଲି ସକାଳ ୧୦ ଟାରେ ଏହି ବୈଠକ ବସିବ ।

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସ୍ପଷ୍ଟ କରିଛନ୍ତି ଯେ ଘଟଣାର ପର୍ଦାଫାଶ କରାଯିବ। ସେ କହିଛନ୍ତି ଯେ ପୋଲିସ ଅନେକ ପ୍ରମାଣ ସଂଗ୍ରହ କରିଛି। ପୋଲିସର ଏକ ଟିମ୍, ଏଡିଜି ଜୋନ୍, ଆଇଜି ରେଞ୍ଜ ଏବଂ ପ୍ରୟାଗରାଜ ଡିଆଇଜି, ପ୍ରୟାଗରାଜ ବିଭାଗୀୟ କମିଶନର ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି। ଗୋଟି ଗୋଟି କରି ଘଟଣାର ପର୍ଦାଫାଶ ହେବ। ଦୋଷୀ ନିଶ୍ଚୟ ଦଣ୍ଡ ପାଇବ। ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଘଟଣାରେ ଅନାବଶ୍ୟକ ବୟାନବାଜିରୁ ଦୂରେଇ ରୁହନ୍ତୁ। ତଦନ୍ତକାରୀ ସଂସ୍ଥାକୁ ଉଚିତ ତଦନ୍ତ କରିବାକୁ ଦିଅନ୍ତୁ। ଯିଏ ଦୋଷୀ ତାକୁ କଠୋର ଦଣ୍ଡ ଦିଆଯିବ ।

ନିଜ ପ୍ଲାଟଫର୍ମରୁ ୬୦୦ ଚାଇନିଜ ପ୍ରଡକ୍ଟକୁ ବ୍ୟାନ୍ କଲା ଆମାଜନ

0

ନୂଆଦିଲ୍ଲୀ: ଚୀନ୍ ସାମଗ୍ରୀ ବିରୋଧରେ ଆମାଜନର କାର୍ଯ୍ୟାନୁଷ୍ଠାନ । କମ୍ପାନୀର ନିୟମାବଳୀ ପାଳନ କରିବାରେ ଫେଲ୍‌ ହେବାରୁ ଏହି ପ୍ରଡକ୍ଟଗୁଡ଼ିକୁ ଆମାଜୋନ୍ ବ୍ୟାନ୍ କରିଛି । ଆମେରିକୀୟ ଇ-କମର୍ସ କମ୍ପାନୀ ଆମାଜନ ନିଜ ପ୍ଲାଟଫର୍ମରୁ ୬୦୦ ଚାଇନିଜ ପ୍ରଡକ୍ଟ ବ୍ୟାନ୍ କରିଛି । ରିଭ୍ୟୁ ପଲିସି ଉଲ୍ଲଂଘନ କରିଥିବା ଏହି ପ୍ରଡକ୍ଟଗୁଡ଼ିକୁ ନିଜ ପ୍ଲାଟଫର୍ମରୁ ହଟାଇ ଦେଇଛି ଏହି ଇ-କମର୍ସ ସାଇଟ୍ ।

ଗ୍ରାହକଙ୍କଠାରୁ ପଜିଟିଭ୍ ରିଭ୍ୟୁ ପାଇବା ପାଇଁ ଗିଫ୍ଟ କାର୍ଡ ଅଫର କରୁଥିଲେ ଚାଇନିଜ କମ୍ପାନୀ । ଅନ୍ୟ କେତେକ ପ୍ରଡକ୍ଟ ପାଇଁ କମ୍ପାନୀ VIP ଟେଷ୍ଟିଂ ଅଫର କରଥିବା ବେଳେ ଆଉ କେତେକ ପ୍ରଡକ୍ଟର ଓ୍ବାରେଣ୍ଟି ପିରିୟଡ ବଢ଼ାଇବାକୁ ମଧ୍ୟ ଅଫର ଦେଉଥିଲେ । ଓ୍ବାଲ ଷ୍ଟ୍ରିଟ୍ ଜରନାଲରେ ପ୍ରକାଶିତ ଏକ ତଥ୍ୟ ଆଧାରରେ ଆମାଜନ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।…

ଲଦାଖ ନିକଟରେ ଅସ୍ତ୍ରଶସ୍ତ୍ର ଠୁଳ କରୁଛି ଚୀନ, ରାତିରେ କରୁଛି ଯୁଦ୍ଧାଭ୍ୟାସ

ନୂଆଦିଲ୍ଲୀ: ପୁଣି ଦୁଃସାହସ ଦେଖାଉଛି ଚୀନ । ବାସ୍ତବିକ ନିୟନ୍ତ୍ରଣ ରେଖା (LAC) ଓ ଲଦାଖ ନିକଟ ଶିନଜିୟାଙ୍ଗ ମିଲିଟ୍ରି ଡିଷ୍ଟ୍ରିକ୍ଟର ଉଚ୍ଚ ସ୍ଥାନରେ ଚୀନର ପିପୁଲ୍ସ ଲିବରେସନ ଆର୍ମିର ଯବାନ ଅଭ୍ୟାସ କରୁଥିବା ଜଣାପଡ଼ିଛି । ଏକ ରିପୋର୍ଟ ଅନୁସାରେ ପିଏଲଏ ଯବାନମାନେ ରାତିରେ ମଧ୍ୟ ଯୁଦ୍ଧାଭ୍ୟାସ କରୁଛନ୍ତି ।

ଖବର ଅନୁସାରେ, ହିମାଳୟ ସୀମା ନିକଟରେ ପିଏଲଏର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ସୈନ୍ୟ ମୁତୟନ କରିଛି । ଏଥିସହ ରାତ୍ରୀକାଳିନ ଯୁଦ୍ଧାଭ୍ୟାସ ଚାଲିଛି । ପିଏଲ୍ଏ ତାର ସୈନିକଙ୍କୁ ନୂଆ ଆଧୁନିକ ଅସ୍ତ୍ରଶସ୍ତ୍ର ଟ୍ରେନିଂ ଦେବା ହେଉଛି ଏହାର ଉଦ୍ଦେଶ୍ୟ । ଭାରତର ସୀମାକୁ ଲାଗି ରହିଛି ଏହି ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ । ପ୍ରାୟ ୫ ହଜାର ମିଟର ବା ୧୬ ହଜାର ୪୦୦ ଫୁଟ୍ ଉପରେ ରାତିରେ ଯୁଦ୍ଧାଭ୍ୟାସ କରୁଥିବା କୁହାଯାଉଛି ।

ରିପୋର୍ଟରେ କମାଣ୍ଡର ୟାଙ୍ଗ ୟାଙ୍ଗଙ୍କ ସୂତ୍ରରୁ କୁହାଯାଉଛି- ବଦଳୁଥିବା ପରିସ୍ଥିତିକୁ ନେଇ ନୀତିରେ ସଂଶୋଧନ ଅଣାଯାଇଛି । କଠୋର ଯୁଦ୍ଧ ସ୍ଥିତିର ସାମ୍ନା ପାଇଁ ଉଚ୍ଚସ୍ଥାନରେ ଅଭ୍ୟାସ କରୁଛୁ । ରାତିରେ ଯବାନ ବିନା ଆଲୋକରେ ଯୁଦ୍ଧାସ୍ତ୍ର ଧରି ବରଫ ପାହାଡ଼ ଚଢ଼ୁଛନ୍ତି, ଗୁଳିଗୋଳାର ଅଭ୍ୟାସ କରୁଛନ୍ତି । ଅଭ୍ୟାସ ସ୍ଥଳରେ ପିଏଚଏଲ୍-୧୧ ଟ୍ରକ୍ ମାଉଣ୍ଟେଡ୍ ସେଲ୍ଫ ପ୍ରୋପେଲ୍ଡ ୧୨୨ ଏମଏମ୍ ମଲ୍ଟିପଲ୍ ସିଷ୍ଟମ ରକେଟ ଲଞ୍ଚର ମୁତୟନ କରିବା ସହ ଅଭ୍ୟାସରେ ବ୍ୟବହାର କରାଯାଉଛି ।

ଦୀର୍ଘ ୬୪ଦିନ ପରେ ଜେଲରୁ ମୁକୁଳିଲେ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା

ନୂଆଦିଲ୍ଲୀ: ଦୀର୍ଘ ୬୪ଦିନ ପରେ ଜେଲରୁ ମୁକୁଳିଲେ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ବା ଶିଳ୍ପପତି ରାଜ କୁନ୍ଦ୍ରା। ମୁମ୍ବାଇ କ୍ରାଇମବ୍ରାଞ୍ଚ ଗତ ୧୯ଜୁଲାଇରେ କୁନ୍ଦ୍ରାଙ୍କୁ ପର୍ଣ୍ଣୋଗ୍ରାଫି ମାମଲାରେ ଗିରଫ କରିଥିଲା। ଜେଲରୁ ବାହାରି ରାଜ ମିଡିଆକୁ କୌଣସି ପ୍ରତିକ୍ରିୟା ନ ଦେଇ ସିଧା ଗାଡ଼ିରେ ବସି ଯାଇଥିଲେ। ଜାମିନରେ ବାହାରକୁ ଆସିଥିବା ରାଜଙ୍କର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି। ଏଥିରେ ସେ ମାସ୍କ ପିନ୍ଧିବା ସହ ମଥାରେ ଏକ ବଡ଼ ନାଲି ରଙ୍ଗର ତିଳକ ଲଗାଇଥିବା ନଜର ଆସିଛନ୍ତି। ବାହାରେ ଗଣମାଧ୍ୟମର ଭିଡ଼ ଦେଖି ରାଜ ଟିକେ ବ୍ୟସ୍ତ ହୋଇଯାଇଥିବା ଦେଖାଯାଇଥିଲା। ପରେ ଗାଡ଼ିରେ ବସି କାହା ସହ କଥା ହୋଇ ବାହାରକୁ କିଛି ଇସାରା କରୁଥିବା ନଜର ଆସିଥିଲେ।

ସ୍ଵାମୀଙ୍କ ଲାଗି ଶିଳ୍ପା ବୈଷ୍ଣୋ ଦେବୀଙ୍କ ମନ୍ଦିର ଯାଇଥିଲେ। ଜାମିନ ମିଳିବା ପରେ ସୋମବାର ଶିଳ୍ପା ନିଜର ଇନଷ୍ଟାଗ୍ରାମ ପୋଷ୍ଟରେ ଏକ ପଜିଟିଭ ନୋଟ ଲେଖି ସେୟାର କରିଥିଲେ। ଏହାସହ ତାଙ୍କ ପୁଅ ମଧ୍ୟ ଏକ ପୋଷ୍ଟ ସେୟାର କରିଥିଲେ। ରାଜ ଗିରଫ ହେବା ପରେ ଦୁଇ ଦମ୍ପତ୍ତିଙ୍କୁ ସୋସିଆଲ ମିଡିଆରେ ବହୁ ଟ୍ରୋଲର ଶିକାର ହେବାକୁ ପଡ଼ିଥିଲା। ରାଜଙ୍କ ଉପରେ ଅଶ୍ଳୀଳ ଫିଲ୍ମ ନିର୍ମାଣ କରିବା ଅଭିଯୋଗ ଲାଗିବା ପରେ ଶିଳ୍ପାଙ୍କ ଉପରେ ମଧ୍ୟ ବହୁ ଅଙ୍ଗୁଳି ଉଠିଥିଲା। ଶିଳ୍ପା ଡ୍ୟାନ୍ସ ସୋ ସୁପର ଡ୍ୟାନ୍ସରୁ ବ୍ରେକ ନେଇ ଯାଇଥିଲେ। ଶିଳ୍ପାଙ୍କୁ ମଧ୍ୟ ଏହି ଘଟଣାରେ ପୋଲିସ ପଚରାଉଚରା କରିଥିଲା। ସେ ତାଙ୍କର ବୟାନରେ ରାଜ ଓ ତାଙ୍କର କମ୍ପାନୀ ବିଷୟରେ କିଛି ଜାଣି ନଥିବା କହିଥିଲେ। ମୁଁ ନିଜ କାମରେ ବ୍ୟସ୍ତ ଥିଲି ଏବଂ ମୋ ସ୍ବାମୀଙ୍କୁ ମୁଁ କେବେ ପଚାରିନଥିଲି ସେ କ’ଣ କରୁଥିଲେ। ସେ ମଧ୍ୟ ତାଙ୍କର କାମ ବିଷୟରେ ମୋତେ କିଛି କହିନଥିଲେ। ମୋତେ ସେ ବିଷୟରେ କିଛି ଜଣା ନାହିଁ।

୨୭ ଲକ୍ଷ ଟଙ୍କାର ବିରିୟାନି ଖାଇଗଲେ ଇସଲାମାବାଦ ପୋଲିସ୍ କର୍ମଚାରୀ, ବିଲ୍ ଭରିବାକୁ ଅମଙ୍ଗ ପାକିସ୍ତାନ ଅର୍ଥ ବିଭାଗ

ନୂଆଦିଲ୍ଲୀ: ପାକିସ୍ତାନର ଖରାପ ଅର୍ଥନୀତି ଏବଂ ସଙ୍କଟ ଅବସ୍ଥା କାହାକୁ ବା ଅଛପା । ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଟଙ୍କା ବ୍ୟବସ୍ଥାକୁ ମଜବୁତ୍ କରିବା ପାଇଁ ଏଠାରେ ଗଣିତ ବ୍ୟବହାର କରନ୍ତି, ତଥାପି ସମସ୍ୟାଟି ସମାନ ରହିଛି । ଏଭଳି ପରିସ୍ଥିତି ମଧ୍ୟରେ ଯଦି ବିଦେଶୀ କ୍ରିକେଟ୍ ଦଳର ଭ୍ରମଣର ସୁରକ୍ଷାକୁ ଦୃଷ୍ଟିରେ ରଖି ପୋଲିସ୍ କିଛି ଦିନ ମଧ୍ୟରେ ୨୭ ଲକ୍ଷ ଟଙ୍କାର ବିରିୟାନି ଖାଏ, ତେବେ ସେ ଏହାକୁ କ’ଣ କହିବେ ? ଏହି ଘଟଣାର ଖୁଲାସା ପରେ ସୋସିଆଲ ମିଡିଆରେ ଏହି ସମ୍ପର୍କିତ ଲୋକଙ୍କୁ ସମାଲୋଚନା କରାଯାଉଛି । ଖବର ଅନୁଯାୟୀ ଇସଲାମାବାଦ ପୋଲିସ ପାକିସ୍ତାନରେ ପ୍ରାୟ ଏକ ସପ୍ତାହ ରହିବାବେଳେ ୨୭ ଲକ୍ଷ ଟଙ୍କା ଟଙ୍କାର ବିରିୟାନି ଖାଇଥିଲା ।

ଯେତେବେଳେ ଏହି ବିରାଟ ବିଲ୍‌କୁ ପାସ୍ କରିବାକୁ ଅର୍ଥ ବିଭାଗକୁ ପଠାଗଲା ସେତେବେଳେ ଏହି କଥା ସାମ୍ନାକୁ ଆସିଲା । ଯାଞ୍ଚ୍‌ ବେଳେ ଏତେ ପରିମାଣର ଟଙ୍କା ସାମ୍ନାକୁ ଆସିଲା, ତା’ପରେ ବିଲ୍‌କୁ ବନ୍ଦ କରାଯାଇଛି । ବର୍ତ୍ତମାନ ଏହା ପାସ ହୋଇନାହିଁ । କିୱି ଖେଳାଳିଙ୍କ ସୁରକ୍ଷା ପାଇଁ ସୀମାନ୍ତ କନଷ୍ଟେବଲ୍ କର୍ମଚାରୀ ମଧ୍ୟ ନିୟୋଜିତ ହୋଇଥିଲେ । ବର୍ତ୍ତମାନ ସେମାନଙ୍କର ଖାଦ୍ୟ ବିଲ୍ ଏପର୍ଯ୍ୟନ୍ତ ଆସିବ ନାହିଁ । ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଡ୍ୟୁଟି ନାମରେ ଉଠାଯାଇଥିବା ଭୋଜି ପାଇଁ କିଏ ବିଲ୍ ଦେବେ ?

ନ୍ୟୁଜିଲାଣ୍ଡ ଦଳ ୧୮ ବର୍ଷ ପରେ ପାକିସ୍ତାନ ଗସ୍ତରେ ଯାଇଥିଲା, ଯେଉଁଠାରେ ଦଳ ୩ ଟି ୱାନ୍‌ଡେ ଏବଂ ୫ ଟି -୨୦ ଅନ୍ତର୍ଜାତୀୟ ଖେଳିବାକୁ ଥିଲା ଏବଂ ଏହି ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଶୁକ୍ରବାର ଦିନ ରାୱଲପିଣ୍ଡିର ପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ । କିନ୍ତୁ ଟସ୍ ପୂର୍ବରୁ, ସୁରକ୍ଷା କାରଣରୁ ଏହି ଯାତ୍ରା ବାତିଲ କରାଯାଇଥିଲା ।

ବାସ୍ତବରେ ଏକ ବିଶ୍ୱସ୍ତରୀୟ ଗୁପ୍ତଚର ସଂଗଠନ ଏକ ସୁରକ୍ଷା ଆଲର୍ଟ ଜାରି କରିଥିଲା, ଯେଉଁଥିପାଇଁ ପାକିସ୍ତାନର ନ୍ୟୁଜିଲାଣ୍ଡ କ୍ରିକେଟ୍ ଗସ୍ତକୁ ବାତିଲ କରାଯାଇଥିଲା । ଏହି ରିପୋର୍ଟ ଦି ନ୍ୟୁଜିଲ୍ୟାଣ୍ଡ ହେରାଲ୍ଡରେ ପ୍ରକାଶିତ ହୋଇଛି । ନ୍ୟୁଜିଲ୍ୟାଣ୍ଡ ହେରାଲ୍ଡ ବିଦେଶୀ ଗଣମାଧ୍ୟମକୁ ଦର୍ଶାଇ କହିଛି ଯେ ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ, କାନାଡା, ଆମେରିକା ଏବଂ ବ୍ରିଟେନର ଗୁପ୍ତଚର ସଂଗଠନ ‘ଫାଇବ୍ ଆଇଜ୍’ ରୁ ଆସିଛି ।

ରାଜ୍ୟରେ ମୁକୁଳା ପଡ଼ିଥିବା ନାଳ ଉପରେ ପଡ଼ିବ ସ୍ଳାବ୍: ୩୦୦ କୋଟି ଟଙ୍କା ବ୍ୟୟ ବରାଦ

ଭୁବନେଶ୍ୱର:କଟକ-ଭୁବେନଶ୍ବର ସମେତ ରାଜ୍ୟର ସବୁ ଜିଲ୍ଲାରେ ମୁକୁଳା ପଡ଼ିଥିବା ଡ୍ରେନ୍ ଉପରେ ପଡ଼ିବ ସ୍ଲାବ୍ । ଏହାସହ ଡ୍ରେନଗୁଡ଼ିକର ଡିଜାଇନ ମଧ୍ୟ ବଦଳାଯିବ । ଆଜି ବିଧାନସଭାରେ ନଗର ଉନ୍ନୟନ ବିଭାଗର ଷ୍ଟାଣ୍ଡିଂ କମିଟି ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । ଏଥିଲାଗି ୩ଶହ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏ ନେଇ ବଜେଟରେ ଅର୍ଥ ବ୍ୟୟବରାଦ କରାଯାଇଥିବା ନଗର ଉନ୍ନୟନ ବିଭାଗ ସଚିବ କହିଛନ୍ତି । ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟାଣ୍ଡିଂ କମିଟି ବୈଠକରେ ରାଜ୍ୟର ଡ୍ରେନେଜ ସମସ୍ୟା ନେଇ ଘମାଘୋଟ ଆଲୋଚନା ହୋଇଥିଲା । ବୈଠକରେ ବିଜେଡି ବିଧାୟକ ଅମର ଶତପଥୀ, କଂଗ୍ରେସ ବିଧାୟକ ମହମ୍ମଦ ମୋକିମ, ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାତନମଙ୍କ ସହ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏଥିସହିତ ପଢ଼ନ୍ତୁ: ୧୯ ଘଣ୍ଟାର ଅପରେସନ ପରେ ମିଳିଲା ନିଖୋଜ ନାବାଳକଙ୍କ ମୃତ ଦେହ, ଭାସି ଯାଇଥିଲେ ୩ କି.ମି

ଅକ୍ଟୋବର ୭ରୁ ଫ୍ଲିପକାର୍ଟର ବିଗ୍ ବିଲିଅନ୍ ଡେଜ୍ ସେଲ୍

ନୂଆଦିଲ୍ଲୀ: ଆରମ୍ଭ ହେବ ଅନଲାଇନ୍ ଅଫରର ମେଳା । ମିଳିବ ବିଗ୍ ଡିସକାଉଣ୍ଟ । ଅକ୍ଟୋବର ୭ରୁ ଫ୍ଲିପକାର୍ଟର ବିଗ୍ ବିଲିଅନ୍ ଡେଜ୍ ସେଲ୍ ଆରମ୍ଭ ହେବ । ଏହି ସେଲରେ ପ୍ରତିଟି ସାମଗ୍ରୀ ଉପରେ ଆକର୍ଷଣୀୟ ଡିସକାଉଣ୍ଟ ଦେବ ଫ୍ଲିପକାର୍ଟ । ୬ ଦିନ ଧରି ବିଗ୍ ବିଲିଅନ୍ ଡେଜ୍ ସେଲ୍ ଚାଲି ୧୨ ତାରିଖରେ ବନ୍ଦ ହେବ ।

ଫ୍ଲିପକାର୍ଟର ପ୍ଲସ ମେମ୍ବରଧାରୀ ଏହି ଅଫରର ଲାଭ ସେଲ୍ ଆରମ୍ଭର ୨୪ ଘଣ୍ଟା ପୂର୍ବରୁ ଉଠାଇ ପାରିବେ । ପ୍ଲସ୍ ମେମ୍ବର ନଥିବା ୟୁଜର ୫୦ଟି ସୁପର କଏନ୍ ଖର୍ଚ୍ଚ କରି ପ୍ଲସ୍ ମେମ୍ବରଙ୍କ ଭଳି ଆଗୁଆ ଅଫରର ଲାଭ ନେଇ ପାରିବେ । ୬ ଦିନିଆ ସେଲରେ ଫ୍ଲପକାର୍ଟରେ ଏକାଧିକ ସାମଗ୍ରୀ ଲଞ୍ଚ ହେବ ।

ବିଗ୍ ବିଲିଅନ୍ ଡେଜ୍ ସେଲର ଘୋଷଣା କରି କମ୍ପାନୀର ମୁଖ୍ୟ ଅଧିକାରୀ କହିଛନ୍ତି, ଫ୍ଲିପକାର୍ଟ ସବୁବେଳେ ଗ୍ରାହକଙ୍କୁ ପ୍ରାଥମିକତା ସହ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀଙ୍କୁ ସୁଯୋଗ ଦେଉଛି । ଇ-କମର୍ସ ମାଧ୍ୟମରେ ରୋଜଗାର ସୃଷ୍ଟି ହୋଇଛି । ୨୦୨୧ ଡିସେମ୍ବର ସୁଦ୍ଧା ୪.୨ ଲକ୍ଷ ସେଲର୍ସଙ୍କୁ ଯୋଡ଼ିବାକୁ ଲକ୍ଷ୍ୟ ରଖିଛି ଫ୍ଲିପକାର୍ଟ । ଏବେ କମ୍ପାନୀ ପାଖରେ ୩.୭୫ ଲକ୍ଷ ସେଲର୍ସ ରହିଛନ୍ତି ।

ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ କନେଷ୍ଟବଳ ଉଦ୍ଧାର

ବ୍ରହ୍ମପୁର: ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ବାବାଜୀ ଢ଼ାବା ନିକଟରୁ ରକ୍ତାକ୍ତ ଅବସ୍ଥାରେ ଜଣେ କନେଷ୍ଟବଳଙ୍କୁ ଉଦ୍ଧାର କରାଯାଇଛି । କନେଷ୍ଟବଳ ଜଣକ ହେଉଛନ୍ତି ଟାଉନ ଥାନା ଅଧିନସ୍ଥ ଭାପୁର ବଜାର ଫାଣ୍ଡିରେ କାର୍ଯ୍ୟରତ ୨୦୦୯ ବ୍ୟାଚର ଜଗନ୍ନାଥ ପ୍ରଧାନ । ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର MKCGରେ ଭର୍ତ୍ତି କରାଯାଇଥିଲା । ଆଜି ଭୋର ସମୟରେ ଲାଞ୍ଜିପଲ୍ଲୀ ୧୬ ନମ୍ବର ଜାତୀୟ ରାଜପଥ ନିକଟସ୍ଥ ବାବାଜୀ ଢ଼ାବା ନିକଟରେ ଜଗନ୍ନାଥ ରକ୍ତାକ୍ତ ହୋଇ ପଡ଼ିବା ଦେଖି ସ୍ଥାନୀୟ ଲୋକେ ଆମ୍ବୁଲାନ୍ସକୁ ଫୋନ କରି ଜଣାଇଥିଲେ ।

ପରେ ଆମ୍ବୁଲାନ୍ସ ଆସି କନେଷ୍ଟବଳ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡ଼ିକାଲ ପଠାଇଥିଲା । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାକୁ କଟକ ମେଡ଼ିକାଲ ସ୍ଥାନାନ୍ତର କରାଯାଇଛି । ତେବେ ଏହା ଦୁର୍ଘଟଣା ନା ଆକ୍ରମଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏଥିସହିତ ପଢ଼ନ୍ତୁ: ଶୌଚ ହେବାକୁ ଯାଇଥିବା ବେଳେ ଭାସିଗଲେ ବୃଦ୍ଧ, ୨୪ ଘଣ୍ଟା ପରେ ବି ମିଳୁନି ପତ୍ତା