କାହା ମଧ୍ୟରେ ହେବ T20 WC ଫାଇନାଲ ମ୍ୟାଚ୍,ଏହି ବରିଷ୍ଠ ଖେଳାଳି କଲେ ଭବିଷ୍ୟବାଣୀ..

1 min read

ଦୁବାଇ: ଚଳିତ ଟି-୨୦ ବିଶ୍ବକପ ଫାଇନାଲକୁ ନେଇ ବଡ଼ ଭବିଷ୍ୟବଣୀ କରିଛନ୍ତି ଅଷ୍ଟ୍ରେଲିଆର ଲିଜେଣ୍ଡ ସ୍ପିନର ସେନ ଓ୍ବାର୍ଣ୍ଣେ । ଚଳିତ ଟି-୨୦ ଓ୍ବାର୍ଲ୍ଡକପରେ ଦମଦାର ଫର୍ମ  ଜାରି ରହିଛି ଇଂଲଣ୍ଡ । ଗତକାଲି ଖେଳାଯାଇଥିବା ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡ ଏକ ବଡ଼ ବିଜୟ ଲାଭ କରିଛି । ଏହି ବିଜୟ ସହ ଚଳିତ ବିଶ୍ବକପରେ ଇଂଲଣ୍ଡ ଲଗାତର ଭାବରେ ତିନୋଟି ମ୍ୟାଚରେ ବିଜୟ ଲାଭ କରି ସେମିଫାଇନାଲରେ ନିଜ ସ୍ଥାନ ଏକ ପ୍ରକାର ପକ୍କା କରିସାରିଛି ।

ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡର ଏହି ବଡ଼ ବିଜୟ ପରେ ଅଷ୍ଟ୍ରେଲିଆ ଲିଜେଣ୍ଡ ସ୍ପିନର ସେନ ଓ୍ବାର୍ଣ୍ଣେ ଚଳିତ ଟି୨୦ ବିଶ୍ବକପକୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି । ଓ୍ବାର୍ଣ୍ଣେ କହିଛନ୍ତି କି ଦୁବାଇରେ ହେବାକୁ ଥିବା ଟି-୨୦ ଫାଇନାଲ ଭାରତ-ପାକିସ୍ତାନ କିମ୍ବା ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ହୋଇପାରେ । ଓ୍ବାର୍ଣ୍ଣେ ଟୁଇଟ କରି କହିଛନ୍ତି କି ଗ୍ରୁପ୍-୧ରୁ ସେମିଫାଇନାଲ ପାଇଁ ଅଷ୍ଟ୍ରେଲିଆ, ଇଂଲଣ୍ଡ ଯିବେ ଏବଂ ଗ୍ରୁପ୍-୨ରୁ ଭାରତ, ପାକିସ୍ତାନ ଯିବେ । ପ୍ରଥମ ସେମିଫାଇନାଲରେ ଇଂଲଣ୍ଡକୁ ଭାରତ ଭେଟିବ ଏବଂ ଦ୍ବିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ପାକିସ୍ତାନ । ଏପରି ସ୍ଥିତିରେ ଟି-୨୦ ବିଶ୍ବକପ ଫାଇନାଲରେ ଭାରତ-ପାକିସ୍ତାନ  କିମ୍ବା ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ହୋଇପାରେ ବୋଲି କହିଛନ୍ତି ଓ୍ବାର୍ଣ୍ଣେ ।

 

 

ଟି-୨୦ ବିଶ୍ବକପର ପଏଣ୍ଟ ଟେବୁଲ କଥା ଯଦି କହିବା ତାହାଲେ ଗ୍ରୁପ୍-୧ରେ ଲଗାତର ଭାବରେ ତିନୋଟି ମ୍ୟାଚ ଜିତି ଇଂଲଣ୍ଡ ପ୍ରଥମ ସ୍ଥାନରେ ରହିଥିବାବେଳେ ସାଉଥ ଆଫ୍ରିକା ଦ୍ବିତୀୟ ଓ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି । ୨୦୧୪ ବିଶ୍ବକପ ବିଜେତା ଶ୍ରୀଲଙ୍କା ଚତୁର୍ଥ ସ୍ଥାନରେ ଥିବାବେଳେ ଡିଫେଣ୍ଡଙ୍ଗ୍ ଚମ୍ପିଆନ ଓ୍ବେଷ୍ଟଇଣ୍ଡିଜ୍ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ଥିବା ବେଳେ ବଙ୍ଗଳାଦେଶ ଶେଷ ସ୍ଥାନରେ ରହିଛି । ସେହିପରି ଭାବରେ ଗ୍ରୁପ-୨ କଥା ଯଦି କହିବା ତାହାଲେ ଲଗାତର ତିନୋଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ରହିଛି ପାକିସ୍ତାନ । ତେବେ ପାକିସ୍ତାନର ଆଉ ଦୁଇଟି ମ୍ୟାଚ ନାମବ୍ୟା ଓ ସ୍କଟଲାଣ୍ଡ ମଧ୍ୟରେ ହେବ । ତେଣୁ ଗ୍ରୁପ୍-୨ରେ ପାକିସ୍ତାନ ପ୍ରଥମ ସ୍ଥାନରେ ରହିବ ଏହା ଏକ ପ୍ରକାର ନିଶ୍ଚିତ । ଦ୍ବିତୀୟ ସ୍ଥାନରେ ଆଫଗାନିସ୍ତାନ, ତୃତୀୟରେ ନାମବ୍ୟା,ଚତୁର୍ଥରେ ନ୍ୟୁଜିଲାଣ୍ଡ ଏବଂ ପଞ୍ଚମରେ ରହିଛି ଭାରତ ।  ତେବେ ଆଜି ମ୍ୟାଚ ଭାରତ ପାଇଁ ବେଶ୍ ଗୁରୁତ୍ବବହନ କରୁଛି ।  ଏହି ମ୍ୟାଚକୁ ଜିତି ଭାରତ ପଏଣ୍ଟ ଟେବୁଲର ଉପରକୁ ଆସିବାକୁ ଚେଷ୍ଟା କରିବ । ନ୍ୟୁଜିଲାଣ୍ଡ ବ୍ୟତୀତ ଭାରତ ଆଉ ତିନୋଟି ମ୍ୟାଚ ଆପଗାନିସ୍ତାନ, ନମବ୍ୟା ଓ ସ୍କଟଲାଣ୍ଡ ବିପକ୍ଷରେ ଖେଳିବ । ଭାରତ ଯଦି ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ଲାଭ କରେ ତାହାଲେ ଆଉ ତିନୋଟି ମ୍ୟାଚରେ ସହଜରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଯିବା ପାଇଁ ଚେଷ୍ଟା କରିବ ।

Leave a Reply