ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେଲା ପୁନୀତଙ୍କ ଶେଷକୃତ୍ୟ

1 min read

ବେଙ୍ଗାଲୁରୁ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେଲା ପୁନୀତ ରାଜକୁମାରଙ୍କ ଶେଷକୃତ୍ୟ । ପରିବାର, ପ୍ରିୟଜନ ଏବଂ ହଜାର ହଜାର ପ୍ରଶଂସକଙ୍କ ଗ୍ରହଣରେ ପୁନୀତଙ୍କୁ ଦିଆଯାଇଛି ଶେଷ ବିଦାୟ । ବେଙ୍ଗାଲୁରୁର କାନ୍ତିରବା ଷ୍ଟାଡିୟମରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କ ଶେଷକୃତ୍ୟ ହୋଇଛି । ଆଜି ସକାଳୁ ପ୍ରଶଂସକମାନେ ତାଙ୍କ ପ୍ରିୟ ଷ୍ଟାରଙ୍କୁ ଶେଷ ବିଦାୟ ଦେବା ପାଇଁ କାନ୍ତିରବା ଷ୍ଟାଡିୟମର ଚାରିପାଖରେ ଥିବା ବିଲ୍ଡିଂ ଛାତ ଉପରେ ଏକାଠି ହୋଇଥିଲେ ।

ପୁନୀତଙ୍କ ଶେଷକୃତ୍ୟ ପରିବାର, ବନ୍ଧୁ ଏବଂ ହଜାର ହଜାର ପ୍ରଶଂସକଙ୍କ ଉପସ୍ଥିତିରେ ହୋଇଥିଲେ । ପୁନୀତଙ୍କ ମୃତଦେହ ତାଙ୍କ ପିତାମାତାଙ୍କ ସମାଧୀ ନିକଟରେ ରଖାଯାଇଥିଲା । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ବି ସମାଧୀ ସ୍ଥଳରେ ଉପସ୍ଥିତ ଥିଲେ । ପୁନୀତଙ୍କୁ ଶେଷ ବିଦାୟ ଦେବା ସମୟରେ ସେ ବି ଭାବ ବିହ୍ବଳ ହୋଇପଡ଼ିଥିଲେ । ପୁନୀତଙ୍କୁ ଶେଷ ଥର ପାଇଁ ଦେଖିବା ପାଇଁ କର୍ଣ୍ଣାଟକର ବହୁ ବରିଷ୍ଠ ନେତା,ବ୍ୟକ୍ତି ଏବଂ ସାଉଥ ଫିଲ୍ମ୍ ଇଣ୍ଡଷ୍ଟ୍ରିର ବହୁ ଷ୍ଟାର କାନ୍ତରବା ଷ୍ଟାଡିୟମରେ ପହଞ୍ଚିଥିଲେ ।

ଗତକାଲି ରାତିରେ ପୁନୀତଙ୍କ ଦୁଇ ଝିଅ ବିଦେଶରୁ ଫେରିବା ପରେ ପୁନୀତଙ୍କ ଶେଷକୃତ୍ୟ ଆରମ୍ଭ ହୋଇଥିଲା । ବାପାଙ୍କୁ ଏଭଳି ଅବସ୍ଥାରେ ଦେଖି ନିଜ କୋହ ସମ୍ଭାଳି ପାରିନଥିଲେ ଦୁଇ ଝିଅ । ୪୬ ବର୍ଷରେ ପୁନୀତଙ୍କ ମୃତ୍ୟୁ ପୂରା ସାଉଥ ଇଣ୍ଡଷ୍ଟ୍ରି ସହ ବଲିଉଡ୍ ଇଣ୍ଡଷ୍ଟ୍ରି ପୂରା ସ୍ତବ୍ଧ ହୋଇଯାଇଛି ।

Leave a Reply